ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ ବିଜେପି ବିଧାୟକ । ଗୃହକାର୍ଯ୍ୟ ସ୍ଥଗିତ ହେବା ପରେ ଚାଲି ଚାଲି ଯାଇ ଦେଲେ ଦାବି ପତ୍ର ।

କନକ ବ୍ୟୁରୋ: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ଗୃହକାର୍ଯ୍ୟ । ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି । ଗତକାଲି ଭଳି ଆଜି ବି ସ୍ୱାଭାବିକ୍ ଭାବେ ଗୃହ ଚାଲି ପାରି ନାହିଁ । ଆଜି ବି ଗୃହ ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ପୁଣି ଆଜି ବି କମ୍ପିଛି ଗୃହ । ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରତିବାଦ କରିଛନ୍ତି ବିରୋଧୀ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଛି । ସେପଟେ ନିଜ ଅଭିଯୋଗ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେବ ବିଜେପି ।

The post ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ ବିଜେପି ବିଧାୟକ । ଗୃହକାର୍ଯ୍ୟ ସ୍ଥଗିତ ହେବା ପରେ ଚାଲି ଚାଲି ଯାଇ ଦେଲେ ଦାବି ପତ୍ର । first appeared on Kanak News.

from Kanak News
via <a href="https://ifttt.com/?

ସୁଡଙ୍ଗରେ ଫସିଥିବା ଶ୍ରମିକ ମାନଙ୍କୁ ବାହାର କରିବାକୁ ଯାଉଥିବା ଏହି ‘ଅଗର’ ଡ୍ରିଲ ମେସିନ କଣ ? କେମିତି କରେ କାମ ?

ଉତ୍ତରପ୍ରଦେଶର ସିଲ୍କିରା-ବାରକୋଟ ଟନେଲ ମଧ୍ୟରେ ୧୨ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକ ପ୍ରତ୍ଯେକ ମୁହୂର୍ତ୍ତରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ଲାଗୁଛି ଯେମିତି ପର୍ବତ ସେମାନଙ୍କୁ ନିଜ ଭିତରେ ଲୁଚାଇ ରଖିଛି । ତାଙ୍କୁ ଉଦ୍ଧାର କରିବାକୁ  ଦେଶ ତଥା ବିଦେଶରୁ ବହୁ ବିଶେଷଜ୍ଞ ମାନେ ଆସି ପହଁଚିଛନ୍ତି । ସେମାନଙ୍କୁ ବାହାର କରିବାକୁ ଅନେକ ଯୋଜନା ହେଇଛି । ଏହି ଉଦ୍ଧାର କାର୍ଯ୍ୟ ମଧ୍ୟରେ ସମସ୍ତେ ଏକ ମୂତନ ମେସିନର ନାମ ପ୍ରଥମଥର ପାଇଁ ଶୁଣୁଛନ୍ତି । ‘ଅଗର’ ଡ୍ରିଲିଂ ମେସିନ । ଆସନ୍ତୁ ଜାଣିବା ଏହି ଅଦ୍ଭୁତ ଯନ୍ତ୍ର ବିଷୟରେ ।

ଏହି ମେସିନର ନାମ ହେଉଛି ‘ଅଗର ଡ୍ରିଲିଂ ମେସିନ୍’ | ଏହା ଦୁଇଟି ଉପାୟରେ କାମ କରେ । ଏହା ଭର୍ଟିକାଲ  ଗର୍ତ୍ତ ଖୋଳିଥାଏ ।  ଅର୍ଥ ହେଉଛି ଭୂମିରେ ଏକ ସିଧାଭାବରେ ଗାତ ଖୋଳିଥାଏ । ତେଣୁ ଏହି ଯନ୍ତ୍ରକୁ ଭର୍ଟିକାଲ୍ ଅଗର୍ ଡ୍ରିଲିଂ ମେସିନ୍ କୁହାଯାଏ .

ଯେତେବେଳେ ପାହାଡର  ସମ୍ମୁଖ ଭାଗରେ ମାଟି ଓ ପଥରର ଦୃଢ ଚଟାଣ ଭାବେ ଠିଆ ହୋଇଥାଏ ସସେତେବେଳେ ସମ୍ମୁଖ ଭାଗରୁ ପାହାଡ଼ରେ ଛିଦ୍ର କରି ଗର୍ତ୍ତ କରିବାକୁ ପଡିଥାଏ । ସେତେବେଳେ ଇଞ୍ଜିନିୟର ମାନେ ଭୂସମାନ୍ତର ବା ଭର୍ଟିକାଲ ଅଗର୍ ଡ୍ରିଲିଂ ମେସିନ୍ ବ୍ୟବହାର କରିଥାନ୍ତି । ଆପଣ ଏହି ଚିତ୍ରରେ ଏଠାରେ ଦେଖିପାରିବେ ଯେ ଏକ ଲମ୍ବା ପାଇପ୍ ଆକୃତି ପରି ମୋଡିମୋଡି ହେଇ ବଙ୍କା ସ୍କ୍ରୁ ଅଛି । ତା ଆଗରେ ଏକ ହାମର ରଡ ଲାଗିଛି ଯାହା ଗାତ ଖୋଳିଥାଏ ।

 

ମେସିନର ସମ୍ମୁଖରେ ଥିବା ହାମର ରଡ କ୍ରମାଗତ ଭାବରେ ଘୁରୁଥାଏ ଏବଂ ଘୁରିଘୁରି  ମାଟି ପଥର ଚଟାଣକୁ ଆଘାତ ଦେଇ ଦେଇ ଖୋଳିଥାଏ । ହାମର ପଛରେ ଥିବା ଏହାର ସ୍କ୍ରୁ ପରି ବଙ୍କା ଭାଗ ସେଠାରୁ ବାହାରୁଥିବା ମାଟିକୁ ପଛକୁ ଟାଣି ନେଇ ବାହାରକୁ ଫୋପଡ଼ିଥାଏ । ଏହାର ଅର୍ଥ ଏହିପରି ଛିଦ୍ର ତିଆରି କରିବା ପାଇଁ, ପୁରୁଣା ଟେକ୍ନୋଲୋଜି ପରି ଆଗ ଗାତ ଖୋଳି ପରେ ଡ୍ରିଲିଂ କରିବା ଆବଶ୍ୟକ ପଡେ ନାହିଁ ।

ହାମର ରଡ ଯେତିକି ଯେତିକି ଡ୍ରିଲିଂ କରିଥାଏ ସେଠୁ ବାହାରୁଥିବା ମାଟି ପଥର ପାଣି ଇତ୍ୟାଦିକୁ ଏହା ପଛରେ ଥିବା ବଙ୍କା ସ୍କ୍ରୁ ଡ୍ରାଇଭର ଭାଗଟି ସଙ୍ଗେ ସଙ୍ଗେ ସେଗୁଡିକୁ ବାହାରକୁ ଫୋପଡ଼ିଥାଏ ।  ରେଳ ଟ୍ରାକ୍ ପରି ରଖାଯାଇଥିବା ଲୁହା ଟ୍ରାକରେ ମେସିନ ଆଗକୁ ଆଗକୁ ବଢିଥାଏ ।  କିମ୍ବା ଯଦି ସେହି ଯନ୍ତ୍ରର ଚକ ଥାଏ ତେବେ ଚକା ସାହାଯ୍ୟରେ ଆଗକୁ ଯାଇଥାଏ ।

ଏହି ଯନ୍ତ୍ର ପ୍ରକୃତିର ବେଶି କ୍ଷତି ନକରି ସେ ସ୍ଥାନରେ ବଡ଼ ଏବଂ ଲମ୍ବା ଛିଦ୍ର ତିଆରି କରିବାରେ ସାହାଯ୍ୟ କରେ । ଅଗର ମେସିନରେ ଦୁଇ ପ୍ରକାରର ଡ୍ରିଲିଂ ବ୍ୟବସ୍ଥା ଅଛି । ପ୍ରଥମ ହେଉଛି  ସଲିଡ୍ ଷ୍ଟେମ୍ ଅଗର୍ ଏବଂ ଅନ୍ୟଟି ହେଉଛି ହୋଲୋ ଷ୍ଟେମ୍ ଅଗର୍ ।  ଉଭୟ ଡ୍ରିଲର ନିଜସ୍ୱ ଲାଭ ଓ କ୍ଷତି  ଅଛି । ସଲିଡ ଷ୍ଟେମ୍ ଆଗର୍ ମାଧ୍ୟମରେ ଭୂମିରେ ଏକ ଗଭୀର ଛିଦ୍ର ଖୋଳାଯାଏ । ଏହା ନଳକୂଅ ବୋରିଙ୍ଗ କଲାପରି କାମ କରିଥାଏ । ଏହାଦ୍ଵାରା ବହୁ ଖର୍ଚ୍ଚକାଟ ମଧ୍ୟ ହୋଇଥାଏ। ଖନନ କରିବାର ଏହି ପଦ୍ଧତିରେ ୪୦୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଗାତ ଖୋଳା ଯାଇପାରେ । | ଏହି ଟେକନିକ କେବଳ ଦୁର୍ବଳ ମାଟି, କାଦୁଆ ଜାଗା  ଏବଂ ବାଲିଆ ସ୍ଥାନରେ ଅଧିକ ଉପଯୋଗୀ ହୋଇପାରେ । ଏହାର ସର୍ବାଧିକ ମୋଟେଇ ୨୪ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ ।

 

ହୋଲୋ ଷ୍ଟେମ୍ ଆଗର୍ ମାଧ୍ୟମରେ ପର୍ବତ ପରି ସ୍ଥାନରେ ଗାତ ଖୋଳାଯାଏ । ଯେପରି ଉତ୍ତରପ୍ରଦେଶରେ କରାଯାଉଛି ।  ଏଥିରେ ସ୍କ୍ରୁ ଡ୍ରାଇଭର ପରି ଏକ ଯନ୍ତ୍ରକୁ ଏକ ଅସ୍ଥାୟୀ ପାଇପ୍ ଭିତରେ ଭର୍ତ୍ତି କରାଯାଇ ପର୍ବତ ସାମ୍ନାରେ ରଖାଯାଇ ଗାତ ତିଆରି କରାଯାଏ । କିନ୍ତୁ ଏହା ବହୁତ ଟାଣ ପଥର ଭାଙ୍ଗି ପାରିବ ନାହିଁ । ଏହା ସର୍ବାଧିକ ୧୫୦  ଫୁଟ କିମ୍ବା ତା’ଠାରୁ କମ୍ ଦୂରତା ଯାଏ ଗାତ ଖୋଳିପରେ । ପୁଣି ଏହା ବହୁତ ସମୟ ସାପେକ୍ଷ ।

ଅଗରର ଅର୍ଥ ହେଉଛି ଡ୍ରିଲିଂ ମେସିନ୍ । ଏହାକୁ ବୋରିଙ୍ଗ ମେସିନ ମଧ୍ୟ କୁହାଯାଏ । ଏହା ଏକ ବିରାଟ ବଡ ସ୍କ୍ରୁ ଡ୍ରାଇଭର ସଦୃଶ୍ୟ ହୋଇଥାଏ ।  ଅଗର୍ ମେସିନକୁ ଅତି ସୁରକ୍ଷିତ ଭାବରେ ସ୍ଥାପନ କରିବାକୁ ପଡିଥାଏ । କାରଣ ଯତ୍ନବାନ ହେବାକୁ ପଡିବ ଯେ ଏହା ଅନ୍ୟ ପାର୍ଶ୍ୱରେ ସିଧାସଳଖ ଭାବେ ବାହାରକୁ ବାହାରିଥାଏ ।  ଗୋଟିଏ ପରେ ଗୋଟିଏ ପାଇପ୍ କେସିଙ୍ଗ୍ ଲଗାଇବାକୁ ପଡେ ।  ଏହାର ଅର୍ଥ ମେସିନ୍ ଡ୍ରିଲିଂ ଜାରି ରଖିଥାଏ ଏବଂ ତତସଙ୍ଗେ ପାଇପ୍ ମଧ୍ୟ ଲଗାଯାଇ ଥାଏ ।

ସାଧାରଣତଃ ତେଲ ପାଇପଲାଇନ, ୱାଟର ପାଇପଲାଇନ, ସ୍ୱେରେଜ୍ ପାଇପଲାଇନ ଲଗାଇବା ପାଇଁ ଆଗର୍ ମେସିନ୍ ବ୍ୟବହୃତ ହୋଇଥାଏ । ଏଥିପାଇଁ ଭୂମିରେ ଗାତ କରିବାର କରିବାର କୌଣସି  ଆବଶ୍ୟକତା ପଡେ ନାହିଁ । ଏହି କାରଣରୁ, ଅଧିକ ଶବ୍ଦ କିମ୍ବା ପ୍ରଦୂଷଣ କରେନାହିଁ । ଆର୍ଥିକ ଦୃଷ୍ଟିରୁ ଏଥିରେ କମ ଖର୍ଚ୍ଚ ମଧ୍ୟ ହୋଇଥାଏ । ଏହା ସେହି ସ୍ଥାନ ପାଇଁ ବିଶେଷ ଉପଯୋଗୀ ଅଟେ ଯେପରି  ସହରଗୁଡିକର ରାସ୍ତା କଡ଼ରେ କୌଣସି ପ୍ରକାର ଖୋଳିବାକୁ ପଡେ ।

ହରାଇଜୋଣ୍ଟାଲ୍ ବା ଭୂସମାନ୍ତର ଆଗର୍ ବୋରିଂ ମେସିନର ସବୁଠାରୁ ବଡ ସୁବିଧା ହେଉଛି ଏହାଦ୍ଵାରା ଆବର୍ଜନା ବିସ୍ତାର ହୁଏ ନାହିଁ । ଗର୍ତ୍ତଟି ସିଧା ହୋଇଥାଏ । ଏହା ଆମ ଦେଶରେ ମଧ୍ୟ ଉପଲବ୍ଧ ହେଉଛି । ବିଭିନ୍ନ ଆକାରର ମେସିନ୍ଗୁଡ଼ିକର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତରାଖଣ୍ଡକୁ ଆସିଥିବା ଆଗର ଡ୍ରିଲିଂ ମେସିନର ମୂଲ୍ୟ ୧୫ ରୁ ୨୫ ଲକ୍ଷ ମଧ୍ୟରେ ରହିଛି । ମୂଲ୍ୟ ଯନ୍ତ୍ରର ଶକ୍ତି ଉପରେ ନିର୍ଭର କରେ ।

 

The post ସୁଡଙ୍ଗରେ ଫସିଥିବା ଶ୍ରମିକ ମାନଙ୍କୁ ବାହାର କରିବାକୁ ଯାଉଥିବା ଏହି ‘ଅଗର’ ଡ୍ରିଲ ମେସିନ କଣ ? କେମିତି କରେ କାମ ? first appeared on Kanak News.

from Kanak News
via <a href="https://ifttt.com/?

ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ । ବସରେ ଯାତ୍ରା କରୁଥିବା ମହିଳାଙ୍କର ପ୍ରସବ କରାଇଲେ ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ଆସିଲେ ଆନ୍ଧ୍ରର ନର୍ସ।

କନକ ବ୍ୟୁରୋ: ଚଳନ୍ତା ବସରେ ପ୍ରସବ କରାଇଲେ ନର୍ସ । ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିବାବେଳେ ଚିକିଟିର ମହିଳାଙ୍କର ହୋଇଥିଲା ପ୍ରସବ ବେଦନା । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ଆସିଛନ୍ତି ଆନ୍ଧ୍ରର ନର୍ସ ।

ଚିକିଟି ବ୍ଲକ୍ ସୁରଳ ଗ୍ରାମର ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ଗତକାଲି ଆନ୍ଧ୍ରପ୍ରଦେଶ ସଡ଼କ ପରିବହନ ନିଗମର ଏକ ବସରେ ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିଲେ । ସନ୍ଧ୍ୟାରେ ବସ୍ ଶ୍ରୀକାକୁଲମ୍ ଅତିକ୍ରମ କରିବା ବେଳେ ହଠାତ୍ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇ ଯାଇଥିଲା । ତେବେ ସୌଭାଗ୍ୟବଶତଃ ଉକ୍ତ ବସ୍ ଭିତରେ ଆନ୍ଧ୍ରପ୍ରଦେଶ ପଲାସା ମଣ୍ଡଳର ବ୍ରାହ୍ମଣତାରଲା ଗ୍ରାମନିବାସୀ ତଥା ଆନ୍ଧ୍ର ସେକ୍ରେଟେରିଆଟ୍ର ଷ୍ଟାଫନର୍ସ ଭାନାଜାକ୍ସି ଥିଲେ । ସେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ପ୍ରସବ ସମୟ ନିକଟତର ହୋଇଥିବା ଜାଣିବାକୁ ପାଇଥିଲେ । ଆଉ ବିଳମ୍ବ ନକରି ବସ୍ ଭିତରେ ହିଁ ତାଙ୍କର ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ । ପଲାସା ରାସ୍ତାରେ ବସକୁ ଅଟକାଯିବା ସହ ଯାତ୍ରୀମାନେ ତଳକୁ ଓହ୍ଲାଇଥିଲେ । ଆଉ ଭାନାଜାକ୍ସି ନିଜେ ସୁରକ୍ଷିତ ପ୍ରସବ କରାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ମହିଳାଙ୍କୁ ପଲାସା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ।

The post ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ । ବସରେ ଯାତ୍ରା କରୁଥିବା ମହିଳାଙ୍କର ପ୍ରସବ କରାଇଲେ ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ଆସିଲେ ଆନ୍ଧ୍ରର ନର୍ସ। first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ ବିଜେଡିର ଜୋରଦାର ପ୍ରସ୍ତୁତି । ରାଜ୍ୟର ବିଭିନ୍ନ କଲେଜକୁ ଯାଇ ରିଲ୍ସ କରିବେ ଶାସକ ଦଳ ବିଧାୟକ ।

କନକ ବ୍ୟୁରୋ: ରାଜ୍ୟରେ ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ସରକାର । ଖେଳ, ସାଂସୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବେ ସରକାର । ଏହି ସମୟରେ ଛାତ୍ର ଛାତ୍ରୀଙ୍କ ସହ ମିଶି ଶାସକ ଦଳର ବିଧାୟକ ମାନେ ୟୁଟ୍ୟୁବ୍ ସର୍ଟସ୍, ଇନଷ୍ଟାରେ ରିଲ୍ସ କରିବେ । ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ନୂଆ ଓଡିଶା ଯୋଜନା ଜରିଆରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜରେ ଥିବା ୧୩ରୁ ୩୫ ବର୍ଷର ଯୁବକ ଯୁୁବତୀଙ୍କୁ ସାମିଲ କରାଯିବ । ଏପରି ହେବା ଦ୍ୱାରା ପିଲାଙ୍କର ବୈଦ୍ଧିକ ବିକାଶ ହେବ ବୋଲି ରାଜ୍ୟ ସରକାର ବିଶ୍ୱାସ ରଖିଛନ୍ତି । ଯେଉଁ କଲେଜରେ ୧୦୦ରୁ ଛାତ୍ରଛାତ୍ରୀ ଥିବେ ଏହି କାର୍ଯ୍ୟକ୍ରମ ହେବ । ନଭେମ୍ବର ୬ରୁ ଏହି କାମ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବ୍ଲକ ସ୍ତରରେ ଚାଲିବ । ଏହାପରେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ହେବ । ସରକାରଙ୍କ ଏପରି ପଦକ୍ଷେ ପଛରେ ରାଜନୀତି ରହିଛି ବୋଲି ବିରୋଧୀ ବିଜେପି କହିଛି । ଆଗକୁ ନିର୍ବାଚନ ରହିଛି । ନୂଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜ୍ୟ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି ।

The post ନିର୍ବାଚନ ପୂର୍ବରୁ ବିଜେଡିର ଜୋରଦାର ପ୍ରସ୍ତୁତି । ରାଜ୍ୟର ବିଭିନ୍ନ କଲେଜକୁ ଯାଇ ରିଲ୍ସ କରିବେ ଶାସକ ଦଳ ବିଧାୟକ । first appeared on Kanak News.

from Kanak News
via <a href="https://ifttt.com/?

ମାତ୍ର ୧୬ ବର୍ଷ ବୟସରେ ଇଂରେଜ ଅଫିସରଙ୍କୁ କରିଥିଲେ ହତ୍ୟା । ନେଇଥିଲେ ସହିଦ ଭଗତ ସିଂଙ୍କ ଫାଶୀର ପ୍ରତିଶୋଧ

କନକ ବ୍ୟୁରୋ : ଆଜି ଆମେ ପାଇଥିବା ସ୍ୱାଧୀନତା ଓ ଅଧିକାର ପାଇଁ ଯେଉଁ ସ୍ୱାଧିନତା ସଂଗ୍ରାମ ହୋଇଥିଲା ସେଥିରେ କେତେ ଯେ ସଂଗ୍ରାମୀଙ୍କର ଜୀବନ ବାଜି ଲାଗିଛି ତାର ଗଣନା ନାହିଁ । ଏହି ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ନା ଏପରି ଅଛି ଯାହାର ଅବଦାନ ଏବେ ଯାଏ ଲୋକଲୋଚନକୁ ଆସି ପାରି ନାହିଁ ହେଲେ ତାଙ୍କର ବୀର ପଣିଆ ଅତୁଲ୍ୟ ।

ସ୍ୱାଧୀନତା ସଂଗ୍ରାମରେ କେବଳ ଗରମ ରକ୍ତର ତରୁଣ ନୁହେଁ ଅନେକ ଵୀରାଙ୍ଗନା ମଧ୍ୟ ସାମିଲ ଥିଲେ । ଶାନ୍ତି ଘୋଷ ଓ ସୁନିତା ଚୌଧୁରୀ ଦୁଇ ଅଳ୍ପ ବୟସ୍କା ତରୁଣୀ, ହେଲେ କୋମିଲା ଜିଲ୍ଲାର ବ୍ରିଟିଶ ମାଜିଷ୍ଟ୍ରେଟ ଚାର୍ଲସ ଯେଫ୍ରି ବକଲେଣ୍ଡ ଷ୍ଟିଭର୍ସଙ୍କୁ ଅନେକ ଚତୁରତାର ସହ ହତ୍ୟା କରି ଭଗତ ସିଂଙ୍କ ଫାଶୀର ପ୍ରତିଶୋଧ ପୁରା କରିଥିଲେ ଶାନ୍ତି ଓ ସୁନିତା ।

୨୨ ନଭେମ୍ବର,୧୯୧୬ରେ କୋଲକାତାରେ ଶାନ୍ତିଙ୍କ ଜନ୍ମ । ଅଧ୍ୟାପକ ପିତା ଦେବେନ୍ଦ୍ରନାଥ ଘୋଷ ଥିଲେ ଖୁବ ରାଷ୍ଟ୍ରବାଦୀ ଓ ଏହି ଅଭ୍ୟାସ ଶାନ୍ତିଙ୍କୁ ଛୁଆଟି ବେଳୁ ଅନୁପ୍ରାଣିତ କରିଥିଲା । ସାନ ବେଳୁ କ୍ରାନ୍ତିକାରୀ ଓ ସଂଗ୍ରାମୀଙ୍କର ଜୀବନୀ ପଢି ଓ ସେମାଙ୍କ ସଂସ୍ପର୍ଶରେ ଆସି ଶାନ୍ତି ଘୋଷ ମଧ୍ୟ ଦେଶ ପ୍ରେମୀ ପାଲଟି ଯାଇଥିଲେ ।

ପଢିବା ସମୟରେ ଶାନ୍ତି ସହପାଠୀ ପ୍ରଫୁଲ୍ଲ ନଳିନୀ ଦ୍ୱାରା ସ୍ଵତନ୍ତ୍ରତା ଆନ୍ଦୋଳନ ବିଷୟରେ ଅଧିକ ଜାଣିବାକୁ ପାଇଥିଲେ। ବ୍ରିଟିଶ ଅତ୍ୟାଚାରି ଶାସନ ବିରୁଦ୍ଧରେ ଗଢିଉଠିଥିବା କ୍ରାନ୍ତିକାରୀ ସଂଗଠନ ଯୁଗାନ୍ତର ପାର୍ଟିରେ ୧୯୩୧ ମସିହାରେ ଯୋଗ ଦେଇଥିଲେ ଶାନ୍ତି ଘୋଷ। ଅଳ୍ପ ସମୟରେ ଆନ୍ଦୋଳନ ପାଇଁ ଜରୁରୀ ପ୍ରଶିକ୍ଷଣ ନେଇ ସଂଗଠନର ଜଣେ ଯୋଗ୍ୟ ସଦସ୍ୟ ପାଲଟି ନିଜକୁ ଦେଶ ପାଇଁ ସମ୍ପୂର୍ଣ ସସର୍ପଣ କରି ଦେଇଥିଲେ ।

ଆନ୍ଦୋଳନକାରୀଙ୍କୁ ତତ୍କାଳୀନ ତ୍ରିପୁରା କୋମିଲା ଜିଲ୍ଲା ମାଜିଷ୍ଟ୍ରେଟ ଚାର୍ଲସ ଦୃଢ ହସ୍ତରେ ଦମନ କରିବା ସହ ଅନେକ ହଇରାଣ କରୁଥିଲେ । ଜନସାଧାରଣଙ୍କ କ୍ରୋଧ ଜାଣିବା ପରଠୁ ସେ ଉଭୟ ସତର୍କ ଓ ସୁରକ୍ଷା ଭିତରେ ରହୁଥିଲେ। ହେଲେ ଏହି କ୍ରୁର ଦମନକାରି ବ୍ରିଟିଶ ଶାସକକୁ ଶେଷ କରିବା ପାଇଁ ଅନେକ ଚାଲାକିର ସହ ଯୋଜନା କରା ଯାଇଥିଲା । ଯୋଜନା ମୁତାବକ ଦୁଇ ୮ମ ଶ୍ରେଣୀ ଛାତ୍ରୀ ଶାନ୍ତି ଓ ସୁନିତା ୧୪ ଡିସେମ୍ବର ୧୯୩୧କୁ ଚାର୍ଲସଙ୍କ ବାସଭବନରେ ପହଁଞ୍ଚି ଛଦ୍ମ ନାମରେ ଦେଖା କଲେ। ସେମାନେ ସ୍କୁଲର ଏକ ସନ୍ତରଣ ପ୍ରତିଯୋଗିତା ପାଇଁ କିଛି ଜରୁରୀ କାଗଜ କାମ ହେତୁ ଆବେଦନ ପତ୍ର ଦେଲେ, ଚାର୍ଲସ ସନ୍ତରଣ କରୁଥିବା ସମୟରେ ଶାନ୍ତି ