ଚାରିଦ୍ୱାର ଖୋଲିବା ପାଇଁ ଜୋର ଧରିଲା ଦାବି । କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୁଷଣ ହିରିଚନ୍ଦନ । କହିଲେ, ସୁବିଧାରେ ଦର୍ଶନ ପାଇଁ ନାହିଁ କୌଣସି ବ୍ୟବସ୍ଥା ।

କନକ ବ୍ୟୁରୋ: ସେପଟେ ଭିଡ଼ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ହୋଉଛି । ଏହି ସମୟରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହାକୁ ନେଇ ଏକ ଆଲେଖ୍ୟ ଲେଖିଛନ୍ତି । ଧାଡିରେ ଛିଡା ହୋଇ ଲୋକେ କଷ୍ଟ ପାଉଛନ୍ତି । ତାଙ୍କ ପାଇଁ ବ୍ୟବସ୍ଥା ନାହିଁ । କାହାକୁ ଶୌଚ ଲାଗିଲେ ତାର କିଛି ବ୍ୟବସ୍ଥା ନାହିଁ । ଏସବୁ ଦେଖି ଅନେକ କଷ୍ଟ ଲାଗିଛି ବୋଲି ରାଜ୍ୟପାଳ ବିଶ୍ୱଭୂଷଣ ତାଙ୍କ ଆଲେଖ୍ୟ ‘ଜଗନ୍ନାଥଙ୍କContinue reading “ଚାରିଦ୍ୱାର ଖୋଲିବା ପାଇଁ ଜୋର ଧରିଲା ଦାବି । କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୁଷଣ ହିରିଚନ୍ଦନ । କହିଲେ, ସୁବିଧାରେ ଦର୍ଶନ ପାଇଁ ନାହିଁ କୌଣସି ବ୍ୟବସ୍ଥା ।”

୯ ଦିନ ହେଲା ମୃତ୍ୟୁର ସୁଡ଼ଙ୍ଗରେ ଫସିଛି ୪୧ ଜୀବନ । ଉଦ୍ଧାର କାମ ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ ।ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓର ନିର୍ଦ୍ଦେଶ ।

କନକ ବ୍ୟୁରୋ: ଟନେଲରେ ଫସିରହିଛି ଶ୍ରମିକଙ୍କ ଜୀବନ । ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୯ ଦିନ ହେଲା ଟନେଲ ଭିତରେ ବଂଚିବାର ଅହରହ ସଂଘର୍ଷ ଜାରି ରହିଛି । ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧ।ର କରାଯାଇନଥିବା ବେଳେ ଆରମ୍ଭ ହୋଇଛି ‘ଅପରେଶନ ଜିନ୍ଦେଗୀ’ । ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ସୁଡଙ୍ଗ ଉପରୁ ଚାଲିଛି ଖନନ କାର୍ଯ୍ୟ । ଘଟଣାସ୍ଥଳରେ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀContinue reading “୯ ଦିନ ହେଲା ମୃତ୍ୟୁର ସୁଡ଼ଙ୍ଗରେ ଫସିଛି ୪୧ ଜୀବନ । ଉଦ୍ଧାର କାମ ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ ।ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓର ନିର୍ଦ୍ଦେଶ ।”

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ଲମ୍ବା ଧାଡ଼ି ଥିବା ବେଳେ ଭକ୍ତ ଅଚେତ୍ । ଜଗା ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦର୍ଶନ ପାଇଁ ଧାଡ଼ିରେ ଯିବା ବେଳେ ଅଚେତ୍ ହୋଇପଡ଼ିଲେ ଭକ୍ତ । ଭିଡ଼ ଭିତରେ ଘଂଟା ଘଂଟା ଧରି ଛିଡ଼ା ହେବ ପରେ ଅସନ୍ତୋଷ ପ୍ରକାଶ କଲେ ବୃଦ୍ଧା । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତି କରାଯାଇଛି । କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ଗହଳି ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲଗାଇଛନ୍ତି ଶ୍ରଦ୍ଧାଳୁContinue reading “ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ଲମ୍ବା ଧାଡ଼ି ଥିବା ବେଳେ ଭକ୍ତ ଅଚେତ୍ । ଜଗା ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ ।”

ଭାରତ ସହ ହେଇଥିବା ୧୦୦ ବୁଝାମଣାର ଆଉଥରେ କରିବେ ସମୀକ୍ଷା । ମାଲଦୀପ ରାଷ୍ଟ୍ରପତିଙ୍କ ଆଉଏକ ବିବାଦପୂର୍ଣ ଘୋଷଣା

ଶନିବାର କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ତାଙ୍କର ସାକ୍ଷାତ ସମୟରେ ରାଷ୍ଟ୍ରପତି ମୁଇଜୁ ମାଲଦ୍ୱୀପରୁ ନିଜର ସୈନିକମାନଙ୍କୁ ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ମୁଇଜୁ ମାଲଦ୍ୱୀପରେ ଭାରତୀୟ ସୈନିକମାନଙ୍କ ଉପସ୍ଥିତିକୁ ଏକ ପ୍ରସଙ୍ଗ କରିଥିଲେ । ମାଲଦ୍ୱୀପର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ମହମ୍ମଦ ମୁଇଜୁ ଭାରତ ବିରୋଧରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମାଲଦ୍ୱୀପରେ ୭୭ ଜଣ ଭାରତୀୟ ସୈନିକContinue reading “ଭାରତ ସହ ହେଇଥିବା ୧୦୦ ବୁଝାମଣାର ଆଉଥରେ କରିବେ ସମୀକ୍ଷା । ମାଲଦୀପ ରାଷ୍ଟ୍ରପତିଙ୍କ ଆଉଏକ ବିବାଦପୂର୍ଣ ଘୋଷଣା”

ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲା । ଅଭିନେତା ତଥା ପ୍ରଯୋଜକ ନାସିର ଖାଁଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ  । ପ୍ରମାଣ ନଷ୍ଟ ନକରିବା, ସାକ୍ଷୀଙ୍କ ପ୍ରଭାବିତ ନକରିବାକୁ ତାଗିଦ୍ ।

କନକ ବ୍ୟୁରୋ: ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ନାସିର ଖାଁକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚିତ ଏହି ଠକେଇ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ନାସିର ଖାଁ । ଠକେଇ ପଇସାରେ ନାସିର ଖାଁ ବଲିଉଡ ଫିଲ୍ମ ନିର୍ମାଣ କରିଥିଲେ । ନାସିର ଖାଁ ଫାଇନ ଇଣ୍ଡିଆ କଂପାନୀ ନାଁରେ ୫୦୦ କୋଟି ଟଂକାର ଠକେଇ କରିଛନ୍ତି । ୨୦୦୯ ମସିହା ଅକ୍ଟୋବରContinue reading “ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲା । ଅଭିନେତା ତଥା ପ୍ରଯୋଜକ ନାସିର ଖାଁଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ  । ପ୍ରମାଣ ନଷ୍ଟ ନକରିବା, ସାକ୍ଷୀଙ୍କ ପ୍ରଭାବିତ ନକରିବାକୁ ତାଗିଦ୍ ।”

ବିଶ୍ୱକପକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ । ୱାର୍ଲ୍ଡକପ୍ ଉପରେ ଦୁଇ ଗୋଡ ରଖି ଉଠାଇଲେ ଫଟୋ, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ।

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମହାମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଏବେ କ୍ରିକେଟର ମିଚେଲ ମାର୍ଶଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଅତିଷ୍ଠ କରିଛି । ୱାର୍ଲ୍ଡକପ୍ ଉପରେ ମିଚେଲ ଦୁଇ ଗୋଡ ରଖି ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି । ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କContinue reading “ବିଶ୍ୱକପକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ । ୱାର୍ଲ୍ଡକପ୍ ଉପରେ ଦୁଇ ଗୋଡ ରଖି ଉଠାଇଲେ ଫଟୋ, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ।”

ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ । ବାଇକରେ ଯାଉଥିବା ଯୁବକଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା ।

