
କନକ ବ୍ୟୁରୋ: ଆଜିର ସବୁଠୁ ବଡ଼ ଖବରରୁ । ବିରୋଧୀଙ୍କ ଏକା ଜିଦ୍, ‘ସ୍ଥଗିତ ନୁହେଁ ପ୍ରତ୍ୟାହାର । ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ଗୃହରେ ଜାରି ରହିଛି ହଟ୍ଟଗୋଳ । ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲ୍କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ବିଧାୟକ । ସମାନ ଢଙ୍ଗରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବି କରିଛି । ସେପଟେ ବିରୋଧୀଙ୍କ ଆକ୍ରମଣର ଜବାବ ରଖିଛି ବିଜଡି ।
ଯେଉଁ ଗୋଟିଏ ପ୍ରସଙ୍ଗ, ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭାକୁ ଦୋହଲାଇ ଦେଇଛି, ସେହି ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେପି ବିଧାୟକ । ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲ୍କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ।
ଶୀତ ଅଧିବେଶନର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ମଧ୍ୟ ଗୃହକାର୍ଯ୍ୟ ସ୍ୱାଭାବିକ୍ ଚାଲି ପାରିନଥିଲା । ଏମିତି କି ଦ୍ୱିତୀୟ ଦିନରେ ମାତ୍ର ୬ ମିନିଟ୍୍ ଭିତରେ ସୀମିତ ରହିଲା ଗୃହକାର୍ଯ୍ୟ । ତେବେ ତୃତୀୟ ଦିନରେ ଯଦିଓ ଦ୍ୱିତୀୟାର୍ଦ୍ଧ ଗୃହକାର୍ଯ୍ୟ ଚାଲିଥଲା, ତଥାପି ପ୍ରଥମାର୍ଦ୍ଧ ସଂପୂର୍ଣ୍ଣ ଧୋଇ ହୋଇଯାଇଥିଲା । ନା’ ପ୍ରଶ୍ନକାଳ ଚାଲିପାରିଥିଲା, ନା’ ଶୂନ୍ୟକାଳ । ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିଅମ୍ ଆଗରେ ପ୍ରତିବାଦ କରିଥିଲେ ।
ଏହି ପ୍ରସଙ୍ଗରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନ ଅଭିମୁଖେ ଯାଇଥିବା ବେଳେ କଂଗ୍ରେସ, ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା ।
ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କୀତ ନିଷ୍ପତି କ୍ୟାବିନେଟରେ ପାରିତ ହେବାର ଠିକ୍ ଦୁଇ ଦିନ ପରେ ଏହି ନିଷ୍ପତିରୁ ଓହରିଯାଇଥିଲେ ସରକାର । ସରକାର ସିନା ନିଷ୍ପତିରୁ ଓହରିଯାଇଥିଲେ, ହେଲେ ଏହି ପ୍ରସଙ୍ଗକୁ ନେଇ କ୍ରମାଗତ ଆକ୍ରମଣ କରି ଆସୁଛନ୍ତି ବିରୋଧୀ ।
The post ବିରୋଧୀଙ୍କ ଏକା ଜିଦ୍, ‘ସ୍ଥଗିତ ନୁହେଁ ପ୍ରତ୍ୟାହାର’: ଆଦିବାସୀ ଜମି ପ୍ରସଙ୍ଗରେ ଜେତିଲା ରାଜନୀତି first appeared on Kanak News.
from Kanak News
via <a href="https://ifttt.com/?








