କନକ ବ୍ୟୁରୋ : ସାରା ବିଶ୍ୱ କରୋନା ଭୂତାଣୁ ରେ ଘାଂଟି ହେଉଥିବା ବେଳେ ସହରରୁ ଆରମ୍ଭ କରି ଗାଁ ଗଣ୍ଡା ସବୁଠି କରୋନା ତାଣ୍ଡବ ରଚି ସାରିଛି । ହେଲେ ଏବେ ବି ଏପରି କିଛି ଗାଁ ଅଛି ଯେଉଁଠି କରୋନାର ଭୂତାଣୁ ପହଁଚି ପାରିନାହିଁ । ଏପରି ଏକ ଗାଁ ହେଲା କେନ୍ଦୁଝର ବାଂଶପାଳ ବ୍ଲକର ଉପର ବୈତରଣୀ । ପାହାଡ ଶୀର୍ଷ ଦେଶରେ ଥିବା ଏହି ଗ୍ରାମରେ ବିକାଶ ଅପହଁଚ ଥିବା ବେଳେContinue reading “କରୋନା କାଳ ଭିତରେ ଆସିଲା ଭଲ ଖବର : କେନ୍ଦୁଝର ବାଂଶପାଳ ବ୍ଲକ ଉପର ବୈତରଣୀର ପାହାଡ଼ ଉପରେ ଥିବା ଗାଁକୁ ଛୁଇଁନି କରୋନା”
Author Archives: Raghaba
ବର ହୋଇଥାଆନ୍ତେ ହୋଇଗଲେ ଶବ : ବାହାଘରର ୩ଦିନ ପୂର୍ବରୁ କରୋନାରେ ଚାଲିଗଲା ଜୀବନ; ନିମନ୍ତ୍ରଣ ପତ୍ର ବଂଟା ସରିଥିଲା, ଲଗ୍ନ ମଧ୍ୟ ଧାର୍ଯ୍ୟ ହୋଇଥିଲା
କନକ ବ୍ୟୁରୋ : ବିବାହ ପାଇଁ ଲଗ୍ନ ସରିଥିଲା, ନିମନ୍ତ୍ରଣ ପତ୍ର ବଂଟା ସରିଥିଲା । ବର ହୋଇଥାନ୍ତେ, କିନ୍ତୁ ହୋଇଗଲେ ଶବ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ଅଂଚଳର ନାଥ ସାହିରେ । ଗାଁର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କ ଗତ ୧୧ ତାରିଖରେ ବାହାଘର ସ୍ଥିର ହୋଇଥିଲା । କିନ୍ତୁ ହଠାତ ଜର ହେବାରୁ କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲାContinue reading “ବର ହୋଇଥାଆନ୍ତେ ହୋଇଗଲେ ଶବ : ବାହାଘରର ୩ଦିନ ପୂର୍ବରୁ କରୋନାରେ ଚାଲିଗଲା ଜୀବନ; ନିମନ୍ତ୍ରଣ ପତ୍ର ବଂଟା ସରିଥିଲା, ଲଗ୍ନ ମଧ୍ୟ ଧାର୍ଯ୍ୟ ହୋଇଥିଲା”
ଖୋର୍ଦ୍ଧା ଟାଙ୍ଗୀ ନିକଟ ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍ ଘଟଣା : ଏସିଡ଼କୁ ଅନ୍ୟ ଏକ ଟ୍ୟାଙ୍କରକୁ କରାଗଲା ସ୍ଥାନାନ୍ତର
କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଥିବା ଘଟଣାରେ ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି । ବ୍ରହ୍ମପୁରରୁ ଏକ ବିଶେଷଜ୍ଞ ଟିମ୍ ଆସି ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି । ଅନ୍ୟ ଏକ ଟ୍ୟାଙ୍କରକୁ ଏସିଡ଼ ସ୍ଥାନାନ୍ତର କରାଯାଇଛି । ଗତକାଲି ୧୬ ନଂବର ଜାତୀୟ ରାଜପଥର ଚମ୍ପଗଡ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଥିଲା । ଗଂଜାମରୁ ଟ୍ୟାଙ୍କରରେ ଏସିଡ ଭର୍ତି ହୋଇContinue reading “ଖୋର୍ଦ୍ଧା ଟାଙ୍ଗୀ ନିକଟ ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍ ଘଟଣା : ଏସିଡ଼କୁ ଅନ୍ୟ ଏକ ଟ୍ୟାଙ୍କରକୁ କରାଗଲା ସ୍ଥାନାନ୍ତର”
ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରୁ ଘୋଡ଼ା ସ୍ଥାନାନ୍ତରଣକୁ ନେଇ ତିବ୍ର ହେଲା ବିରୋଧ : ଲଗାତର ଦ୍ୱିତୀୟ ଦିନରେ ସୁର ରାଉତରାୟଙ୍କ ପ୍ରତିବାଦ
କନକ ବ୍ୟୁରୋ : ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଂଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତର ନେଇ ବଢୁଛି ବିବାଦ । ଆଜି ଲଗାତାର ଦ୍ୱିତୀୟ ଦିନ ଲାଗି କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଛନ୍ତି । ଗତକାଲି ବି ସେ ମାଷ୍ଟରକ୍ୟାଂଟିନ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଥିଲେ । ବିଜେପି ବି ଘୋଡା ସ୍ଥାନାନ୍ତରଣକୁ ବିରୋଧ କରିଥିଲା । କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁContinue reading “ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରୁ ଘୋଡ଼ା ସ୍ଥାନାନ୍ତରଣକୁ ନେଇ ତିବ୍ର ହେଲା ବିରୋଧ : ଲଗାତର ଦ୍ୱିତୀୟ ଦିନରେ ସୁର ରାଉତରାୟଙ୍କ ପ୍ରତିବାଦ”
ରାଜ୍ୟରେ ୨୪ଘଂଟାର କରୋନା ମିଟର : ୩୮୦୬ ନୂଆ ପଜିଟିଭ ଚିହ୍ନଟ, ୩୭ ମୃତ; ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ ଓ ଯାଜପୁର
କନକ ବ୍ୟୁରୋ : ତଳମୁହାଁ କରୋନା ମିଟର । ୨୪ଘଂଟା ଭିତରେ ରାଜ୍ୟରେ ୩ହଜାର ୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ଭିତରୁ ୨୧୭୨ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୬୩୪ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୧୭ ସଂକ୍ରମିତ ଚିହ୍ନଟ ଅନୁଗୁଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୨୮,ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁContinue reading “ରାଜ୍ୟରେ ୨୪ଘଂଟାର କରୋନା ମିଟର : ୩୮୦୬ ନୂଆ ପଜିଟିଭ ଚିହ୍ନଟ, ୩୭ ମୃତ; ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ ଓ ଯାଜପୁର”
ସେପ୍ଟେମ୍ବର ୩୦ ଯାଏ ବଢିଲା ଫିଟ୍ନେସ, ପରମିଟ୍ ଅବଧି : ୧୭ ଜିଲ୍ଲାକୁ ଡିଏଲ୍ ଟେଷ୍ଟ ପାଇଁ ଅନୁମତି, ୨୧ ତାରିଖ ଦିନ ୧୧ଟାରୁ ସ୍ଲଟ ବୁକିଂ
ରାଜ୍ୟ ସରକାର ଲକ୍ଡାଉନ୍ କଟକଣା କୋହଳ ହେବାପରେ ଆଜି ରାଜ୍ୟ ପରିବହନ କର୍ତୃପକ୍ଷ ପରିବହନ ସଂକ୍ରାନ୍ତ ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍ସ ଡ୍ରାଇଭିଂ ଟେଷ୍ଟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପର୍ମିଟ୍, ଆର୍ସି, ଫିଟନେସ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୈଧ ରଖିଛନ୍ତି । ଅର୍ଥାତ ଫେବ୍ରୁଆରି ପହିଲାରୁ ସେପେଟମ୍ବର ୩୦ ମଧ୍ୟରେ ମଧ୍ୟରେ ସରିବାକୁ ଥିବା ଫିଟ୍ନେସ୍, ପର୍ମିଟ୍ ଓ ଆର୍ସି, ଫିଟନେସ ଅବଧି ୩୦ ସେପ୍ଟେମ୍ବରContinue reading “ସେପ୍ଟେମ୍ବର ୩୦ ଯାଏ ବଢିଲା ଫିଟ୍ନେସ, ପରମିଟ୍ ଅବଧି : ୧୭ ଜିଲ୍ଲାକୁ ଡିଏଲ୍ ଟେଷ୍ଟ ପାଇଁ ଅନୁମତି, ୨୧ ତାରିଖ ଦିନ ୧୧ଟାରୁ ସ୍ଲଟ ବୁକିଂ”
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ ଶହ କୋଟିର ସହାୟତା । ଓଡିଶା ଖଣି ନିଗମ ପକ୍ଷରୁ ୫ ଶହ କୋଟିର ଚେକ୍ ପ୍ରଦାନ
କନକ ବ୍ୟୁରୋ : କରୋନା ମୁକିବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ୫ଶହ କୋଟି ଟଙ୍କାର ସହାୟତା ଦେଇଛି ଓଡିଶା ଖଣି ନିଗମ । ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ୫ଶହ କୋଟି ଟଙ୍କାର ଚେକ୍ ଦେଇଛନ୍ତି ଓଡିଶା ଖଣି ନିଗମ ଚେୟାରମ୍ୟାନ ଆଇଏଏସ ସୁରେନ୍ଦ୍ର କୁମାର । ଏହି ସହାୟତା ରାଶି ଦେବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ । ସେହିପରି ଫାଇବ ଟି ସଚିବ ଭିକେ ପାଣ୍ଡିଆନ,Continue reading “ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ ଶହ କୋଟିର ସହାୟତା । ଓଡିଶା ଖଣି ନିଗମ ପକ୍ଷରୁ ୫ ଶହ କୋଟିର ଚେକ୍ ପ୍ରଦାନ “
ଆସନ୍ତା ୨ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ବୌଦ୍ଧ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ୧୯ ତାରିଖContinue reading “ଆସନ୍ତା ୨ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”
କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ୨ଟି ଆପ୍ : ଆସିଲା ‘ସନ୍ଧାନ’ ଓ ‘କୁଣ୍ଡଳୀ’ ଆପ୍
କନକ ବ୍ୟୁରୋ : କରୋନା କଟକଣା କୋହଳ ହେବା ପରେ କମିସନରେଟ୍ ପୁଲିସ ଅପରାଧ ନିୟନ୍ତ୍ରଣ ଉପରେ ଫୋକସ୍ କରିବାକୁ ସଜବାଜ ହେଉଛି । ଏହି ପରିପ୍ରେକ୍ଷୀରେ ଅପରାଧ ଓ ଅପରାଧୀଙ୍କୁ ଟ୍ରାକ୍ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ‘ସନ୍ଧାନ’ ଓ ‘କୁଣ୍ଡଳୀ’ ନାମରେ ଦୁଇଟି ସ୍ୱତନ୍ତ୍ର ଆପ୍ କାର୍ଯ୍ୟକ୍ଷମ ହୋଇଛି । ଏହି ଦୁଇଟି ଆପ୍କୁ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ଦୁଇଟି ଡିସିପିଙ୍କ କାର୍ଯ୍ୟାଳୟରୁ କାମ କରିବ।Continue reading “କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ୨ଟି ଆପ୍ : ଆସିଲା ‘ସନ୍ଧାନ’ ଓ ‘କୁଣ୍ଡଳୀ’ ଆପ୍”
ଘର ବାରିପଟୁ ଉଦ୍ଧାର ହେଲା ନାଗସାପ ଏବଂ ସାପ ଅଣ୍ଡା : ଅଣ୍ଡାରୁ ବାହାରିଲେ ଛୋଟ ଛୋଟ ନାଗସାପ
କନକ ବ୍ୟୁରୋ : ଗତ ମେ’ ୨୦ରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପିଢ଼ପାଟଣା ଗ୍ରାମର ପ୍ରକାଶ ପରିଡ଼ାଙ୍କ ଘର କାମ ପାଇଁ ନିଅଁ ଖୋଳିବା ବେଳେ ଉଦ୍ଧାର ହୋଇଥିବା ୨୧ଟି ନାଗ ସାପ ଅଣ୍ଡାରୁ ୨୦ଟି ନାଗଛୁଆ ବାହାରିବା ପରେ ସେଗୁଡ଼ିକୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ଏକ ପ୍ରାକୃତିକ ପରିବେଶରେ ଛାଡ଼ି ଦିଆଯାଇଛି। ଏ ସଂପର୍କରେ ସୂଚନା ଦେଇ ସ୍ନେକ୍ ହେଲ୍ପ ଲାଇନ୍ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୨୧ଟି ଅଣ୍ଡାରୁContinue reading “ଘର ବାରିପଟୁ ଉଦ୍ଧାର ହେଲା ନାଗସାପ ଏବଂ ସାପ ଅଣ୍ଡା : ଅଣ୍ଡାରୁ ବାହାରିଲେ ଛୋଟ ଛୋଟ ନାଗସାପ”