କନକ ବ୍ୟୁରୋ : କୃଷି କାର୍ଯ୍ୟରେ ଔଷଧ, କୀଟନାଶକ ବ୍ୟବହାର ଏବେ ଆବଶ୍ୟକ ହୋଇପଡିଲାଣି । କିନ୍ତୁ ନକଲି କୀଟନାସକ ଯେ କେତେ ଭୟଙ୍କର ହୋଇପାରେ ତାର ଚିତ୍ର ସାମ୍ନାକୁ ଆସିଛି । କୀଟନାଶକ ଛିଂଚିବା ପରେ ସବୁଜ ଧାନ କ୍ଷେତ ନାଲି ପଡିଯାଇଛି । ଧାନରୁ ଗଛରୁ ବାହାରିଥିବା ଥୋଡ ସବୁ ଜଳିଯାଇଛି । ବାଲେଶ୍ୱର ଭୋଗରାଇ ବ୍ଲବ ବ୍ରାହ୍ମଣଦା ପଂଚାଯତର କସିଆ ଗାଁରେ ଏକର ଏକର ଜମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।Continue reading “ନକଲି କୀଟନାଶକକୁ ସାବଧାନ । ଔଷଧ ଛିଞ୍ଚିବା ପରେ ସବୁଜରୁ ନାଲି ପଡିଗଲା ଏକର ଏକର ଚାଷ ଜମି”
Author Archives: Raghaba
ଜମି ଅଛି କିନ୍ତୁ ଦଖଲ କରିପାରୁନାହାଁନ୍ତି ମାଲିକ । ୧୯୮୨ ଲାଗୁ ହୋଇଥିବା ‘ଚକବନ୍ଦୀ’ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ
କନକ ବ୍ୟୁରୋ : ଜମିର କାଗଜପତ୍ର ଅଛି । ହେଲେ ଚାଷ କରିପାରୁଛନ୍ତି ନା କାହାକୁ ବିକ୍ରି କରିପାରୁଛନ୍ତି । ଏପରିକି ଜମି କେଉଁଠି ଅଛି ତାହା ମାଲିକଙ୍କୁ ଜଣାନାହିଁ । ନିଜ ନାଁରେ ପଟ୍ଟା ଥିଲେ ମଧ୍ୟ ଜମିର ଦଖଲ କରିପାରୁନାହାଁନ୍ତି ଲୋକେ । ଜଣେ କି ଦୁଇ ଜଣ ନୁହେଁ ଅନୁଗୁଳ ଉପଖଣ୍ଡର ୯୨ ଖଣ୍ଡ ଗାଁର ଲକ୍ôଷାଧିକ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନୁଗୁଳରେ ଲାଗୁ ହୋଇଥିବା ‘ଚକବନ୍ଦୀ’ ଆଇନContinue reading “ଜମି ଅଛି କିନ୍ତୁ ଦଖଲ କରିପାରୁନାହାଁନ୍ତି ମାଲିକ । ୧୯୮୨ ଲାଗୁ ହୋଇଥିବା ‘ଚକବନ୍ଦୀ’ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ”
ନୀଳଗିରିରେ ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦ ନେଇ ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଆକ୍ରମଣ
କନକ ବ୍ୟୁରୋ : ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ପରେ ଅଭିଯୋଗ କରିବାକୁ ଆସିଥିବା ଦମ୍ପତିଙ୍କୁ ଫାଣ୍ଡି ସମ୍ମୁଖରେ ଦୁର୍ବୁତମାନେ ମାଡ କରି ଲହୁଲୁହାଣ କରିଦେଇଛନ୍ତି । ବାଲେଶ୍ୱର ନୀଳଗିରି ଅଂଚଳରୁ ଏଭଳି ଅଭାବନୀୟ ଖବର ଆସିଛି । ସୂଚନା ମୁତବାକ ଜମିକୁ ନେଇ ସ୍ଥାନୀୟ ଇଶ୍ୱରପୁର ଅଂଚଳର ହରେକୃଷ୍ଣ ଧାଉଁଡିଆଙ୍କ ପରିବାର ସହ ପଡୋଶୀଙ୍କ ଆଜି ସକାଳେ ଝଗଡା ହୋଇଥିଲା । ଏନେଇ ହରେକୃଷ୍ଣ ଏବଂ ତାଙ୍କ ପତ୍ନିContinue reading “ନୀଳଗିରିରେ ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦ ନେଇ ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଆକ୍ରମଣ”
ଯାଜପୁର ବିଞ୍ଝାରପୁର ଅଂଚଳରୁ ଆସିଛି ଦୁଃଖଦ ଖବର । ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ
କନକ ବ୍ୟୁରୋ : ଭାରତ ବିଶ୍ୱକପ୍ ଫାଇନାଲରେ ହାରିବା ପରେ ଆତ୍ମହତ୍ୟା କଲେ ଯୁବକ । ଯାଜପୁର ବିଞ୍ଝାରପୁର ଅଂଚଳରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜରି ଗାଁର ଯୁବକ ଦେବରଞ୍ଜନ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଦେବ ରଞ୍ଜନ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦେବରଞ୍ଜନ ପୂର୍ବରୁ ମାନସିକ ରୋଗରେ ପୀଡିତ ଥିଲେ । ଗତକାଲି କ୍ଷେତକୁContinue reading “ଯାଜପୁର ବିଞ୍ଝାରପୁର ଅଂଚଳରୁ ଆସିଛି ଦୁଃଖଦ ଖବର । ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ”
ମୋସାଦ କବଳରୁ ଜୀବନ ବଞ୍ଚେଇବାକୁ ହିଟଲର ପରି ଏ ସୁଡଙ୍ଗ ସେ ସୁଡଙ୍ଗ ଭିତରେ ଦୌଡୁଛି ହମାସର କୁଖ୍ୟାତ ସର୍ଦ୍ଦାର
ଅକ୍ଟୋବର ୭ ରେ ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣରେ ୧୪୦୦ ଜଣଙ୍କୁ ହତ୍ୟା କରିଥିବା ହମାସର ‘କଂସେଇ’ ୟାହିୟା ସିନୱାର ବର୍ତ୍ତମାନ ନିଜ ଜୀବନ ବଞ୍ଚାଇବା ପାଇଁ ଗାଜାର ଟନେଲ ଭିତରେ ଲୁଚି ରହିଛି । ଇସ୍ରାଏଲ ସେନାର ପ୍ରତି ଆକ୍ରମଣ ପରେ ଏବେ ହମାସର ସ୍ବର ନରମ ପଡ଼ିଗଲାଣି । ଆଗରୁ ଯେମିତି ତୋଡ ଦେଖେଇ କହୁଥିଲା ଏବେ ସେ ସ୍ବର ଆଉ ଶୁଭୁନାହିଁ । ଏବେ ଯୁଦ୍ଧ ବଦଳରେ ଅସ୍ତ୍ରବିରତି ପ୍ରସ୍ତାବ ଦେବା ଆରମ୍ଭContinue reading “ମୋସାଦ କବଳରୁ ଜୀବନ ବଞ୍ଚେଇବାକୁ ହିଟଲର ପରି ଏ ସୁଡଙ୍ଗ ସେ ସୁଡଙ୍ଗ ଭିତରେ ଦୌଡୁଛି ହମାସର କୁଖ୍ୟାତ ସର୍ଦ୍ଦାର”
୨୨ ବର୍ଷରେ ପାଇଥିଲେ ଆଇପିଏସ୍ । ଏବେ ବିହାରରେ ଲେଡି ସିଂଘମ ଭାବେ ବେଶ ପରିଚିତ
କନକ ବ୍ୟୁରୋ : ଲେଡି ଆ.ଇ.ପି.ଏସ କାମ୍ୟା ମିଶ୍ର । ମାତ୍ର ୨୨ବର୍ଷ ବୟସରେ କାମ୍ୟା ମିଶ୍ର ୟୁ.ପି,ଏସି ପରିକ୍ଷା ରେ ଉତିର୍ଣ୍ଣ ହୋଇି ଆ.ଇ.ପି.ଏସ କାମ୍ୟା ମିଶ୍ର ହେଲେ । ପୁଣି ସାରା ଭାରତ ବର୍ଷରେ ତାଙ୍କର୧୭୨ ରେଙ୍କ୍ ଥିଲା । ଆଜି ଆମେ ଜାଣିବା ବିହାରର ଲେଡି ସିଂହମ କାମ୍ୟା ମିଶ୍ରଙ୍କ କଥା ଯିଏ ଅନେକ ଲୋକ ମାନଙ୍କୁ ଅସୁବିଧାରୁ ବାହାର କରନ୍ତି । ଆଜି ଏହି ଲେଡି ସିଂହମ ସଫଳତା ବିଷୟରେ ଜାଣିବାContinue reading “୨୨ ବର୍ଷରେ ପାଇଥିଲେ ଆଇପିଏସ୍ । ଏବେ ବିହାରରେ ଲେଡି ସିଂଘମ ଭାବେ ବେଶ ପରିଚିତ”
ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏମଓୟୁ ସ୍ୱାକ୍ଷର । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ
କନକ ବ୍ୟୁରୋ : ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏମଓୟୁ ମୁତାବକ ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ ।Continue reading “ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏମଓୟୁ ସ୍ୱାକ୍ଷର । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ”
ବିଶ୍ୱକପ୍ ମ୍ୟାଚ କ୍ରମରେ ଜୋର ଧରିଲା ଆଲୋଚନା । ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଲଢିପାରନ୍ତି ଲୋକସଭା ନିର୍ବାଚନ
କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅନୁମାନ କରାଯାଉଛି କି ଫିଲ୍ମ ଦୁନିଆରେ ନିଜର ଯାଦୁ ଦେଖାଇ ସାରିବା ପରେ ଏବେ ରାଜନୀତିରେ ଯୋଗ ଦେଇପାରନ୍ତି ମାଧୁରୀ । ଏହା ବି ଆଲୋଚନା ହେଉଛି କି କିଛିଦିନ ହେବ ମାଧୁରୀ ଦିକ୍ଷୀତ ଅନେକ ନେତାଙ୍କ ସଂପର୍କରେ ରହିଛନ୍ତି । ଏହି ଆକଳନ ସେତେବେଳେ ଜୋର ଧରିଲା ଯେତେବେଳେ ବୁଧବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେContinue reading “ବିଶ୍ୱକପ୍ ମ୍ୟାଚ କ୍ରମରେ ଜୋର ଧରିଲା ଆଲୋଚନା । ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଲଢିପାରନ୍ତି ଲୋକସଭା ନିର୍ବାଚନ”
‘ମୁଁ ଜଣେ ହିନ୍ଦୁ ଏବଂ ମୋର ଧାର୍ମିକ ବିଶ୍ୱାସ ହିଁ ମୋତେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରକୁ ଆଣିଥିଲା’, ଏମିତି କହିଲେ ବିବେକ ରାମସ୍ୱାମୀ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୪ : ବିବେକ ରାମସ୍ୱାମୀ କହିଛନ୍ତି, ‘ମୁଁ ଜଣେ ହିନ୍ଦୁ । ମୁଁ ବିଶ୍ୱାସ କରେ ଯେ ପ୍ରକୃତରେ ଭଗବାନ ଏକ । ମୁଁ ବିଶ୍ୱାସ କରେ ଯେ ଈଶ୍ବର ଆମ ପ୍ରତ୍ୟେକଙ୍କୁ ଏକ ଉଦ୍ଦେଶ୍ୟ ପାଇଁ ଏଠାରେ ଆଣିଛନ୍ତି । ସେହି ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିବା ଆମର କର୍ତ୍ତବ୍ୟ । ଆମର ନୈତିକ କର୍ତ୍ତବ୍ୟ । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ହେବାକୁ ପ୍ରତିଦ୍ୱନ୍ଦ୍ୱୀ କରୁଥିବା ବିବେକ ରାମସ୍ୱାମୀ ଏପରି Continue reading “‘ମୁଁ ଜଣେ ହିନ୍ଦୁ ଏବଂ ମୋର ଧାର୍ମିକ ବିଶ୍ୱାସ ହିଁ ମୋତେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରକୁ ଆଣିଥିଲା’, ଏମିତି କହିଲେ ବିବେକ ରାମସ୍ୱାମୀ”
ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଠେଙ୍ଗା ଓ ଇଟାରେ ଦମ୍ପତ୍ତିଙ୍କୁ ଆକ୍ରମଣ ।
କନକ ବ୍ୟୁରୋ: ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଇଶ୍ୱରପୁର ଫାଣ୍ଡି ସମ୍ମୁଖରେ ଦମ୍ପତ୍ତିଙ୍କୁ କିଛି ଦୁର୍ବୃତ ଠେଙ୍ଗା ଓ ଇଟାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଇଶ୍ୱରପୁର ମେଡିକାଲରେ ଭର୍ତି କରାଯାଇଛି୍ । ଏତଲା ପରେ ଇଶ୍ୱରପୁର ଫାଣ୍ଡି ଓ ନୀଳଗିରି ପୋଲିସ ମାମଲରା ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଜମିବାଡି ବିବାଦକୁ ନେଇContinue reading “ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଠେଙ୍ଗା ଓ ଇଟାରେ ଦମ୍ପତ୍ତିଙ୍କୁ ଆକ୍ରମଣ ।”