କାହିଁକି ବଢୁଛି ତୈଳ ଦର ? ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

କନକ ବ୍ୟୁରୋ: ଚଳିତ ସପ୍ତାହରେ ୪ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଏହି ଦର ନୂଆ ଶିଖର ଛୁଉଁଛି । ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସମୟରେ କଂଚା ତୈଳର ଚାହିଦା କମିଥିବାରୁ ଉତ୍ପାଦନ କମିଛି । ତେଣୁ ଦର ବଢୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶନିବାର ଇରାକ ପୁଣି ଉତ୍ପାଦନ କମାଇଛି । ତେଲ ଉତ୍ପାଦନକାରୀ ଦେଶମାନେ କାରଟେଲ କରି ମୂଲ୍ୟ ବଢାଇବା ପାଇଁ ତେଲ ଉତ୍ପାଦନ କମାଇଛନ୍ତି । ଓପେକ ସଠିକ ଭାବେ ନେତୃତ୍ୱ ନେବ ଏବଂ ତେଲ ଦର କମିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଅର୍ଥନୀତିକୁ ପୁଣି ତ୍ୱରାନ୍ୱିତ କରିବାକୁ ପଡିବ । ତୈଳ ଦର ନିଶ୍ଚିତ କମିବ । ଦର ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଜାନୁଆରୀ ୨୫ ତାରିଖ ଜାତୀୟ ଭୋଟର ଦିବସ । ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର

କନକ ବ୍ୟୁରୋ: ଅନଲାଇନରେ ମିଳିବ ଭୋଟର କାର୍ଡ । ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ ହେବ । ଏନେଇ ରବିବାର ଭାରତୀୟ ନିର୍ବାଚନ ଆୟୋଗ ସୂଚନା ଦେଇଛି ।

ସୋମବାର ଅର୍ଥାତ ଜାନୁଆରୀ ୨୫ ତାରିଖରେ ସାରା ଦେଶରେ ଜାତୀୟ ଭୋଟର ଦିବସ ପାଳନ ହେବ । ଏହିଦିନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ସ ଭର୍ସନ ଆରମ୍ଭ କରିବେ । ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରଥମେ କିଛି ଲୋକଙ୍କୁ ଡିଜିଟାଲ୍ ଭୋଟର କାର୍ଡ ବଣ୍ଟନ କରିବେ ।

ଯାହାଦ୍ୱାରା ଲୋକମାନେ ଏଣିକି ଡିଜିଟାଲ ମାଧ୍ୟମରେ ନିଜର ଭୋଟର କାର୍ଡ ପାଇପାରିବେ । ଏହାସହ ର-ଋଚଓଉ ଆପ୍ ଜରିଆରେ ଲୋକମାନେ ଏହାକୁ ଡାଉନଲୋଡ୍ କରି ରଖିପାରିବେ । ଏହି ଆପ୍ ଡିଜିଟାଲ୍ ଲକର ଭଳି କାମ କରିବ । ଏହାଦ୍ୱାରା ଏବେ ଭୋଟର କାର୍ଡକୁ ଆଉ ପୂର୍ବଭଳିି ପାଖରେ ଧରି ବୁଲିବାକୁ ପଡିବନି । ମୋବାଇଲ୍, କମ୍ପୁଟର ଭଳି ଡିଜିଟାଲ ମାଧ୍ୟମରେ ଏହାକୁ ସୁରକ୍ଷିତ ସହକାରେ ରଖାଯାଇପାରିବ । ତେବେ ଏଥିପାଇଁ ନିର୍ବାଚନ ଆୟୋଗରେ ଆପଣଙ୍କ ଫୋନ ରେଜଷ୍ଟ୍ରେସନ ହେବା ନିହାତି ଆବଶ୍ୟକ । ସୂଚନାଯୋଗ୍ୟ, ଏହାପୂର୍ବରୁ ଭାରତ ସରକାର ଆଧାର କାର୍ଡ, ପାନ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ପରିଚୟ ପତ୍ରର ଡିଜିଟାଲ ମୋଡ୍ କରିସାରିଛନ୍ତି ।

from Kanak News
via <a href="https://ifttt.com/?

ଉତ୍ତରଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି ଗୋସ୍ୱାମୀ । ବିକାଶ ମୂଳକ କାମର କଲେ ସମୀକ୍ଷା

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ୧୯ ବର୍ଷୀୟ ଝିଅ ସୃଷ୍ଟି ଗୋସ୍ୱାମୀ । ରବିବାର ଦିନ ସୃଷ୍ଟି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତଙ୍କୁ ପ୍ରଂଶସା କରିଛନ୍ତି ।

ସେ କହିଛନ୍ତି ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଖୁସି । ଏହାବାଦ୍ ଉତ୍ତରଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାମକୁ ମଧ୍ୟ ସେ ପ୍ରଂଶସା କରିଥିଲେ । କିଛି ଦିନ ତଳେ ଉତ୍ତରାଖଣ୍ଡ ହରିଦ୍ୱାର ନିବାସୀ ସୃଷ୍ଟି ଗୋସ୍ୱାମୀ ଦିନିକିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଥିଲା । ରାଷ୍ଟ୍ରୀୟ ବାଳିକା ଦିବସରେ ଏପରି କରାଯାଇଥିଲା । ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ମଧ୍ୟ ଏଥିପାଇ ସ୍ୱୀକୃତି ପ୍ରଦାନ କରିଥିଲେ ।

ହରିଦ୍ୱାରର ଦୌଲତପୁର ନିବାସୀ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ । ତେବେ ୨୦୧୮ ମେ ମାସରେ ଉତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଆଜି ସତରେ ସେ ତାଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।

 

from Kanak News
via <a href="https://ifttt.com/?

ଅବଢ଼ା ଦର ବୃଦ୍ଧିର କାରଣ କହିଲେ ସେବାୟତ । କହିଲେ, ଅଳ୍ପ ମାତ୍ରାରେ ତିଆରି ହେଉଥିବାରୁ ପଡୁଛି ଅଧିକ ଦାମ । ଆନନ୍ଦବଜାର ଖୋଲିବା ପରେ କମିବ ମହାପ୍ରସାଦ ମୂଲ୍ୟ ।

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ହେଲେ ମହାପ୍ରସାର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଖର୍ଚ୍ଚ ବଢ଼ୁଥିବାରୁ ଦର ବଢ଼ିଛି ଓ ଆନନ୍ଦବଜାର ଖୋଲିଲେ ମହାପ୍ରସାଦ ମୂଲ୍ୟ କମିବ ବୋଲି ସୁପକାର ଓ ମହାସୁପକାର ନିଯୋଗ ପକ୍ଷରୁ କୁହାଯାଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ବ୍ୟାକୁଳ ହୋଇଥାଏ ଶ୍ରଦ୍ଧାଳୁ । ହେଲେ, ହଠାତ ଦରବୃଦ୍ଧି ଯୋଗୁଁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ଟିକେ ପାଇବା ଏବେ ସ୍ୱପ୍ନ ହୋଇଯାଇଛି । ଯେଉଁମାନେ ଦାବି ଅନୁସାରେ ଟଙ୍କା ଦେଇ ପାରୁଛନ୍ତି ସେମାନେ ଅବଢ଼ା ପାଉଛନ୍ତି । ନଚେତ ମହାପ୍ରସାଦ ନ ପାଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ଯେଉଁ ଅବଢ଼ା ୧୦୦ଟଙ୍କାରେ ମିଳୁଥିଲା ଏବେ ତାର ଦର ୩୦୦ ଟଙ୍କାରେ ପହଁଚିଛି । ଅର୍ଥାତ ପୂର୍ବ ଦର ଅନୁସାରେ ୩ ଗୁଣ ବଢ଼ିଛି ଅବଢ଼ା ଦର ।

from Kanak News
via <a href="https://ifttt.com/?

ସାରା ଦେଶରେ ଚାଷୀ ଆନ୍ଦୋଳନ ଭିତରେ ଆଶାର କିରଣ ହୋଇ ସାମ୍ନାକୁ ଆସିଲେ ଯାଜପୁର ଡଗରପଡ଼ାର ଧାନ ଚାଷୀ । ପାରମ୍ପରିକ ଉପାୟରେ କରୁଛନ୍ତି ଧାନ ଚାଷ । ବାସୁମତୀ ଚାଉଳ ଉତ୍ପାଦନ କରି ସାଜିଛନ୍ତି ଆତ୍ମନିର୍ଭରଶୀଳ ।

କନକ ବ୍ୟୁରୋ: ବାସୁମତୀ ଚାଷ କରି ସ୍ୱାବଲମ୍ବୀ ଶହେରୁ ଅଧିକ ଚାଷୀ ପରିବାର । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଡଗରପଡା ଗାଁର ବସୁମତୀ ଚାଷୀଙ୍କ କଥା । ଆଜିର ଦିନରେ ଚାଷପ୍ରତି ଲୋକେ ବିମୁଖ ହେଉଥିବା ବେଳେ ଏହି ଗାଁର ଚାଷୀ କିନ୍ତୁ ବାସୁମତୀ ଧାନ ଚାଷକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ବଡଚଣା ବ୍ଲକ ଡଗରପଡା ଗାଁର ତିନିଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ଏହି ଗାଁର ଶହେରୁ ଅଧିକ ଚାଷୀ ପରିବାର ଦୀର୍ଘ ୫୦ ବର୍ଷ ଧରି ପୁରୁଷାନୁକ୍ରମେ ସୀତାଭୋଗ ବାସୁମତୀ ଧାନ ଚାଷକରି ନିଜର ଗୁଜୁରାଣ ମେଂଟାଉଛନ୍ତି । ସମୟ ସହ ତାଳ ଦେଇ ବଦଳୁଥିବା କୃଷି ବିଜ୍ଞାନର ପଦ୍ଧତିକୁ ବ୍ୟବହାର କରି ଏହି ଗାଁର ଚାଷୀ ବେଶ୍ ସ୍ୱାବଲମ୍ବୀ ହୋଇପାରିଛନ୍ତି । ବାସୁମତୀ ଧାନ ଚାଷକୁ ଅଧିକ ସହଜ କରିବା ପାଇଁ ବିଭିନ୍ନ କୃଷି ଯନ୍ତ୍ରପାତିର ମଧ୍ୟ ବ୍ୟବହାର କରି ଏହାର ଫାଇଦା ଉଠାଉଛନ୍ତି ଏହି ଗାଁର ଚାଷୀ ।

ବାସୁମତୀ ଚାଷକରି ସାରା ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି ଏହି ଡଗରପଡା ଗାଁର ଚାଷୀ । ଏହି ଗାଁରୁ ଉତ୍ପାଦିତ ଧାନ ଚାଉଳ ହୋଇ ରାଉରକେଲା, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରପଡା ଜିଲ୍ଳାକୁ ଯୋଗାଣ ହେଉଥିବା ବେଳେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟା ଥିବାରୁ ଏହାକୁ ଚାଉଳ କରି ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି । ତେବେ ଧାନଚାଷ କ୍ଷେତ୍ରରେ ସରକାର ପ୍ରଚଳନ କରିଥିବା ଟୋକନ ବ୍ୟବସ୍ଥାରେ ଏହି ଗାଁର ଚାଷୀମାନଙ୍କୁ ସାମିଲ କରାଯାଉନଥିବାରୁ ଅନେକ ସମୟରେ ଧାନ ବିକ୍ରି କରିବାରେ ସମସ୍ୟା ଦେଖାଦେଉଛି । ରାଜ୍ୟ ସରକାର ତଥା ଜିଲ୍ଳା କୃଷି ବିଭାଗ ପକ୍ଷରୁ ଏହି ଚାଷୀମାନଙ୍କୁ ସହଯୋଗ ମିଳିଲେ ଚାଷୀମାନଙ୍କର ଅଧିକ ପ୍ରଗତି ହେବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ବାସୁମତୀ ଧାନଚାଷ କରି ସ୍ୱାବଲମ୍ବୀ ହୋଇପାରିଥିବା ଡଗରପଡା ଗାଁର କୃଷକମାନଙ୍କୁ ଅଧିକ ସରକାରୀ ସହାୟତାର ଆବଶ୍ୟକତା ରହିଛି ।

from Kanak News
via <a href="https://ifttt.com/?

ତାଲାବନ୍ଦ ଶିଖାଇଲା ଚାଷ । ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶିକ୍ଷକତା କରୁଥିବା ଦୁଇ ଭାଈ ।

କନକ ବ୍ୟୁରୋ: ଲକଡାଉନ୍ ଶିଖାଇଦେଲା ଚାଷ । ଶିକ୍ଷକତା ସେମାନଙ୍କ ପେଶା ହୋଇଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଦୁଇ ଭାଇ ନିଜ ବାଡିରେ ଆରମ୍ଭ କରିଥିଲେ ପନିପରିବା ଚାଷ । ରାସାୟନିକ ସାର ଓ ଔଷଧ ପ୍ରୟୋଗର କୁପରିଣତି ଠିକ ଭାବେ ବୁଝି ଥିବା ଏହି ଦୁଇ ଭାଇ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ଏବଂ ପାଇଛନ୍ତି ସଫଳତା । ଫଳରେ ସ୍ଥାନୀୟ ଅଂଚଳରେ ଏବେ ଜୈବିକ ପଦ୍ଧତିରେ ଚାଷ ପ୍ରତି ବଢିଛି ଲୋକଙ୍କ ଆଗ୍ରହ ।

ଛାତ ଉପରେ କରାଯାଇଛି ବିଭିନ୍ନ ପ୍ରକାର ପନିପରିବା ସହ ଶାଗ ଚାଷ, ତାହା ପୁଣି ବିନା ରାସାୟନିକ ସାର ବିଷ ପ୍ରୟୋଗ ଦ୍ବାରା । କେବଳ ଜୈବିକ ସାର ବ୍ୟବହାର କରି ଉତ୍ପାଦନ ହେଉଛି ପରିବା। କରୋନା ତାଲାବନ୍ଦ ବେଳେ ଛାତ ଉପରେ ବାଇଗଣ, ମୁଳା, ଗାଜର, ବିଟ, ବିମ, ବିଲାତି, କୋବି, ଲଙ୍କା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଦୁଇ ଜଣ ଶିକ୍ଷକ ଭାଇ ।

କେନ୍ଦୁଝର ଘସିପୁରା ବ୍ଲକ କଇଁଆବୋରେଇ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ଦୁଇ ପୁଅ ଦେବିଦତ ଓ ଦେବାଶିଷ ପେଷାରେ ଶିକ୍ଷକତା କରୁଥିବା ବେଳେ କରୋନା ମହାମାରୀ ପାଇଁ ଲକଡାଉନ ବେଳେ ଶିକ୍ଷକରୁ ଚାଷୀ ହୋଇଗଲେ । ଏବଂ ଜୈବିକ ସାର ପ୍ରୟୋଗ କରି ନିଜ ବାଡି ସହ ଛାତ ଉପରେ ଚାଷ କରି ଏହାକୁ ଖୁବ୍ କମ ଦରରେ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନରେ ଚାଲିଛି ଷଡଯନ୍ତ୍ର । ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ ।

କନକ ବ୍ୟୁରୋ : ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ ।

ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ  ଦ୍ୱନ୍ଦ୍ୱ  ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେ ୩ ଶହରୁ ଅଧିକ ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି ।  ଗୁଇନ୍ଦା ଓ ଅନ୍ୟ ଏଜେନ୍ସିର ତଥ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ଏହା କହିଛି ।  ଏଭଳି ତଥ୍ୟ ଆସିଲା ପରେ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସରେ କୃଷକ କରିବାକୁ ଥିବା ଟ୍ରାକ୍ଟର ରାଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସାଧାରଣତନ୍ତ୍ର ଦିବସ ପରେଡ ପରେ ଟ୍ରାକ୍ଟର ରାଲି  ହେବ । ଏହା ନିଶ୍ଚିତ ଭାବେ ଦିଲ୍ଲୀ ପୁଲିସ ପାଇଁ ଚ୍ୟାଲେଞ୍ଜ । କିନ୍ତୁ ଏହା  ଉପରେ କଡା ନଜର ରଖାଯାଇଛି । ସାଧାରଣତନ୍ତ୍ର ଦିବସ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନର ଏଭଳି ଷଡଯନ୍ତ୍ର ଉଦ୍ୟମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

from Kanak News
via <a href="https://ifttt.com/?

କଳାର ସ୍ପର୍ଶ୍ପରେ ଜୀବନ୍ତ ହୋଇ ଉଠୁଛି ମାଟିର ମୂର୍ତ୍ତି । ରଙ୍ଗବେରଙ୍ଗର ଟେରାକୋଟା ସାମଗ୍ରୀ ଆଣିଦେଇଛି ସ୍ୱାବଲମ୍ବୀ ହେବାର ସୁଯୋଗ । ଚର୍ଚ୍ଚାରେ ଯାଜପୁର ମଙ୍ଗରାଜପୁର ଗାଁର ୩୦ ଜଣ ମହିଳା 

କନକ ବ୍ୟୁରୋ: ଟେରାକୋଟା କାରିଗରୀ ଦେଇଛି ବଂଚିବାର ରାହା । ମାଟିରେ ରଙ୍ଗ ବେରଙ୍ଗ ଡିଜାଇନର ମୂର୍ତି ତିଆରି କରିବା ଓ ସେଗୁଡିକୁ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା । ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ସ୍ୱାବଲମ୍ବୀ ମହିଳାଙ୍କ ଟେରାକୋଟାର ଅନନ୍ୟ କାରିଗରି ସମ୍ପର୍କରେ ।

ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ମହିଳା ଘରକାମ କରିବା ସହ ଅବସର ସମୟରେ ତିଆରି କରୁଛନ୍ତି ଭଳିକି ଭଳି ଟେରାକୋଟା ମୂର୍ତି । ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଦୁଇଟି ଗ୍ରୁପ ତିଆରି କରି ୨୦୧୮ରୁ  ଆରମ୍ଭ କରିଛନ୍ତି ଟେରାକୋଟା କାରିଗରି । ବିଲରୁ ମାଟିକୁ ସଂଗ୍ରହ କରି ତାକୁ ଚକଟି ହାତରେ ଖୁବ୍ ସୁନ୍ଦର ସୁନ୍ଦର ମାଟିମୂର୍ତି ତିଆରି କରୁଛନ୍ତି । ଗଣେଷ, କଇଁଛ, ଧୂପଦାନୀ, ଡଙ୍ଗା, ହାତୀ, ଦୀପ, ପେନଷ୍ଟାଣ୍ଡ, ଇତ୍ୟାଦି ତିଆରି କରି ଭାଟିରେ ପୋଡିବା ପରେ ରଙ୍ଗଦେଇ ବଜାରରେ ବିକ୍ରି କରୁଛନ୍ତି ମଙ୍ଗରାଜପୁରର ମହିଳା ।

ଆଂଚଳିକ ଶିଳ୍ପକେନ୍ଦ୍ର କଳିଙ୍ଗନଗର ଜଗତପୁର ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉପଯୁକ୍ତ ତାଲିମ ଦିଆଯାଇଛି ଏବଂ ଏମାନେ ତିଆରି କରୁଥିବା ଟେରାକୋଟା ସମଗ୍ରୀ ଗୁଡିକକୁ ଜିଲ୍ଳା ଓ ରାଜ୍ୟସ୍ତରରେ  ହେଉଥିବା ବାଣିଜ୍ୟ ମେଳାରେ ବିକ୍ରି କରିଥାନ୍ତି । ଆଉ ଟେରାକୋଟା କରିଗରି କାମ କରି ଗାଁର ୩୦ଟି ପରିବାରର ମହିଳାମାନେ ମାସକୁ ପ୍ରାୟ ୨ରୁ ୩ ହଜାର ଟଙ୍କା ରୋଜଗାର କରିଥାନ୍ତି । ମଙ୍ଗରାଜପୁର ଗାଁର ଏହି ମହିଳା ମାନଙ୍କର ଟେରାକୋଟା ଶିଳ୍ପକୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ।

from Kanak News
via <a href="https://ifttt.com/?

ତାଲିମ ନୁହେଁ ୟୁ ଟ୍ୟୁବ୍ ଶିଖାଇଲା ଜୀବିକାର ନୂଆ ରାହା । ଅନଲାଇନରୁ ଶିଖି ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । 

କନକ ବ୍ୟୁରୋ : ଅବସର ସମୟକୁ ବର୍ବାଦ ନକରି କିଛି ନୂଆ କରି ଦେଖାଇବାର ଲକ୍ଷ ନେଇ ୟୁଟ୍ୟୁବ ଦେଖି ଆରମ୍ଭ କଲେ ଝୋଟ,ଓଲ ଏବଂ ସବାଇ ଘାସରୁ ଗୃହ ଉପକରଣ ତିଆରି କରିବା,ଆଉ ଏହା ତାଙ୍କୁ ବେସ ସଫଳତା ଦେବା ସହ ରୋଜଗାରର ରାସ୍ତା ଦେଖାଇଛି,ଏପରି ସଫଳତା ପଇଛନ୍ତି ବସ୍ତା ନାବରା ଗ୍ରାମର ମା-ମଙ୍ଗଳା ହସ୍ତଶିଳ୍ପ କେନ୍ଦ୍ରର ୪୪ ଜଣ ମହିଳା ।

ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଘରୋଇ ଉପକରଣ । କଣ୍ଢେଇ, ଚପଲ, ଫୁଲଷ୍ଟାଣ୍ଡ, ଚାବିରିଙ୍ଗ୍, ଚପଲଭଳି ୨ଶହରୁ ଅଧିକ ପ୍ରକାରର ସାମଗ୍ରୀ । ଆଉ ଏସବୁ ପ୍ରସ୍ତୁତ ହେଉଛି ସବାଇ ଘାସରୁ । ସବୁଠୁ ବଡ କଥା ହେଉଛି ବିନା କୌଣସି ପ୍ରଶିକ୍ଷଣରେ ଏସବୁକୁ ତିଆରି କରୁଛନ୍ତି ବାଲେଶ୍ୱର ବସ୍ତା ନାବରା ପଂଚାୟତର ମହିଳାମାନେ । ୨୦୧୭ରେ ୧୦ଜଣ ମହିଳା ମିଶି ମା-ମଙ୍ଗଳା ହସ୍ତଶିଳ୍ପ କେନ୍ଦ୍ର ଆରମ୍ଭ କରିଥିଲେ ।  ୩ ଶହ ଟଙ୍କା ଲେଖାଏଁ ବ୍ୟାଙ୍କରେ ଜମା ରଖି ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ସଫଳତା ପାଇଛି । କୌଣସି ତାଲିମ ନ ନେଇ ୟୁ ଟ୍ୟୁବରୁ ଦେଖି ଏସବୁକୁ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ । ଆଉ ଏହି ସବୁକୁ ସ୍ଥାନୀୟ ବଜାର ସମେତ ବିଭିନ୍ନ ମେଳାରେ ଷ୍ଟଲ ପକାଇ ବିକ୍ରି କରିବା ସହିତ ବିଭିନ୍ନ ସଂସ୍ଥା ମାଧ୍ୟମରେ ବାହାର ଦେଶ ଏବଂ ରାଜ୍ୟରେ ବିକ୍ରି କରୁଛନ୍ତି ।

ସାମଗ୍ରୀ ତିଆରି କରିବା ପାଇଁ ମୟୁରଭଞ୍ଜରୁ ସବାଇଘାସ,ବାଲିଆପାଳରୁ ଝୋଟ ଆଦି ଆବଶ୍ୟକୀୟ  କଂଚାମାଲ  ଆଣିଥାନ୍ତି । ଗୋଟିଏ ଝୋଟରେ ତିଆରି ପାପୋଛ ତିଆରି ପାଇଁ ୪୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୮୦ ରୁ ୧୨୦ ଟଙ୍କାରେ ବବିକ୍ରୀ କରିଥାନ୍ତି,ସେହିଭଳି ଚପଲ ପାଇଁ ୨୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୦୦ ରୁ ୧୨୦  ଟଙ୍କାରେ ବିକ୍ରି ହୋଇଥାଏ,ଫୁଲଷ୍ଟାଣ୍ଡ ପାଇଁ ୫୦ ରୁ ୬୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୦୦ ରୁ ୧୧୦ ଟଙ୍କାରେ ବିକ୍ରୀ,ସିନେରି ପାଇଁ ୧୫୦ ଖର୍ଚ୍ଚ ହେଉଥିବା ବେଳେ ୨୫୦ ରୁ ୩୦୦ ସେହିଭଳି ସବାଇ ଘାସରୁ ତିଆରି ପାଛିଆ ପାଇଁ ୪୦ ରୁ ୫୦ ତଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରୀ ହୋଇଥାଏ ।

ସରକାର ଯଦି ସହାୟତାର ହାତ ବଢାନ୍ତି ତାହା ହେଲେ ବ୍ୟାଙ୍କ ଏବଂ ଓର୍ମାସରୁ ରୃଣ ଆଣି ଏହି କେନ୍ଦ୍ରକୁ  ଆଉ ଅଧିହ ବଢାଇବା ସହିତ ପ୍ରଶିକ୍ଷକ ନିଯୁକ୍ତି ଦେଇ ଅଧିକ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଅଧିକ ରୋଜଗାର କରିପାରନ୍ତେ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ସ୍ୱାବଲମ୍ବୀ ହେବେ ସ୍ୱାଭିମାନ ଅଂଚଳବାସୀ । ୩ ବର୍ଷ ହେବ ଜଳଭଣ୍ଡାରରେ ମାଛ ଯାଆଁଳ ଛାଡୁଛି ମତ୍ସ୍ୟ ବିଭାଗ । ମାଛ ମାରି ଜୀବିକା ନିର୍ବାହ କରିବାକୁ ଯୋଗାଇଦେଇଛି ଡଙ୍ଗା ଓ ଜାଲ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନା । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେହି ସେତୁ ଯୋଜନା ଏବେ ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷକୁ ରୋଜଗାରକ୍ଷମ କରିବା ସହ ଜୀବିକା ନିର୍ବାହର ବାଟ ଫିଟାଇଛି ।

ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ

ବୁଡି ଅଂଚଳବାସୀଙ୍କ ମୁହଁରେ ଫୁଟିଲା ହସ

ବାଲିମେଳା ଜଳଭଣ୍ଡାରରେ ସଫଳ ହେଉଛି ମାଛ ଚାଷ । ୧୦ ହଜାର ଲୋକଙ୍କ ଜୀବିକା ନିର୍ବାହ କରିବା ପାଇଁ ୩ ବର୍ଷ ହେଲା ବାଲିମେଳା ଜଳଭଣ୍ଡାରରେ ମାଛ ଯାଆଁଳ ଛାଡି ଆସୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏଯାଏଁ ୫ କୋଟିରୁ ଅଧିକ ମାଛ ଯାଅାଁଳ ଛାଡିଛି ମତ୍ସ୍ୟ ବିଭାଗ । ମାଲେସିଆ ସ୍ଥିତ ୱାର୍ଲଡ ଫିସ୍ ଫେଡେରେଶନର ବୈଷୟିକ ତତ୍ୱବଧାନରେ ରୋହି, ଭାକୁର, ମିର୍କାଲି, ଚାଇନା ରୋହି ପ୍ରଜାତିର ୩୦୦ ଗ୍ରାମରୁ ଅଧିକ ଓଜନର ବଡ ମାଛ ଯାଅଁଳା ଛାଡିଛି ମତ୍ସବିଭାଗ । ଏହାସହ ମାଛ ମାରି ଜୀବିକା ନିର୍ବାହ କରିବା ପାଇଁ ସ୍ୱାଭିମାନ ଅଂଚଳବାସୀଙ୍କୁ ଜାଲ, ମାଛ ଧରା ଡଙ୍ଗ ଯୋଗାଇ ଦେଇଛି ମତ୍ସ୍ୟ ବିଭାଗ ।

୨୦୧୮ରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଅଙ୍ଗୁଳିକା ମାଛ ଛଡା ଯାଇଥିଲା । ପର୍ଯ୍ୟାୟ କ୍ରମେ ବାଲିମେଳା ଜଳଭଣ୍ଡାରରେ କୋଟିଏ ଯାଆଁଳ ମାଛ ଛଡା ଯିବ । ଚଳିତ ବର୍ଷ ୮୦ ଲକ୍ଷ ଯାଅାଁଳ ମାଛ ଛାଡିବା ଲକ୍ଷ୍ୟ ରଖିଛି ମତ୍ସ୍ୟବିଭାଗ । ଏ ବର୍ଷର ପ୍ରଥମ ପର୍ଯ୍ୟାୟରେ ୨୦ କ୍ୱିଂଟାଲ ମାଛ ଯାଆଁଳ ଛଡା ଯାଇଥିବା ବେଳେ ମାଛ ବଢିବା ଲାଗି ଜଳଭଣ୍ଡାର ୫ ଏକର ସ୍ଥାନରେ ପେନ୍ କଲ୍ଟିଭେସନ ପଦ୍ଧତିରେ ଫିଶ ଫାର୍ମିଙ୍ଗ କରାଯାଇଛି । ଏବେ ବିପୁଳ ପରିମାଣର ମାଛ ଛଡା ଯାଉଥିବାରୁ ଆଗାମୀ ୫ ବର୍ଷ ପରେ ଆଉ ମାଛ ଯାଆଁଳ ଛଡିବାକୁ ପଡିବ ନାହିଁ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ୨୦୧୮ ଜୁଲାଇରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଯାହା ଏବେ ସ୍ୱାଭିମାନ ଅଂଚଳବାସୀଙ୍କ ଜୀବିକା ନିର୍ବାହ କରିବା ଦିଗରେ ବେଶ ସଫଳ ହୋଇପରିଛି ।

from Kanak News
via <a href="https://ifttt.com/?

Create your website with WordPress.com
Get started