ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୭୨ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୨୫ ଜଣ

କନକ ବ୍ୟୁରୋ: ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୭ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୭୨ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୨୫ ଜଣ”

ଏଥର ବି ବିନାଭକ୍ତରେ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି

କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ତେବେ ରଥଯାତ୍ରା ମଧ୍ୟ ବିନା ଭକ୍ତରେ ହେବ । ରଥ ଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ମେ ୩୧ ତାରିଖରେ ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହିContinue reading “ଏଥର ବି ବିନାଭକ୍ତରେ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ । ରିକି ପଣ୍ଟିଂଙ୍କୁ ଟପି ପାରନ୍ତି ବିରାଟ

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ଭାରତ-ନ୍ୟୁଜିଲାଣ୍ଡ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବଡ ସୁଯୋଗ ରହିଛି । ବିରାଟ କୋହଲି ଏହି ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିପାରନ୍ତି । ଏହି ରେକର୍ଡ ହାସଲ କରିବା ସହ ସେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇ ପାରନ୍ତି । ଯଦି କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରନ୍ତି, ତେବେ ଅଧିନାୟକContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ । ରିକି ପଣ୍ଟିଂଙ୍କୁ ଟପି ପାରନ୍ତି ବିରାଟ”

ଏହି ଟ୍ରେନରେ କରୋନା ପ୍ରତିରୋଧକ କୋଚ ଲଗାଇବ ରେଳ ବିଭାଗ । ପବନରେ ଭୂତାଣୁକୁ ମାରିଦେବ ଏୟାର ପ୍ଲାଜମା ଥେରୋପି

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଥମିଥିବା ବେଳେ ରେଳ ବିଭାଗ କିନ୍ତୁ ତା’ର ପ୍ରସ୍ତୁତି ଜାରି ରଖିଛି    । ଏବେ ରେଳ ବିଭାଗ କିଛି ରେଳରେ କରୋନା ପ୍ରତିରୋଧକ କୋଚ୍ ଲଗାଇବାକୁ ଯୋଜନା କରିଛି । ଏହି କୋଚ ଭିତରେ ଭୂତାଣୁ ପଶିବା କ୍ଷଣି ତାର ମୃତ୍ୟୁ ହେବ ବୋଲି କୁହାଯାଇଛି । କୁହାଯାଇଛି କି କରୋନା ପ୍ରତିରୋଧକ କୋଚରେ ପ୍ଲାଜମା ଏୟାର ଥେରୋପି ବ୍ୟବହାର କରାଯିବ । ଏଭଳି ସୂଚନା ରେଳContinue reading “ଏହି ଟ୍ରେନରେ କରୋନା ପ୍ରତିରୋଧକ କୋଚ ଲଗାଇବ ରେଳ ବିଭାଗ । ପବନରେ ଭୂତାଣୁକୁ ମାରିଦେବ ଏୟାର ପ୍ଲାଜମା ଥେରୋପି”

ଟୀକା ନେବୁନି, ଚେରମୂଳୀ ଖାଇବୁ । କରୋନା କାଳରେ ଟୀକା ନେବାକୁ ଅରାଜି ଗାଁ ଲୋକେ । ଚେରମୂଳୀ ଖାଇ ଭୂତାଣୁକୁ ଚେକ ଦେବାକୁ ଗ୍ରାମବାସୀଙ୍କ ଜିଦ୍ ।

କନକ ବ୍ୟୁରୋ: କରୋନା ମହାମାରୀରୁ ବଞ୍ଚିବାକୁ ଏବେ ଟିକା ହିଁ ଏକମାତ୍ର ମାଧ୍ୟମ । ତେଣୁ ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏହାରି ମଧ୍ୟରେ ଓଡ଼ିଶାର ଏମିତି ଏକ ଗାଁ ରହିଛି ଯେଉଁଠାରେ କି ଲୋକମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଆସିଛି । ଗଞ୍ଜାମର ପୋଲସରା ଅଞ୍ଚଳରେ ଟିକା ନେବାକୁ ପୂରାପୁରି ନାରାଜ । ଜଣେ କି ଦୁଇ ଜଣ ନୁହେଁ ବରଂ ପୂରା ଗାଁ ଟିକା ନେବାକୁContinue reading “ଟୀକା ନେବୁନି, ଚେରମୂଳୀ ଖାଇବୁ । କରୋନା କାଳରେ ଟୀକା ନେବାକୁ ଅରାଜି ଗାଁ ଲୋକେ । ଚେରମୂଳୀ ଖାଇ ଭୂତାଣୁକୁ ଚେକ ଦେବାକୁ ଗ୍ରାମବାସୀଙ୍କ ଜିଦ୍ ।”

ପାକିସ୍ତାନ: କୁଳଭୂଷଣ ଯାଦବ ମାମଲାରେ ଓକିଲ ନିଯୁକ୍ତି ପ୍ରସଙ୍ଗ, ଅକ୍ଟୋବର ୫ ତାରିଖ ଯାଏଁ ଶୁଣାଣି ସ୍ଥଗିତ

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କ ମାମଲାରେ କୁଳଭୂଷଣଙ୍କ ପକ୍ଷରୁ ଓକିଲ ନିଯୁକ୍ତି ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପାକିସ୍ତାନର ଏକ ଅଦାଲତ ଦେଶର ଶେଷ ବିଧି ଅଧିକାରୀଙ୍କ ଅନୁରୋଧ କ୍ରମେ ଓଳିଲ ନିଯୁକ୍ତ କରିବା ନେଇ ସରକାରଙ୍କ ଯାଚିକା ଉପରେ ଶୁଣାଣିକୁ ଅକ୍ଟୋବର ୫ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି । ସୂଚନା ଥାଉକି ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ ୫୦ ବର୍ଷିୟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସେନାContinue reading “ପାକିସ୍ତାନ: କୁଳଭୂଷଣ ଯାଦବ ମାମଲାରେ ଓକିଲ ନିଯୁକ୍ତି ପ୍ରସଙ୍ଗ, ଅକ୍ଟୋବର ୫ ତାରିଖ ଯାଏଁ ଶୁଣାଣି ସ୍ଥଗିତ”

କ୍ରିକେଟ ପଡିଆରେ ସଫଳ ହୋଇଥିଲେ ଏହି କ୍ରିକେଟର । ହେଲେ ଜୀବନରେ ସାମ୍ନା କରିଥିଲେ ସଂଘର୍ଷମୟ ସମୟ । ଶାରୀରିକ ଅକ୍ଷମ ହୋଇ ବି ରଚିଛନ୍ତି ଇତିହାସ…

କନକ ବ୍ୟୁରୋ: କୁହାଯାଏ, ସଫଳତା ଏତେ ସହଜରେ ମିଳେନି । ସଫଳ ହେବାକୁ ହେଲେ ଅନେକ ସଂଘର୍ଷର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡେ । କ୍ରିକେଟରମାନଙ୍କ କାହାଣୀ ମଧ୍ୟ କିଛି ଏହିଭଳି ସଂଘର୍ଷପୂର୍ଣ୍ଣ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ସଫଳ କ୍ରିକେଟରଙ୍କ କାହାଣୀ କହିବୁ, ଯେଉଁମାନେ ଶାରୀରିକ ଅକ୍ଷମତା ଥିଲେ ମଧ୍ୟ, ବଡ ନାମ ଅର୍ଜନ କରିଛନ୍ତି । ପ୍ୟାଟ୍ କମିନ୍ସ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ପ୍ୟାଟ୍ କମିନ୍ସContinue reading “କ୍ରିକେଟ ପଡିଆରେ ସଫଳ ହୋଇଥିଲେ ଏହି କ୍ରିକେଟର । ହେଲେ ଜୀବନରେ ସାମ୍ନା କରିଥିଲେ ସଂଘର୍ଷମୟ ସମୟ । ଶାରୀରିକ ଅକ୍ଷମ ହୋଇ ବି ରଚିଛନ୍ତି ଇତିହାସ…”

ଦେଶରେ ଆଜିଠାରୁ ବାଧ୍ୟତାମୂଳକ ହେଲା ହଲମାର୍କ ସୁନା । ପ୍ରଥମ ପର୍ଯ୍ୟାୟରେ ୨୫୬ ଜିଲ୍ଲାରେ ଲାଗୁହେବା ନେଇ ସୂଚନା

କନକ ବ୍ୟୁରୋ : ଦେଶରେ ଆଜିଠାରୁ ସୁନା ଗହଣା ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଗତ କାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ପ୍ରାରମ୍ଭିକ ପର୍ୟ୍ୟାୟରେ ଦେଶର ୨୫୬ଟି ଜିଲ୍ଲାରେ ଏହି ନିୟମ ଲାଗୁ ହେବ ଓ ପରେ ପର୍ୟ୍ୟାୟକ୍ରମେ ଏହାକୁ ସାରା ଦେଶରେ ଲାଗୁ କରାଯିବ । We welcome the decisionContinue reading “ଦେଶରେ ଆଜିଠାରୁ ବାଧ୍ୟତାମୂଳକ ହେଲା ହଲମାର୍କ ସୁନା । ପ୍ରଥମ ପର୍ଯ୍ୟାୟରେ ୨୫୬ ଜିଲ୍ଲାରେ ଲାଗୁହେବା ନେଇ ସୂଚନା”

ଏମିତି ଦ୍ୱୀପ, ଯେଉଁଠି ଘାସରେ ଘର ତିଆରି କରୁଛନ୍ତି ଲୋକ । ପକ୍କାଘରଠୁ ବି ଅଧିକ ଉପକାରୀ ଏହି ଘର । ଜାଣନ୍ତୁ କେଉଁଠି ଏହି ଦ୍ୱୀପ?

କନକ ବ୍ୟୁରୋ: ମଣିଷକୁ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର ସହ ବାସଗୃହ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ନିଜ ଘରକୁ ସବୁ ବେଳେ ମଜବୁତ ଭାବରେ ତିଆରି କରନ୍ତି, ଆଉ ଏହାର ଯତ୍ନ ମଧ୍ୟ ନିଅନ୍ତି । ଆଜି ଆମେ ଏମିତି ଏକ ଘର କଥା କହିବୁ ଯାହା ସିମେଣ୍ଟ, ଲୁହାରେ ନୁହେଁ ସମୁଦ୍ର ଘାସରେ ତିଆରି ହୋଇଛି । ଆଉ ଏହି ଘାସରେ ତିଆରି ଘର ବେଶ ମଜବୁତ । ଏହି ଘରେ ଜଙ୍ଗContinue reading “ଏମିତି ଦ୍ୱୀପ, ଯେଉଁଠି ଘାସରେ ଘର ତିଆରି କରୁଛନ୍ତି ଲୋକ । ପକ୍କାଘରଠୁ ବି ଅଧିକ ଉପକାରୀ ଏହି ଘର । ଜାଣନ୍ତୁ କେଉଁଠି ଏହି ଦ୍ୱୀପ?”

ଜୁଲାଇ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ କଲେ ରାଜ୍ୟ ସରକାର । ବନ୍ଦ ରହିବ ଯାତ୍ରୀବାହୀ ବସ ଚଳାଚଳ । ଜାରି ରହିବ ଅତ୍ୟାବଶ୍ୟକ ସେବା ।

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଜୁଲାଇ ୧ ଯାଏଁ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଲକଡାଉନରେ କେତେକ କଟକଣାକୁ କୋହଳ କରାଯାଇଛି । ଯେଉଁ କାରଣରୁ ଏହାକୁ ଆଂଶିକ ଲକଡାଉନ୍ ବୋଲି ମଧ୍ୟ କୁହାଯାଉଛି । ଏହି ଲକଡାଉନ୍ ସମୟରେ ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲାରହିବ ।Continue reading “ଜୁଲାଇ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ କଲେ ରାଜ୍ୟ ସରକାର । ବନ୍ଦ ରହିବ ଯାତ୍ରୀବାହୀ ବସ ଚଳାଚଳ । ଜାରି ରହିବ ଅତ୍ୟାବଶ୍ୟକ ସେବା ।”

Design a site like this with WordPress.com
Get started