କନକ ବ୍ୟୁରୋ: ମୃତକ ହେଲେ କେନ୍ଦୁଝର ଆକୁଳ ପଂଚାୟତ ମଲଣ୍ଡା ଗାଁର ମଦନ ନାୟକ । କେନ୍ଦୁଝର ବନଖଣ୍ଡ ତୋଲକୋଇ ରେଞ୍ଜ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଚାରିକଣିଆ ନିକଟରେ ଦନ୍ତାହାତୀ ହାବୁଡରେ ପଡିଥିଲେ ଯୁବକ । ଆଜି ସକାଳ ୮ଟା ସମୟରେ ତିନି ଜଣ ସାଙ୍ଗ ମିଶି ଏକ ବାଇକରେ ଯାଉଥିଲେ । ହଠାତ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲର ଚାରିକଣିଆ ଠାରେ ହଠାତ ଜଙ୍ଗଲରୁ ବାହାରି ରାସ୍ତାକୁ ମାଡି ଆସିଥିଲା ଦନ୍ତା ହାତୀ । ବାଇକରେ ବସିଥିବାContinue reading “ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ । ବାଇକରେ ଯାଉଥିବା ଯୁବକଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା ।”

କରତାରପୁର ଗୁରୁଦ୍ୱାର ପରିସରରେ ନନ-ଭେଜ ପାର୍ଟି,  ପାକିସ୍ତାନର ଏପରି ଶିଖଧର୍ମ ବିରୋଧୀ  କାର୍ଯ୍ୟକଳାପ ଯୋଗୁଁ ଶିଖ ସମ୍ପ୍ରଦାୟରେ କ୍ରୋଧ

ପାକିସ୍ତାନର ଶିଖମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନ କରତାରପୁର ଦରବାର ସାହିବ ଗୁରୁଦ୍ୱାରରେ ନନ-ଭେଜ ପାର୍ଟିର ଏକ ମାମଲା ସାମ୍ନାକୁ ଆସିଛି । ଏହି ପାର୍ଟିରେ ବହୁତ ନାଚଗୀତର ଆସର ସହିତ  ମାଂସ ପୋଡିକି ଖାଉଥିବାର ଦେଖିବାକୁ ମିଳିଥିଲା । ଏହି ପାର୍ଟିର ଭିଡିଓ ଆସିବା ପରେ ଶିଖ ସମ୍ପ୍ରଦାୟରେ ବହୁତ ଅସନ୍ତୋଷ ପ୍ରକାଶ ପାଇଛି । ପାକିସ୍ଥାନରେ ଅଳ୍ପସଂଖ୍ୟକମାନଙ୍କ ଧାର୍ମିକ ଭାବନା ସହିତ ଖେଳିବାର ଘଟଣା କିଛି ନୂଆ ନୁହେଁ । ଏବେ ଏମିତି ଏକContinue reading “କରତାରପୁର ଗୁରୁଦ୍ୱାର ପରିସରରେ ନନ-ଭେଜ ପାର୍ଟି,  ପାକିସ୍ତାନର ଏପରି ଶିଖଧର୍ମ ବିରୋଧୀ  କାର୍ଯ୍ୟକଳାପ ଯୋଗୁଁ ଶିଖ ସମ୍ପ୍ରଦାୟରେ କ୍ରୋଧ”

ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ । ଜଗା ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ ।

କନକ ବ୍ୟୁରୋ: ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲାଗିଛି । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ । The post ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡContinue reading “ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ । ଜଗା ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ ।”

ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଆୟୋଜକଙ୍କ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ମେନ୍ୟୁ

କନକ ବ୍ୟୁରୋ: ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଆସିଥିବା ମେନୁ ଅନୁସାରେ ମହାମହିମଙ୍କ ପାଇଁ ପ୍ରସ୍ତୁତ ହେଉଛି ଖାଦ୍ୟ । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି, ଜହ୍ନି ତରକାରୀ, ପରିବା ସିଝା, ବଥୁଆ ଶାଗ, ହରଡ ଡାଲି , ବାଜରା ରୋଟି, ମୁଗେଇ ଚାଉଳ ଭାତ, ମିଠା ଦହି, ଗ୍ରୀନ ସାଲାଡ୍ ,ପାମ୍ପଡ , ରସମଲେଇ ଖାଇବେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦାContinue reading “ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଆୟୋଜକଙ୍କ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ମେନ୍ୟୁ”

Design a site like this with WordPress.com
Get started