ଏଣିକି ବିନା ବାୟୋଲୋଜିରେ ପଢ଼ିପାରିବେ ଡାକ୍ତରୀ ପାଠ । ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍

କନକ ବ୍ୟୁରୋ : ଏଣିକି ଯୁକ୍ତ ୨ରେ ବାୟୋଲଜି ପ୍ରମୁଖ ବିଷୟ ରଖିନଥିଲେ ବି ପଢିପାରିବେ ଡାକ୍ତରୀ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନ ଲାଗୁ କରିବାକୁ ଯାଉଛି ନୂଆ ଗାଇଡ ଲାଇନ୍ । ଯୁକ୍ତ ଦୁଇରେ ପ୍ରମୁଖ ବିଷୟ ବାୟୋଲଜି ନରଖିଲେ ମଧ୍ୟ ଅତିରିକ୍ତ ବିଷୟ ଭାବେ ବାୟୋଲଜି ବା ବାୟୋ-ଟେକନଲୋଜି ରଖି ଡାକ୍ତରୀ ପରୀକ୍ଷା ଦେଇହେବ । ପୂର୍ବରୁ ଡାକ୍ତରୀ ପରୀକ୍ଷା ଦେବାକୁ ହେଲେ ବାୟୋଲଜିକୁ ବାଧ୍ୟତାମୂଳକ ପାଠ୍ୟକ୍ରମରେ ରଖିବାକୁ ପଡୁଥିଲା ।ଏବେ କିନ୍ତୁ ଏହି କଟକଣାକୁ ହଟାଇ ଦେବାକୁ କହିଛି ଏନଏମସି ।

ତେଣୁ ଏବେ ମାଟ୍ରିକ ଏବଂ ଯୁକ୍ତ ଦୁଇରେ ବାୟୋଲଜି ବା ବାୟୋ-ଟେକନଲୋଜି ରଖି ନଥିବା ଆଶାୟୀ ମଧ୍ୟ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇପାରିବେ । ବିଜ୍ଞପ୍ତି ଅନୁସାରେ, ଯେଉଁ ଆଶାୟୀ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ବା ବାୟୋ-ଟେକନଲୋଜି ଏବଂ ଇଂରାଜୀକୁ ଅତିରିକ୍ତ ବିଷୟ ରଖି ଉତୀର୍ଣ୍ଣ ହୋଇଥିଲେ ଏମବିବିଏସ, ବିଡିଏସ ପାଠ୍ୟକ୍ରମ ଲାଗି ହେଉଥିବା ଏନ.ଇ.ଇଟି-ୟୁଜି ଟେଷ୍ଟ ଲାଗି ଯୋଗ୍ୟ ବିବେଚିତ ହେବେ । ନୂଆ ଗାଇଡ ଲାଇନ୍ ଅନୁଯାୟୀ ବାୟୋଲଜି ନେଇନଥିଲେ ମଧ୍ୟ ପରବର୍ତୀ ସମୟରେ ମାଟ୍ରିକ ଓ ଯୁକ୍ତ ଦୁଇ ସ୍ତରରେ ବାୟୋଲଜି ବା ବାୟୋ-ଟେକନଲଜି ପରୀକ୍ଷା ଦେଇ ନିଟ୍ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇପାରିବେ ।

The post ଏଣିକି ବିନା ବାୟୋଲୋଜିରେ ପଢ଼ିପାରିବେ ଡାକ୍ତରୀ ପାଠ । ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍ first appeared on Kanak News.

from Kanak News
via <a href="https://ifttt.com/?

ଆଶ୍ଚର୍ଯ୍ୟ କଲା ହମାସ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ । ଗାଧୁଆ, ବିଶ୍ରାମ, ରୋଷେଇଘର ସହ ଏୟାରକଣ୍ଡିସନରେ ରହୁଥିଲେ ଆତଙ୍କୀ

କନକ ବ୍ୟୁରୋ : ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲସିଫା ହସ୍ପିଟାଲ । ଏହାରି ତଳେ ରହିଛି ହମାସର ବିରାଟ ସୁଡ଼ଙ୍ଗ । ଯେବେଠୁ ଇସ୍ରାଏଲ ସେନା ଗ୍ରାଉଣ୍ଡ ଜିରୋ ଅପରେସନ ଆରମ୍ଭ କରିଛି ସେବେଠୁ ଗୋଟିଏ ପରେ ଗୋଟିଏ ସୁଡଙ୍ଗ ଠାବ କରୁଛି । ଏବେ ଇସ୍ରାଏଲ ସେନା କିଛି ଭିଡିଓ ଜାରି କରିଛି । ଯେଉଁଥିରେ ସୁଡଙ୍ଗର ଭିତରର ଚିତ୍ର ସାମ୍ନାକୁ ଆସିଛି । ଏହି ସୁଡ଼ଙ୍ଗର ଲମ୍ବା ଥିଲା ୧୫୦ ମିଟର । ସୁଡ଼ଙ୍ଗ ଯେଉଁଠାରେ ସରୁଥିଲା, ସେଠାରେ ଆତଙ୍କବାଦୀଙ୍କ ଲୁଚି ରହିବା ପାଇଁ ଛୋଟ ଛୋଟ ଘର ଥିଲା, ଘରେ ଏୟାର କଣ୍ଡିସନର ରହଥିଲା । ରୋଷେଇ ଘର, ଗାଧୋଇବା ଘର ଓ ବିଛଣା ରହିଥିଲା ।

ଆତଙ୍କୀ ସଂଗଠନ ହମାସର ଏପରି କଳା କାରନାମା ଏବେ ପଦାକୁ ଆସିବା ପରେ ବେଶ ଆଶ୍ଚଯ୍ୟ ଲାଗୁଛି ।  ଏହି ଭିଡିଓ ପ୍ରମାଣ କରୁଛି ଏହି ସୁଡଙ୍ଗ ବେଶ ପୁରୁଣା । ଯେଉଁଠି ଆଡ୍ଡା କରି ସିକ୍ରେଟ ମିଶନ କରିଥିଲା ହମାସ । ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ କରି ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ହମାସ୍ । ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ କରିବା ପରେ ଗୋଟିଏ ପରେ ଗୋଟେ ସୁଡ଼ଙ୍ଗ ଠାବ କରିଛି ।

ସେପଟେ ଯୁଦ୍ଧକୁ କିଛି ଦିନ ପାଇଁ ସାମୟିକ ଭାବେ ବନ୍ଦ କରି ପଣବନ୍ଦୀ ମୁକ୍ତ କରାଯିବା ନେଇ ଆଲୋଚନା ଚାଲିଛି । ହେଲେ ଏଯାଏଁ କୌଣସି ନିଷ୍ପତିରେ ଉଭୟ ପକ୍ଷ ପହଂଚିପାରି ନାହାନ୍ତି । ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ ଭିତରେ ପଶି ବର୍ବର କାଣ୍ଡ ଘଟାଇଥିଲେ । ଏହି ଆକ୍ରମଣରେ ପ୍ରାୟ ୧୫ ଶହ ଲୋକଙ୍କର ପ୍ରାଣ ଯାଇଥିଲା । ଏହା ପରେ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ଚଳାଇଛି ଇସ୍ରାଏଲ   ।

The post ଆଶ୍ଚର୍ଯ୍ୟ କଲା ହମାସ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ । ଗାଧୁଆ, ବିଶ୍ରାମ, ରୋଷେଇଘର ସହ ଏୟାରକଣ୍ଡିସନରେ ରହୁଥିଲେ ଆତଙ୍କୀ first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକ୍ ମୁକାବିଲା ପାଇଁ ଖୁବ ଶିଘ୍ର ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର । ୪ସୁତ୍ରୀ ଯୋଜନାରେ କରାଯିବ ନକଲି ଭିଡିଓ ସମସ୍ୟା ସମାଧାନ

କନକ ବ୍ୟୁରୋ : ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିର୍ତ୍ତକ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କଂପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କଂପାନୀର ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ବୈଠକ ପରେ ସରକାର କହିଛନ୍ତି ।
ଡିପ୍ଫେକ୍ ଭିଡିଓ: ଆସିବ ଆଇନ୍
-ଗଣତନ୍ତ୍ର ପାଇଁ ଡିପଫେକ୍ ଏକ ନୂଆ ବିପଦ ହୋଇପାରେ
-ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରୁଛନ୍ତି
-ଖୁବଶୀଘ୍ର ଆସିବାକୁ ଯାଉଛି ନିୟମ
-ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
-ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି

ଯେଉଁଭାବେ ଏଆଇ ଓ ଡିପଫେକକୁ ନେଇ ସଂଗୀନ ଅଭିଯୋଗ ଆସୁଛି ତାହା ଆଗାମୀ ଦିନରେ ବିଶେଷ କରି ନିର୍ବାଚନ ସମୟରେ ବଡ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଚାର ସମୟରେ ସୋସିଆଲ ମିଡିଆରେ ବହୁଳ ବ୍ୟବହାର କରାଯାଏ । ଏହା ଭିତରେ ଏଆଇକୁ ଅପବ୍ୟହାର କରି ରାଜନୈତିକ ଅସ୍ତ୍ରଭାବେ ଦୁରୁପଯୋଗ କରିବା ଆଶଙ୍କା ରହିଛି ।

ନିର୍ବାଚନରେ ‘ଏଆଇ’ ଅପବ୍ୟହାର ଆଶଙ୍କା
-ଲୋକସଭା ନିର୍ବାଚନ ପୂର୍ବରୁ ‘ଏଆଇ’ ବଡ ଚ୍ୟାଲେଂଜଭାବେ ଉଭା ଆଶଙ୍କା ରହିଛି
-ନକଲି-ଅସଲି ପ୍ରଭେଦ ବାରିବା କଷ୍ଟକର ହୋଇପାରେ
-ମିଥ୍ୟା ଭିଡିଓ ଓ ଫଟୋ ପୋଷ୍ଟ ଜରିଆରେ ଭମ୍ରିତ କରିବା ଆଶଙ୍କା ରହିଛି
-ବିବାଦୀୟ ମନ୍ତବ୍ୟ, ଆପତ୍ତିଜନକ ଟିପ୍ପଣୀର ଭିଡିଓ, ଅଡିଓର ପ୍ରସାର ଓ ପ୍ରଚାର ଆଶଙ୍କା ରହିଛି

ଏଆଇ ଓ ଡିପଫେକକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । ସମାଜରେ ଅରାଜକତା ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହାର ମୁକାବିଲା ବଡ ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୁଧବାର ଜି-୨୦ ଭର୍ଚୁଆଲ ସମ୍ମିଳନୀରେ ଭାରତ କହିଛି ବିଶ୍ୱ ଏବେ କୁତ୍ରିମ ବୁଦ୍ଧିମତା ପ୍ରଭାବକୁ ନେଇ ଚିନ୍ତିତ । ଏଆଇକୁ ନେଇ ବୈଷୟିକ ନିୟନ୍ତ୍ରଣ କ୍ଷେତ୍ରରେ ଜି-୨୦ ରାଷ୍ଟ୍ରଙ୍କୁ ଏକାଠି କାମ କରିବାକୁ ଭାରତ ଅପିଲ କରିଛି ।
ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନା, ସାରା ଅଲ୍ଲୀ ଖାନ୍, କାଜୋଲ, କ୍ୟାଟ୍ରିନା କୈଫଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଥିଲା । ସେହିପରି କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲଙ୍କ ମଧ୍ୟ ଏଥିରୁ ବାଦ ପଡି ନାହାଁନ୍ତି । ସାରା ତେନ୍ଦୁଲକର ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ସାରା ଲେଖିଛନ୍ତି ଟେକ୍ନୋଲୋଜିର ଅପବ୍ୟହାର ସୋସିଆଲ ମିଡିଆ ବିଶ୍ୱସନୀୟତା ଶେଷ କରୁଛି । ଏପରିକି ତାଙ୍କ ନାଁରେ ଖୋଲାଯାଇଥିବା ଫେକ ଏକ୍ସ ଆକାଉଁଟକୁ ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି । ପୋଷ୍ଟ କରିବା ସହ ଏକ୍ସକୁ ଟ୍ୟାଗ କରିଛନ୍ତି ସାରା ।

The post ଡିପଫେକ୍ ମୁକାବିଲା ପାଇଁ ଖୁବ ଶିଘ୍ର ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର । ୪ସୁତ୍ରୀ ଯୋଜନାରେ କରାଯିବ ନକଲି ଭିଡିଓ ସମସ୍ୟା ସମାଧାନ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ଫସିଲେ ରାହୁଲ ଗାନ୍ଧୀ । କାରଣ ଦର୍ଶାଅ ନୋଟିସ ଜାରି କରି ୨୫ ତରିଖ ସୁଦ୍ଧା ଜବାବ ରଖିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୌତି ଏବଂ ପକେଟମାର କହି କଟାକ୍ଷ କରିବା ରାହୁଲ ଗାନ୍ଧୀଙ୍କୁ ମହଂଗା ପଡିଛି । ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ ଏବେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ କରିଛନ୍ତି । ୨୫ ତାରିଖରେ ନୋଟିସର ଜବାବ ରଖିବାକୁ କୁହାଯାଇଛି । ନିକଟରେ ରାଜସ୍ଥାନର ଏକ ରାଲିରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭା କରୁଥିଲେ । ଏହି ସମୟରେ ସେ କ୍ରିକେଟ ବିଶ୍ୱକପରେ ଭାରତ ହାରିବା ପଛର କାରଣ କହିଥିଲେ । ମ୍ୟାଚ ହାରିବା ପଛରେ ପନୌତି ବୋଲି କହିଥିଲେ । ଏପରି କହି ସେ ପରୋକ୍ଷରେ ମୋଦୀଙ୍କୁ ଅଶୁଭ ବ୍ୟକ୍ତି ବୋଲି କହିଥିଲେ । ଭାରତୀୟ ଖେଳାଳି ମ୍ୟାଚ ଜିତି ଆସୁଥିବା ବେଳେ ପନୌତି ଷ୍ଟାଡିୟମରେ ପହଂଚିବାରୁ ଭାରତ ମ୍ୟାଚ ହାରିଗଲା ବୋଲି ରାହୁଲ କଟାକ୍ଷ କରି କହିଥିଲେ । ଯାହାକୁ ନେଇ ବିଜେପି ଆପତି ଉଠାଇବା ସହ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ।

The post ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ଫସିଲେ ରାହୁଲ ଗାନ୍ଧୀ । କାରଣ ଦର୍ଶାଅ ନୋଟିସ ଜାରି କରି ୨୫ ତରିଖ ସୁଦ୍ଧା ଜବାବ ରଖିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ସମୟ ଗଡୁଛି , ଉତ୍କଣ୍ଠା ବଢୁଛି । ସବୁ କିଛି ଠିକ ରହିଲେ, ଶୁକ୍ରବାର ସକାଳ ସୁଦ୍ଧା ସୁଡଙ୍ଗରୁ ଉଦ୍ଧାର ହୋଇପାରନ୍ତି ଶ୍ରମିକ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ । ଆବଶ୍ୟକ ପଡିଲେ ଅସୁସ୍ଥ ଶ୍ରମିକଙ୍କୁ ଏୟାରଲିଫ୍ଟ ପାଇଁ ବି ପ୍ରସ୍ତୁତ ରହିଛି ହେଲିକପ୍ଟର । ଏପଟେ ହସ୍ପିଟାଲରେ ବି ସଜଡା ଯାଇଛି ୪୧ଟି ବେଡ୍ । ଏସବୁ ପ୍ରସ୍ତୁତି, ଖୁବଶୀଘ୍ର ଶ୍ରମିକଙ୍କ ଉଦ୍ଧାର ନେଇ ସଂକେତ ଦେଉଛି । ହେଲେ ସୁଡଙ୍ଗର ଭଗ୍ନାବଶେଷ ଦେଇ ଯେଉଁ ଉଦ୍ଧାର ପାଇଁ ପଟି ଖଞ୍ଜା ଯାଉଛି, ତା’ ରାସ୍ତାରେ ବାରମ୍ବାର ବାଧା ଆସୁଛି    । ଆଶଙ୍କା କରାଯାଉଛି ଆଗକୁ ଆଉ ୩ରୁ ୪ଟି ବାଧା ଆସିପାରେ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ- ଏନଡିଏମଏ ଅଧିକାରୀ କହିଛନ୍ତି ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଉଦ୍ଧାର ହେବେ ଶ୍ରମିକ ।

ବଡକଥା ହେଉଛି ଉଦ୍ଧାର ସମୟ ପାଖେଇ ଆଉସିଥିବାରୁ ଶ୍ରମିକଙ୍କ ଭିତରେ ଉକ୍ରଣ୍ଠା ବଢିବାରେ ଲାଗିଛି । ଏତିକିବେଳେ ସେମାନଙ୍କ ମନୋବଳ ବଢାଇବାକୁ ବାରମ୍ବାର ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ନିଜେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ୱାକିଟକିରେ ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି । ସୁଡଙ୍ଗ ଭିତରେ ଫସିରହିଥିବା ୪୧ ଶ୍ରମିକଙ୍କ ଭିତରେ ଅଛନ୍ତି ୫ ଓଡିଆ । ଉଦ୍ଧାର ସମୟ ପାଖେଇ ଆସୁଥିବାରୁ ପରିବାରରେ ଖୁସି ଖେଳିଯାଇଛି । ଟିଭି, ମୋବାଇଲ କିମ୍ବା ଖବରକାଗଜରୁ ପରିବାର ସଦସ୍ୟ ସେମାନଙ୍କ ଆତ୍ମୀୟଙ୍କ ବାବଦରେ ତାଜା ଖବର ଖୋଜୁଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବାରିପଦାରେ ପହଂଚି ଶ୍ରମିକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ।

ଦୀର୍ଘ ୧୨ ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ନେଇ ପରିବାରରେ ମଧ୍ୟ ଖୁସିର ମାହୋଲ । ଆଉ କିଛି ଘଂଟା ପରେ ବାହାରିବେ ଉତରାଖଣ୍ଡ ଉତରକାଶି ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକ । ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଲବେଡ଼ା ଗାଁର ଭଗବାନ ଭତ୍ରା ମଧ୍ୟ ଉଦ୍ଧାର ହେବେ । ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ ପହଂଚିବା ପରେ ଭଗବାନଙ୍କ ଗାଁରେ ଏବେ ଖୁସିର ମାହୋଲ । ଦୀର୍ଘ ୧୨ ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ନେଇ ଅନ୍ୟ ଓଡିଆ ଶ୍ରମିକଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ ।

The post ସମୟ ଗଡୁଛି , ଉତ୍କଣ୍ଠା ବଢୁଛି । ସବୁ କିଛି ଠିକ ରହିଲେ, ଶୁକ୍ରବାର ସକାଳ ସୁଦ୍ଧା ସୁଡଙ୍ଗରୁ ଉଦ୍ଧାର ହୋଇପାରନ୍ତି ଶ୍ରମିକ first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକ୍ ଭିଡ଼ିଓ କରୁଥିଲେ ସାବଧାନ ! ଦୋଷ ପ୍ରମାଣ ହେଲେ ଦଣ୍ଡିତ ହେବେ ଫ୍ଲାଟଫର୍ମ ଓ ପ୍ରସ୍ତୁତକର୍ତା

କନକ ବ୍ୟୁରୋ : ଡିପଫେକ୍ ଭିଡିଓ କଲେ ଓ ଏହାର ପ୍ରଚାର ପ୍ରସାର କରାଇଲେ ଭୋଗିବାକୁ ପଡିବ କଠୋର ଦ ଣ୍ଡ । ଏନେଇ ଚେତାଇ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣି ଦ ଣ୍ଡ ବିଧାନ କରିବାକୁ ଯାଉଛନ୍ତି ସରକାର । ଡିପଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ହେବ କଠୋର ଦଣ୍ଡବିଧାନ । ପ୍ରଚାର ପ୍ରସାର କରୁଥିବା ପ୍ଲାଟଫର୍ମ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆଜି ବିଭିନ୍ନ ସୋସିଆଲ ମିଡିଆ କମ୍ପାନି, ନାସକମ୍ ଏବଂ ଏଆଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ନିକଟରେ କିଛି ସେଲିବ୍ରେଟିଙ୍କ ଚେହେରାକୁ ନକଲ କରି ଆପତିଜନକ ଭିଡିଓ ସବୁ ପ୍ରଚାର ପ୍ରସାର କରାଯାଉଥିଲା । ସୋସିଆଲ ମିଡିଆରେ ଏଭଳି ଭିଡିଓର ପ୍ରସାର ପରେ ପ୍ରବଳ ତମ୍ବିତୋଫାନ ଲାଗିରହିଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ମଧ୍ୟ ନକଲ କରାଯାଇଥିବା ଦେଖିବାକୁ ମିଳିଛି । ସରକାର ଆଶଙ୍କା କରୁଛନ୍ତି ରାଜନୀତି କ୍ଷେତ୍ରରେ ଡିପଫେକ ଭିଡିଓର ବ୍ୟବହାର କରି ବ୍ୟକ୍ତିଗତ ଚିରତ୍ର ସଂହାର କରାଯାଇପାରେ । ଏଆଇ ଜରିଆରେ ଯେକୌଣସି ରାଜନେତାଙ୍କ ଭିଡିଓ କିମ୍ବା ଅଡିଓର ନକଲ କରି ସୋସିଆଲ ମିଡିଆରେ ଛାଡିଦେବାର ଆଶଙ୍କା ରହିଛି । ସାଧାରଣ ଲୋକଙ୍କ ପକ୍ଷେ କିଏ ଅସଲି, କିଏ ନକଲି ପରିଖିବାର ଉପାୟ ନଥିବ । ତେଣୁ କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ୪ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି ।
ଡିପଫେକ୍ ଭିଡିଓ ମୁକିବିଲାର ୪ ସୂତ୍ରୀ ଯୋଜନା
୧- ଡିପଫେକ୍ ଭିଡିଓର ଚିହ୍ନଟ
୨- ଏହାର ପ୍ରଚାର, ପ୍ରସାର ଉପରେ ରୋକ୍
୩- ଆପତ୍ତିଜନକ ଭିଡିଓ ସଂପର୍କରେ ରିପୋର୍ଟ
୪- ଏହାର ଅପକାରିତା ନେଇ ସଚେତନତା

ଆଜିିର ଯୁଗରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବାରୁ ଡିପଫେକ ଭିଡିଓର ପ୍ରଚାର ପ୍ରସାର ଖୁବଶୀଘ୍ର ହେବାର ଆଶଙ୍କା ରହିଛି । ସମାଜ ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ତେଣୁ ସମାଜ ଓ ଗଣତନ୍ତ୍ରର ବିଶ୍ୱସନୀୟତା ପାଇଁ, ଡିପଫେକ ଭିଡିଓ ଉପରେ ତୁରନ୍ତ ଓ କଠୋର ନିୟନ୍ତ୍ରଣର ଆବଶ୍ୟକତାକୁ କେନ୍ଦ୍ର ସରକାର ଉପଲବ୍ଧି କରୁଥିବା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ।

The post ଡିପଫେକ୍ ଭିଡ଼ିଓ କରୁଥିଲେ ସାବଧାନ ! ଦୋଷ ପ୍ରମାଣ ହେଲେ ଦଣ୍ଡିତ ହେବେ ଫ୍ଲାଟଫର୍ମ ଓ ପ୍ରସ୍ତୁତକର୍ତା first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭିଡ: ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କନକ ବ୍ୟୁରୋ: ଆରମ୍ଭ ହେଲା ପଂଚୁକ । ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି । ନୀତିକାନ୍ତି ଶୃଙ୍ଖଳିତ ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଭକ୍ତ କିପରି ସୁରକ୍ଷିତ ଓ ସୁବିଧାରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ପଂଚୁକ ପାଇଁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭିଡ଼ ଜମିଛି ।

କାହିଁ କେତେଦୂରରୁ ଧାଇଁ ଆସିଛନ୍ତି ଭକ୍ତ । କାଳିଆର ମୁହଁ ଦେଖିବେ, ତା ଅବଢ଼ା ଟିକେ ଖାଇବେ, ଜନ୍ମ ଜନ୍ମାନ୍ତର ପାପ ଧୋଇ ପୁଣ୍ୟ ଅର୍ଜନ କରିବେ । ଶ୍ରୀକ୍ଷେତ୍ରରେ ଏବେ ଭକ୍ତଙ୍କ ଗହଳି । ଆରମ୍ଭ ହୋଇଯାଇଛି ପଂଚୁକ ପର୍ବ । ପଂଚୁକ ବ୍ରତର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ନୀତିକାନ୍ତି ପରେ ମହାପ୍ରଭୁଙ୍କ ଶୃଂଗାର କରାଯାଇଥିଲା, ଆଉ ଭକ୍ତ ଏହି ରୂପକୁ ଦେଖି ନିଜକୁ ଧନ୍ୟ ଧନ୍ୟ କହିଛି । ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛି, ଆଉ ଉପରକୁ ହାତ ଟେକି କହୁଛି ପ୍ରଭୁ ଧନ୍ୟ ହେଲିି ।

ଆଜିର ନୀତିକାନ୍ତି ଶୃଙ୍ଖଳିତ ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ଗହଳିକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଭକ୍ତ କିପରି ସୁରକ୍ଷିତ ଓ ସୁବିଧାରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାଇଓ ଟଏଳଟ, ବ୍ୟାରିକେଡରେ ବିଶୁଦ୍ଧ ପିଇବା ପାଣି, ପାଦ ନତାତିବା ପାଇଁ କାର୍ପେଟର ବ୍ୟବସ୍ଥା । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ସମ୍ପ୍ରସାରଣ କରାଯାଇଛି । ସ୍ୱେଛାସେବୀ ନିୟୋଜିତ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ଓ ଏସପି ନିଜେ ବ୍ୟାରିକେଡ୍ ନିକଟରେ ରହି ତଦାରଖ ମଧ୍ୟ କରିଛନ୍ତି । ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ପଂଚୁକ ବ୍ରତକୁ ଭୀଷ୍ମ ପଂଚୁକ ବା ବଗ ପଂଚୁକ ବୋଲି ମଧ୍ୟ କୁହାଯାଏ । ପୂର୍ଣ୍ଣିମା ଯାଏଁ ନୂଆ ନୂଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ପୂର୍ଣ୍ଣିମା କାଳିଆର ରାଜରଜେଶ୍ୱରୀ ବେଶ ବା ସୁନାବେଶ ହେବ । ସେପଟେ ବଂଚୁକ ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିଛି । ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଲିଙ୍ଗରାଜ । ହବିଷ୍ୟାଳିଙ୍କ ଭିଡ଼ ମଧ୍ୟ ଲାଗିଛି ।

The post ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭିଡ: ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ବିଷାକ୍ତ ହେଉଛି ଓଡ଼ିଶାର ଜୀବନ ଧାରା । ପ୍ରଦୂଷିତ ହେଉଛି ମହାନଦୀ ପାଣି, ଜଳ ନମୁନାରୁ ମିଳୁଛି ରୋଗ ସୃଷ୍ଟିକାରୀ ଜୀବାଣୁ । 

କନକ ବ୍ୟୁରୋ :  ମହାନଦୀ ପାଣିରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ । ପ୍ରଦୂଷଣ ବଢୁଥିବା ବେଳେ ଏହା ଏବେ ଚିନ୍ତାର କାରଣ ହୋଇଛି । ପ୍ରଦୂଷଣର କାରଣ ପାଲଟିଛି କଳକାରଖାନାରୁ ନିଷ୍କାସିତ ହେଉଥିବା ପାଣି । ସହରର ବର୍ଜ୍ୟବସ୍ତୁ ବି ମହାନଦୀରେ ମିଶୁଛି । ସମ୍ବଲପୁର ଓ କଟକରେ ମହାନଦୀ ସବୁଠୁ ଅଧିକ ପ୍ରଦୂଷଣ ଥିବା କହିଛନ୍ତି ପ୍ରଦୂଷଣ ବୋର୍ଡ ଆଂଚଳିକ ଅଧିକାରୀ ।

ମହାନଦୀକୁ ଓଡ଼ିଶାର ଲାଇଫ୍ ଲାଇନ୍ ବା ଜୀବନ ରେଖା କୁହଯାଏ । କିନ୍ତୁ ଏହି ଜୀବନ ରେଖାରେ  ଏବେ ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଜୀବାଣୁ ରହିଛି । କଳକାରଖାନାର ବର୍ଜ୍ୟବସ୍ତୁ ଓ ସହରର ଆବର୍ଜନା ଜଳଧାରାରେ ମିଶୁଥିବାରୁ ମହାନଦୀର ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ମହାନଦୀ ପାଣିରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଅଣୁଜୀବ ପରିମାଣ ବଢ଼ିବାରେ ଲାଗିଛି ।

ବର୍ଷା ଋତୁ ପରେ ଉପରମୁଣ୍ଡରେ ଛତିଶଗଡ଼ ପାଣି ଅଟକାଉଥିବାରୁ ଜଳପ୍ରବାହ ସ୍ୱାଭାବିକ ହେଉନାହିଁ । ଫଳରେ ମହାନଦୀ ଶୁଖିଯାଉଛି, ବିଭିନ୍ନ ସ୍ଥାନରେ ଜଳଧାରା ଅଟକି ଯାଉଛି । ଏପଟେ ସହରର ଦୂଷିତ ଜଳ ମହାନଦୀରେ ମିଶୁଛି । ଯାହା ପାଣିକୁ ବିଷାକ୍ତ କରିଦେଉଛି । ବିଶେଷ କରି ସମ୍ବଲପୁର ଓ କଟକରେ ପ୍ରଦୂଷଣ ଅଧିକ ଥିବା ଜଳପରୀକ୍ଷାରୁ ଜଣାପଡିଛି । ସୋନପୁର ଓ ବୌଦ୍ଧରେ ପ୍ରଦୂଷଣ ଅପେକ୍ଷାକୃତ କମ୍ ।

ସମ୍ବଲପୁର ସହରବାସୀ ଏହି ଘଟଣାକୁ ନେଇ ବାରମ୍ବାର ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ କୌଣସି ସୁଫଳ ମିଳୁ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିମାସରେ ସମ୍ବଲପୁରର ୪ଟି ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ପରୀକ୍ଷାରୁ ଜଣାପଡ଼ିଛି ମହାନଦୀ ପାଣି ଏବେ ଗ୍ରେଡ୍-ସି, ଗ୍ରେଡ୍-ଡି ସ୍ତରକୁ ଖସିଯାଇଛି । ଜଳର ମାନ ଏ ଓ ବି ଗ୍ରେଡ୍ ଥିଲେ ଏହା ପାନୀୟ ଯୋଗ୍ୟ ହେବ, ଜଳସେଚନ ଓ କଳ କାରଖାନାରେ ବ୍ୟବହାର କରାଯାଇ ପାରିବ । ସି-ଗ୍ରେଡ୍ ହେଲେ ଏହା ପାନୀୟ ପାଇଁ ଉପଯୁକ୍ତ ହେବନାହିଁ । ଜଳର ମାନ ଡି-ଗ୍ରେଡ ହୋଇଥିଲେ, ଏହା କେବଳ ଜଳସେଚନରେ ବ୍ୟବହାର କରାଯାଇପାରିବ । ଯଦି ଇ-ଗ୍ରେଡ୍ ହୋଇଯିବ, ତେବେ ଭଲଭାବେ ବିଶୋଧନ କରାଯିବା ପରେ ହିଁ ବ୍ୟବହାର ହୋଇପାରିବ ।

ତେଣୁ ମହାନଦୀ ପାଣି କେତେ ପରିମାଣର ଦୂଷିତ ହେଲାଣି, ଏଥିରୁ ଅନୁମାନ କରିହେଉଛି । ଯଦି ସରକାର ଶୀଘ୍ର ଏ ନେଇ ପଦକ୍ଷେପ ନେବେନାହିଁ, ତେବେ ପୂରା ବିଷାକ୍ତ ହୋଇଯିବ ମହାନଦୀ । ମହାନଦୀ ପାଣି ପାଇଁ ଯେଉଁ ଲଢ଼େଇ ଚାଲିଛି, ତାହା ବି ମୂଲ୍ୟହୀନ ହୋଇପଡ଼ିବ ।

The post ବିଷାକ୍ତ ହେଉଛି ଓଡ଼ିଶାର ଜୀବନ ଧାରା । ପ୍ରଦୂଷିତ ହେଉଛି ମହାନଦୀ ପାଣି, ଜଳ ନମୁନାରୁ ମିଳୁଛି ରୋଗ ସୃଷ୍ଟିକାରୀ ଜୀବାଣୁ ।  first appeared on Kanak News.

from Kanak News
via <a href="https://ifttt.com/?

ବାଲିଯାତ୍ରାକୁ ମିଳିଲାନି ଜାତୀୟ ଉତ୍ସବ ମାନ୍ୟତା: କେନ୍ଦ୍ର ସଂସ୍କତି ବିଭାଗର ଚିଠି ପରେ ତେଜିଲା ବୟାନବାଜି

କନକ ବ୍ୟୁରୋ: କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯିବ କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଲାଣି । ରାଜ୍ୟ ଭିତର ଓ ରାଜ୍ୟ ବାହାର ବ୍ୟବସାୟୀ ମାନେ ଷ୍ଟଲ ପକାଇବା ପାଇଁ ଟେଂଟ ବାନ୍ଧିଲେଣି । ଅଧିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଉଛି । କିନ୍ତୁ ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ମନା କରିଦେବା ପରେ ଆରମ୍ଭ ହୋଇଛି ରାଜନୀତି ।

କଟକର ଐତିହାସିକ ବାଲିଯାତ୍ରାର ପ୍ରଚାର, ପ୍ରସାର ପାଇଁ ବୁଲୁଛି ପ୍ରଜ୍ଞାପନ ମେଢ଼ । କଟକରେ ପ୍ରଜ୍ଞାପନ ମେଢ଼ର ଉଦଘାଟନ ପରେ ଆଜି ଭୁବନେଶ୍ୱରରେ ବୁଲିଛି । ଆଉ ବାଲିଯାତ୍ରାର ଐତିହ୍ୟ, ପରମ୍ପରାର କାହାଣୀ କହୁଛି । ଆଗକୁ ରାଜ୍ୟର ଅନ୍ୟ ଜିଲ୍ଳାରେ ପ୍ରଜ୍ଞାପନ ମେଢ଼ ବୁଲିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏତିକିବେଳେ ବାଲିଯାତ୍ରାର ଜାତୀୟ ମାନ୍ୟତାକୁ ନେଇ ତେଜିଛି ବୟାନବାଜି ।
କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବ, ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରୁ ଆସିଥିବା ଏହି ଚିଠି ଉପରେ ନଜର ପକାନ୍ତୁ । ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବା, ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଯାଉ ନାହିଁ ବୋଲି ସ୍ପଷ୍ଟ ଭାବରେ ଚିଠିରେ ଉଲେଖ ରହିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏହି ଚିଠି ପରେ, ପୁଣି ଥରେ ଆବେଦନ କରାଯିବ ବୋଲି କହିଛନ୍ତି କଟକ ମେୟର ।

କଟକ ବାଲିଯାତ୍ରାକୁ ଜାତୀୟ ମହୋତ୍ସବର ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଥିଲା କଟକ ମହାନଗର ନିଗମ । କିନ୍ତୁ ସିଏମସିର ଆବେଦନକୁ ଖାରଜ କରିବା ପରେ ଉଦବେଗ ପ୍ରକାଶ କରିଛନ୍ତି କଟକବାସୀ । ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେଲେ, ବଭିନ୍ନ ପ୍ରକାରର ଲୋକକଳା ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସିଏମସି ପକ୍ଷରୁ କୁହାଯାଇଥିଲା ।

The post ବାଲିଯାତ୍ରାକୁ ମିଳିଲାନି ଜାତୀୟ ଉତ୍ସବ ମାନ୍ୟତା: କେନ୍ଦ୍ର ସଂସ୍କତି ବିଭାଗର ଚିଠି ପରେ ତେଜିଲା ବୟାନବାଜି first appeared on Kanak News.

from Kanak News
via <a href="https://ifttt.com/?

ପିଲା କରିବେ ରିଲ୍ସ, ପୋଷ୍ଟ କରିବେ ବିଧାୟକ: ରାଜ୍ୟ ସରକାରଙ୍କ ଫୋକସରେ ଯୁବ ଭୋଟର୍ !

କନକ ବ୍ୟୁରୋ: ସୋସିଆଲ ମିଡିଆ ସୂଚନା ଆଦାନପ୍ରଦାନର ନୂଆ ଓ ସହଜ ମାଧ୍ୟମ ପାଲଟିଥିବା ବେଳେ ରାଜନୈତିକ ଦଳମାନେ ଏହାକୁ ଭଲ କରି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ଏନେଇ ଶାସକ ଦଳ ବିଜେଡି ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ପିଲା କରିବେ ରିଲ୍ସ, ଆଉ ପୋଷ୍ଟ କରିବେ ବିଧାୟକ । କ୍ରୀଡ଼ା ବିଭାଗ ପକ୍ଷରୁ ସାରା ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ । ଏନେଇ ଛାତ୍ରଛାତ୍ରୀମାନେ ଯେଉଁ ଭିଡିଓ ଓ ରିଲ୍ସ କରିବେ, ସେସବୁକୁ ବିଜେଡି ବିଧାୟକମାନେ ନିଜ ଆକାଉଂଟରେ ସେୟାର କରିବେ । ସେପଟେ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

ରିଲ୍ସ, ସର୍ଟସ୍, ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ଭଳି ସୋସିଆଲ ମଡ଼ିଆ ସହ ବେଶ୍ ପରିଚିତ ଓ ସିଦ୍ଧହସ୍ତ ଯୁବ ପୀଢ଼ି । ପିଲାଙ୍କ ପାଖରେ ପହଂଚିବା ପାଇଁ ସବୁଠୁ ସହଜ ଓ ସୁବିଧା ମାଧ୍ୟମ । ବାସ୍, ଏହି ମାଧ୍ୟମ ଜରିଆରେ ପିଲାଙ୍କ ପାଖରେ ପହଂଚିବା ପାଇଁ ବାଟ ଖୋଜିଛନ୍ତି ରାଜ୍ୟ ସରକାର । କ୍ରୀଡ଼ା ବିଭାଗ ପକ୍ଷରୁ ସାରା ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ । କଲେଜ କ୍ୟାମ୍ପସରେ କ୍ରିକେଟ, ଫୁଟବଲ, ହକି, କବାଡ଼ି ଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ । ତା’ ସହିତ ସାଂସ୍କୃତିକ ଓ ସମାଜିକ କାର୍ଯ୍ୟକ୍ରମ କରିବେ ଛାତ୍ରଛାତୀ । ଆଉ ଏଥିରେ ସହଯୋଗ କରିବେ ସ୍ଥାନୀୟ ବିଧାୟକ । ପିଲାମାନେ ନିଜ କାର୍ଯ୍ୟକ୍ରମର ରିଲ୍ସ ଓ ଭିଡିଓ କରିବେ, ଯାହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଦାୟୀତ୍ୱ ନେବେ ବିଧାୟକ ।

ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ଯୁବ ପୀଢ଼ିଙ୍କୁ ଭୋଟ୍ ରାଜନୀତି ଆଡ଼କୁ ଟାଣିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯାଗ କରିଛନ୍ତି ।

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯୁବା ଭାରତ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୧୫ରୁ ୩୫ ବର୍ଷର ଯୁବ ପୀଢ଼ିଙ୍କୁ ସାମିଲ୍ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏମିତି କି ଦେଶର ୪୦ କୋଟି ଯୁବକଙ୍କୁ ନିଜ ଆଡକୁ ଟାଣିବାକୁ ଲକ୍ଷ୍ୟ ରଖାଯାଇଛି । ଠିକ୍ ସେହି ଢ଼ଙ୍ଗରେ ଓଡ଼ିଶାରେ ନବୀନ ସରକାର, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାତକୁ ନେଇଛି ।

The post ପିଲା କରିବେ ରିଲ୍ସ, ପୋଷ୍ଟ କରିବେ ବିଧାୟକ: ରାଜ୍ୟ ସରକାରଙ୍କ ଫୋକସରେ ଯୁବ ଭୋଟର୍ ! first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started