ଓଡ଼ିଶାରେ ହରିୟାଣା ପୋଲିସର ଦବଙ୍ଗଗିରି: ତଦନ୍ତ ବେଳେ ଫଟୋ ଉଠାଇବାରୁ ସାମ୍ବାଦିକଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ

କନକ ବ୍ୟୁରୋ: ଓଡ଼ିଶାରେ ହରରିୟାଣା ପୋଲିସର ଦବଙ୍ଗଗିରି । ସାମ୍ବାଦିକଙ୍କୁ ଠେଲାପେଲା କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇଲେ । ବାଲେଶ୍ୱର ଖନ୍ତାପଡ଼ାରୁ ଆସିଛି ଏପରି ଦୃଶ୍ୟ । ତଦନ୍ତ ପାଇଁ ହରିୟାଣା ପୋଲିସ୍ ଖନ୍ତାପଡ଼ାର ଷଷ୍ଠୀ ଗାଁକୁ ଆସିଥିଲା । ଏକଥା ଜାଣି ସାମ୍ବାଦିକମାନେ ସେଠାରେ ପହଂଚି ଫଟୋ ଉଠାଇଥିଲେ । ହେଲେ ଏହାକୁ ନେଇ ରାଗିଯାଇଥିଲେ ହରିୟାଣା ପୋଲିସର ଅଧିକାରୀ ।

ପ୍ରଥମେ ପୋଲିସ୍ ଅଧିକାରୀ ଜଣକ ସାମ୍ବାଦିକଙ୍କୁ ପେଲାଠେଲା କରୁଛନ୍ତି, ଆଉ ହାତରେ ଧରିଛନ୍ତି ବନ୍ଧୁକ । ଏହି ଘଟଣାପରେ ନ୍ୟାୟ ଦାବିରେ ଗଣମାଧ୍ୟମର ପ୍ରତିନିଧିମାନେ ଧାରଣାରେ ବସିଛନ୍ତି । ଖନ୍ତାପଡ଼ା ଥାନାରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି । ସଦର ଏସଡିପିଓ ଘଟଣାସ୍ଥଳରେ ପହଂଚି ସ୍ଥିତି ବୁଝୁଥିବା ଜଣାପଡ଼ିଛି ।

The post ଓଡ଼ିଶାରେ ହରିୟାଣା ପୋଲିସର ଦବଙ୍ଗଗିରି: ତଦନ୍ତ ବେଳେ ଫଟୋ ଉଠାଇବାରୁ ସାମ୍ବାଦିକଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started