ଶିିମିଳିପାଳରେ କେତେ ସୁରକ୍ଷିତ ବନ୍ୟଜନ୍ତୁ? ଅଭୟାରଣ୍ୟ ଭିତରୁ ଦେଢ ମାସରେ ଗିରଫ ହେଲେଣି ୧୮ ଶିକାରୀ

କନକ ବ୍ୟୁରୋ: ଶିମିଳିପାଳରେ ବେଧଡକ ବୁଲୁଛନ୍ତି ଶିକାରୀ । ବନ୍ଧୁକ ଧରି ଅଭୟାରଣ୍ୟ ଭିତରେ କରୁଛନ୍ତି ବନ୍ୟଜନ୍ତୁ ଶିକାର । ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଶିମିଳିପାଳ ଉପରେ ରହିଛି ପୁଲିସର ନଜର । ଅଭୟାରଣ୍ୟ ପଦ ଦେଶରେ ଥିବା ଗାଁରେ ଚଢାଉ କରି ଶିକାରୀଙ୍କୁ ଗିରଫ କରିବା ସହ ମାଳମାଳ ବନ୍ଧୁକ ଜବତ କରୁଛି ମୟୂରଭଂଜ ପୁଲିସର ସ୍ପେଶାଲ ସ୍କାର୍ଡ ।

ଶିମିଳିପାଳ ଅଭୟାରଣ ପାଦଦେଶରେ ଥିବା ବଡସାହି ଥାନା ଅନ୍ତର୍ଗତ ରେଂଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ଼, ହାତୀକୋଟ ଅଂଚଳରେ ଘନଘନ ଚଢ଼ାଉ କରୁଛି ପୁୁଲିସ । ଗତ ୧୪ ଓ ୧୫ ତାରିଖରେ ଚଢାଉ ବେଳେ ବେଆଇନ ବନ୍ଧୁକ ଜବତ କରିବା ସହ ଶିକାରୀ ଗିରଫ ହୋଇଛନ୍ତି । ୧୪ ତାରିଖରେ ଯଦୁନାଥପୁର ଗାଁରେ ଚଢାଉ ବେଳେ ଯଦୁନାଥ ହାଁସଦା, ଠାକୁର ସିଂ, ମଧୁ ସିଂକୁ ଗିରଫ କରିିଥିଲା ପୁଲିସ । ସେହିଭଳି ୧୫ ତାରିଖରେ ଗିରଫ ଶିକାରୀମାନେ ହାତୀକୋଟ ଗାଁର ମହେନ୍ଦ୍ର ସିଂ, ଶ୍ୟାମସୁନ୍ଦର ସିଂ ଓ ମଦନ ସିଂ ବୋଲି ଜଣାପଡିଛି । ଅନ୍ୟ ଏକ ସର୍ଚ୍ଚ ଅପରେସନରେ ଖୁଂଟା ଥାନା ଅନ୍ତର୍ଗତ ବହଳଦା ଜଙ୍ଗଲରେ ଶିକାରୀ ଲୁଚାଇଥିବା ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଦୁଇ ଦିନର ଅପରେସନ୍ରେ ମୋଟ ୧୧ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୂର୍ବାଂଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।

ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ବିମଲ ଜେନା ଓ ମାଥି ହଂସଦାଙ୍କ ମୃତ୍ୟୁ ପରେ ଶିମିଳିପାଳ ସୁରକ୍ଷା ଦାୟିତ୍ୱ ପୁଲିସକୁ ଦିଆଯାଇଛି । ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱ ମିଳିବା ପରେ ମେ’ ୨୭ ତାରିଖରୁ ବାରମ୍ବାର ଚଢାଉ କରୁଛି ମୟୂରଭଂଜ ପୁଲିସର ସ୍ପେଶାଲ ସ୍କାର୍ଡ । ଆଇ ଏହି ସମୟ ମଧ୍ୟରେ ୮ଟି ମାମଲାରେ ୧୮ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଶିକାରୀଙ୍କ ପାଖରୁ ୧୭ଟି ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ମୟୂରଭଂଜ ପୁଲିସ ।

ଶିମିଳିପାଳରେ ଚଢାଉ କରି ପୁଲିସ ଏତେ ପରିମାଣରେ ଦେଶୀ ବନ୍ଧୁକ ଜବତ କରିବା ପରେ ଅଭୟାରଣ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ସଂପୂର୍ଣ୍ଣ ଶିମିଳିପାଳ ଶିକାରୀଙ୍କ ଜବଜ୍ରେ ନାହିଁ ତ? ଅଭୟାରଣ୍ୟ ଭିତରେ ଥିବା ଗାଁରେ ଶିକାରୀମାନେ ଦେଶୀ ବନ୍ଧୁକ ରଖୁଥିବା ବେଳେ ବନବିଭାଗ ଏତେ ଦିନ ଧରି କରୁଥିଲା କ’ଣ? କାହିଁକି ଆଗରୁ ପୁଲିସର ସହାୟତା ନେଉନଥିଲା ବିଭାଗ? ଶିକାରୀଙ୍କ ସହ ବନ ବିଭାଗର କିଛି କର୍ମଚାରୀଙ୍କ ସଂପର୍କ ନାହିଁ ତ?

The post ଶିିମିଳିପାଳରେ କେତେ ସୁରକ୍ଷିତ ବନ୍ୟଜନ୍ତୁ? ଅଭୟାରଣ୍ୟ ଭିତରୁ ଦେଢ ମାସରେ ଗିରଫ ହେଲେଣି ୧୮ ଶିକାରୀ first appeared on Kanak News.

from Kanak News
via <a href="https://ifttt.com/?

ବର୍ଷା ଆସୁଆସୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିିତି ବେହାଲ: କେନ୍ଦୁଝର ପାଟଣା ତେଲ ନଦୀ ପୋଲ ଉପରେ ବହିଲା ୪ଫୁଟର ପାଣି

କନକ ବ୍ୟୁରୋ: କିଛି ଘଂଟାର ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତକାଲି ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାସ୍ତାରେ ପାଣି, ଘରେ ପାଣି । ବିଲ କେଉଁଠି ଓ ନାଳ କେଉଁଠି ଜାଣିବା ମୁସ୍କିଲ ହୋଇପଡ଼ିଛି । ଜଗତସିଂହପୁର ଜିଲ୍ଲା ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଦଳେଇ ଖାଇ ନିକଟରେ ଗୋଟିଏ ଘାଇ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଛି । ଫଳରେ ହନୁମନ୍ତପୁର ଗାଁରେ ଜଳବନ୍ଦୀ ଅବସ୍ଥାରେ ସୃଷ୍ଟି ହୋଇଛି । ସେହିପରି ତରିକୁନ୍ଦ ଘାଇ ଯୋଗୁଁ ଜଗତସିଂହପୁର-କଟକ ରାସ୍ତା ଉପରେ ପାଣି ଚାଲୁଛି । ଏପଟେ କେନ୍ଦୁଝର କୁମୁଳବାହାଳି ତେଲ ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି । ଘୋଳକୁଣ୍ଡ ପୋଲରେ ବି ସମାନ ଅବସ୍ଥା । ବନ୍ୟା ପାଣି ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି । ତେଲ ନଦୀ ପାଶ୍ୱର୍ରେ ଥିବା ବେଲସରେଇ ଓ ଘୋଳକୁଣ୍ଡ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଳାକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି ।

The post ବର୍ଷା ଆସୁଆସୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିିତି ବେହାଲ: କେନ୍ଦୁଝର ପାଟଣା ତେଲ ନଦୀ ପୋଲ ଉପରେ ବହିଲା ୪ଫୁଟର ପାଣି first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ବଳ ନୁହନ୍ତି କୌଣସି ଦିବ୍ୟାଙ୍ଗ: ଲକ୍ଷ୍ୟ ସ୍ଥିର ଥିଲେ ଛୁଇଁ ହୁଏ ସଫଳତାର ଶିଖର

କନକ ବ୍ୟୁରୋ: ସଂଘର୍ଷ ଜଣେ ଛାତ୍ରର ଜୀବନକୁ ଅଧିକ ଉଜ୍ଜିବୀତ କରେ । ସମସ୍ୟା ଆସିବ କିନ୍ତୁ ,ପଛଘୁଞା ନଦେଇ ସମାଧାର ବାଟ ଖୋଜି ସଫଳତାର ଶୀଖରକୁ ଛୁଇଁବା ହିଁ ଜଣେ ମେଧାବୀ ଛାତ୍ରକୁ ସଫଳତା ଆଣିଦିଏ। ଏହା ହିଁ କରି ଦେଖାଇଛନ୍ତି ସୋନପୁର ସହରର ଜଣେ ଦିବ୍ୟାଙ୍ଗ ଛାତ୍ର । ଜନ୍ମରୁ ହାତରେ ଖାଇପାରୁ ନଥିବା କି ଲେଖିପାରୁ ନଥିବା ଜଣେ ଛାତ୍ର ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସମ୍ବଲପୁର ପକ୍ଷରୁ ପ୍ରକାଶିତ ସ୍ନାତକ କଳା ସମ୍ମାନ ପରିକ୍ଷାରେ ୬୯ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତିନ୍ନ ହୋଇଛନ୍ତି ।

ଅନ୍ୟମାନଙ୍କ ପାଇଁ ଉଦାହରଣ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଶାନ୍ତିନଗର ପଡାର ଶିବଦତ ଚାନ୍ଦ । ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ ଶିବଦତ । ହେଲେ ଦୃଢ ଇଛା ଶକ୍ତି ଶିବଦତଙ୍କ ଶିକ୍ଷାଗତ ଜୀବନରେ ସଫଳ ଯାତ୍ରା ପାଇଁ ବାଟ ଫିଟେଇ ଦେଇଛି । କଲେଜ ପଢାରେ ପ୍ରଥମ ଶ୍ରେଣୀରେ ପାସ କରିବା ସହ କମ୍ୟୁଟ ଚଲାଇବା ସବୁଥିରେ ମାହିର ଶିବଦତ । ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ସ୍ନାତକ କଳା ସମ୍ମାନ ପରିକ୍ଷାରେ ୬୯ ପ୍ରତିଶତ ମାର୍କ ରଖି ଫାଷ୍ଟ ହୋଇଛନ୍ତି । ଏହାସହ ବିଭିନ୍ନ ସମୟରେ ରାଜ୍ୟ ତଥା ଜାତିୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି ଶିବଦତ । ୨୦୧୮ରେ ବିଶ୍ୱ ଭିନ୍ନକ୍ଷମ ଦିବସରେ ରାଜ୍ୟ ସ୍ତରୀୟ ସମାରୋହରେ ଶ୍ରେଷ୍ଟ ପ୍ରତିଭା ଭାବରେ ପୁରସ୍କୃତ ହୋଇଛନ୍ତି ।

ପୁଅ ଶିବଦତ ଶାରିରୀକ ଭାବେ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥିଲେ ବି ବାପା-ମାଆ କେବେ ବି ଭାଙ୍ଗି ପଡିନାହାନ୍ତି । ପୁଅକୁ ଅନ୍ୟମାନଙ୍କ ଭଳି ଉଚ୍ଚ ଶିକ୍ଷିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବାପା ନରେନ୍ଦ୍ର ଚାନ୍ଦ ଓ ମାଆ ହରପ୍ରିୟା ପାଣି । ବାପା-ମାଆଙ୍କ ପ୍ରେରଣାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗକୁ ଆଗକୁ ମାଡି ଚାଲିଥିବା ଶିବଦତ ଅନେକ ସଫଳତା ସାଉଁଟୁଛନ୍ତି । କଠିନ ପରିଶ୍ରମ ଓ ଏକାଗ୍ରତା ଥିଲେ ମଣିଷ ସବୁ ପରିସ୍ଥିତିର ସାମ୍ନା କରିପାରେ । ଆଉ ସଫଳତା ମିଳିବା ସହଜ ହୋଇଯାଏ । ଯାହା କରି ଦେଖାଇଛନ୍ତି ଶିବଦତ ଚାନ୍ଦ ।

The post ଦୁର୍ବଳ ନୁହନ୍ତି କୌଣସି ଦିବ୍ୟାଙ୍ଗ: ଲକ୍ଷ୍ୟ ସ୍ଥିର ଥିଲେ ଛୁଇଁ ହୁଏ ସଫଳତାର ଶିଖର first appeared on Kanak News.

from Kanak News
via <a href="https://ifttt.com/?

ଦଳ ଟିକଟ ନଦେଲେ ମୁଁ ସ୍ୱାଧୀନ ଭାବେ ଲଢିବି, ଆଉ କେଉଁ ଦଳକୁ ଯିବିନାହିଁ: ମହମ୍ମଦ ମୋକିମ୍

କନକ ବ୍ୟୁରୋ: କଂଗ୍ରେସ ଦଳ ଯହି ମୋତେ ଟିକଟ ନଦିଏ ତେବେ ମୁଁ ସ୍ୱାଧୀନ ଭାବେ ଲଢିବି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସରୁ ନିଲମ୍ବିତ ହେବା ପରେ କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟ ମହମ୍ମଦ ମୋକିମ୍ । ସେ କହିଛନ୍ତି ୨୦୨୪ ନିର୍ବାଚନ ପାଇଁ ଏବେ ବହୁତ ସମୟ ଅଛି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସ ଦଳରେ ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକତା ରହିଛି ।

ସେ କହିଛନ୍ତି, କଂଗ୍ରେସ ସହ ଥିଲି, ଅଛି ଆଉ ରହିବି । ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ । ଲୋକଙ୍କ ସେବା ପାଇଁ ରାଜନୀତିରେ ଅଛି । କୌଣସି ଜାଗାରେ କଂଗ୍ରେସକୁ କ୍ଷତି ହେଲାଭଳି ମନ୍ତବ୍ୟ ଦେଇନାହିଁ । କିଛି ଟିପ୍ପଣୀ ଆଧାରରେ କାହାକୁ ଫୋପାଡିବା ସହଜ ନୁହେଁ ।

The post ଦଳ ଟିକଟ ନଦେଲେ ମୁଁ ସ୍ୱାଧୀନ ଭାବେ ଲଢିବି, ଆଉ କେଉଁ ଦଳକୁ ଯିବିନାହିଁ: ମହମ୍ମଦ ମୋକିମ୍ first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ସହ ଥିଲି, ଅଛି ଆଉ ରହିବି। କଂଗ୍ରେସକୁ ନିଲମ୍ବିତ ହେବା ପରେ କନକନ୍ୟୁଜରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ 

କନକ ବ୍ୟୁରୋ: ଦଳରୁ ନିଲମ୍ବନ ନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, କଂଗ୍ରେସ ସହ ଥିଲି, ଅଛି ଆଉ ରହିବି । ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ । ଲୋକଙ୍କ ସେବା ପାଇଁ ରାଜନୀତିରେ ଅଛି । କୌଣସି ଜାଗାରେ କଂଗ୍ରେସକୁ କ୍ଷତି ହେଲାଭଳି ମନ୍ତବ୍ୟ ଦେଇନାହିଁ । କିଛି ଟିପ୍ପଣୀ ଆଧାରରେ କାହାକୁ ଫୋପାଡିବା ସହଜ ନୁହେଁ ।

ଏହା ସହ ସେ ପ୍ରଶ୍ନ କରିଛନ୍ତି, ସଭାପତି କେତେଥର ଆମ ସହ ଆଲୋଚନା କରିଛନ୍ତି? ଯାହା କିଛି ବି ଥିଲା ସେ ସବୁ କଥା ଘର ଭିତରେ ସମାଧାନ ହେବାର ଥିଲା । ମୋର ଆଶା ଯେ ହାଇକମାଣ୍ଡ ଏ କଥାର ପୁନଃବିଚାର କରିବେ । ଯଦି ଶୃଙ୍ଖଳାଗତ କମିଟି ମୋତେ ଦିଲ୍ଲୀ ଡାକିବ ତେବେ ମୁଁ ନିଶ୍ଚିତି ଯିବି । ଏବେ ତ ୨୦୨୪ ନିର୍ବାଚନ ବହୁତ ଦୂରରେ ଅଛି । ଅନେକ ଦିନ ପରେ ନିର୍ବାଚନ ହେବ । କଂଗ୍ରେସ ଦଳ ଯହି ମୋତେ ଟିକଟ ନଦିଏ ତେବେ ମୁଁ ସ୍ୱାଧୀନ ଭାବେ ଲଢିବି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସ ଦଳରେ ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକତା ରହିଛି ।

The post କଂଗ୍ରେସ ସହ ଥିଲି, ଅଛି ଆଉ ରହିବି। କଂଗ୍ରେସକୁ ନିଲମ୍ବିତ ହେବା ପରେ କନକନ୍ୟୁଜରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍  first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ କମିବାରେ ଲାଗିଛି ଯମୁନାର ପାଣି, ଏବେ ବି ସରିନାହିଁ ଦିଲ୍ଲୀବାସୀଙ୍କ ଦୁଃଖ। ରାସ୍ତାରେ ଭରିରହିଛି ପାଣି

କନକ ବ୍ୟୁରୋ: ଦିଲ୍ଲୀରେ ଗତ କିଛି ଦିନ ହେବ ଯମୁନା ବିକଟାଳ ରୂପ ନେଇଛି । ତେବେ ଧିରେ ଧିରେ ଏହାର ଜଳସ୍ତର କମିବାରେ ଲାଗିଛି । ଗୁରୁବାର ଯମୁନା ନଦୀର ଜଳସ୍ତର ରେକର୍ଡ ୨୦୮.୬୬ ମିଟର ଉପରେ ପ୍ରବାହିତ ହେଉଥିଲା । ରବିବାର ଏହି ସ୍ତର ୨୦୬.୧୫ମିଟରରେ ପହଞ୍ଚିଛି । ଜଳସ୍ତର କମିଥିଲେ ବି ଦିଲ୍ଲୀର ସଡକରେ ପାଣି କମିବାକୁ ନାଁ ନେଉନାହିଁ ।

ଯମୁନା ନଦୀରେ ତିଆରି ହୋଇଥିବା ବ୍ୟାରେଜର ଗେଟ ଜାମ ହେବା ସହ ରାତିରେ ହୋଇଥିବା ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହିଯାଇଥିଲା । ଏହି ସମୟ ମଧ୍ୟରେ ରାଜଘାଟ ଏବଂ ଦିଲ୍ଲୀର ସବୁଠାରୁ ବ୍ୟସ୍ତ ବହୁଳ ଛକ ଆଇଟିଓର ଆଖପାଖରେ ଥିବା ସଡକରେ ପାଣି ଜମିରହିଥିଲା । ଏଥିପାଇଁ ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା ଦେଖାଯାଇଥିଲା । ଭାରତୀୟ ସେନା ଶୁକ୍ରବାର ବ୍ୟାରେଜର ଗୋଟିଏ କବାଟ ଖୋଲିବାରେ ସଫଳ ହୋଇଥିବା ବେଳେ ୩୨ଟି ଗେଟରୁ ୪ ଗେଟରେ ଜାମ ଲାଗିରହିଛି ।

ସେହିପରି ସୁପ୍ରିମକୋର୍ଟ ପାଖରେ ଗୋଟିଏ ଡ୍ରେନ ଭାଙ୍ଗିବା କାରଣରୁ ଅଧିକାରୀମାନେ ଦୁଇ ଦିନ ଧରି ଅନେକ ସମସ୍ୟାର ସାମ୍ନା କରିଥିଲେ । ଏହି କାରଣରୁ ସୁପ୍ରିମକୋର୍ଟ ଏବଂ ରାଜଘାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେନା ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏହି ଫାଟକୁ ଠିକ କରିଛନ୍ତି । ତେବେ ଶନିବାର ହୋଇଥିବା ବର୍ଷା ପରେ ସହର ଭିତରେ ପାଣି ଜମିରହିଥିଲା ।

The post ଦିଲ୍ଲୀ କମିବାରେ ଲାଗିଛି ଯମୁନାର ପାଣି, ଏବେ ବି ସରିନାହିଁ ଦିଲ୍ଲୀବାସୀଙ୍କ ଦୁଃଖ। ରାସ୍ତାରେ ଭରିରହିଛି ପାଣି first appeared on Kanak News.

from Kanak News
via <a href="https://ifttt.com/?

ବିରୋଧୀଙ୍କ ବୈଠକରେ ସାମିଲ ହେବ ଆପ୍, ବେଙ୍ଗାଲୁରୁ ଯିବେ କେଜ୍ରିୱାଲ ଓ ଭଗୱନ୍ତ ମାନ୍

କନକ ବ୍ୟୁରୋ : ବିରୋଧୀ ମେଣ୍ଟକୁ ମିଳିଛି ଶକ୍ତି । ୧୭ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଥିବା ବିରୋଧୀମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଆପ୍ ଯୋଗଦେବା ନେଇ ସ୍ପଷ୍ଟ କରିଛି । ଆସନ୍ତା କାଲି ବୈଠକରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଯୋଗ ଦେବା ନେଇ ଦଳ ସ୍ପଷ୍ଟ କରିଛି ।

କେନ୍ଦ୍ର ସରକାର ଦିଲ୍ଲୀକୁ ନେଇ ଆଣିଥିବା ବିବାଦୀୟ ଅଧ୍ୟାଦେଶକୁ ନେଇ କେଜ୍ରିୱାଲ ସମସ୍ତ ବିରୋଧୀଦଳଙ୍କ ସମର୍ଥନ ଲୋଡିଥିଲେ । ଅନେକ ବିରୋଧୀଦଳ କେଜ୍ରିୱାଲଙ୍କୁ ସଂସଦରେ ସମର୍ଥନ କରିବାକୁ କଥା ଦେଇଥିବା ବେଳେ କଂଗ୍ରେସ କିନ୍ତୁ ନିରବ ଥିଲା । ଯାହାକୁ ନେଇ ପାଟନାରେ ହୋଇଥିବା ବିରୋଧୀ ମେଣ୍ଟ ବୈଠକର ଅଧାରୁ ଫେରି ଆସିଥିଲେ କେଜ୍ରିୱାଲ । ଏହାପରେ ବିରୋଧୀମେଣ୍ଟରେ କେଜ୍ରିୱାଲ ରହିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ଦ୍ୱିତୀୟ ପର୍ଯ୍ୟାୟ ବୈଠକର ଗୋଟିଏ ଦିନ ଆଗରୁ କଂଗ୍ରେସ ତାର ମତ ସ୍ପଷ୍ଟ କରିଛି । ଗତ କାଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିଥିବା ଦଳୀୟ ବୈଠକରେ କଂଗ୍ରେସ ସ୍ପଷ୍ଟ କରିଛି କି ସଂସଦରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବ । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସ୍ପଷ୍ଟ କରିବା ପରେ ଆମ୍ ଆଦମୀ ପାର୍ଟି ବିରୋଧ ମେଣ୍ଟ ବୈଠକରେ ଯୋଗ ଦେବା ନେଇ ନିଷ୍ପତ୍ତି କରିଛି । ଏନେଇ ରବିବାର ଦିନ ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ରାଘବ ଚଡ୍ଡା କହିଛନ୍ତି କି ଦଳର କିଛି ବରିଷ୍ଠ ନେତା ଆସନ୍ତା କାଲି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀମେଣ୍ଟ ବୈଠକରେ ଯୋଗଦେବାକୁ ଯାଉଛନ୍ତି । ଏନେଇ ପାର୍ଟିର ପଲିଟିକାଲ ଅଫେୟାର୍ସ କମିଟି ବୈଠକରେ ସ୍ଥିର ହୋଇଥିବା କଥା ରାଘବ ଚଡ୍ଡା କହିଛନ୍ତି ।

The post ବିରୋଧୀଙ୍କ ବୈଠକରେ ସାମିଲ ହେବ ଆପ୍, ବେଙ୍ଗାଲୁରୁ ଯିବେ କେଜ୍ରିୱାଲ ଓ ଭଗୱନ୍ତ ମାନ୍ first appeared on Kanak News.

from Kanak News
via <a href="https://ifttt.com/?

ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗକୁ ଆସିଲେ ଅନେକ ଦଳ, ଏନଡିଏରେ ସାମିଲ ହୋଇସାରିଲେଣି ଏତେ ସଂଖ୍ୟକ ଦଳ । ପଢନ୍ତୁ …

କନକ ବ୍ୟୁରୋ: ଆଗାମୀ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳ ନେତୃତ୍ୱାଧୀନ ଏନଡିଏ ମଜବୁତ ହେବାରେ ଲାଗିଛି । ଅନେକ ଦଳ ଏଥିରେ ନିଜକୁ ସାମିଲ କରିଚାଲିଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ବିଭିନ୍ନ ରାଜ୍ୟର ଛୋଟ ଛୋଟ ଦଳ ଗୁଡିକୁ ଏକାଠି ଆଣିବାକୁ ପ୍ରୟାସ କରାଯାଉଛି । ଏହା କରିବା ଦ୍ୱାରା ଅଧିକରୁ ଅଧିକ ଆସନ ଏନଡିଏ ଖାତାକୁ ଆସିପାରିବ । ଏନଡିଏର ମୂଳ ଲକ୍ଷ୍ୟ ହେଉଛି ଲଗାତର ତୃତୀୟ ଥର ପାଇଁ ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ।

ଏନଡିଏ ପାଖରେ ବର୍ତ୍ତମାନ ୨୯ ଦଳ ରହିଛନ୍ତି । ବର୍ତ୍ତମାନ ୨୪ଟି ଦଳ ଥିବା ବେଳେ ନିକଟରେ ଆଉ ୫ଟି ଦଳ ସାମିଲ ହୋଇଛନ୍ତି । ଜୁଲାଇ ୧୮ରେ ଏନଡିଏର ବୈଠକରେ ସମସ୍ତ ୨୯ ଦଳ ସାମିଲ ହେବେ । ଏହାରି ଭିତରେ ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବ ରାଜ ବୋମାଇ ସଙ୍କେତ ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଜେଡିଏସ ଏନଡିଏରେ ସାମିଲ ହେବାର ସମ୍ଭାବନା ରହିଛି । ତେବେ ଏହି ନିଷ୍ପତ୍ତି ଆଗାମୀ ରାଜନୈତିକ ଭବିଷ୍ୟତର ଘଟଣାକ୍ରମର ଭାଗ୍ୟ ନିର୍ଦ୍ଧାରଣ କରିବ ।

The post ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗକୁ ଆସିଲେ ଅନେକ ଦଳ, ଏନଡିଏରେ ସାମିଲ ହୋଇସାରିଲେଣି ଏତେ ସଂଖ୍ୟକ ଦଳ । ପଢନ୍ତୁ … first appeared on Kanak News.

from Kanak News
via <a href="https://ifttt.com/?

୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

କନକ ବ୍ୟୁରୋ: ୨୧ ଯାଏଁ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା । ଜୁଲାଇ ୧୬ରୁ ୧୭ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ । ୮ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ନୂଆପଡା, ସୋନପୁର, ବଲାଙ୍ଗୀର ବର୍ଷା ସମ୍ଭାବନା ରହିଛି । ସେହିପରି ୧୭ରୁ ୧୮ ଯାଏଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ନୂଆପଡା, କନ୍ଧମାଳ, ବଲାଙ୍ଗୀର, ସୋନପୁର, ଦେବଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡରେ ପ୍ରବଳ ବର୍ଷିବ ।

ଜୁଲାଇ ୧୮ରୁ ୧୯ ଯାଏଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ରୁ ୧୧ ସିଏମ ଯାଏଁ ହୋଇପାରେ ବର୍ଷା । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଜୁଲାଇ ୧୯ରୁ ୨୦ ଯାଏଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୟାଗଡ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଜୁଲାଇ ୨୦ରୁ ୨୧ ଯାଏଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦିନ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସିଏମ ଯାଏଁ ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

The post ୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା first appeared on Kanak News.

from Kanak News
via <a href="https://ifttt.com/?

ଗରିବ ବୋଲି କହି ରାକ୍ଷୀ ସାୱନ୍ତଙ୍କ ପାଖରେ କରୁଥିଲା ଡ୍ରାଇଭର ଚାକିରି, ଏବେ କୋଟି କୋଟି ଟଙ୍କା ସହ ଦାମୀ କାର ନେଇ ଫେରାର

କନକ ବ୍ୟୁରୋ : ବଲିଉଡରେ ଡ୍ରାମ କୁଇନ କୁହାଯାଉଥିବା ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏହି ଅଭିନେତ୍ରୀଙ୍କ ଜୀବନରେ ସବୁବେଳେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିଥାଏ   । ଯାହାକୁ ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କେବେ ବିବାଦୀୟ ବୟାନ ପାଇଁ ତ କେବେ ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରାକ୍ଷୀଙ୍କ ସହ ଶନିବାର ଦିନ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିବା ସେ ନିଜେ କହିଛନ୍ତି । ଏହି ଘଟଣାକୁ ନେଇ ସେ ବିବ୍ରତ ରହିଥିବା ବେଳେ ଏବେ ଘଟଣା ବାବଦରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରାକ୍ଷୀ ସାୱନ୍ତ କହିଛନ୍ତି କି ତାଙ୍କ ଡ୍ରାଇଭର ତାଙ୍କର କାର ସହ ସୁନାର ମୋବାଇଲ ଓ କୋଟିଏ ଟଙ୍କା ଚୋରି କରି ଫେରାର ହୋଇଯାଇଛି । ଏହି ଘଟଣା ଜାଣିବା ପରେ ରାକ୍ଷୀ କହିଛନ୍ତି କି ଡ୍ରାଇଭର ଜଣଙ୍କ ଗରିବ କହିବାରୁ ତାଙ୍କୁ ସେ ଚାକିରିରେ ରଖିଥିଲେ । ଏହାସହ ଫେରାର ହୋଇଯାଇଥିବା ଡ୍ରାଇଭରର ଭଉଣୀ ଏବେ ରାକ୍ଷୀଙ୍କ ଘରେ କାମ କରୁଥିବା କଥା ରାକ୍ଷୀ କହିଛନ୍ତି । ଏନେଇ ରାକ୍ଷୀ ସାୱନ୍ତ ଡ୍ରାଇଭର ପପୁ ଯାଦବଙ୍କ ନାମରେ ଓଶିବାରା ଥାନାରେ ଅଭିଯୋଗ କରିଛନ୍ତି ।

ରାକ୍ଷୀ ସାୱନ୍ତଙ୍କ କାର ତାଙ୍କ ଡ୍ରାଇଭର ଚୋରି କରି ନେବା ପରେ ରାକ୍ଷୀ ସୋସିଆଲ ମିଡିଆରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ସେ ଏକ ଅଟୋରେ ଯାଉଥିବାର ଦେଖିବାକୁ ମିଳିଛି । ଏଥିରେ ସେ କହୁଛନ୍ତି କି ଯେତେବେଳେ ସାରା ଦେଶ ଚନ୍ଦ୍ରଯାନ-୩କୁ ନେଇ ଖୁସି ମନାଉଛନ୍ତି ସେତେବେଳେ ତାଙ୍କ ଡ୍ରାଇଭର ତାଙ୍କ ଜୀବନରେ ଗ୍ରହଣ ଲଗାଇ ଚାଲିଯାଇଛି ।

The post ଗରିବ ବୋଲି କହି ରାକ୍ଷୀ ସାୱନ୍ତଙ୍କ ପାଖରେ କରୁଥିଲା ଡ୍ରାଇଭର ଚାକିରି, ଏବେ କୋଟି କୋଟି ଟଙ୍କା ସହ ଦାମୀ କାର ନେଇ ଫେରାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started