ଆଜି ଆସିବ ୧ଲକ୍ଷ ୭୪ହଜାର କୋଭିସିଲ୍ଡ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

କନକ ବ୍ୟୁରୋ : ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତକାଲି ୧୬ଶହ ୧୩ଟି ଟିକାକରଣ କେନ୍ଦ୍ରରେ ୩ଲକ୍ଷ ୩୨ ହଜାର ୭୧୭ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଆଜି ସୁଦ୍ଧା ୧କୋଟିରୁ ଅଧିକ ଟିକାକରଣ ହୋଇଛି । ରାଜ୍ୟରେ ବର୍ତମାନ କୋଭିସିଲ୍ଡ ଟିକା ୬ଲକ୍ଷ ୯୮ ହଜାର ଓ କୋଭାକ୍ସିନ ଟିକା ୪ ଲକ୍ଷContinue reading “ଆଜି ଆସିବ ୧ଲକ୍ଷ ୭୪ହଜାର କୋଭିସିଲ୍ଡ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା”

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣ ଜୋରଦାର ହେବ

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଆମେ ଢ଼ିଲା ହେବା ନାହିଁ । ତୃତୀୟ ଲହର ଆସୁ କି ନଆସୁ ଆମର ୨ଟି ମୁଖ୍ୟ ଲକ୍ଷ ହେଲା ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଆଉ ସର୍ଭିଲାନ୍ସ ଜାରି ରଖିବା । ଏଥିସହ କଟକଣା ଯେତେବେଳେ କୋହଳ ହେଉଛି କମ୍ୟୁନିଟିର ସାହାର୍ଯ୍ୟ ଦରକାର । ଏହିContinue reading “କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣ ଜୋରଦାର ହେବ”

ଚମ୍ପକ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି : ପାଲିଙ୍କିରେ ନଗର ପରିକ୍ରମା କରିବେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ

କନକ ବ୍ୟୁରୋ : ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି । ଆଜି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ରହିଛିContinue reading “ଚମ୍ପକ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି : ପାଲିଙ୍କିରେ ନଗର ପରିକ୍ରମା କରିବେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ”

ମାଷ୍ଟରକ୍ୟାଂଟିନର ଐତିହ୍ୟ ଘୋଡା ଉଠାଇବାକୁ ନେଇ ପ୍ରତିବାଦ : ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ : ମାଷ୍ଟରକ୍ୟାଂଟିନ ଛକରୁ ଐତିହ୍ୟ ଘୋଡା ସ୍ଥାନାନ୍ତରକୁ ନେଇ ପ୍ରତିବାଦ । ବିଭିନ୍ନ ସଂଗଠନ ପକ୍ଷରୁ ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ । ପୂଜ୍ୟପୂଜା ସଂସ୍କୃତି ଅଭିଯାନ, କଳିଙ୍ଗ ପାଇକ ମହାସଂଘ, ରାଜଧାନୀ ବୌଦ୍ଧିକ ସମାବେଶ, ଜନଚେତନା ପରିଷଦ, ନବବର୍ଷ ମହୋତ୍ସବ ପରିଷଦ ଓ ମଦମୁକ୍ତ ଅଭିଯାନର ସଦସ୍ୟମାନେ ଏକାଠି ହୋଇ ଘୋଡାର ସ୍ଥାନାନ୍ତରଣକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଘୋଡାକୁ ରାଜଭବନContinue reading “ମାଷ୍ଟରକ୍ୟାଂଟିନର ଐତିହ୍ୟ ଘୋଡା ଉଠାଇବାକୁ ନେଇ ପ୍ରତିବାଦ : ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ”

ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ : ଦୋକାନ ଆଗରେ ଟିକା ପ୍ରମାଣ ପତ୍ର ନ ଟାଙ୍ଗିଥିଲେ ବନ୍ଦ ହେବ ଦୋକାନ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ । ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ । ଟିକା ନେବା ପରେ ତାହାର ପ୍ରମାଣପତ୍ର ଦୋକାନ ସମ୍ମୁଖରେ ନ ଲଗାଇଲେ ସେସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଜିଲ୍ଳାରେ ପ୍ରାଥମିକତା ଭିତରେ ଦୋକାନୀମାନଙ୍କୁ , ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଟିକା ଦିଆଯିବ ।Continue reading “ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ : ଦୋକାନ ଆଗରେ ଟିକା ପ୍ରମାଣ ପତ୍ର ନ ଟାଙ୍ଗିଥିଲେ ବନ୍ଦ ହେବ ଦୋକାନ”

ଯାଜପୁରରେ ଫଶି ରହିଛନ୍ତି ବାଂଲାଦେଶୀ ଯୁବତୀ : ନିଜ ଦେଶକୁ ଫେରିଯିବା ପାଇଁ ସହଯୋଗ କରିବାକୁ ସରକାରଙ୍କୁ କଲେ ନିବେଦନ

କନକ ବ୍ୟୁରୋ : ଓଡିଶାରେ ଫଶି ରହିଛନ୍ତି ବାଂଲାଦେଶୀ ଯୁବତୀ । ନିଜ ଦେଶକୁ ଫେରି ଯିବା ପାଇଁ ସରକାରଙ୍କୁ କଲେ ନିବେଦନ । ଫେରିଯିବାକୁ ବାରମ୍ବାର ଉଦ୍ୟମ କରି ମଧ୍ୟ ଫେଲ ମାରିବାରୁ ଏମିତି ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ ୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅଜୟ ଦାସ ତାଙ୍କୁ କଲିକତାରେ ଦେହContinue reading “ଯାଜପୁରରେ ଫଶି ରହିଛନ୍ତି ବାଂଲାଦେଶୀ ଯୁବତୀ : ନିଜ ଦେଶକୁ ଫେରିଯିବା ପାଇଁ ସହଯୋଗ କରିବାକୁ ସରକାରଙ୍କୁ କଲେ ନିବେଦନ”

ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରାକୁ ନେଇ ତେଜିଲା ବିବାଦ : ବିଜେପି କର୍ମୀଙ୍କ ବିରୋଧରେ ଅନୁଗୁଳ ଥାନାରେ ଅଭିଯୋଗ କଲେ ବିଜେଡି କର୍ମୀ

କନକ ବ୍ୟୁରୋ : ଅନୁଗୁଳ ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରିବାକୁ ନେଇ ତେଜିଲା ବିବାଦ । ଥାନାରେ ପହଁଚିଲା ମାମଲା । ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ କଲେ ବିଜେଡି କର୍ମୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ । ଗତକାଲି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରି ପାଟିତୁଣ୍ଡ କରିବା ସହ ଚିରି ଦେଇଥିଲେ ବିଜେପି କର୍ମୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଥିଲେContinue reading “ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରାକୁ ନେଇ ତେଜିଲା ବିବାଦ : ବିଜେପି କର୍ମୀଙ୍କ ବିରୋଧରେ ଅନୁଗୁଳ ଥାନାରେ ଅଭିଯୋଗ କଲେ ବିଜେଡି କର୍ମୀ”

କଣାସ ବ୍ଲକ ବଡଓରା ଗାଁର ଘଟଣା । ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜମିଜମା ବିବାଦକୁ ନେଇ ଘଟଣା ଘଟିଥିବା ସନ୍ଦେହ

କନକ ବୁରୋ : ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଜିଲ୍ଲା କଣାସ ବ୍ଲକ ବଡଓରା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । କଣାସ ମେଡିକାଲରେ କାର୍ଯ୍ୟରତ ଥିବା ଗାଁର ହେମନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତିକୁ କିଛି ଲୋକ ତଳେ ପକାଇ ଅତି ନିର୍ମମ ଭାବରେ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହେମନ୍ତଙ୍କ ପରିବାର ଲୋକContinue reading “କଣାସ ବ୍ଲକ ବଡଓରା ଗାଁର ଘଟଣା । ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜମିଜମା ବିବାଦକୁ ନେଇ ଘଟଣା ଘଟିଥିବା ସନ୍ଦେହ”

ଦେଶରେ ୫୦ ହଜାର ତଳକୁ ଖସିଲା ସଂକ୍ରମଣ : ୨୪ ଘଂଟାରେ ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୬୭ ମୃତ

କନକ ବ୍ୟୁରୋ : ଦେଶରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୬୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୮୧ ହଜାର ୮୩୯ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୯୯ ଲକ୍ଷ ୭୭ ହଜାର ୮୬୧ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତିContinue reading “ଦେଶରେ ୫୦ ହଜାର ତଳକୁ ଖସିଲା ସଂକ୍ରମଣ : ୨୪ ଘଂଟାରେ ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୬୭ ମୃତ”

ଦେଶରେ ବଢ଼ୁଛି ଡେଲଟା ପ୍ଲସ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା : କେବଳ ମହାରାଷ୍ଟ୍ରରୁ ୨୧ ଜଣ ଚିହ୍ନଟ; ବେଗ, ଗୁଣ ଓ ଲକ୍ଷଣ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ

କନକ ବ୍ୟୁରୋ : ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ଭୂତାଣୁ ସଂକ୍ରମଣ । କେବଳ ମହାରାଷ୍ଟ୍ରରୁ ୨୧ ଜଣ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ ବି ୧.୬୧୭.୨Continue reading “ଦେଶରେ ବଢ଼ୁଛି ଡେଲଟା ପ୍ଲସ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା : କେବଳ ମହାରାଷ୍ଟ୍ରରୁ ୨୧ ଜଣ ଚିହ୍ନଟ; ବେଗ, ଗୁଣ ଓ ଲକ୍ଷଣ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ”

Design a site like this with WordPress.com
Get started