ବର୍ଷା-ଅନୁଭବ ବିବାଦରେ ପଶିଲା ରାଜନୀତି । ମା’କୁ ସମ୍ମାନ ପ୍ରସଙ୍ଗ ଉଠାଇଲା ବିଜେପି ।

କନକ ବ୍ୟୁରୋ:  ସାଂସଦ ଅନୁଭବ ମହାନିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶୀନି କରିଥିବା ଏଫଆଇଆର, ପୁଲିସକୁ ବି ଦ୍ୱନ୍ଦ୍ୱରେ ପକାଇ ଦେଇଛି । କିଏ ସତ କହୁଛି? କିଏ ମିଛ କହୁଛି? କିଏ କାହାକୁ ଅତ୍ୟାଚାର କରୁଛି? ପ୍ରକୃତରେ ଚାଲିଛି କଣ? ପୁଲିସ କିଛି ବୁଝି ପାରୁ ନାହିଁ । କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ବର୍ଷା କରିଥିବା ଅଭିଯୋଗ ଗୁଡିକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଛି ।

ବର୍ଷା ଏଫଆଇଆର କରିବାର ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଲମ୍ବା ଭିଡିଓ ପୋଷ୍ଟ କରି ନିଜ ଦାଂପତ୍ୟ ଜୀବନର ଦୁଃଖ କାହାଣୀ ବର୍ଣ୍ଣନା କରିଥିଲେ । ମଝିରେ ମଝିରେ ଆଖିରୁ ଲୁହ ପୋଛି ଅନୁଭଭ କହୁଥିଲେ, ବାହା ହୋଇଥିଲେ ବି ସ୍ୱାମୀର ଅଧିକାର ପାଇ ନାହାନ୍ତି । କିନ୍ତୁ ଅନୁଭବ ଲୋକଙ୍କ ସମବେଦନା ପାଇବା ପୂର୍ବରୁ ଏପଟେ ଥାନାକୁ ପହଂଚିଗଲେ ବର୍ଷା ।

କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେବା ପରେ ଅନୁଭବଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । କହିଛନ୍ତି, ଅନୁଭବ ରିଲ ଲାଇଫ୍ରେ ସୁନ୍ଦର ଅଭିନୟ କରନ୍ତି, ହେଲେ ରିୟଲ ଲାଇଫ୍ରେ ସଂପୂର୍ଣ୍ଣ ଭିନ୍ନ । ପ୍ରଥମେ ସେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ ।

The post ବର୍ଷା-ଅନୁଭବ ବିବାଦରେ ପଶିଲା ରାଜନୀତି । ମା’କୁ ସମ୍ମାନ ପ୍ରସଙ୍ଗ ଉଠାଇଲା ବିଜେପି । first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

Create your website with WordPress.com
Get started
%d bloggers like this: