କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମହାମହିମ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଯିବା କାର୍ଯ୍ୟକ୍ରମ ରହିଛି । ଆଜି ସକାଳେ ରାଷ୍ଟ୍ରପତି ପାହାଡପୁରରେ ପହଞ୍ଚି ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣContinue reading “ନୂଆ ଟ୍ରେନର ହେଲା ଶୁଭାରମ୍ଭ । ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମହାମହିମ”
Author Archives: Raghaba
ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜ ହାଇଜାକ । ସାମ୍ନାକୁ ଆସିଲା ଭିଡିଓ
କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜକୁ ହାଇଜାକ କରିନେଇଛନ୍ତି ୟେମେନ ହାଉଥି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛି ୟେମେନ ହାଉଦି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଫୁଟେଜ ୟେମେନ ହାଉଥି ପକ୍ଷରୁ ସେୟାର କରାଯାଇଛି । ଏକ ହେଲିକ୍ୟାପ୍ଟରରେ ଅସ୍ତ୍ରଶସ୍ତ୍ର ଧରି ୟେମେନ ହାଉଦି ମିଲିଟାଣ୍ଟ ଗ୍ରୁପ ଜାହାଜ ଉପରେContinue reading “ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜ ହାଇଜାକ । ସାମ୍ନାକୁ ଆସିଲା ଭିଡିଓ”
ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିଙ୍ଗଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ଗୃହରେ ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ପାଇଁ ଶୋକପ୍ରକାଶ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସContinue reading “ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଦିଙ୍ଗଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ।”
ଟିମ୍ ଇଣ୍ଡିଆର ଡ୍ରେସିଂରୁମରେ ଖେଳାଳୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଉ କହିଲେ… । ଦେଖନ୍ତୁ ପୂରା ଭିଡ଼ିଓ ।
କନକ ବ୍ୟୁରୋ : ବିଶ୍ୱକପର ଫାଇନାଲରେ ଟିମ୍ ଇଣ୍ଡିଆ ପରାଜିତ ହେବା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଛି । ଖେଳାଳୀଙ୍କ ଆଖିରେ ଲୁହ ଦେଖି ପୂରା ଭାରତ କାନ୍ଦିଛି । କାରଣ ଫାଇନାଲ ପୂର୍ବରୁ ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଟାଇଟଲ ଟକ୍କରରେ ପରାଜିତ ହୋଇଛି । ତେବେ ଫାଇନାଲ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଖେଳାଳୀଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢାଇଥିଲେ ।Continue reading “ଟିମ୍ ଇଣ୍ଡିଆର ଡ୍ରେସିଂରୁମରେ ଖେଳାଳୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଉ କହିଲେ… । ଦେଖନ୍ତୁ ପୂରା ଭିଡ଼ିଓ ।”
ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ନିଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ବିରୋଧୀ ।
କନକ ବ୍ୟୁରୋ : ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ସାଲୁଗା ପ୍ରଧାନ ନିଦ୍ୱନ୍ଦ୍ୱରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ । ନୂଆ ଉପ-ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପ-ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ । ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହରContinue reading “ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ନିଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ବିରୋଧୀ ।”
ଗତକାଲି ଅପେକ୍ଷା ଶ୍ରୀମନ୍ଦିରରେ ଆଜି ଭିଡ କମ୍ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ହେବ ସ୍ୱତନ୍ତ୍ର ବୈଠକ
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ମଧ୍ୟ ଭକ୍ତଙ୍କ ଭିଡ ରହିଛି । ଗତକାଲିର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ବୈଠକ ହେବ । ଦିନକ ପରେ ପଂଚୁକ ହେଉଥିବା ଭିଡକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ମରିଚକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡକୁ ବଢାଯାଇଛି । ପ୍ରଶାସନର ସୂଚନା ଅନୁସାରେ ଗତକାଲି ଦୁଇ ଲକ୍ଷ ଭକ୍ତଙ୍କContinue reading “ଗତକାଲି ଅପେକ୍ଷା ଶ୍ରୀମନ୍ଦିରରେ ଆଜି ଭିଡ କମ୍ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଆଜି ହେବ ସ୍ୱତନ୍ତ୍ର ବୈଠକ”
ରାଇରଙ୍ଗପୁରରେ ରାଷ୍ଟ୍ରପତି । ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି
କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ପାହାଡପୁର ପହଞ୍ଚିଛନ୍ତି । ପାହାଡପୁରରେ ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନContinue reading “ରାଇରଙ୍ଗପୁରରେ ରାଷ୍ଟ୍ରପତି । ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି”
ସୁଡ଼ଙ୍ଗରେ କେମିତି କଟୁଛି ଦିନ । ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ
କନକ ବ୍ୟୁରୋ : ୧୦ ଦିନ ହେଲା ଟନେଲ ଭିତରେ ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ସୁଡ଼ଙ୍ଗ ଭିତରେ ଯେଉଁ ସ୍ଥାନରେ ଶ୍ରମିକ ମାନେ ଗତ ୧୨ତାରିଖରୁ ଫସି ରହିଛନ୍ତି ଏବଂ ସେହି ସ୍ଥାନରେ କେମିତି ଦିନ କାଟୁଛନ୍ତି ତାର ଭିଡିଓ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ଜରିଆରେ ପଠାଯାଇଥିବା ସିସିଟିଭି କ୍ୟାମେରା । ଏହି ସମୟରେ ଜଣେContinue reading “ସୁଡ଼ଙ୍ଗରେ କେମିତି କଟୁଛି ଦିନ । ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ”
ଉତରାଖଣ୍ଡ ସୁଡଙ୍ଗରେ ୧୦ ଦିନ ଫସିଛି ୪୧ ଜୀବନ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ରନ୍ଧାଖାଦ୍ୟ
କନକ ବ୍ୟୁରୋ : ୧୦ ଦିନ ହେଲା ଉତରାଖଣ୍ଡର ଉତରକାଶୀ ସିଲକ୍ୟାରୀ ସୁଡଙ୍ଗରେ ଫସିଛନ୍ତି ୪୧ ଶ୍ରମିକ । ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧା କରାଯାଇପାରିନାହିଁ । ଉଦ୍ଧାର ପାଇଁ କରାଯାଇଥିବା ଯୋଜନାର ସୁଫଳ ମିଳିପାରିନାହିଁ । ବିକଳ୍ପ ଭାବେ ଶ୍ରମିକଙ୍କ ପାଖରେ ପହଞ୍ଚିଛି ଏକ ୬ ଇଞ୍ଚ ଚଉଡାର ପାଇବ । ଫସି ରହିଥିବା ଶ୍ରମିକଙ୍କୁ ଏହା ସାହାଯ୍ୟରେ ପ୍ଲାଷ୍ଟିକ୍ ବୋତଲରେ ପୁଷ୍ଟିକର ରନ୍ଧାଖାଦ୍ୟ ପଠାଯାଇଛି । ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ପଦାର୍ଥContinue reading “ଉତରାଖଣ୍ଡ ସୁଡଙ୍ଗରେ ୧୦ ଦିନ ଫସିଛି ୪୧ ଜୀବନ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ରନ୍ଧାଖାଦ୍ୟ”
ଅଧାରେ ରହିଲା ଜଗା ଦର୍ଶନ । ଅଟୋରେ ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ଧକା ଦେଲା ଟ୍ରକ୍
କନକ ବ୍ୟୁରୋ : ଅଧାରେ ରହିଲା ଜଗା ଦର୍ଶନ । ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ସଡ଼କ ଦୁର୍ଘଟଣା । ପାଣିକୋଇଲି ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ମେଡିକାଲରେ ଭର୍ତି ହୋଇଛନ୍ତି । ଏକ ଅଟୋରେ ୮ ଜଣ ପୁରୀ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଶିବାନନ୍ଦ ମହାପାତ୍ର ଓContinue reading “ଅଧାରେ ରହିଲା ଜଗା ଦର୍ଶନ । ଅଟୋରେ ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ଧକା ଦେଲା ଟ୍ରକ୍”