ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ରାତି ସାଢେ ୯ଟା ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

କନକ ବ୍ୟୁରୋ: ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେବେ ଆକଳନ ସମୟର ୩ ଘଣ୍ଟା ପୂର୍ବରୁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତାଜା ସୂଚନା ମୁତାବକ, ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ହିଁ ଏହା ଲ୍ୟାଣ୍ଡଫଲ୍ କରିବ । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ୯ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ବୋଲି ଏସଆରସି କହିଛନ୍ତି ।

https://platform.twitter.com/widgets.js

ବାତ୍ୟା ଗୁଲାବ ଫଳରେ ଏବେ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି । ଗଜପତି ଜିଲ୍ଲାରେ ଝିପିଝିପି ବର୍ଷା ହେବା ନେଇ ଏସଆରସି କହିଛନ୍ତି । ସେହିପରି ଏବେ ସେଠାରେ ୩୦ରୁ ୪୦ କିମି ବେଗରେ ପବନ ବୋହୁଛି ବୋଲି ସୂଚନା ମିଳିଛି । ଅନ୍ୟପଟେ ବାତ୍ୟାର ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଲୋକଙ୍କ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଗଜପତି ଜିଲ୍ଲାରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଏସଆରସି ସୂଚନା ଦେଇଛନ୍ତି ।

The post ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ରାତି ସାଢେ ୯ଟା ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: