ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳିକା ପତ୍ନୀଙ୍କ ସହ ରହିପାରିବେନି ନାବାଳକ ସ୍ୱାମୀ

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏକ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି ଯଦି ସ୍ୱାମୀ ନାବଳକ ତ ସେ ସାବାଳିକା ପତ୍ନୀଙ୍କ ସହ ରହିପାରିବେ ନାହିଁ । କୋର୍ଟ ତାଙ୍କ ରାୟରେ କହିଛନ୍ତି କି ଜଣେ ନାବାଳକକୁ ସ୍ୱାମୀ ହିସାବରେ ଜଣେ ସାବାଳିକା ସହିତ ପଠାଇଦେବା ପୋକ୍ସୋ ଆଇନ ମୁତାବକ ଅପରାଧ ଅଟେ । ଏହି କାରଣରୁ ଯେପର୍ଯ୍ୟନ୍ତ ସ୍ୱାମୀ ସାବଳକ ନ ହୋଇଛି ସେତେବେଳ ଯାଏଁ ତାଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବା ଉଚିତ ।

ଏନେଇ ଜଣେ ନାବାଳକର ମା କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ମା ଜଣଙ୍କ କୋର୍ଟରେ ନିଜ ନାବାଳକ ପୁଅର ସୁରକ୍ଷା ମାଗିଥିଲେ । ମାତ୍ର ଏହି ମାମଲାର ଶୁଣାଣି ପରେ ନାବାଳକ ଜଣକ ନିଜ ମା ସହିତ ରହିବାକୁ ରାଜି ହୋଇ ନଥିଲେ । ସେ ତାଙ୍କ ସାବାଳିକା ପତ୍ନୀଙ୍କ ସହ ରହିବାକୁ ଚାହିଁଥିଲେ । ଏବେ ନାବାଳକର ବୟସ ୧୬ ବର୍ଷ ।

ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହି ବିବାହକୁ ନିରସ୍ତ୍ର କରିଦେଇଥିଲେ । କୋର୍ଟ କହିଥିଲେ କି ନାବଳକ ସ୍ୱାମୀକୁ ସାବାଳିକା ସ୍ତ୍ରୀ ହାତରେ ଟେକି ଦିଆଯାଇ ପାରିବ ନାହିଁ । ଏନେଇ ଜଷ୍ଟିସ୍ ଜେଜେ ମୁନୀରଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇ କହିଥିଲେ କି, ଯେତେବେଳେ ନାବାଳକ ଜଣଙ୍କ ନିଜ ମା ପାଖରେ ରହିବାକୁ ଚାହୁଁ ନାହାନ୍ତି ତେବେ ତାଙ୍କୁ ୧୮ ବର୍ଷ ହେବା ଯାଏ ଆଶ୍ରୟ ଗୃହରେ ରଖାଯାଉ । ସାବାଳକ ହୋଇଯିବା ପରେ ସେ ନିଜ ଇଚ୍ଛାରେ କେଉଁଠି ଓ କାହା ସହିତ ବି ରହିପାରିବ ।

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: