ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ସର୍ଭେ । ପଢନ୍ତୁ, ପ୍ରତିକ୍ରିୟା ପ୍ରକାଶ କରି କଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ସର୍ଭେ ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ବୁଧବାର ସୋନୁ ସୁଦଙ୍କୁ ସମର୍ଥନ କରିି କେଜ୍ରିୱାଲ କହିଛନ୍ତି, “ସତ୍ୟ ପଥରେ ଚାଲିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ହେଲେ ଶେଷରେ ସର୍ବଦା ସତ୍ୟର ହିଁ ଜୟ ହୋଇଥାଏ ।  ସତ୍ୟ ପଥରେ ଚାଲିବାକୁ ହେଲେ ସବୁବେଳେ ବିପଦର ସାମ୍ନା କରିବାକୁ ପଡେ । ସୋନୁଙ୍କ ସାଥିରେ ଭାରତର ଲକ୍ଷ ଲକ୍ଷ ଗରିବ  ପରିବାରଙ୍କ ଆଶୀର୍ବାଦ ରହିଛି, ଯେଉଁମାନଙ୍କ କଠିନ ସମୟରେ ସୋନୁ ତାଙ୍କ ସହିତ ରହିଥିଲେ ।”

ବୁଧବାର ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟକର ବିଭାଗର ଟିମ୍ ପହଞ୍ଚଥିଲା । ଏହି ଟିମ୍ ସୋନୁଙ୍କ ଘରେ ସର୍ଭେ କରିଥିଲା । ତେବେ ଆପର ଏକ କାର୍ଯ୍ୟକ୍ରମରେ ଯୋଗଦେବାର କିଛି ଦିନ ପରେ ସୋନୁଙ୍କ ଘରେ ଆୟକର ବିଭାଗ ପହଞ୍ଚିଥିବା ହେତୁ ଏହାକୁ ନେଇ ଆପ୍ ନେତାମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

https://platform.twitter.com/widgets.js

ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ଟୁଇଟ୍ କରି ଲେଖିଛନ୍ତି, ଏହା କିଛି ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ମସିହା, ପରୋପକାରୀ ସୋନୁ ସୁଦଙ୍କ ପ୍ରତି ଏ ସରକାର ଅସୁରକ୍ଷିିତ । ତେଣୁ ଜାଣିଶୁଣି ସୋନୁଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।

https://platform.twitter.com/widgets.js

ଅନ୍ୟପଟେ ଆପ ବିଧାୟକ ଓତିଶି କହିଛନ୍ତି ଯେ, ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଏହି ସର୍ଭେ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ, ବିଜେପି ଭଲ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛି । ଲକଡାଉନ୍ ସମୟରେ ସୋନୁ ସୁଦ ଅସଂଖ୍ୟ ପ୍ରବାସୀଙ୍କୁ ସାହାଯ୍ୟ କରି ଅପରାଧ କରିଛନ୍ତି କି? ମୁସ୍କିଲ ସମୟରେ ଲୋକଙ୍କ ସାହାଯ୍ୟ କରିବ ଅପରାଧ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

The post ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ସର୍ଭେ । ପଢନ୍ତୁ, ପ୍ରତିକ୍ରିୟା ପ୍ରକାଶ କରି କଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: