ଆସିଲା କ୍ୟାଟ୍ରିନା- ଭିକ୍କିଙ୍କ ବିବାହର ବରଯାତ୍ରୀ ତାଲିକା । ଆଗରେ କାହା ନାଁ?

କନକ ବ୍ୟୁରୋ: ବଲିଉଡରେ ଏବେ ସମସ୍ତଙ୍କ ନଜର ବିୟୁଟି ସେନ୍ସେସନ୍ କ୍ୟାଟ୍ରିନା ଓ ଭିକ୍କ୍ି କୌଶଲଙ୍କ ବିବାହ ଉପରେ । ଏହି ବିବାହକୁ ନେଇ ଅନେକ ଖବର ଆସୁଥିବାବେଳେ ଭିକ୍କିଙ୍କ ପକ୍ଷରୁ ବରଯାତ୍ରୀ କିଏ ହେବେ ଏନେଇ ତାଲିକା ପ୍ରକାଶ ପାଇଛି । ତେବେ ତାଲିକାର ଶୀର୍ଷରେ ଅଛନ୍ତି ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍ ।

ଭିକ୍କିଙ୍କ ବରଯାତ୍ରୀରେ ପ୍ରଥମ ଅତିଥି ଭାବେ ଶଶାଙ୍କଙ୍କ ନାଁ ଆଗରେ ଥିବା ସୁନିଶ୍ଚିତ କରିଛନ୍ତି ଭିକ୍କ୍ି । ଏହା ସହ ଦୁହିଁଙ୍କ ଘନିଷ୍ଠ ବନ୍ଧୁ କରଣ ଜୋହର ମଧ୍ୟ ସେଠାରେ ରହିବେ । ନିର୍ଦ୍ଦେଶକ ଫରାହ ଖାନ ଏବଂ ଜୋୟା ଅଖତର ମଧ୍ୟ ଯୋଗଦେବେ ।ଏହାସହ କବୀର ଖାନ, ରୋହିତ ସେଟ୍ଟୀ, ସଦ୍ଧାର୍ଥ ମଲହୋତ୍ରା, କିୟାରା ଆଡଭାନୀ, ବରୁଣ ଧାବନ ଓ ଅଲି ଆବାସଙ୍କ ଭଳି ସେଲିବ୍ରିଟି ସାମିଲ ହେବେ ।

ରାଜସ୍ଥାନର ସୱାଇ ମାଧୋପୁରରେ ସୁନ୍ଦର, ୧୪ ତମ ଶତାବ୍ଦୀର ଦୁର୍ଗରେ ପାରମ୍ପାରିକ ପଞ୍ଜାବୀ ରୀତିରେ ବିବାହ ଅନୁଷ୍ଠିତ ହେବ । ଏହି ଦୁର୍ଗରେ ଦୁଇଟି ପ୍ରାସାଦ ଏବଂ ଦୁଇଟି ମନ୍ଦିର ସହିତ, ସିକ୍ସ ସେନ୍ସ ରିସର୍ଟ ଏବଂ ସ୍ପାରେ ପରିଣତ ହୋଇଛି ଯେଉଁଥିରେ ବାରୱାରା ହ୍ରଦ ମଧ୍ୟ ଅଛି ଏବଂ ଏହି ଦମ୍ପତି ସେମାନଙ୍କର ଆଗାମୀ ବିବାହ ପାଇଁ ସମଗ୍ର ରିସର୍ଟ ବୁକ୍ କରାଯାଇଛି ।

କ୍ୟାଟ୍ରିନା ଏବଂ ଭିକ୍କିଙ୍କ ବିବାହ ଡିସେମ୍ବର ୯ ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଡିସେମ୍ବର ୭ ଏବଂ ୮ ରେ ନିର୍ବନ୍ଧ, ମେହେନ୍ଦୀ ଏବଂ ସଂଗୀତ ସମାରୋହ ଅନୁଷ୍ଠିତ ହେବ। ଏହା ଉଭୟ ପାରମ୍ପାରିକ ଏବଂ ଆଧୁନିକ ଢଙ୍ଗରେ ଆୟୋଜିତ ହେବ । ଏହି ବିବାହ ଉତ୍ସବକୁ ଜୀବନର ସବୁଠୁ ମୂଲ୍ୟବାନ୍ ସ୍ୃତି ଭାବେ ସାଇତି ରଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ଭିକ୍କି ଓ କ୍ୟାଟ୍ରିନା ।

The post ଆସିଲା କ୍ୟାଟ୍ରିନା- ଭିକ୍କିଙ୍କ ବିବାହର ବରଯାତ୍ରୀ ତାଲିକା । ଆଗରେ କାହା ନାଁ? first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: