କନକ ବ୍ୟୁରୋ : କରୋନା ଉଜାଡି ଦେଇଛି ଜୀବିକା । ଆୟର ରାସ୍ତା ବନ୍ଦ ହୋଇଯିବାରୁ ୫ଟି ବସର ମାଲିକ ରାସ୍ତା କଡରେ ପରିବାର ବିକ୍ରି କରୁଛି । ଏଭଳି ଘଟଣା ଘଟିଛି ଫୁଲବାଣୀ ସହରରେ ରହୁଥିବା ପଂଚାନନ ସାହୁଙ୍କ କ୍ଷେତ୍ରରେ । ୫ଟି ବସର ମାଲିକ ପଂଚାନନ ଆଜି ଖରାରେ ରାସ୍ତା କଡରେ ବସି ପରିବା ବିକ୍ରି କରୁଛି । ୨୦/୨୫ ଜଣଙ୍କୁ ନିଯୁକ୍ତି ଦେଇଥିବା ପଂଚାନନ ବର୍ତମାନ ପରିବା ନ ବିକିଲେ ଘର ଚଳିବନିContinue reading “କରୋନା ଉଜାଡିଦେଲା ଜୀବିକା : ଫୁଲବାଣୀ ସହରରେ ୫ଟି ବସର ମାଲିକ ବିକୁଛନ୍ତି ପରିବା; ଲକଡାଉନ ଯୋଗୁଁ ରାସ୍ତା କଡରେ ଠିଆହୋଇ ଖତ ଖାଇଲାଣି ଗାଡି”
Author Archives: Raghaba
ନୟାଗଡ ଜିଲ୍ଲାରେ ଚାଂଚଲ୍ୟ : ନିଖୋଜ ଶିଶୁକନ୍ୟାକୁ ହତ୍ୟା, ପାଖ ଗାଁ ଜଙ୍ଗଲରୁ ମିଳିଲା ମୃତଦେହ ଉଦ୍ଧାର; ୫ ଦିନ ହେଲା ନିଖୋଜ ଥିଲା ଶିଶୁକନ୍ୟା
କନକ ବ୍ୟୁରୋ : ନିଖୋଜ ଶିଶୁ କନ୍ୟାକୁ ହତ୍ୟା ଅଭିଯୋଗ । ନୟାଗଡ଼ ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଂଚାୟତର ଧୁନ୍ଦୁଗାଡ଼ିଆ ଗାଁର ୬ବର୍ଷର ଶିଶୁ କନ୍ୟାକୁ ହତ୍ୟା କରାଯାଇଛି । ନିଖୋଜର ୫ଦିନ ପରେ ପୁଲିସ ଗାଁ ପାଖ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର କରିଛି । ତେବେ ପିଲାଟିର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରାContinue reading “ନୟାଗଡ ଜିଲ୍ଲାରେ ଚାଂଚଲ୍ୟ : ନିଖୋଜ ଶିଶୁକନ୍ୟାକୁ ହତ୍ୟା, ପାଖ ଗାଁ ଜଙ୍ଗଲରୁ ମିଳିଲା ମୃତଦେହ ଉଦ୍ଧାର; ୫ ଦିନ ହେଲା ନିଖୋଜ ଥିଲା ଶିଶୁକନ୍ୟା”
ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ : ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଆଧାରରେ ପ୍ରସ୍ତୁତ ହେବ ରେଜଲ୍ଟ । ଜୁଲାଇ ୩୧ ରେ ଫଳାଫଳ ଘୋଷଣା ।
କନକ ବ୍ୟୁରୋ : ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ମାର୍କସିଟ୍ ପ୍ରସ୍ତୁତ କରିବାକୁ ତିଆରି ହୋଇଥିବା ୧୩ ସଦସ୍ୟ ବିଶିଷ୍ଟ ସମିତି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟରେ କୁହାଯାଇଛି କି ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାଫଳ ପ୍ରକାଶ କରାଯିବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଟନୀ ଜେନରାଲ କହିଛନ୍ତି କି ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷାContinue reading “ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ : ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଆଧାରରେ ପ୍ରସ୍ତୁତ ହେବ ରେଜଲ୍ଟ । ଜୁଲାଇ ୩୧ ରେ ଫଳାଫଳ ଘୋଷଣା ।”
କାଠ ବାକ୍ସରେ ପଶି ନଈରେ ଭାସିଯାଉଥିଲା କୁନି ଶିଶୁ… ଉଦ୍ଧାର କଲା ନାବିକ
କାଠବାସ୍କରେ ପଶି ଗାଜିପୁରରେ ପ୍ରବାହିତ ଗଙ୍ଗାନଦୀରେ ଭାସିଯାଉଥିବା ଏକ ନବଜାତ କନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। ନବଜାତା ସହ ସେ ବାକ୍ସରେ ଖଣ୍ଡେ ଚିଟାଉ, ଦେବୀ ଦୁର୍ଗାଙ୍କର ଏକ ଚିତ୍ର, ଜାତକ ଏବଂ ଧୂପକାଠି ମଧ୍ୟ ଥିଲା। ଚିଟାଉରେ ଲେଖାଥିଲା ‘ଗଙ୍ଗାପୁତ୍ରୀ’ ବା ‘ଗଙ୍ଗାଙ୍କ ସନ୍ତତି’। ଗୁଲ୍ଲୁ ଚୌଧୁରୀ ନାମରେ ଜଣେ ସ୍ଥାନୀୟ ନାବିକ ସେ ନବଜାତାକୁ ଘରକୁ ନେଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ପୁଲିସକୁ ସୂଚନା ଦିଆଯିବା ପରେ ଛୁଆଟିକୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।Continue reading “କାଠ ବାକ୍ସରେ ପଶି ନଈରେ ଭାସିଯାଉଥିଲା କୁନି ଶିଶୁ… ଉଦ୍ଧାର କଲା ନାବିକ”
ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ କୋଭିଡ ଭ୍ୟାକ୍ସିନ ‘କୋରବେଭ୍ୟାକ୍ସ’ ହୋଇପାରେ ୯୦ ପ୍ରତିଶତ ପ୍ରଭାବୀ । ନୋଭାଭ୍ୟାକ୍ସ ଭଳି କରିବ କାମ
କନକ ବ୍ୟୁରୋ : ଦେଶରେ ପ୍ରସ୍ତୁତ ହୋଇଥିବା ବାୟୋଲୋଜିକାଲ –ଇ ଭ୍ୟାକ୍ସିନ କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବୀ ହୋଇପାରେ ବୋଲି ଅନୁମାନ କରାଯାଇଛି । ଏହାସହ ଏହା କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଗୁରୁ ଦାୟୀତ୍ୱ ତୁଲାଇବ ବୋଲି କୁହାଯାଇଛି । ଦେଶର ଜଣେ ଶୀର୍ଷ ଡାକ୍ତର ସରକାରଙ୍କ ପରାମର୍ଶ କମିଟିକୁ ଏଭଳି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ ବ୍ରେକିଂ ଗ୍ରୁପର ଚେୟାରପର୍ସନ ଏନ.କେ ଆରୋରା କହିଛନ୍ତି କି ଏହି ଟିକାContinue reading “ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ କୋଭିଡ ଭ୍ୟାକ୍ସିନ ‘କୋରବେଭ୍ୟାକ୍ସ’ ହୋଇପାରେ ୯୦ ପ୍ରତିଶତ ପ୍ରଭାବୀ । ନୋଭାଭ୍ୟାକ୍ସ ଭଳି କରିବ କାମ”
କରୋନା ଭିତରେ ଆସିଲା ଭଲ ଖବର : ଭେଂଟିଲେଟରରେ ଥାଇ କୋଭିଡ୍ ପଜିଟିଭଙ୍କ ପ୍ରସବ; ଉଭୟ ମା’ ଓ ଶିଶୁ ସୁସ୍ଥ
କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଜଣେ ମହିଳା ଭେଣ୍ଟିଲେଟର୍ ସପୋର୍ଟରେ ଥାଇ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ଫୁଲବାଣୀ ବ୍ଲକ୍ର କଟ୍ରିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ଏହି ୩୮ ବର୍ଷୀୟା ଗର୍ଭବତୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ସପୋର୍ଟରେContinue reading “କରୋନା ଭିତରେ ଆସିଲା ଭଲ ଖବର : ଭେଂଟିଲେଟରରେ ଥାଇ କୋଭିଡ୍ ପଜିଟିଭଙ୍କ ପ୍ରସବ; ଉଭୟ ମା’ ଓ ଶିଶୁ ସୁସ୍ଥ”
ଓଡିଶା ପୁଲିସକୁ ବଡ ଆଶ୍ୱସ୍ତି : ଆନ୍ଧ୍ର ପୁଲିସର ଗୁଳିରେ ଟଳିପଡିଲେ ଓଡିଶାରେ ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ମାଓବାଦୀ; ଖସିପଳାଇଲା ଉଦୟ, ବଡିଗାର୍ଡ ମୃତ
କନକ ବ୍ୟୁରୋ : ଓଡିଶା ପୁଲିସକୁ ଆଶ୍ୱସ୍ତି । ଆନ୍ଧ୍ର ପୁଲିସର ଗୁଳିରେ ଟଳି ପଡିଲେ ଓଡିଶାରେ ସକ୍ରିୟ ଥିବା ଟପ ମାଓବାଦୀ । ଆଉ ମାଓ ନେତା ଉଦୟ ମଧ୍ୟ ଖସି ପଳେଇ ଥିବା ଜଣାପଡିଛି । ଗତକାଲି ବିଶାଖାପାଟଣା ଜିଲ୍ଲା ମାମ୍ପା ଥାନା ଅନ୍ତର୍ଗତ ଟିଗଲମେଟା ଜଂଗଲରେ ଘଟିଥିବା ଏନକାଉଂଟରରେ ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ୬ ଜଣ ମାଓବାଦୀ ପ୍ରାଣ ହରାଇ ଥିବା ଘଟଣା ଓଡିଶା ପୁଲିସକୁ ଏକ ବଡ ଆଶ୍ୱସ୍ତି ଆଣିContinue reading “ଓଡିଶା ପୁଲିସକୁ ବଡ ଆଶ୍ୱସ୍ତି : ଆନ୍ଧ୍ର ପୁଲିସର ଗୁଳିରେ ଟଳିପଡିଲେ ଓଡିଶାରେ ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ମାଓବାଦୀ; ଖସିପଳାଇଲା ଉଦୟ, ବଡିଗାର୍ଡ ମୃତ”
ଗାଜିଆବାଦ ଭିଡିଓ ମାମଲା । ସ୍ୱରା ଭାସ୍କର ଓ ଟ୍ୱିଟ୍ ଇଣ୍ଡିଆ ଅଧିକାରୀଙ୍କ ବିରୋଧରେ ଅଭିଯୋଗ
କନକ ବ୍ୟୁରୋ : ଗାଜିଆବାଦର ଏକ ବିବାଦୀୟ ଭିଡିଓ ଟ୍ୱିଟ କରିଥିବା ଅଭିଯୋଗରେ ଚଳଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଆରଫା ଖାନମ ସେରବାନୀ, ଆସିଫ୍ ଖାନ ଓ ଟ୍ୱିଟର ଇଣ୍ଡିଆର ଅଧିକାରୀ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଓଳିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏନେଇ ଏଫଆଇଆର ଗ୍ରହଣ ହୋଇନଥିବା ବେଳେ ଦିଲ୍ଲୀ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହାପୂର୍ବରୁContinue reading “ଗାଜିଆବାଦ ଭିଡିଓ ମାମଲା । ସ୍ୱରା ଭାସ୍କର ଓ ଟ୍ୱିଟ୍ ଇଣ୍ଡିଆ ଅଧିକାରୀଙ୍କ ବିରୋଧରେ ଅଭିଯୋଗ”
ବିଧାୟକଙ୍କ ଗାଁରେ ଲୋକେ ଟିକା ନେବାକୁ ଅମଙ୍ଗ : ଗୁଜବ ଯୋଗୁଁ ଟିକା ନେଉନାହାନ୍ତି ଲୋକେ; ମନରୁ ଭୟ ଦୂର କରି ଟିକା ନେବାକୁ ଅନୁରୋଧ କଲେ ମନୋହର ରାନ୍ଧାରୀ
କନକ ବ୍ୟୁରୋ : ଟିକା ନେଉନାହାନ୍ତି ବିଧାୟକଙ୍କ ପୈତୃକ ଗାଁର ଲୋକେ । ଏଭଳି ଚିତ୍ର ଆସିଛି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ଗାଁରେ । ଶରୀରରେ କୁପ୍ରଭାବ ପକାଉଥିବା ଗୁଜବ ସୃଷ୍ଟି ହେବାପରେ ଟିକା ନେବାକୁ ରାଜି ହେଉ ନାହାନ୍ତି ଲୋକ । ନବରଙ୍ଗପୁର ସହର ଠାରୁ ଅଳ୍ପ ଦୂରରେ ରହିଥିବା ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନିଜ ଗାଁ ଭାଟିଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାଫଳରେ ଏହି ଗାଁରେ ଟିକାକରଣ ହାରContinue reading “ବିଧାୟକଙ୍କ ଗାଁରେ ଲୋକେ ଟିକା ନେବାକୁ ଅମଙ୍ଗ : ଗୁଜବ ଯୋଗୁଁ ଟିକା ନେଉନାହାନ୍ତି ଲୋକେ; ମନରୁ ଭୟ ଦୂର କରି ଟିକା ନେବାକୁ ଅନୁରୋଧ କଲେ ମନୋହର ରାନ୍ଧାରୀ”
ଦେଶରେ ଆଜି କରୋନା ମିଟ ସାମାନ୍ୟ ଉପରମୁହାଁ ହୋଇଛି । ଗତ ୨୪ଘଣ୍ଟାରେ ୬୭,୨୦୮ କରୋନା ପଜିଟିଭ୍ ଚିହ୍ନଟ, ୨,୩୩୦ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୬୭ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୨.୩ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ନୂତନ ସଂକ୍ରମଣସଂଖ୍ୟା ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୭,୨୦୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୩୩୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇContinue reading “ଦେଶରେ ଆଜି କରୋନା ମିଟ ସାମାନ୍ୟ ଉପରମୁହାଁ ହୋଇଛି । ଗତ ୨୪ଘଣ୍ଟାରେ ୬୭,୨୦୮ କରୋନା ପଜିଟିଭ୍ ଚିହ୍ନଟ, ୨,୩୩୦ ମୃତ”