ଆସନ୍ତା କାଲି ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ ଓ ତରଣ ।

କନକ ବ୍ୟୁରୋ: ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଆସନ୍ତାକାଲି ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ ଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ ।

ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ପଂଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ଧବଳେଶ୍ୱର ଗଙ୍ଗାଧର ବେଶରେ ଦର୍ଶନ ଦେଉଥିବା

ଆସନ୍ତାକାଲି ବଡ଼ଓଷାରେ ବଡସିଂହାର ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ । ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ , ନଦୀ ଘାଟରେ ଓଡ୍ରାଫ , ଅଗ୍ନିଶମ ବାହିନୀ , ମେଡିକାଲ ଟିମ ମୃତ୍ତୟନ ହେବା ସହ ପୀଠରେ ଆଠଗଡ ଉପଜିଲ୍ଲାପାଳ ଓ କଟକ ଗ୍ରାମାଂଚଳ ଏସପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ସକାଳୁ ସକାଳୁ ବ୍ୟାରିକେଟ ଦେଇ ଲମ୍ବାଧାଡିରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

The post ଆସନ୍ତା କାଲି ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ ଓ ତରଣ । first appeared on Kanak News.

from Kanak News
via <a href="https://ifttt.com/?

କଲିକତାରୁ ଓଡିଶା ଷ୍ଟଡିଟୁରରେ ଆସିଥିଲେ । ଜଳପ୍ରପାତରେ ଗାଧୋଉଥିବାବେଳେ ଗୋଡ ଖସି ଜଣେ ଛାତ୍ର ନିଖୋଜ,ଦୁଇ ଗୁରୁତର ।

କନକ ବ୍ୟୁରୋ: ଷ୍ଟଡିଟୁର୍ ପାଇଁ ଆସି ଜଳପ୍ରପାତରେ ଗାଧୋଇବା ହେଲା କାଳ । ଅସାବଧାନତା କାରଣରୁ ଜଳ ପ୍ରପାତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ୨ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କଲିକତାର ଏକ ଘରୋଇ କଲେଜର ଛାତ୍ରମାନେ ଷ୍ଟଡି ଟୁରରେ ଯୋଡ଼ା ଅଂଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତକୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ । ଗାଧୋଇବା ବେଳେ ଅସାବଧାନତା କାରଣରୁ ତାରାଶଙ୍କର ସରକାର ନାମକ ଛାତ୍ର ଜଳପ୍ରପାତରେ ନିଖୋଜ ହୋଇ ଯାଇଥିଲେ । ତେବେ ଅନ୍ୟ ୨ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ବିଲ ମେଡିକାଲରେ ଚିକିତ୍ସା କରାଯାଉଛି । ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ।

The post କଲିକତାରୁ ଓଡିଶା ଷ୍ଟଡିଟୁରରେ ଆସିଥିଲେ । ଜଳପ୍ରପାତରେ ଗାଧୋଉଥିବାବେଳେ ଗୋଡ ଖସି ଜଣେ ଛାତ୍ର ନିଖୋଜ,ଦୁଇ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟ ପରେ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟ୍ରେ ପରାସ୍ତ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ କରିଥିଲା ୨୦୮ ରନ୍ । ଦଳ ପକ୍ଷରୁ ଯୋଶ୍ ଇଂଲିଶ ୫୦ ବଲ୍ ଖେଳି କରିଥିଲେ ୧୧୦ ରନ୍ । ନିଜ ଇନିଂସ୍ ଭିତରେ ସେ ୧୧ ଚୌକା ଓ ୮ ଛକା ମାରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୫୨ ରନ୍ କରିଥିଲେ । ୨୦୯ ରନ୍ ପିଛା କରୁଥିବା ଭାରତ ଗୋଟିଏ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪୨ ବଲ୍ ଖେଳି ୮୦ ରନ୍ କରିଥିଲେ । ଈଶାନ୍ କିଷନ ୫୮ ରନ୍, ଯଶସ୍ୱୀ ଜୈସୱାଲ ୨୧ ରନ୍ ଏବଂ ରିଙ୍କୁ ସିଂ ଅପରାଜିତ ୨୨ ରନ୍ କରିଥିଲେ । କ୍ୟାପଟେନ୍ ଇନିଂସ ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

The post ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ବାଙ୍କଚୁଡ଼ ବା ବାମନ ବେଶରେ ମହାପ୍ରଭୁ । କାଲି ହେବ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ ।

କନକ ବ୍ୟୁରୋ: ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ବାଙ୍କଚୁଡ଼ ବା ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାସହ ଗରୁଡ଼ ଉତଥାପନ ନୀତି ବି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଂଚକର ୫ ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ । ଏହି କ୍ରମରେ ପ୍ରଥମ ଦିନରେ ବଡ଼ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀ-ନାରାୟଣ ତଥା ଠିଆକିଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତାକାଲି ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୬ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ଓ ୨୭ ତାରିଖ କାର୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ ।

ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାୟୋ ଟଏଲେଟ, ବ୍ୟାରିକେଡରେ ବିଶୁଦ୍ଧ ପିଇବା ପାଣି, ପାଦ ନତାତିବା ପାଇଁ କାର୍ପେଟର ବ୍ୟବସ୍ଥା । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ସମ୍ପ୍ରସାରଣ କରାଯାଇଛି । ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

The post ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ବାଙ୍କଚୁଡ଼ ବା ବାମନ ବେଶରେ ମହାପ୍ରଭୁ । କାଲି ହେବ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ । first appeared on Kanak News.

from Kanak News
via <a href="https://ifttt.com/?

କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ ।

କନକ ବ୍ୟୁରୋ: ଡିପ୍ଫେକ୍ ଫଟୋ ସୋସିଆଲ୍ ମଡିଆରେ ଅପଲୋଡ୍ କରି ବ୍ଲାକ୍ମେଲିଂ କରୁଥିବା ଅଭିଯୋଗରେ ଜଣେ ଗିରଫ । ଡିପ୍ଫେକ୍କୁ ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ କଟକରୁ ଏଭଳି ଏକ ଚାଂଚଲ୍ୟକର ଖବର ଆସିଛି । ଯୁବତୀଙ୍କ ନାଁରେ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ଏଡିଟିଂ ଫଟୋ ସହ ଅଶ୍ଳୀଳ ଭାଷାରେ ପୋଷ୍ଟ କରିବା ପଡ଼ିଛି ମହଙ୍ଗା । ଅଭିଯୁକ୍ତ ଦୀନେଶ ସେଠୀକୁ ଗିରଫ କରି କୋର୍ଟ ଚାଲଣ କଲା କଟକ ସାଇବର ଥାନା ପୁଲିସ ।

ଅଭିଯୋଗ ଅନୁସାରେ ସୋସିଆଲ୍ ମିଡିଆରେ ବିଭିନ୍ନ ଯୁବତୀଙ୍କ ସହ ଚାଟିଂ ସେମାନଙ୍କ ଫୋନ ନମ୍ବର ସଂଗ୍ରହ କରୁଥିଲା ଦୀନେଶ । ପରେ ସେହି ଯୁବତୀମାନଙ୍କ ଫଟୋ ଡାଉନଲୋଡ କରି ସେମାନଙ୍କ ନାଁରେ ଫେକ୍ ଆଇଡି ଖୋଲୁଥିଲା । ଫଟୋକୁ ଏଡିଟିଂ କରି ପୋଷ୍ଟ କରିବା ସହ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ପୋଷ୍ଟ କରୁଥିଲା ଅଭିଯୁକ୍ତ । ଏହାକୁ ଡିଲିଟ୍ କରିବା ପାଇଁ ସଂପ୍ରକ୍ତ ଯୁବତୀଙ୍କୁ ଦୀନେଶ ଟଙ୍କା ମାଗୁଥିବା ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୧୦୦ ଜଣ ଯୁବତୀଙ୍କୁ ଏପରି ବ୍ଲାକମେଲ୍ କରିଥିଲା ଅଭିଯୁକ୍ତ ଦୀନେଶ ସେଠୀ ।

The post କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଇସ୍ରାଏଲ ଓ ହମାସ ଯୁଦ୍ଧବିରତି । ମାନବିକତା ଦୃଷ୍ଟିକୋଣରୁ ସହାୟତା ଓ ୫୦ ପଣବନ୍ଦୀ ମୁକ୍ତ ପାଇଁ ନିଷ୍ପତ୍ତି ।

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟ ଚାଲିଥିବା ଯୁଦ୍ଧ ଭିତରେ ବଡ଼ ଘୋଷଣା କରିଛି କାତାର । ଆଜିଠାରୁ ଗାଜାରେ ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା ହୋଇଛି । ଏହାସହ ଆଜି ଅପରାହ୍ଣ ସୁଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଭାରତୀୟ ସମୟ ଅନୁସାରେ ସକାଳ ୭ଟାରୁ ଅସ୍ତ୍ରବିରତି ଆରମ୍ଭ ହୋଇଛି । ସ୍ଥାନୀୟ ସମୟ ଅପରାହ୍ନ ୪ଟା ବା ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ବନ୍ଧକମାନଙ୍କୁ ମୁକ୍ତ କରାଯିବ । ଶିଶୁ ଓ ମହିଳାଙ୍କ ସମେତ ୧୩ ଜଣଙ୍କୁ ମୁକ୍ତ କରାଯିବ । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ପଣବନ୍ଦୀଙ୍କ ତାଲିକା ହସ୍ତାନ୍ତର କରାଯାଇଛି । ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଗୁରୁବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ତାହା ହୋଇ ନ ଥିଲା । ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନିଆ ଅସ୍ଥାୟୀ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏହି ଚୁକ୍ତି ଅନୁସାରେ, ୧୫୦ ଜଣ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବା ବଦଳରେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଆମେରିକା, ଇସ୍ରାଏଲ ଓ ଇଜିପ୍ଟ ମଧ୍ୟରେ ହୋଇଥିବା ରାଜିନାମାକୁ ଇସ୍ରାଏଲ କ୍ୟାବିନେଟ୍ ୩୫-୩୫ ଭୋଟ୍ରେ ଅନୁମୋଦନ କରିଛି ।

The post ଆଜିଠୁ ଇସ୍ରାଏଲ ଓ ହମାସ ଯୁଦ୍ଧବିରତି । ମାନବିକତା ଦୃଷ୍ଟିକୋଣରୁ ସହାୟତା ଓ ୫୦ ପଣବନ୍ଦୀ ମୁକ୍ତ ପାଇଁ ନିଷ୍ପତ୍ତି । first appeared on Kanak News.

from Kanak News
via <a href="https://ifttt.com/?

କେବେ ଉଦ୍ଧାର ହେବେ ୪୧ ଶ୍ରମିକ? ଶେଷ ପର୍ଯ୍ୟାୟରେ ଡ୍ରିଲିଂ କାମ । ଆତୁର ହୋଇ ବାଟ ଚାହିଁ ରହିଛନ୍ତି ପରିବାର ।

କନକ ବ୍ୟୁରୋ: ଦିନ ଗଡ଼ୁଛି, ଅପେକ୍ଷା ବି ବଢ଼ୁଛି । ୧୩ ଦିନ ହେଲା ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଶ୍ରମିକ କେବେ ବାହାର ଦୁନିଆ କେବେ, ତାକୁ ଅପେକ୍ଷା କରି ରହିଛନ୍ତି ଦେଶବାସୀ । ଫସିଥିବା ଶ୍ରମିକ ଏତିକି ଆଶା ବାନ୍ଧିଛନ୍ତି ଯେ ଆଜି ନହେଲେ କାଲି ନିଶ୍ଚିତ ଉଦ୍ଧାର ହେବେ । ସେମାନଙ୍କୁ ବାହାର କରିବା ପାଇଁ ଏନଡିଆରଏଫ, ଏସଡିଆରଏଫ୍, ଆଇଟିବିପି ଠାରୁ ଆରମ୍ଭ କରି ସମସ୍ତ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି ।

ଏସବୁ ଭିତରେ ଯେଉଁ ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି, ତାହା ଉପରେ ସୁଡ଼ଙ୍ଗ ଭିତରେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ଖାଦ୍ୟ-ପାନୀୟ ଯୋଗାଇ ଦିଆଯାଉଛି । ଆଉ ଉଦ୍ଧାରକାରୀ ଦଳ ମଧ୍ୟ ଲଗାତର ସେମାନଙ୍କର ଯୋଗାଯୋଗରେ ରହିଛନ୍ତି । ତେବେ ଯେଉଁ ସୂଚନା ମିଳିଛି, ଆଜି ଦ୍ୱିପ୍ରହର କିମ୍ବା ଅପରାହ୍ଣ ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରେ । ବୁଧବାର ଅର୍ଥ ଅଗର ମେସିନ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲା । ମେସିନ୍ ଦ୍ୱାରା ୪୫ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କାମ ବି ସରିଥିଲା । ଆଉ ଲାଗୁଥିଲା, କିଛି ଘଂଟା ଭିତରେ ଅପରେସନ୍ ଶେଷ ହୋଇଯିବ ଏବଂ ସମସ୍ତେ ବାହାରକୁ ଆସିଯିବେ । ବାସ୍ତବରେ ୪୫ ମିଟର ଖୋଳିବା ପରେ ଯେତେବେଳେ ଆର୍ଥ ଅଗର ମେସିନ୍ ଆଗକୁ ଖୋଳିବା ଆରମ୍ଭ କରିଥିଲା, ସେତେବେଳେ ହଠାତ୍ ଲୁହା ରଡ୍ ଖୋଳିବାରେ ବାଧା ସୃଷ୍ଟି କରିଥିଲା । ଫଳରେ ରାତିରେ କାମ ବନ୍ଦ ରହିଥିଲା ।

ଗୁରୁବାର ସକାଳେ କେନ୍ଦ୍ରମନ୍ତ୍ରୀ ଭି. କେ. ସିଂହ ଏକ ୭ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ସହ ସୁଡଙ୍ଗ ନିକଟରେ ପହଂଚିଥିଲେ । ଏନଡିଆରଏଫ୍ ଓ ଏସଡିଆରଏଫ୍ ସହଯୋଗରେ ବୈଷୟିକ ବିଶେଷଜ୍ଞ ଦଳ ଲୁହା ରଡ୍ କାଟିଥିଲେ । ମଧ୍ୟାହ୍ନ ୧୨ଟାରେ ଲୁହା ରଡ୍ କାଟିବା ପରେ ପୁଣି ଡ୍ରିଲିଂ ଆରମ୍ଭ ହୋଇଥିବା ବେଳେ ମାତ୍ର ୧.୮ ମିଟର ଡ୍ରିଲିଂ ହୋଇଥିବା ବେଳେ ମେସିନ୍ ସାମ୍ନାକୁ କିଛି ଧ୍ୱଂସାବଶେଷ ଆସିଯବାରୁ ଡ୍ରିଲିଂ ବନ୍ଦ ହୋଇଯାଇଥିଲା । ଫଳରେ ଦିନସାରା ଏଭଳି କାମ ବନ୍ଦ ଓ ଚାଲିବା ପ୍ରକ୍ରିୟା ଜାରି ରହିଥିଲା । ଯାହା ଫଳରେ ଡ୍ରିଲିଂ ଉପରେ ପ୍ରଭାବ ପଡ଼ିଥିଲା । ରାତି ୧୦ଟା ସୁଦ୍ଧା ମାତ୍ର ୪୮ ମିଟର ଖନନ କାର୍ଯ୍ୟ ସରିଥିଲା । ଅର୍ଥାତ୍ ମାତ୍ର ୩ ମିଟର ଖୋଳା ହୋଇଥିଲା । ଏବେ ଡ୍ରିଲିଂରେ କୌଣସି ବାଧା ଆସିନଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି । ତେବେ ଏଯାଏଁ ଏନେଇ ବିଧିବଦ୍ଧ ସମୟର ଘୋଷଣା କରାଯାଇନାହିଁ । ଡ୍ରିଲିଂରେ କୌଣସି ବାଧା ସୃଷ୍ଟି ନହେଲେ ଏହା ଖୁବ୍ ଶୀଘ୍ର ସଫଳ ହେବ ବୋଲି ବିଶ୍ୱାସ ରହିଛି ।

The post କେବେ ଉଦ୍ଧାର ହେବେ ୪୧ ଶ୍ରମିକ? ଶେଷ ପର୍ଯ୍ୟାୟରେ ଡ୍ରିଲିଂ କାମ । ଆତୁର ହୋଇ ବାଟ ଚାହିଁ ରହିଛନ୍ତି ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ସରିବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। କିଏ ହେବେ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ, ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ୨୦୨୩ ୱାର୍ଲ୍ଡକପ୍ ଶେଷ ହେବା ସହିତ ସରିଛି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଦୁଇ ବର୍ଷର କାର୍ଯ୍ୟକାଳକୁ ଆଉ ଆଗକୁ ବୃଦ୍ଧି ନକରିବାକୁ ରାହୁଲ ବିସିିସିଆଇକୁ ଅବଗତ କରାଇଛନ୍ତି । ଗତ ଦୁଇ ବର୍ଷରେ ରାହୁଲଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ, ଟି-୨୦ ବିଶ୍ୱକପ ସମେତ ଦିନିକିଆ ବିଶ୍ୱକପରେ ଉନ୍ନତମାନର ପ୍ରଦର୍ଶନ କରିଥିଲା । ତେବେ ରାହୁଲ ଦ୍ରାବିଡଙ୍କ ପରେ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇପାରନ୍ତି । ବିଶ୍ୱକପ ଚାଲିଥିବା ସମୟରେ ଲକ୍ଷ୍ମଣ ଏନେଇ ବିସିସିଆଇ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ କୋଚ କିଏ ହେବ ତାକୁ ନେଇ ଚର୍ଚ୍ଚା ଭିତରେ ଭିଭିଏସ ଲକ୍ଷ୍ମଣଙ୍କ ସମେତ ପୂର୍ବତନ କୋଚ୍ ଅନୀଲ କୁମ୍ବଲେ ଓ ବୀରେନ୍ଦ୍ର ସେହୱାଗ ମଧ୍ୟ ରେସରେ ସାମିଲ ଅଛନ୍ତି ।

ଭିଭିଏସ ଲକ୍ଷ୍ମଣ ଭାରତୀୟ ବି ଟିମର ମୁଖ୍ୟ କୋଚ ସାଙ୍ଗକୁ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଲକ୍ଷ୍ମଣ ୨୦୧୩ ମସିହାରୁ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମେଂଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା । ଅନ୍ତର୍ଜାତୀୟ ସ୍ତରରେ ୨୦୦ରୁ ଅଧିକ ମ୍ୟାଚ ଖେଳିଥିବା କୁମ୍ବଲେ ପୂର୍ବରୁ ୨୦୧୬ ମସିହାରେ ମଧ୍ୟ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି    ।

ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ପାଇଁ ରେସରେ ପୂର୍ବତନ ଭାରତୀୟ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ୨୦୧୭ ମସିହାରେ ମଧ୍ୟ ସେହେୱାଗ ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରିଥିଲେ ।

ବିଶ୍ୱକପ ପରେ ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହୋଇଛି । ଏହା ଭିତରେ ଆଗକୁ ବିସିସିଆଇ କାହାକୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେଉଛି ତାକୁ ଅପେକ୍ଷା ।

The post ସରିବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। କିଏ ହେବେ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ, ବଢ଼ିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ

କନକ ବ୍ୟୁରୋ : ବଢିଲା ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ । ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି । ପ୍ରଣବ ଜୁଏଲର୍ସ ସଂସ୍ଥା ଦ୍ୱାରା ପରିଚାଳିତ ପୁଞ୍ଜି ସ୍କିମକୁ ପ୍ରକାଶ ରାଜ ପ୍ରଚାର କରିଥିବା ବେଳେ ଏଥିରେ ପ୍ରକାଶ ରାଜଙ୍କର ସେୟାର ଥିବା ମଧ୍ୟ ଇଓଡବ୍ଲ୍ୟୁ, ଟ୍ରାଇରେ ଦାଖଲ କରିଥିବା ରିର୍ପୋଟରେ ଉଲ୍ଲେଖ କରିଥିଲା । ଏହି ରିପୋର୍ଟ ଆଧାରରେ ପ୍ରକାଶଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପୁଞ୍ଜି ସ୍କିମରେ ପ୍ରଣବ ଜୁଏଲର୍ସ ପାଖାପାଖି ୧୦୦କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି ।

The post ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ first appeared on Kanak News.

from Kanak News
via <a href="https://ifttt.com/?

ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସନ୍ଥ । ଠକେଇ ଅଭିଯୋଗ ଆଣିଲେ କେରଳର ବ୍ୟବସାୟୀ

କନକ ବ୍ୟୁରୋ : ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ଶ୍ରୀସନ୍ଥଙ୍କ ନାଁରେ ମାମଲା ରୁଜୁ । ଠକେଇ ମାମଲାରେ ଶ୍ରୀସନ୍ଥ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ନାଁରେ କେରଳ ପୁଲିସ ନିକଟରେ ମାମଲା ରୁଜୁ କରାଯାଇଛି । ଭେଙ୍କେଟେଶ କିନ ଓ ରାଜୀବ କୁମାର ଏବଂ ଶ୍ରୀସନ୍ଥଙ୍କ ନାଁରେ କେରଳ ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି । ଏକ ସ୍ପୋଟସ ଏକାଡେମୀ ଖୋଲିବା ପାଇଁ ଏହି ସରୀଶ ଗୋପାଳନଙ୍କଠୁ ଶ୍ରୀସନ୍ଥ ଓ ଅନ୍ୟ ଦୁଇ ସହଯୋଗୀ ୧୯ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସ୍ପୋଟସ ଏକାଡେମୀର ପାର୍ଟନର ମଧ୍ୟ ଶ୍ରୀସନ୍ଥ ଅଛନ୍ତି । ତେବେ ମାମଲା ରୁଜୁ ହେବା ପରେ ପୁଲିସ ଛାନଭିନ ଆରମ୍ଭ କରିଛି । ଫିକ୍ସି ମାମଲାରେ ଫସିବା ପରେ କିଛି ଦିନ ତଳେ କମବ୍ୟାକ କରିଥିଲେ ଶ୍ରୀସନ୍ଥ ।

The post ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସନ୍ଥ । ଠକେଇ ଅଭିଯୋଗ ଆଣିଲେ କେରଳର ବ୍ୟବସାୟୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started