କନକ ବ୍ୟୁରୋ: ଆଜି ହେଉଛି କାର୍ତିକ ମାସର ଚତୁର୍ଥ ସୋମବାର । ଚଳଚଂଚଳ ବାବା ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବ । ଏହାସହ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି । ରାତି ୪ଟାରୁ ପହଡ଼ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାି ମଙ୍ଗଳ ଆଳତି କରାଯାଇଥିଲାContinue reading “ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ।”
Author Archives: Raghaba
ଆସନ୍ତା ୨ ଦିନ ବର୍ଷା ଓ ମେଘୁଆ ପାଗ ରହିପାରେ । ଆଜି ୧୭ଟି ଜିଲ୍ଲାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ।
କନକ ବ୍ୟୁରୋ: ରାଜ୍ୟରେ ଆଜି ଓ ଆସନ୍ତାକାଲି ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୧୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ । ଏହିସବୁ ଜିଲ୍ଲାରେ ହାଲୁକାରୁContinue reading “ଆସନ୍ତା ୨ ଦିନ ବର୍ଷା ଓ ମେଘୁଆ ପାଗ ରହିପାରେ । ଆଜି ୧୭ଟି ଜିଲ୍ଲାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । “
ଆଜି ବସିବ ସର୍ବଦଳୀୟ ବୈଠକ । କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ସୁରୁଖୁରରେ ପରିଚାଳନା ପାଇଁ ସର୍ବଦଳଙ୍କ ସହ ବାଚସ୍ପତିଙ୍କ ଆଲୋଚନା
କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି । ସେପଟେ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜିContinue reading “ଆଜି ବସିବ ସର୍ବଦଳୀୟ ବୈଠକ । କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ସୁରୁଖୁରରେ ପରିଚାଳନା ପାଇଁ ସର୍ବଦଳଙ୍କ ସହ ବାଚସ୍ପତିଙ୍କ ଆଲୋଚନା”
କଟକ ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ୭୦ ଲକ୍ଷ ଖର୍ଚରେ ଚାଲିଛି ମାଛ ଟନେଲ ପ୍ରସ୍ତୁତି ।
କନକ ବ୍ୟୁରୋ: ଏଥର ବାଲିଯାତ୍ରାରେ ଦର୍ଶକଙ୍କ ଆକର୍ଷଣ ସାଜିବ ଟନେଲ୍ ଫିସ୍ ଆକ୍ୱାରିୟମ୍ । ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ କଟକ ମହାନଦୀ ପଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି । ଟନେଲ ଫିସ୍ ଆକ୍ୱାରିଅମ୍ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରାୟ ୧୫ରୁ ଉର୍ଦ୍ଧ ଟ୍ରକରେ କେରଳରୁ ଏଗୁଡିକୁ କଟକ ମହାନଦୀ ପଠାକୁ ଅଣାଯାଇଛି । କେରଳରୁ ଆସିଥିବା ୫୦ରୁ ଉର୍ଦ୍ଧ ଶ୍ରମିକ ଫିସ୍ ଆକ୍ୱାରିଅମ୍ ଖଞ୍ଜାରେ ଲାଗିଛନ୍ତି। ଭାଗବାନ୍Continue reading “କଟକ ମହାନଦୀ ପଠାରେ ଦର୍ଶକଙ୍କ ମନ ଜିଣିବ ମାଛ ଟନେଲ । ୭୦ ଲକ୍ଷ ଖର୍ଚରେ ଚାଲିଛି ମାଛ ଟନେଲ ପ୍ରସ୍ତୁତି ।”
ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ
କନକ ବ୍ୟୁରୋ: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଧାରିତ ସମୟ ଠାରୁ ତିନି ଘଣ୍ଟା ପୂର୍ବରୁ ପହଞ୍ଚିବେ ମହାମହିମ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତନ ହୋଇଛି । The post ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀContinue reading “ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ”
କ୍ରିକେଟ ବିଶ୍ୱକପ୍ ୨୦୨୩ର ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ । ଭାରତକୁ ୬ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀ । ରୋହିତଙ୍କ ଆଖିରେ ପରାଜୟର ଲୁହ ।
କନକ ବ୍ୟୁରୋ: ସଫଳ ହେଲାନି କଙ୍ଗାରୁ ଶିକାର । ଫାଇନାଲ ଫାଇଟ୍ରେ ଫେଲ୍ ମାରିଲା ଭାରତ । ପୁଣିଥରେ ବିଶ୍ୱ ବିଜୟୀ ହେଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ୍ ହାସଲ କଲା କଙ୍ଗାରୁ ଦଳ । ୨୦ ବର୍ଷ ପରେ ୨୦୦୩ ପରାଜୟର ପ୍ରତିଶୋଧ ପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୁଳିସାତ ହୋଇ ଯାଇଛି । ଏଥିସହ ତୃତୀୟ ଥର ପାଇଁ ଭାରତର ବିଶ୍ୱକପ୍ ବିଜୟ ସ୍ୱପ୍ନ ଅଧୁରା ରହିଯାଇଛିContinue reading “କ୍ରିକେଟ ବିଶ୍ୱକପ୍ ୨୦୨୩ର ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ । ଭାରତକୁ ୬ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀ । ରୋହିତଙ୍କ ଆଖିରେ ପରାଜୟର ଲୁହ ।”
ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି ଅଧିକ ଲାଭ
କନକ ବ୍ୟୁରୋ : କ୍ଷେତରେ ଲହଡୀ ଭାଙ୍ଗୁଛି ପେନ୍ଥାପେନ୍ଥା ମାଣ୍ଡିଆ । ଯେତେ ଦୂର ପର୍ଯ୍ୟନ୍ତ ଆଖି ଯାଉଛି କେବଳ ମାଣ୍ଡିଆ ହିଁ ମାଣ୍ଡିଆ ଦିଶୁଛି । ଏହେଉଛି ଠିକ୍ ଅମଳ ପୂର୍ବର ଦୃଶ୍ୟ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରୁପାବାହାଲ ଗାଁର ଚାଷୀ ମାନେ ଫଳାଇଛନ୍ତି ଏହି ସୁନାର ଫସଲ । ଅନୁକୁଳ ପାଗ ଏବଂ ପଡିଆ ଜମିରେ ଅତି ସହଜରେ ହେଇପାରୁଛି ଏହି ମାଣ୍ଡିଆ ଚାଷ । ଆଉ ସେଥିପାଇଁ ଚାଷୀଙ୍କୁ ବେଶ୍Continue reading “ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି ଅଧିକ ଲାଭ”
ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ
କନକ ବ୍ୟୁରୋ : ଜଣେ ସଫଳ ଚାଷୀଙ୍କ କାହାଣୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ ମାହନ୍ତ । ଅଢ଼େଇ ଏକର ଜମିରେ କରିଛନ୍ତି ପନିପରିବା ଚାଷ । ଦିନ ଥିଲା ବାପାଙ୍କ ସହ ବିଲକୁ ଯାଇ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଦୁର୍ଯ୍ୟୋଧନ । ଭାଗଚାଷ ଜମିରେ ଅଳ୍ପ କିଛି ପରିବା ଚାଷ କରି ନିଜ ପରିବାର ପୋଷିବା କଷ୍ଟକର ହୋଇପଡିଥିଲା । ନୂଆ କିଛି କରିବାର ଚିନ୍ତା କରି ବାଇଗଣ,Continue reading “ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ”
ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ
କନକ ବ୍ୟୁରୋ : ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଏବେ ଆଉ ବେଆଇନ ଗଂଜେଇ ଚାଷ ନୁହେଁ ଲେମନ ଗ୍ରାସ୍ ତେଲ ଦଊଛି ଚାଷିଙ୍କୁ ରୋଜଗାର । ଆଇଟିଡିଏ ସଂସ୍ଥା ପକ୍ଷରୁ ଦୁଇ ବର୍ଷ ତଳେ ପାପରମେଟଲା ପଂଚାୟତର ତଣ୍ଠାଗୁଢ଼ା, ଯନ୍ତାପାଇ, ଲାଉଗୁଢା ଆଦି ଅଂଚଳକୁ ଲେମନ ଗ୍ରାସ ଚାଷ ପାଇଁ ଚାଷିଙ୍କୁ ଚାରା ଯୋଗାଇ ଦେଇଥିଲା । ଘାସରୁ ତେଲ ଉତ୍ପାଦନ କରିବା ପାଇଁ ତୈଳContinue reading “ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ”
ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି ଅଂଚଳର ଦେବରୁପା କର
କନକ ବ୍ୟୁରୋ : ପେଶା ଓଡ଼ିଶୀ ନୃତ୍ୟ ଶିଖାଇବା । ଓଡ଼ିଶୀ ନୃତ୍ୟରେ ନିପୁଣା ଯେ ଜଣେ ସଫଳ ଉଦ୍ୟୋଗୀ ଓ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିବେ ତାହା ଦେବରୂପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କଟକ ନିଶ୍ଚିତକୋଇଲି ବ୍ଲକ ବଡ଼ଖିରି ପଂଚାୟତ ମିଶନ ଶକ୍ତି ବିଭାଗ ଦ୍ୱାରା ଏମବିକେ ଭାବେ ନିଯୁକ୍ତ ହୋଇଛନ୍ତି ଦେବରୂପା କର । ରଙ୍ଗମୁଣ୍ଡାଇ ଗାଁରେ ଦେବରୂପାଙ୍କ ଘର । ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସେ ରାଜ୍ୟ ସରକାରଙ୍କContinue reading “ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି ଅଂଚଳର ଦେବରୁପା କର”