ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ମମତା କହିଲେ, ଘରର ପୁଅ ଘରକୁ ଫେରିଲା ।

କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା । ବିଜେପିକୁ ବାଏ ବାଏ କହି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି।

https://platform.twitter.com/widgets.jsମୁକୁଲ ରାୟ ଦଳକୁ ଫେରିବା ପରେ ମମତା କହିଛନ୍ତି, ବିଜେପିରେ ପ୍ରବଳ ଶୋଷଣ ହେଉଛି । ସେଠାରେ ଲୋକଙ୍କ ରହିବା ମୁସ୍କିଲ ହୋଇଯାଇଛି । ଏବେ ଘରର ପୁଅ ଘରକୁ ଫେରିଛି ବୋଲି ମମତା କହିଛନ୍ତି । ଚଳିତଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁକୁଲ ରାୟ ବିଜେପିରେ ସାମିଲ ହୋଇଥିଲେ । ହେଲେ ଏବେ ସେ ବିଜେପିରୁ ଇସ୍ତଫା ଦେବା ସହିତ ତୃଣମୂଳ ହାତ ଧରିଛନ୍ତି । କୁହାଯାଉଛି ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରାଧାନ୍ୟ ବଢୁଥିବାରୁ ମୁକୁଲ ବିଜେପି ଛାଡୁଛନ୍ତି । ତେବେ ସବୁ ପରେ ବି ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା ଲାଗିଛି ।

କୁହାଯାଉଛି ଖାଲି ମୁକୁଲ ରାୟ ନୁହଁନ୍ତି, ବିଜେପିରେ ସାମିଲ ହୋଇଥିବା ଆହୁରି ଅନେକ ଟିଏମସି ନେତା ମଧ୍ୟ ଦଳକୁ ବାହୁଡିପାରନ୍ତି । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ଆଗରେ ରହିଥିଲା । ଯାହାକୁ ଦେଖି ଅନେକ ଟିଏମସି ନେତା ପଦ୍ମ ଶିବିରରେ ସାମିଲ ହୋଇଥିଲେ । ହେଲେ ଦିଦି ‘ଖେଲା ହୋବେ’ ନାରା ଦେଇ ଦମଦାର ବିଜୟ ହାସଲ କରିଥିଲେ । ଆଉ ଏବେ ଏହି ବିଜୟକୁ ଦେଖି ଅନେକ ଟିଏମସି ନେତା ପୁଣି ମମତାଙ୍କ ଶରଣକୁ ଆସିବାକୁ ଇଚ୍ଛା ରଖିଛନ୍ତି ବୋଲି ସୂଚନା ମିଳୁଛି ।

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: