ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ କର୍ମଶାଳା

କନକ ବ୍ୟୁରୋ : ବିଜୁପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ ଦ୍ୱିତୀୟ କର୍ମଶାଳା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି .ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ସିହ୍ନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀଯୁକ୍ତ ଅରୁଣ ରଥ ଆର୍ଶେଲର ମିତ୍ତଲ ନିପନ ଷ୍ଟିଲ ଗ୍ରାଉଣ୍ଡ ଫିଲ୍ଡ ପ୍ରକଳ୍ପ ମୁଖ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।  ଏହି କର୍ମଶଳାରେ ଗଣେଶ ଇନଷ୍ଟିଚ୍ୟୁ ଆଣ୍ଡ ଇଞ୍ଜନିୟରିଂ ଟେକ୍ନୋଲୋଜି,ଭୁବନେଶ୍ୱରର ଅଧ୍ୟାପକ ଓ ଛାତ୍ରମାନେ ଯୋଗଦେଇଥିଲେ ।  ପ୍ରଫେସର ସୁରେଶ ଚନ୍ଦ୍ର ପଟ୍ଟନାୟକ ଇସ୍ପାତ୍ ଉତ୍ପାଦନ ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ ।  ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରୀତମ୍ ପୁରକାୟସ୍ତ ସ୍ଵାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।  କର୍ମଶାଳାର ଦ୍ୱିତୀୟ ଦିବସରେ ପ୍ରଶିକ୍ଷାର୍ଥୀ ମାନଙ୍କର କଳିଙ୍ଗନଗର ଯାଜପୁରସ୍ଥିତ ଟାଟାଷ୍ଟିଲ ପ୍ଲାଣ୍ଟ ପରିଦର୍ଶନର ଆୟୋଜନ କରାଯାଇଅଛି ।

The post ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ କର୍ମଶାଳା first appeared on Kanak News.

from Kanak News
via <a href="https://ifttt.com/?

ଆଉ ମାତ୍ର ୪ ମିଟର । ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଅପରେସନ, ସୁଡଙ୍ଗ ଭିତରୁ ଉଦ୍ଧାର ହେବେ ୪୧ ଶ୍ରମିକ ।

କନକ ବ୍ୟୁରୋ : ଉତ୍ତରକାଶୀ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି କିଛି ଘଣ୍ଟା ସମୟ ଲାଗିବ । ଗତକାଲିଠୁ ଯଦିଓ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି ।

ସୁଡଙ୍ଗ ଭିତରେ ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୫୨ ମିଟରରୁ ଅଧିକ ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଆଉ ମାତ୍ର ୪ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି । ୧୨ ଦିନ ପରେ ବନ୍ଦ ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି ।

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ମୁତୟନ ରହିଛି । ଏହାସହ ଗ୍ୟାସ୍ ମାସ୍କ, ଷ୍ଟ୍ରେଚର ଏବଂ ୧୫ ଜଣିଆ ଡାକ୍ତରୀ ଦଳ ଘଟଣା ସ୍ଥଳରେ ସଜାଗ ରହିଛନ୍ତି । ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା । ଚାରିଟି ଲୁହା ରଡ ଆସିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।

The post ଆଉ ମାତ୍ର ୪ ମିଟର । ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଅପରେସନ, ସୁଡଙ୍ଗ ଭିତରୁ ଉଦ୍ଧାର ହେବେ ୪୧ ଶ୍ରମିକ । first appeared on Kanak News.

from Kanak News
via <a href="https://ifttt.com/?

ପନୌତି ଟିପ୍ପଣୀ ନେଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ଶନିବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ବଢିଲା ଅଡୁଆ । ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପନୌତି ଶବ୍ଦ ବ୍ୟବହାରକୁ ନେଇ ବିଜେପି ତରଫରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିଜେପିର ଅଭିଯୋଗ ପରେ ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି । ଏନେଇ ଶନିବାର ସୁଦ୍ଧା ଜବାବ ରଖିବାକୁ ରାହୁଲଙ୍କୁ ନୋଟିସରେ କୁହାଯାଇଛି । ବିଜେପି ତରଫରୁ କରାଯାଇଥିବା ଅଭିଯୋଗ ମୁତାବକ ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ପନୌତି ଓ ଜେବକତରେ ଓ ଋଣ ଛାଡ ଭଳି ଟିପ୍ପଣୀ ଦେଇଥିଲେ ।

ବିଜେପି କହିଛି ଯେ, ୧୯୮୨ ଏସିଆଡ ହକି ଫାଇନାଲ ଦେଖିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଗୃହମନ୍ତ୍ରୀ ବୁଟା ସିଂ ଯାଇଥିଲେ । ହେଲେ ଭାରତ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା । ଖେଳ ମଝିରୁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଛାଡି ପଳାଇଥିଲେ । ବିଜେପି ଦାବି କରିଛି କି, ଏହା ଫଳରେ ଖେଳାଳୀଙ୍କ ମନୋବଳ ଭାଙ୍ଗିଯାଇଥିଲା ଓ ଦଳ ପରାଜିତ ହୋଇଥିଲା ।

କହିରଖୁ କି ପନୌତି ଶବ୍ଦର ଆଖରିକ ଅର୍ଥ କ’ଣ ତାହା ସ୍ପଷ୍ଟ ହୋଇନାହିଁ । କାରଣ ଭାରତରେ ପନୌତିକୁ ଅମଙ୍ଗୁଳିଆ ବା ଅଶୁଭ ବୋଲି ଗ୍ରହଣ କରାଯାଉଛି । ହେଲେ ନେପାଳରେ ପନୌତି ନାମରେ ଏକ ଧାର୍ମିକ ସହର ରହିଛି । ଏହି ସହର ବିଶେଷ ଭାବେ ହିନ୍ଦୁ ଦେବାଦେବୀଙ୍କର ପୀଠ ସ୍ଥଳ । ତେଣୁ ନେପାଳରେ ପନୌତି ଶବ୍ଦର ଅର୍ଥ ଶୁଭଙ୍କର ବୋଲି ଗଣନା କରାଯାଏ ।

ସେପଟେ କିଛିଦିନ ତଳେ ବିଜେପି ପ୍ରବକ୍ତା ଗୌରବ ଭାଟିଆ ଏକ ଟ୍ୱିଟରେ ରାହୁଲ ଗାନ୍ଧୀଙ୍କ ଉର୍ଦ୍ଦେଶ୍ୟରେ ପନୌତି ଶବ୍ଦ ଲେଖି ଟ୍ୱିଟ କରିଥିଲେ । ସେହିଭଳି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ଭାଷଣକୁ କୋଟ୍ କରି ଟ୍ୱିଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ କି ପ୍ରିୟଙ୍କା ଗାନ୍ଧୀ ହେଉଛନ୍ତି ଅସଲି ପନୌତି ।

ଏସବୁକୁ ନେଇ କଂଗ୍ରେସ ନେତା ପବନ ଖେଡା ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯଦି ପନୌତିି ଶବ୍ଦ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗିବେ ତେବେ କଂଗ୍ରେସ ଉର୍ଦ୍ଦେଶ୍ୟରେ ନିର୍ମଳା ସୀତାରମଣ ରାହୁକାଳ, ପ୍ରଧାନମନ୍ତ୍ରୀ ମୋଦୀ ମୁର୍ଖଙ୍କ ସଦ୍ଦାର ଭଳି ଶବ୍ଦ ବ୍ୟବହାର କରିଥିବାରୁ ସେମାନେ ମଧ୍ୟ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।

The post ପନୌତି ଟିପ୍ପଣୀ ନେଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ଶନିବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାକୁ ଆସିଲା ଭାରତ ଅଟା । ୨୭ଟଙ୍କା ୫୦ ପଇସାରେ ମିଳୁଛ ଗୋଟିଏ କେଜି, ନାଫେଡ ପକ୍ଷରୁ ହେଉଛି ବିକ୍ରି

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟକୁ ପ୍ରଥମ କରି ଆସିଲ କେନ୍ଦ୍ର ସରକାରଙ୍କ ଭାରତ ଅଟା । ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଟାକୁ ଲଂଚ କରିଥିଲେ । ଭାରତ ଅଟା କେଜି ପ୍ରତି ୨୭ଟଙ୍କା ୫୦ ପଇସାରେ ମିଳୁଛି । ଆଜି ନାଫେଡ ଦ୍ୱାରା ଏହି ଭାରତ ଅଟା ବଂଟନ କରାଯାଉଛି । ଏହି ଅଟା ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲ । ବାହାରେ ୫ କେଜି ଅଟାକୁ ୨୪୦ ଟଙ୍କା ପଡ଼ୁଥିବା ବେଳେ ନାଫେଡ ଦ୍ୱାରା ବଂଟନ କରାଯାଉଥବା ଭାରତ ଅଟା ୫ କେଜିକୁ ୧୪୦ ଟଙ୍କାରେ ମିଳୁଛି । ଦୀପାବଳି ପୂର୍ବରୁ ଭାରତ ଅଟା ବିଷୟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ସମଗ୍ର ଦେଶର ପ୍ରାୟ ୨ ହଜାର ଆଉଟଲେଟରେ ଏପରି ଅଟା ବିକ୍ରୟ କରାଯିବ ।

The post ଓଡ଼ିଶାକୁ ଆସିଲା ଭାରତ ଅଟା । ୨୭ଟଙ୍କା ୫୦ ପଇସାରେ ମିଳୁଛ ଗୋଟିଏ କେଜି, ନାଫେଡ ପକ୍ଷରୁ ହେଉଛି ବିକ୍ରି first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲ ତଳେ ହମାସ୍ ଆତଙ୍କୀଙ୍କ ବିରାଟ ସୁଡ଼ଙ୍ଗ । ସୁଡ଼ଙ୍ଗରେ ଥିଲା ଅତ୍ୟାଧୁନିକ ସୁବିଧା, ପ୍ରମାଣ ଦେଲା ଇସ୍ରାଏଲ ସେନା

କନକ ବ୍ୟୁରୋ : ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ । ଆଉ ଏହି ସୁଡ଼ଙ୍ଗରେ ରହିଛି ସବୁପ୍ରକାର ସୁବିଧା । ହେଲେ ଏହା ରୋଗୀଙ୍କ ପାଇଁ ନୁହେଁ ବରଂ ଆତଙ୍କୀ କାର୍ଯ୍ୟକଳାପ ପାଇଁ । ଆତଙ୍କୀ ସଂଗଠନ ହମାସର ଏପରି କଳା କାରନାମା ଏବେ ପଦାକୁ ଆସିଛି । ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ କରି ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ହମାସ୍ । ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲ୍-ସିଫା ହସ୍ପିଟାଲ । ଏହାରି ତଳେ ଏତେ ବଡ଼ ସୁଡ଼ଙ୍ଗ ତିଆରି କରିଥିଲା ହମାସ୍ । ଏହି ସୁଡ଼ଙ୍ଗର ଲମ୍ବା ଥିଲା ୧୫୦ ମିଟର । ସୁଡ଼ଙ୍ଗ ଯେଉଁଠାରେ ସରୁଥିଲା, ସେଠାରେ ଆତଙ୍କବାଦୀଙ୍କ ଲୁଚି ରହିବା ପାଇଁ ଛୋଟ ଛୋଟ ଘର ଥିଲା, ଘରେ ଏୟାର କଣ୍ଡିସନର ରହଥିଲା । ରୋଷେଇ ଘର, ଗାଧୋଇବା ଘର ଓ ବିଛଣା ରହିଥିଲା । ଇସ୍ରାଏଲ୍ ସେନା ଗାଜାରେ ନିଜର ଅଭିଯାନ ଚଳାଇଥିବା ବେଳେ ଏପରି ସୁଡ଼ଙ୍ଗକୁ ଠାବ କରିଛି । ଏହାସହ ଏହି ସୁଡ଼ଙ୍ଗକୁ ବିଦେଶୀ ଗଣମାଧ୍ୟକୁ ମଧ୍ୟ ଦେଖାଯାଇଛି । ହସ୍ପିଟାଲକୁ ଅଡ୍ଡା କରି ହମାସ୍ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି ବୋଲି ଇସ୍ରାଏଲ ପ୍ରଥମରୁ ଦାବି କରିଆସୁଥିଲା । ସାଧାରଣ ଲୋକଙ୍କୁ ଢାଲ କରି ଆତଙ୍କୀ ହମାସ୍ ଇସ୍ରାଏଲ୍ ସେନା ଆକ୍ରମଣରୁ ନିଜକୁ ବଂଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ହୋଇଆସୁଥିଲା । ହସ୍ପିଟାଲ ତଳେ ଏହି ସୁଡ଼ଙ୍ଗ ଠାବ ହେବା, ଏହି କଥାକୁ ଏକପ୍ରକାର ସତ ପ୍ରମାଣିତ କରିଛି । ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ କରିବା ପରେ ଗୋଟିଏ ପରେ ସୁଡ଼ଙ୍ଗ ଠାବ କରିଛି, ଆଉ ହସ୍ପିଟାଲ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ଦାବି କରି ସେଠାରେ ମଧ୍ୟ ଅଭିଯାନ କରିଥିଲା ଆଇଡିଏଫ । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରୁ ଇସ୍ରାଏଲ ସେନାକୁ ସମାଲୋଚନା ମଧ୍ୟ କରାଯାଇଛି । ତେବେ କେବଳ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଇସ୍ରାଏଲ କହିଆସିଛି । ସେପଟେ ଯୁଦ୍ଧକୁ କିଛି ଦିନ ପାଇଁ ସାମୟିକ ଭାବେ ବନ୍ଦ କରି ପଣବନ୍ଦୀ ମୁକ୍ତ କରାଯିବା ନେଇ ଆଲୋଚନା ଚାଲିଛି । ହେଲେ ଏଯାଏଁ କୌଣସି ନିଷ୍ପତିରେ ଉଭୟ ପକ୍ଷ ପହଂଚିପାରି ନାହାନ୍ତି । ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ ଭିତରେ ପଶି ବର୍ବର କାଣ୍ଡ ଘଟାଇଥିଲେ । ଏହି ଆକ୍ରମଣରେ ପ୍ରାୟ ୧୫ ଶହ ଲୋକଙ୍କର ପ୍ରାଣ ଯାଇଥିଲା । ଏହା ପରେ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ଚଳାଇଛି ଇସ୍ରାଏଲ ।

The post ହସ୍ପିଟାଲ ତଳେ ହମାସ୍ ଆତଙ୍କୀଙ୍କ ବିରାଟ ସୁଡ଼ଙ୍ଗ । ସୁଡ଼ଙ୍ଗରେ ଥିଲା ଅତ୍ୟାଧୁନିକ ସୁବିଧା, ପ୍ରମାଣ ଦେଲା ଇସ୍ରାଏଲ ସେନା first appeared on Kanak News.

from Kanak News
via <a href="https://ifttt.com/?

କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ ଆସିଲା ଠକେଇ ଅଭିଯୋଗ । କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮ ଲକ୍ଷ ଟଙ୍କା ନେଇଥିବା ଥାନାରେ ଅଭିଯୋଗ

କନକ ବ୍ୟୁରୋ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ କେରଳରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରେ ଉଲ୍ଲେଖ ରହିଛି କି, ଏସ୍ ଶ୍ରୀସନ୍ଥ ଓ ଅନ୍ୟ ଦୁଇଜଣ ଏକ କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

କେରଳର ଚୁଣ୍ଡାରେ ରହୁଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି କି, ରାଜୀବ କୁମାର ଓ ଭେଙ୍କେଟେସ୍ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ ତାଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ନେଇଥିଲେ । ସେମାନେ ପ୍ରତିଶ୍ରୁତି ଦେଇଥିଲେ କି, ଏହି ଟଙ୍କାରେ କର୍ଣ୍ଣାଟକର କୋଲ୍ଲୁର ଜିଲ୍ଲାରେ ଏକ କ୍ରିକେଟ ଏକାଡେମୀ ଖୋଲିବେ । ରାଜୀବ ଓ ଭେଙ୍କେଟସଙ୍କ କମ୍ପାନୀରେ ଶ୍ରୀସନ୍ଥଙ୍କର ଭାଗିଦାରୀ ରହିଛି ।
ଅଭିଯୋଗକାରୀ ସରୀଣ ଗୋପାଳନ କହିଛନ୍ତି କି ଏକାଡେମୀରେ ଭାଗିଦାରୀ ହେବାର ସୁଯୋଗ ଓ ଲୋଭରେ ପଡି ସେ ନିବେଶ କରିଥିଲେ । ଏନେଇ ଶ୍ରୀସନ୍ଥ ଓ ଅନ୍ୟ ସାଥୀଙ୍କ ଉପରେ ଆଇପିସିର ଧାରା ୪୨୦ କ୍ରମରେ ମାମଲା ରୁଜୁ ହୋଇଛି ।

ସୂଚନା ଥାଉକି ଏସ୍ ଶ୍ରୀସନ୍ଥ ଟି-୨୦ ବିଶ୍ୱକପ ୨୦୦୭ ଓ ୨୦୧୧ ଏକଦିବସୀୟ ବିଶ୍ୱକପରେ ଭାରତୀୟ ଟିମରେ ସାମିଲ ଥିଲେ । ଶ୍ରୀସନ୍ଥ ଭାରତ ପାଇଁ ୨୭ଟି ଟେଷ୍ଟ, ୫୩ଟି ଏକଦିବସୀୟ ଓ ୧୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହାସହ ସେ ଆଇପିଏଲରେ ମଧ୍ୟ ୪୪ ଟି ମ୍ୟାଚ ଖେଳି ୪୦ଟି ୱିକେଟ୍ ହାସଲ କରିଥିଲେ ।

୨୦୧୩ ମେ’ମାସରେ ମ୍ୟାଚ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲସର ଦୁଇଜଣ ଖେଳାଳୀ ଅଜିତ୍ ଚାଣ୍ଡିଲା ଓ ଅଙ୍କିତ ଛବନକୁ ପୋଲିସ ଗିରଫ କରିଥିଲା । ଏହାପରେ ବିସିସିଆଇ ଏହି ୩ ଖେଳାଳୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ମାମଲାରେ ୨୦୧୫ ମସିହାରେ ଏକ ସ୍ୱତନ୍ତ୍ର ଅଦାଲତ ଶ୍ରୀସନ୍ଥଙ୍କୁ ଦୋଷମୁକ୍ତ କରିଥିଲା ।

The post କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ ଆସିଲା ଠକେଇ ଅଭିଯୋଗ । କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮ ଲକ୍ଷ ଟଙ୍କା ନେଇଥିବା ଥାନାରେ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଆରପାରିରେ ଫାତିମା ବିବି, ସୁପ୍ରିମକୋର୍ଟରେ ଥିଲେ ପ୍ରଥମ ମହିଳା ବିଚାରପତି

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବିଙ୍କର ଦେହାନ୍ତ ହୋଇଯାଇଛି । ୯୬ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏହି ବିଚାରପତିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ରାଜ୍ୟପାଳ ଭାବେ ଫାତିମା ବିବି ନିଜର ଛାପ ଛାଡିଯାଇଛନ୍ତି ।

ବୀଣା ଜର୍ଜ ତାଙ୍କ ବୟାନରେ କହିଛନ୍ତି କି, ଫାତିମା ଜଣେ ସାହାସୀ ମହିଳା ଥିଲେ । ତାଙ୍କ ନାମରେ ଅନେକ ରେକର୍ଡ ରହିଛି । ସେ ତାଙ୍କ ଜୀବନରେ ଏହା ପ୍ରମାଣିତ କରିଥିଲେ କି ଦୃଢ ଇଚ୍ଛାଶକ୍ତି ଓ ମଜବୁତ୍ ଉଦ୍ଦେଶ୍ୟ ନେଇ ଜିଏ ଆଗକୁ ବଢିବ, ତାଙ୍କୁ ବିପରିତ ପରିସ୍ଥିତିରୁ ସୁରୁଖୁରୁରେ ମୁକ୍ତି ମିଳିପାରିବ ।

The post ଆରପାରିରେ ଫାତିମା ବିବି, ସୁପ୍ରିମକୋର୍ଟରେ ଥିଲେ ପ୍ରଥମ ମହିଳା ବିଚାରପତି first appeared on Kanak News.

from Kanak News
via <a href="https://ifttt.com/?

ଆଇସିସି ଆଣିଲା ଷ୍ଟପ୍ କ୍ଲକ୍ ନିୟମ, ବିଳମ୍ବରେ ବୋଲିଂ କଲେ ଦଣ୍ଡ । ଗୋଟିଏ ମିନିଟରୁ ଅଧିକ ଟପିଲେ ୫ ରନର ପେନାଲ୍ଟି ।

କନକ ବ୍ୟୁରୋ : କ୍ରିକେଟ ମ୍ୟାଚ ହେବ ଆହୁରି ରୋମାଞ୍ଚକର । ଦିନିକିଆ ଓ ଟି-୨୦ ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ବଡ ନିଷ୍ପତ୍ତି ନେଇଛି ଆଇସିସି । ଯେଉଁଥିପାଇଁ ଷ୍ଟପ୍ କ୍ଲକ୍ ନିୟମ ଆଣିଛି । ଏହି ନିୟମ ଅନୁଯାୟୀ, ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ କରିବାର ୬୦ ସେକେଣ୍ଡ ମଧ୍ୟରେ ହିଁ ପରବର୍ତ୍ତୀ ଓଭର କରିବାକୁ ପଡିବ । ନଚେତ୍ ବୋଲିଂ କରୁଥିବା ଦଳକୁ ୫ ରନର ପେନାଲ୍ଟି ଗଣିବାକୁ ପଡିବ । କିନ୍ତୁ ଏହା ପ୍ରଥମ ଥରକରେ ଲାଗୁ ହେବନି । ବରଂ ବୋଲି କରୁଥିବା ଦଳର ଅଧିନାୟକଙ୍କୁ ବିଳମ୍ବ ନେଇ ୨ ଥର ଚେତାବନୀ ଦେବେ ଅମ୍ପାୟାର । ଏହାପରେ ମଧ୍ୟ ଯଦି ବୋଲିଂ କରୁଥିବା ଦଳ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ନପକାଏ ତେବେ ୫ ରନର ପେନାଲ୍ଟି ଗଣିବାକୁ ପଡିବ । ଏହି ନିୟମ ଆସନ୍ତା ଡିସେମ୍ବର ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ । ଯଦି ଏହି ନିୟମର ଗ୍ରହଣୀୟତା ବଢେ ତେବେ ଏହାକୁ ପରବର୍ତ୍ତୀ ମ୍ୟାଚ୍ ଗୁଡିକରେ ନିୟମିତ ଭାବେ ଲାଗୁ କରାଯିବ । କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରୁ ଅନ୍ୟ ଏକ ଓଭର ଆରମ୍ଭ ମଧ୍ୟରେ ଅଧିକ ସମୟ ଯେପରି ଅପଚୟ ନହେବ ସେଥିପାଇଁ ଆଇସିସି ଏଭଳି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମନ୍ଥର ବୋଲିଂ ପାଇଁ ଇନ୍ ମ୍ୟାଚ୍ ପେନାଲ୍ଟି ବ୍ୟବସ୍ଥା କରିଥିଲା ଆଇସିସି । ଯଦି ଫିଲ୍ଡିଂ କରୁଥିବା ଦଳ ନିର୍ଦ୍ଧାରିତ ସମୟରେ ଓଭର ଶେଷ ନକରିପାରେ ତେବେ ଦଣ୍ଡ ବ୍ୟବସ୍ଥା ରହୁଥିଲା । ଯେଉଁ ଦଣ୍ଡ ବ୍ୟବସ୍ଥାରେ ମ୍ୟାଚର ଶେଷ ଓଭରରେ ୩୦ ମିଟର ସର୍କଲ ବାହାରେ ଜଣେ ଖେଳାଳିଙ୍କୁ କମ କରିବାକୁ ପଡୁଥିଲା । ଯାହାଦ୍ୱାରା ବ୍ୟାଟିଂ ଟିମକୁ ଫାଇଦା ମିଳୁଥିଲା । କିନ୍ତୁ ଷ୍ଟପ୍ କ୍ଲକ୍ ନିୟମ ଅନୁଯାୟୀ, ତୃତୀୟ ଥର ବୋଲିଂ ଆରମ୍ଭ କରିବାକୁ ୬୦ସେକେଣ୍ଡରୁ ଅଧିକ ସମୟ ନେଲେ ତୁରନ୍ତ ବ୍ୟାଟିଂ କରୁଥିବା ଟିମକୁ ୫ ରନର ଫାଇଦା ମିଳିବ ।

ଏହାପୂର୍ବରୁ ୨୦୨୩ ବିଶ୍ୱକପରେ ପ୍ରଥମଥର ପାଇଁ ଟାଇମ ଆଉଟର ଶିକାର ହୋଇଥିଲେ ଶ୍ରୀଲଙ୍କାର ଆଂଜେଲା ମାଥ୍ୟୁସ । ଷ୍ଟପ୍ କ୍ଲକ୍ ଭଳି ଟାଇମ ଆଉଟ ନିୟମ ଅନୁଯାୟୀ, କୌଣସି ଖେଳାଳୀ ଆଉଟ ହେଲେ ପରବର୍ତ୍ତୀ ଖେଳାଳୀ ୨ ମିନିଟ୍ ମଧ୍ୟରେ କ୍ରିଜରେ ପହଞ୍ଚି ବ୍ୟାଟିଂ କରିବାକୁ ପଡିଥାଏ । ନଚେତ୍ ତାଙ୍କୁ ଆଉଟ ଘୋଷିତ କରି ଦିଆଯାଇଥାଏ ।

କେବଳ ଷ୍ଟପ୍ କ୍ଲକ୍ ନୁହେଁ ବରଂ ଆଇସିସି ପିଚ୍ ଓ ଆଉଟଫିଲ୍ଡକୁ ନେଇ ନୂଆ ନିୟମ ଆଣିଛି । ନୂଆ ନିୟମ ଅନୁଯାୟୀ, ଯଦି ୫ ବର୍ଷ ମଧ୍ୟରେ କୌଣସି ପିଚକୁ ୬ ଡିମେରିଟ୍ ପଏଣ୍ଟ ମିଳେ ତେବେ ସେହି ଗ୍ରାଉଣ୍ଡ ଉପରେ ପ୍ରତିବନ୍ଧକ ଲଗାଯିବ । ପୂର୍ବରୁ ୫ ବର୍ଷ ମଧ୍ୟରେ ୫ ଡିମେରିଟ୍ ପଏଣ୍ଟ ମିଳିଲେ ଗ୍ରାଉଣ୍ଡକୁ ଗୋଟିଏ ବର୍ଷ ଯାଏଁ ବାସନ୍ଦ କରାଯାଉଥିଲା । ଉକ୍ତ ଗ୍ରାଉଣ୍ଡରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇପାରୁନଥିଲା ।

The post ଆଇସିସି ଆଣିଲା ଷ୍ଟପ୍ କ୍ଲକ୍ ନିୟମ, ବିଳମ୍ବରେ ବୋଲିଂ କଲେ ଦଣ୍ଡ । ଗୋଟିଏ ମିନିଟରୁ ଅଧିକ ଟପିଲେ ୫ ରନର ପେନାଲ୍ଟି । first appeared on Kanak News.

from Kanak News
via <a href="https://ifttt.com/?

ଘୋଡା ଉପରୁ ଖସି ଆହତ ଅଭିନେତା ଶ୍ରୀତମ ଦାସ । ଅସ୍ତ୍ରୋପଚାର ହେବା ନେଇ ସୂଚନା ।

କନକ ବ୍ୟୁରୋ: ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ୍ ଦାସ । ତାଙ୍କ ହାତରେ ଆଘାତ ଲାଗିଛି । ଏବେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କିଛି ସମୟ ପରେ ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ‘ନବକଳେବର’ ଫିଲ୍ମର ସୁଟିଂ ସେଟରେ ଆହତ ହୋଇଛନ୍ତି ଶ୍ରୀତମ୍ । ଏହି ସିନେମାରେ ଶ୍ରୀତମ ଦାସ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି । ଘୋଡାରେ ବସି ଯାଉଥିବାର ଏକ ଦୃଶ୍ୟ ସୁଟିଂ କରୁଥିଲେ ଅଭିନେତା । ହେଲେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯିବାରୁ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ସୂଚନା ମିଳିଛି ।

The post ଘୋଡା ଉପରୁ ଖସି ଆହତ ଅଭିନେତା ଶ୍ରୀତମ ଦାସ । ଅସ୍ତ୍ରୋପଚାର ହେବା ନେଇ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାଠ ଫାଳିଆରେ ମାଡ଼ । ଶିକ୍ଷକ ଓ ଅଭିଭାବକ ଭିତରେ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ।

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତ ବରାହି ଉଚ୍ଚ ବିଦ୍ୟାଳୟର ସ୍କୁଲ ଶିକ୍ଷକଙ୍କୁ ଆକ୍ରମଣ ଉଦ୍ୟମ । ଜଣେ ଅଭିଭାବକ କାଠ ଫାଳିଆରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ରହିଛି । ଏହାପରେ ବରାହି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିଲେ ଆନ୍ଦୋଳନରୁ ହଟିବେ ନାହିଁ କି ପିଲାଙ୍କୁ ପାଠ ପଢାଇବେ ନାହିଁ ବୋଲି କହିଛନ୍ତି ।

ଗତକାଲି ସ୍କୁଲ ପରିସରରେ ଅଭିଭାବକ ମାନଙ୍କର ବୈଠକ ଥିଲା । ବୈଠକରେ ଅଭିଭାବକ ସନ୍ତୋଷ କୁଣ୍ଡ ପହଁଚିଥିଲେ । ତେବେ ବୈଠକ ବାବଦରେ ସପ୍ତାହେ ପୂର୍ବରୁ କାହିଁକି ଅବଗତ କରାଯାଇନଥିଲା ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରା ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ ନ କଲେ ଶିକ୍ଷକ ମାନେ ବିଦ୍ୟାଳୟ ପରିସରରେ ଧାରଣାରୁ ଉଠିବେ ନାହିଁ କିମ୍ବା ପାଠ ପଢାଇବେ ନାହିଁ ବୋଲି କହିଛନ୍ତି ।

The post ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାଠ ଫାଳିଆରେ ମାଡ଼ । ଶିକ୍ଷକ ଓ ଅଭିଭାବକ ଭିତରେ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started