ବୌଦ୍ଧ ରାବଣେଶ୍ୱରୀ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓବାଦୀ ।

କନକ ବ୍ୟୁରୋ: ବୌଦ୍ଧ ରାବଣେଶ୍ୱରୀ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ପ୍ରାୟ ୪୫ ମିନିଟ୍ ଧରି ଗୁଳି ବିନିମୟ ହୋଇଥିଲା । ଏହା ପରେ ଛତ୍ରଭଙ୍ଗ ଦେଇ ମାଓବାଦୀମାନେ ଖସି ପଳାଇଥିବା ସୂଚନା ମିଳିଛି । ଏଥିରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି । ବିପୁଳ ପରିମାରଣ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଜଙ୍ଗଲରେ ୩୦ରୁ ୪୦ ଜଣ ମାଓବାଦୀ ଥିବା ଜଣାପଡ଼ିଥିଲା । ଏହା ପରେContinue reading “ବୌଦ୍ଧ ରାବଣେଶ୍ୱରୀ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓବାଦୀ ।”

ଶ୍ରୀମନ୍ଦିରରେ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସେଡ ସହ ପାଣି ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ।

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସେଡ୍ ବ୍ୟବସ୍ଥା । ଏପରିକି ପାଣି ଯୋଗାଇ ଦେବାକୁ ନିଷ୍ପତ୍ତିି କରିଛି ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟି ସଦସ୍ୟ ଓ ଉଚ୍ଚ ପଦାଧିକାରୀଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତିି ହୋଇଛି । ବୈଠକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି । ଜଗା ଦର୍ଶନ ପାଇଁ ଆସୁଥିବା ବୟସ୍କ ଓ ଅସୁସ୍ଥଙ୍କ ବିଶ୍ରାମ ପାଇଁ ହେବ ସ୍ୱତନ୍ତ୍ର ସେଡ୍ ।Continue reading “ଶ୍ରୀମନ୍ଦିରରେ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସେଡ ସହ ପାଣି ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ।”

ଛାତ୍ରାବାସରୁ ନିଖୋଜ ହୋଇଗଲେ ଯୁକ୍ତ ଦୁଇ ଛାତ୍ର ।  ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

କନକ ବ୍ୟୁରୋ: ଯାଜପୁର ଏନସି କଲେଜ ଛାତ୍ରାବାସରୁ ଛାତ୍ର ନିଖୋଜ । ନିଖୋଜ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷର ବୋଲି ଜଣାପଡିଛି । ନିଖୋଜ ଛାତ୍ର ହେଉଛନ୍ତି ବିଂଝାରପୁର ବ୍ଲକ ସିଂହପୁର ମଳିଆ ଅଞ୍ଚଳର ଭରତ ସାହୁଙ୍କ ପୁଅ ଚିରଞ୍ଜୀବ ସାହୁ । ସେ ଛାତ୍ରବାସରୁ କେଉଁଆଡେ ପଳାଇ ଯାଇଥିବା ଜଣାପଡ଼ିଛି । ଘର ଲୋକ ତାଙ୍କ ସହ ଯୋଗାଯୋଗ ନକରିପାରିବାରୁ ସନ୍ଦେହ ହୋଇଥିଲା । The post ଛାତ୍ରାବାସରୁ ନିଖୋଜ ହୋଇଗଲେ ଯୁକ୍ତ ଦୁଇContinue reading “ଛାତ୍ରାବାସରୁ ନିଖୋଜ ହୋଇଗଲେ ଯୁକ୍ତ ଦୁଇ ଛାତ୍ର ।  ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।”

ଆଜିଠୁ ସରଗରମ ହେବ ବିଧାନସଭାର ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ ।

କନକ ବ୍ୟୁରୋ: ଆଜିଠୁ ସରଗରମ ହେବ ବିଧାନସଭାର ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ ରଖିଛନ୍ତି । ଜବାବ ରଖିବା ପାଇଁ ସରକାରୀ ଦଳ ବି ପ୍ରସ୍ତୁତ ହୋଇ ରହିଛି । ଆଜି ଗୃହରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓଡ଼ିଶା ଭୂ ସଂସ୍କାର ବିଧେୟକ ୨୦୨୩ ଆଗତ କରିବେ ବୋଲି ଜଣାପଡ଼ିଛି । ଗତକାଲିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଗତକାଲି ଶୋକପ୍ରସ୍ତାବ ପରେ ମୁଲତବୀContinue reading “ଆଜିଠୁ ସରଗରମ ହେବ ବିଧାନସଭାର ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ ।”

ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନରେ ଯୋଗ ଦେବେ ।

କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଷ୍ଟପତିଙ୍କ ସହ ମା’ଙ୍କୁ ଦର୍ଶନ କରିଛନ୍ତି । ମହାମହିମ ସମଲେଶ୍ୱରୀ ମନ୍ଦିର ଯାଇଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମଲେଶ୍ୱରୀଙ୍କ ଦର୍ଶନ ପରେ ଏମସିଏଲ୍ ଗେଷ୍ଟ ହାଉସକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି । ଆଜି ୮ଟା ୫୦ରେContinue reading “ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନରେ ଯୋଗ ଦେବେ ।”

ସନ୍ଦେହ ଯୋଗୁଁ ହତ୍ୟା : ସାମ୍ନାକୁ ଆସିଲା ସୁଟକେଶରୁ ଶବ ମିଳିବା ଘଟଣାର ସତ । ପ୍ରେମିକାକୁ ହତ୍ୟା କରିବା ପରେ ଆଟାଚିରେ ଭର୍ତ୍ତିିର୍ କରି ଷ୍ଟେସନରେ ଛାଡି ଦେଇଥିଲା ପ୍ରେମିକ ।

କନକ ବ୍ୟୁରୋ: ମୁମ୍ବାଇ-କୁର୍ଲା ରେଳଷ୍ଟେସନରୁ ଆଟାଚି ଭିତରୁ ସୁନ୍ଦରଗଡ଼ର ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ସତ । ଯୁବତୀଙ୍କୁ ହତ୍ୟା କରିଛି ତାର ପ୍ରେମିକ । ଚରିତ୍ର ଉପରେ ସନ୍ଦେହ କରି ପ୍ରେମିକ ହତ୍ୟା କରିଛି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ବନ୍ଦଲିକାନିର ଯୁବତୀ ପ୍ରତିମା କିଶପଟ୍ଟା ଜଣଙ୍କ ଘରେ କାମ କରୁଥିଲେ । ପ୍ରେମିକ ମନୋଜ ବାର୍ଲା ଏକ ମିଠା ଦୋକାନରେ କାମ କରୁଥିଲେ । ମନୋଜଙ୍କ ଘର ଆସ୍କା ଅଂଚଳରContinue reading “ସନ୍ଦେହ ଯୋଗୁଁ ହତ୍ୟା : ସାମ୍ନାକୁ ଆସିଲା ସୁଟକେଶରୁ ଶବ ମିଳିବା ଘଟଣାର ସତ । ପ୍ରେମିକାକୁ ହତ୍ୟା କରିବା ପରେ ଆଟାଚିରେ ଭର୍ତ୍ତିିର୍ କରି ଷ୍ଟେସନରେ ଛାଡି ଦେଇଥିଲା ପ୍ରେମିକ ।”

ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ଦୁଇଟି ଟ୍ରକ୍ । ୩ ଘଣ୍ଟା ନାକେଦମ୍ ହେବା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ ।

କନକ ବ୍ୟୁରୋ: ଜଳିଗଲା ତେଲ ବୋଝେଇ କଣ୍ଟେନର । ଏହା ସହ ଦୁଇଟି ଟ୍ରକ୍ ମଧ୍ୟ ଜଳିଯାଇଛି । ପାରାଦୀପ ଲକଥାନା ଅଧିନ ପିପିଏଲ୍ ଛକ ନିକଟ ଏକ ଗ୍ୟାରେଜ୍ରେ ଏଭଳି ଘଟଣା ଘଟିଛି । ବିଳମ୍ବିତ ରାତିରେ କଣ୍ଟେନର ସମେତ ଦୁଇଟି ଟ୍ରକ୍ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କଣ୍ଟେନର ଭିତରେ ଚୋରା ଡିଜେଲ ଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ପାରଦୀପ ଓ କୁଜଙ୍ଗର ୬ଟିContinue reading “ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ଦୁଇଟି ଟ୍ରକ୍ । ୩ ଘଣ୍ଟା ନାକେଦମ୍ ହେବା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ ।”

୪୬ ଦିନରେ ପହଁଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରୁ ଇଜିପ୍ଟକୁ ପଠାଗଲା ୨୮ଜଣ ଅସୁସ୍ଥ ନବଜାତ ଶିଶୁ, ହମାସ ଓ ହେଜବୁଲ୍ଲା ଉପରେ ଡବଲ ଆଟାକ କରୁଛି ଇସ୍ରାଏଲ ସେନା

କନକ ବ୍ୟୁରୋ : ହମାସ-ଇସ୍ରାଏଲ ଯୁଦ୍ଧ ୪୬ଦିନରେ ପହଁଚିଛି । ହମାସ ଓ ହେଜବୁଲ୍ଲା ଉପରେ ଡବଟ ଆଟାକ ଜାରି ରଖିଛି ଇସ୍ରାଏଲସେନା । ଗୋଟେ ପଟେ ଗାଜାରେ ହମାସ ଶିବିରକୁ ମାଟିରେ ମିଶାଇବା ପାଇଁ ଇସ୍ରାଏଲ ପ୍ରାଣପ୍ରଣେ ଉଦ୍ୟମ କରୁଛି ଅନ୍ୟପଟେ ଲେବାନନ ସୀମାରେ ଏୟାରଷ୍ଟ୍ରାଇକ କରି ହେଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ସୋମବାର ଇସ୍ରାଏଲ ଉପରେ ହେଜବୁଲ୍ଲା ୨୫ଟି ରକେଟ ମାଡ କରିବା ପରେ ଏହାର ଜବବା ଦେଇଛି ଆଇଡିଏଫContinue reading “୪୬ ଦିନରେ ପହଁଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରୁ ଇଜିପ୍ଟକୁ ପଠାଗଲା ୨୮ଜଣ ଅସୁସ୍ଥ ନବଜାତ ଶିଶୁ, ହମାସ ଓ ହେଜବୁଲ୍ଲା ଉପରେ ଡବଲ ଆଟାକ କରୁଛି ଇସ୍ରାଏଲ ସେନା”

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ

କନକ ବ୍ୟୁରୋ : -ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି । ରାମ ମନ୍ଦିର ପୂଜକ ପାଇଁ ଗତ ମାସରେ ବିଜ୍ଞାପନ ଦିଆଯାଇଥିଲା । ଏହାପରେ ୩ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନContinue reading “ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର ଲୋକ କଲେ ଆବେଦନ”

ପତଂଜଳୀକୁ ସୁପ୍ରିମକୋର୍ଟଙ୍କ ତାଗିଦ । କୋର୍ଟଙ୍କ ତାଗିଦ, କହିଲେ ଆଧୁନିକ ଔଷଧ ଓ ଟିକା ବିରୋଧରେ ପ୍ରଚାର କରନି ଭ୍ରମିତ କରୁଥିବା ବିଜ୍ଞାପନ

କନକ ବ୍ୟୁରୋ : ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଂଜଳୀ ଆୟୁବେର୍ଦର ବିଜ୍ଞାପନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କୌଣସି ବିଭ୍ରାନ୍ତିକ, ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କଲେ ଜରିମାନା ଲାଗୁ କରାଯିବ ବୋଲି ପତଞ୍ଜଳୀକୁ ଚେତାବନୀ ଦେଇଛନ୍ତି କୋର୍ଟ । ଭାରତୀୟ ମେଡିକାଲ ଆସୋସିଏଶନ ପତଞ୍ଜଳୀ ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଯାହା ଉପେରେ କୋର୍ଟContinue reading “ପତଂଜଳୀକୁ ସୁପ୍ରିମକୋର୍ଟଙ୍କ ତାଗିଦ । କୋର୍ଟଙ୍କ ତାଗିଦ, କହିଲେ ଆଧୁନିକ ଔଷଧ ଓ ଟିକା ବିରୋଧରେ ପ୍ରଚାର କରନି ଭ୍ରମିତ କରୁଥିବା ବିଜ୍ଞାପନ”

Design a site like this with WordPress.com
Get started