କନକ ବ୍ୟୁରୋ: ମୟୂରଭଞ୍ଜ ବାରିପଦାରେ ମହାମହିମ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡିଆରେ ଅବତରଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏଠାରୁ ଯାଇ ସହିଦ ସ୍ମୃତି ଭବନରେ ପହଞ୍ଚିବା ପରେ ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ତଥା ରାଜ୍ୟ ବାହାରର ଲେଖକ ଲେଖିକା ସାମିଲ ହୋଇଛନ୍ତି । ସାନ୍ତାଳି ଭାଷାକୁ ମାନ୍ୟତା ମିଳିବା ପରେ ଏହା ହେଉଛି ସାନ୍ତାଳିContinue reading “ବାରିପଦାରେ ରାଷ୍ଟ୍ରପତି । ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ହେଲେ ସାମିଲ ।”
Author Archives: Raghaba
ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ହେବେ ନୂଆ ଉପବାଚସ୍ପତି । ୨୦୦୦ରୁ ୨୦୦୪ ଏବଂ ୨୦୧୯ରୁ ବିଧାୟକ ଅଛନ୍ତି ସାଲୁଗା ।
କନକ ବ୍ୟୁରୋ: ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଜି. ଉଦୟଗିରିର ଏହି ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ତେବେ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏବେ ଖାଲି ପଡିଛି ଉପବାଚସ୍ପତି ପଦ । ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଆୟୋଜିତ ହେବ । ସାଲୁଗା ପ୍ରଧାନ ହେଉଛନ୍ତି ଓଡିଶା ବିଧାନସଭାରContinue reading “ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ହେବେ ନୂଆ ଉପବାଚସ୍ପତି । ୨୦୦୦ରୁ ୨୦୦୪ ଏବଂ ୨୦୧୯ରୁ ବିଧାୟକ ଅଛନ୍ତି ସାଲୁଗା ।”
ଛଟ୍ ପୂଜା ସାରି ଫେରୁଥିବାବେଳେ ବ୍ରତଧାରୀଙ୍କ ଉପରେ ଗୁଳିମାଡ । ଘଟଣାସ୍ଥଳରେ ୨ ମୃତ, ୪ ଗୁରୁତର ।
କନକ ବ୍ୟୁରୋ: ବିହାରରୁ ଆସିଛି ଦୁଃଖଦ ଖବର । ଏଠିକାର ଲଖିସରାୟ ଅଞ୍ଚଳରେ ଛଟ୍ ପୂଜା ସାରି ଫେରୁଥିବା ବ୍ରତଧାରୀଙ୍କ ଉପରେ ଗୁଳିମାଡ ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସର କହିବା ମୁତାବକ, ଗୋଟିଏ ପରିବାରର ୬ଜଣ ସୂର୍ଯ୍ୟଙ୍କ ପୂଜା ସାରି ଛଟ୍ ଘାଟରୁ ଫେରୁଥିଲେ । ଘରେ ପହଞ୍ଚିବା ପୂର୍ବରୁ ହଠାତ୍ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଗୁଳିମାଡContinue reading “ଛଟ୍ ପୂଜା ସାରି ଫେରୁଥିବାବେଳେ ବ୍ରତଧାରୀଙ୍କ ଉପରେ ଗୁଳିମାଡ । ଘଟଣାସ୍ଥଳରେ ୨ ମୃତ, ୪ ଗୁରୁତର ।”
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କ’ଣ ରହିଛି ମହାମହିମଙ୍କ ଗସ୍ତସୂଚୀ?
କନକ ବ୍ୟୁରୋ: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟ ଠାରୁ ତିନି ଘଣ୍ଟ ପୂର୍ବରୁ ପହଞ୍ଚିବେ ମହାମହିମ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତ୍ତନ ହୋଇଛି । ସୋମବାର ଦିନ ୨ଟା୨୦ମିନିଟରେ ପହଞ୍ଚିିବା ପରିବର୍ତ୍ତେ ଦିନ ୧୧ଟା ୨୫Continue reading “ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କ’ଣ ରହିଛି ମହାମହିମଙ୍କ ଗସ୍ତସୂଚୀ?”
‘ମୋ ସ୍ୱାମୀ ଉଦ୍ଧାର ହେବା ଯାଏଁ ମୁଁ ଏଇଠି ବସିରହିବି’ । ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ ।
କନକ ବ୍ୟୁରୋ: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଭିତରୁ ଜଣେ ହେଉଛନ୍ତି ବୀରେନ୍ଦ୍ର କିସ୍କୁ । ତାଙ୍କର ଉଦ୍ଧାର ନେଇ ସ୍ତ୍ରୀ ରଜନୀ ଟୁଡୁ ଘୋର ଚିନ୍ତାରେ । ସ୍ୱାମୀ ସୁରକ୍ଷିତ ଉଦ୍ଧାର ହେବାଯାଏଁ ସୁଡ଼ଙ୍ଗ ବାହାରେ ଅପେକ୍ଷା କରିବେ ବୋଲି କହିଛନ୍ତି ୩୦ ବର୍ଷୀୟା ବିହାର ବାସିନ୍ଦା ରଜନୀ। ଶନିବାର ସୁଡ଼ଙ୍ଗ ଭିତରେ ଫସିଥିବା ସ୍ୱାମୀଙ୍କ ସହ ରଜନୀଙ୍କୁ କଥା କରାଇ ଦିଆଯାଇଥିଲା। ଗଣମାଧ୍ୟମ ଆଗରେ ରଜନୀ କହିଛନ୍ତି, ସ୍ୱାମୀଙ୍କ ନିରାପତ୍ତାContinue reading “‘ମୋ ସ୍ୱାମୀ ଉଦ୍ଧାର ହେବା ଯାଏଁ ମୁଁ ଏଇଠି ବସିରହିବି’ । ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ ।”
ବିଶାଖପାଟନମ୍ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪୦ରୁ ଅଧିକ ବୋଟ୍, ପ୍ରାୟ ୨୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
କନକ ବ୍ୟୁରୋ: ବିଶାଖପାଟନମ୍ ବେଳାଭୂମି ନିକଟରେ ଥିବା ମାଛଧରା ବନ୍ଦରରେ ଭୟାବହନ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁଲାଗି ମତ୍ସ୍ୟଜୀବୀଙ୍କ ୪୦ଟି ବୋଟ୍ ଜଳିଯାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । କୌଣସି ଦୁର୍ବୃତ୍ତ ବୋଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଗୋଟିଏ ମାଛଧରା ବୋଟରେ ନିଆଁ ଲାଗିଯିବା ପରେ ଚାହୁଁଚାହୁଁ ଆଖପାଖରେ ଥିବା ୪୦ଟି ବୋଟକୁ ନିଆଁ ବ୍ୟାପୀ ଯାଇଥିଲା ଅଗ୍ନିକାଣ୍ଡ ସମୟରେ ଗୋଟିଏ ବୋଟରେ ଥିବାContinue reading “ବିଶାଖପାଟନମ୍ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪୦ରୁ ଅଧିକ ବୋଟ୍, ପ୍ରାୟ ୨୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ “
ଛଟ୍ ଅବସରରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ । ସମ୍ବଲପୁର ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କନକ ବ୍ୟୁରୋ: ଛଟ୍ ପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ନଦୀ ପଠାରେ ସୂର୍ଯ୍ୟପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ଯୋଗ ଦେଇଥିଲେ । ବରେଇପାଲି ଓ ମନ୍ଦଲିଆଠାରେ ଛଟ୍ ପୂଜା ଚାଲିଥିଲା । ବିହାରୀ ସମ୍ପ୍ରଦାୟର ମହିଳା ମାନେ ଏକାଠି ହୋଇ ସେଠାରେ ପୂଜାର୍ଚ୍ଚନାContinue reading “ଛଟ୍ ଅବସରରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ । ସମ୍ବଲପୁର ଛଟ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”
ଭାରତ ଆସୁଥିବା ପଣ୍ୟବାହୀ ଜାହାଜ ହାଇଜ୍ୟାକ୍ । ଲୋହିତ ସାଗରରୁ ୟେମେନର ହୁଥି ବିଦ୍ରୋହୀ ଅପହରଣ କରିନେଇଥିବା ସୂଚନା ।
କନକ ବ୍ୟୁରୋ: ଭାରତ ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଆନ୍ତର୍ଜାତିକ ପଣ୍ୟବାହୀ ଜାହାଜକୁ ଲୋହିତ ସାଗରର ଦକ୍ଷିଣ ପ୍ରାନ୍ତରୁ ୟେମେନ୍ର ଉଗ୍ରବାଦୀ ସଙ୍ଗଠନ ଅପହରଣ କରି ନେଇଥିବା କଥା ରବିବାର ଦିନ ଇସ୍ରାଏଲ୍ ଅଭିଯୋଗ କରିଛି। ଏହାସହ ଜାହାଜରେ ଥିବା ୨୫ ଜଣ କ୍ରୁ ମେମ୍ବରଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି । ଏହାକୁ ନେଇ ହମାସ୍ ସଙ୍ଗଠନ ଖୁସି ବ୍ୟକ୍ତି କରିଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟ, ଗୋଟାଏ ହେଲିକପ୍ଟର୍ରୁ ଲଢୁଆ ଉଗ୍ରବାଦୀମାନଙ୍କୁ ସେ ଜାହାଜରେ ଓହ୍ଲାଇContinue reading “ଭାରତ ଆସୁଥିବା ପଣ୍ୟବାହୀ ଜାହାଜ ହାଇଜ୍ୟାକ୍ । ଲୋହିତ ସାଗରରୁ ୟେମେନର ହୁଥି ବିଦ୍ରୋହୀ ଅପହରଣ କରିନେଇଥିବା ସୂଚନା । “
୯ ଦିନ ହେଲା ଟନେଲରେ ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା । ଘଟଣାସ୍ଥଳରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେରContinue reading “୯ ଦିନ ହେଲା ଟନେଲରେ ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା । ଘଟଣାସ୍ଥଳରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ”
ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ । ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ । ଆଜି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ
କନକ ବ୍ୟୁରୋ: ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି ।ଏଥିପାଇଁ ଆଜି ଏଥିପାଇଁ ନାମାଙ୍କନ ଦାଖଲ କରାଯିବାର ସୂଚନା ରହିିଛି । ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି । ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତିContinue reading “ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ । ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ । ଆଜି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ “