ବସ୍ ଟର୍ମିନାଲ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେନି ମହମ୍ମଦ ମୋକିମ : କହିଲେ କିଛି କାମ ସରିନି, କେମିତି ଉଦଘାଟନ ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ନେତାଜୀ ବସ ଟର୍ମିନାଲ ଉଦଘାଟନକୁ ବିରୋଧ । ଉଦଘାଟନ କାର୍ଯ୍ୟକ୍ରମକୁ ବିରୋଧ କରିବେ କଟକ ବାରବାଟୀ ବିଧାୟକ ମହମଦ ମୋକିମ୍ । କଟକ ସହରବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଇଛି । ଓଡ଼ିଆ ଠିକାଦାରଙ୍କ ବଦଳରେ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଇଛି । କିଛି କାମ ଏବେ ଯାଏଁ ଶେଷ ହୋଇନାହିଁ କେମିତି ଉଦଘାଟନ କରିବାକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି କର୍ଯ୍ୟକ୍ରମକୁ ସେ ବର୍ଜନ କରିବେ ବୋଲି ମଧ୍ୟ କହିଛନ୍ତି । ତାଙ୍କ ଦଳର କିଛି କର୍ପୋରେଟର ସେଠାକୁ ନଯାଇ ଧର୍ମଘଟରେ ବସିବେ ମୋକିମ୍ ବୋଲି କହିଛନ୍ତି ।

 

The post ବସ୍ ଟର୍ମିନାଲ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେନି ମହମ୍ମଦ ମୋକିମ : କହିଲେ କିଛି କାମ ସରିନି, କେମିତି ଉଦଘାଟନ ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ? first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started