ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକ । ଜଗା ଦର୍ଶନ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି ମନ୍ଦିର ଖୋଲିବା ଆବଶ୍ୟକ ଏବଂ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷା କରିଛି । ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନContinue reading “ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକ । ଜଗା ଦର୍ଶନ ନେଇ ହେବ ଆଲୋଚନା”

ମୋବାଇଲରୁ ମିଳିବ କି ପରୀ ହତ୍ୟାକାରୀର ସୁରାକ୍? ଜଣେ କଲେଜ ଛାତ୍ର ଆଡକୁ କେନ୍ଦ୍ରୀଭୂତ ହୋଇଛି ଏସଆଇଟି ତଦନ୍ତ, ପରୀ ମୃତ୍ୟୁ ମାମଲାରେ ଆସୁଛି ରୋଚକ ମୋଡ ।

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ ବେଳେ ଏକ ରୋଚକ ମୋଡ ସାମ୍ନାକୁ ଆସିଛି । ପରୀ ଘର ନିକଟରେ ଥିବା ଜଣେ ୧୮ ବର୍ଷିୟ ଯୁବକର ମୋବାଇଲ୍ ଫୋନରେ ଝୁଂଟି ହୋଇପଡିଥିଲା ଏସଆଇଟିର ତଦନ୍ତ । ପୂର୍ବରୁ ଏହି ଯୁବକର ମୋବାଇଲକୁ ପୁଲିସ ସିଜ୍ କରିଥିଲା । କିନ୍ତୁ ମୋବାଇଲ ଭିତରେ ଥିବା ଏକ ଫୋଲଡରକୁ ପୁଲିସ ବହୁ ଚେଷ୍ଟା କରି ବି ଖୋଲିପାରିନଥିଲା । କାରଣ ଏହାକୁ ପାସୱାର୍ଡ ଦେଇContinue reading “ମୋବାଇଲରୁ ମିଳିବ କି ପରୀ ହତ୍ୟାକାରୀର ସୁରାକ୍? ଜଣେ କଲେଜ ଛାତ୍ର ଆଡକୁ କେନ୍ଦ୍ରୀଭୂତ ହୋଇଛି ଏସଆଇଟି ତଦନ୍ତ, ପରୀ ମୃତ୍ୟୁ ମାମଲାରେ ଆସୁଛି ରୋଚକ ମୋଡ ।”

୪ ବର୍ଷ ହେଲା ଜେଲର ଅନ୍ଧାର କୋଠରୀରେ ଡି-ବ୍ରଦର୍ସ  । ହେଲେ ଘରେ ଚାଲିଛି କ୍ରାଇମ ସିଣ୍ଡିକେଟ୍ । ବନ୍ଧୁକ ସହ ହଜାରେରୁ ଅଧିକ ଗୁଳି ଜବତ ।

କନକ ବ୍ୟୁରୋ : ବୋଧହୁଏ ଏତେ ପରିମାଣର ବନ୍ଧୁକ ଓ ଗୁଳି, ପୂର୍ବରୁ ରାଜ୍ୟର କୌଣସି ଗ୍ୟାଙ୍ଗଷ୍ଟରଙ୍କ ଘରୁ ଜବତ କରି ନଥିବ ପୁଲିସ । ଏପରିକି ମାଓ କ୍ୟାମ୍ପରୁ ଏତେ ଗୁଳି ଜବତ ହେବା ଘଟଣା ବି ବିରଳ । ଏହି ଭିଜୁଆଲକୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଜଣେ ଗାଙ୍ଗଷ୍ଟରଙ୍କ ଘରେ ରହିଛି ଏତେ ପରିମାଣର ଅସ୍ତ୍ରଶସ୍ତ୍ର । ହଜାରେ ଅଧିକ ଗୁଳି, ଭଳି କି ଭଳି ଅତ୍ୟାଧୁନିକ ବନ୍ଧୁକ ଦେଖିଲେ, ଲାଗିବContinue reading “୪ ବର୍ଷ ହେଲା ଜେଲର ଅନ୍ଧାର କୋଠରୀରେ ଡି-ବ୍ରଦର୍ସ  । ହେଲେ ଘରେ ଚାଲିଛି କ୍ରାଇମ ସିଣ୍ଡିକେଟ୍ । ବନ୍ଧୁକ ସହ ହଜାରେରୁ ଅଧିକ ଗୁଳି ଜବତ ।”

ଜାମିନ ପାଇଁ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ । ପୂର୍ବରୁ ଏଡିଜେ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା ।

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଗତ ୭ ତାରିଖ ଦିନ ଭୁବନେଶ୍ୱରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କContinue reading “ଜାମିନ ପାଇଁ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ । ପୂର୍ବରୁ ଏଡିଜେ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା ।”

ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜା ଅସୁସ୍ଥ । ହାର୍ଟ ଆଟାକ୍ କାରଣରୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ବିଶିଷ୍ଠ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ହାର୍ଟ ଆଟାକରେ ଶିକାର ହୋଇଛନ୍ତି । ତାଙ୍କୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର ବଦ୍ଭଶସକ୍ଟକ୍ଟ୍ରକ୍ଷବଗ୍ଦଗ୍ଧଚ୍ଚ ଅପରେଶନ ହୋଇଥିବା ସୂଚନା ମିଳିଛି  । କୁହାଯାଇଛି କି ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନା ମୁତାବକ ରେମୁ ଡିସୋଜାଙ୍କୁ ଶୁକ୍ରବାର ୨.୩୦ ମିନିଟ୍ ସମୟରେ ହାର୍ଟ ଆଟାକ୍ ହୋଇଥିଲା । କୁହାଯାଇଛି କି ରେମୋଙ୍କ ହାଟରେ ଥିବା ବ୍ଲକେଜ କାଢିଦେବା ପରେ ତାଙ୍କୁContinue reading “ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜା ଅସୁସ୍ଥ । ହାର୍ଟ ଆଟାକ୍ କାରଣରୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି”

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ । ଆକାଶ ପାଠକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

କନକ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ । ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଜାଲିିଆତି, ଠକେଇ, ଷଡଯନ୍ତ୍ର ମାମଲାରେ ତାଙ୍କୁ ପଚରାଉଚରା କରାଯିବ । ଆଜି କୋର୍ଟରେ ହାଜର ହୋଇଥିଲେ ପାଠକ ବାପ-ପୁଅ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେବା ପରେ ତାଙ୍କୁ ଆଜି ରିମାଣ୍ଡରେ ନିଆଯାଇଛି । ଏହାସହ ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି । ୬୫ ଲକ୍ଷ ଠକେଇ ମାମଲାରେContinue reading “୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ । ଆକାଶ ପାଠକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।”

ବିହାର ମୁଙ୍ଗେରରୁ ଡି-ବ୍ରଦର୍ସଙ୍କ ଘରକୁ ଆସୁଥିଲା ବନ୍ଧୁକ । ଜେଲରେ ରହି ଅପରାଧ ସାମ୍ରାଜ୍ୟ କେମିତି ଅପରେଟ୍ କରୁଥିଲେ ଧଳସାମନ୍ତ? ଅଧିକ ତଥ୍ୟ ପାଇଁ ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ

କନକ ବ୍ୟୁରୋ : ଧଳସାମନ୍ତଙ୍କ ଘରେ ପୋଲିସ ଚଢାଉ ନେଇ ସାମ୍ବାଦିକ ସମ୍ମିଳନ କରି ପୁରା ତଥ୍ୟ ଦେଇଛନ୍ତି ପୁଲିସ କମିଶନର । ଧଳସାମନ୍ତଙ୍କ ଘରୁ ୧୬ଟି ବନ୍ଧୁକ, ହଜାରେ ୯୫ଟି ଗୁଳି ମିଳିଛି । ଏକ ସିକ୍ରେଟ ଚାମ୍ବର ଭିତରେ ଏସବୁ ଲୁଚାଇ ରଖାଯାଇଥିଲ । ଏହି ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା । ଘରେ ଆହୁରୀ ବନ୍ଧୁକ ଓ ଗୁଳି ଲୁଚାଯାଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଧଳସାମନ୍ତ ଭାଇଙ୍କୁ ପୋଲିସContinue reading “ବିହାର ମୁଙ୍ଗେରରୁ ଡି-ବ୍ରଦର୍ସଙ୍କ ଘରକୁ ଆସୁଥିଲା ବନ୍ଧୁକ । ଜେଲରେ ରହି ଅପରାଧ ସାମ୍ରାଜ୍ୟ କେମିତି ଅପରେଟ୍ କରୁଥିଲେ ଧଳସାମନ୍ତ? ଅଧିକ ତଥ୍ୟ ପାଇଁ ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ”

୪ ମାସ ପରେ ବି କୁନି ଝିଅ ପିହୁର ମିଳୁନି ପତା । ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ 

କନକ ବ୍ୟୁରୋ : ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତିର ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ନେଉନଥିବା ବେଳେ ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଗୋଟେ ୨ ବର୍ଷର ଶିଶୁ କନ୍ୟା ୪ ମାସ ହେଲା ନିଖୋଜ ହୋଇଯାଇଛି । ନିଜ ମାମୁଁ ଘରକୁ ଆସିଥିବା ଏହି ଶିଶୁ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କେହି ଉଠାଇନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପରିକି ଜଣେ ଅଜଣା ବ୍ୟକ୍ତିContinue reading “୪ ମାସ ପରେ ବି କୁନି ଝିଅ ପିହୁର ମିଳୁନି ପତା । ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ “

କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆନ୍ଦୋଳନରତ ଚାଷୀ । କୃଷକ ବିରୋଧୀ କୃଷି ବିଲକୁ ରଦ୍ଦ କରିବାକୁ ଅପିଲ

କନକ ବ୍ୟୁରୋ : କୁଷି କାନୁନ ର ମୁଦ୍ଦା ଏବେ ପୁଣି ସୁପ୍ରିମକୋର୍ଟ ରେ ପହଂଚିଛି । ଆଜି (ଶୁକ୍ରବାର) ଏନେଇ ଏକ ଅଭିଯୋଗ ଦାଖଲ କରି କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି । ଭାରତୀୟ କୃଷକ ସଂଗଠନ ଭାନୁ ଗୁଟ ତରଫରୁ ଏହି ମାମଲା ଦାୟର ହୋଇଛି । ଅଭିଯୋଗରେ ୩ ଟି ଯାକ କୃଷି ଆଇନକୁ ଅସମ୍ବିଧାନିକ ଭାବେ ଗ୍ରହଣ କରି ଏହାକୁ ରଦ୍ଦ କରିବାକୁ ଦାବି କରାଯାଇଛିContinue reading “କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆନ୍ଦୋଳନରତ ଚାଷୀ । କୃଷକ ବିରୋଧୀ କୃଷି ବିଲକୁ ରଦ୍ଦ କରିବାକୁ ଅପିଲ”

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଭିଜିଲାନ୍ସ କରିବ ତଦନ୍ତ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନର୍ଦ୍ଦେଶ ଦେଲେ ଲୋକାୟୁକ୍ତ

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସ ତଦନ୍ତ କରିବା ପରେ ହୁଏତ ଖୋଲିବ ପାଠକ ବାପା-ପୁଅଙ୍କ ସହ ସଂପର୍କର ପେଡି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନିତି ମାମଲା ରହିଛି । ସେହି ମାମଲାର ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ପ୍ରଦିପଙ୍କ ଆର୍ୟବହିର୍ଭୁତ ସମ୍ପତିର ଖୋଳତାଡ଼Continue reading “ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଭିଜିଲାନ୍ସ କରିବ ତଦନ୍ତ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନର୍ଦ୍ଦେଶ ଦେଲେ ଲୋକାୟୁକ୍ତ”

Create your website with WordPress.com
Get started