ଡିଜିଟାଲ ପେମେଣ୍ଟ ନେଟୱର୍କ ବ୍ୟବସାୟରେ ପାଦ ଦେବ ରିଲାଏନ୍ସ । ଏନପିସିଆଇ ସହିତ କରିବ ପ୍ରତିଯୋଗିତା

ଦେଶରେ ଡିଜିଟାଲ ପେମେଣ୍ଟ୍ ନେଟୱାର୍କ ବ୍ୟବସାୟ ଆରମ୍ଭ ଦୌଡ଼ରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍ ରହିଛି। ରିଲାଏନ୍ସ ଏଥିପାଇଁ ଆଇଟି କମ୍ପାନି ଗୁଗୁଲ୍, ଫେସ୍‌ବୁକ୍ ଏବଂ ଆର୍ଥିକ ପ୍ରଯୁକ୍ତି କମ୍ପାନି ଇନ୍‌ଫିବିମ୍‌ ସହିତ ସହଯୋଗିତା ସ୍ଥାପନ କରିଛି । ରିଲାଏନ୍ସ ଏମାନଙ୍କ ସହ ମିଶି ଜାତୀୟସ୍ତରର ଡିଜିଟାଲ ପେମେଣ୍ଟ ନେଟୱାର୍କ ସ୍ଥାପନ ଯୋଜନା ରଖିଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି । ଗତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟବସାୟ ପାଇଁ ନୂଆ କମ୍ପାନି ବା ନ୍ୟୁ ଅମ୍ବ୍ରେଲା ୟୁନିଟ୍‌-ଏନୟୁଇ) ସ୍ଥାପନ ପାଇଁ ଦରଖାସ୍ତ ଆହ୍ବାନ କରିଥିଲା। ଭାରତରେ ଏବେ ଏହି ‌ସେବା ଯୋଗାଇ ଦେଉଥିବା ଅଣଲାଦାୟକ ସଂସ୍ଥା ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ସହିତ ପ୍ରତିଯୋଗିତା କରିବ।

୨୦୦୮ ମସିହାରେ ସ୍ଥାପନ ହୋଇଥିବା‌ ଏହି କମ୍ପାନିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସିଟି ବ୍ୟାଙ୍କ, ଏଚ୍‌ଏସ୍‌ବିସି ଭଳି ଏକାଧିକ ସଂସ୍ଥା ଇତିମଧ୍ୟରେ ଅଂଶଧନ କିଣି ସାରିଛନ୍ତି। ଦୈନିକ ପର୍ଯ୍ୟାପ୍ତ ପରିମାଣର ଡିଜିଟାଲ କାରବାର ଏନପିସିଆଇ ମାଧ୍ୟମରେ ହେଉଛି। ଏ କ୍ଷେତ୍ରରେ ଥିବା ବିପଦକୁ ହ୍ରାସ କରିବା ପାଇଁ ରିଜର୍ଭ ବ୍ୟାଙ୍କ ନୂଆ କମ୍ପାନି ସ୍ଥାପନ ଯୋଜନା ରଖିଛି। ତେବେ ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ ରିଲାଏନ୍ସ ଏବଂ ଇନ୍‌ଫିବିମ୍‌ ନେତୃତ୍ବରେ ଏଥିପାଇଁ ଦରଖାସ୍ତ ଦାଖଲ ବା ପ୍ରସ୍ତାବ ଦେବାର ଅଗ୍ରିମ ପର୍ଯ୍ୟାୟରେ ରହିଛି। ପୂର୍ବରୁ ଏଥିପାଇଁ ଦରଖାସ୍ତ ଦାଖଲର ଶେଷ ତାରିଖ ଫେବ୍ରୁଆରି ୨୬ ରଖାଯାଇଥିଲା। କିନ୍ତୁ ପରେ ଏହାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ କେବଳ ରିଲାଏନ୍ସ, ଫେସବୁକ୍ କିମ୍ବା ଗୁଗୁଲ୍ ନୁହନ୍ତି ଏଥିପାଇଁ ଆମାଜନ୍-ଆଇସିଆଇସିଆଇ ବ୍ୟାଙ୍କ, ଟାଟା-ଏଚଡିଏଫସି ବ୍ୟାଙ୍କ ପେଟିଏମ୍‌-ଓଲା-ଇଣ୍ଡସଇଣ୍ଡ୍‌ ଭଳି ସଂସ୍ଥା ଦୌଡ଼ରେ ରହିଛନ୍ତି ବୋଲି ପୂର୍ବରୁ ରିପୋର୍ଟମାନ ପ୍ରକାଶ ପାଇଛି।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started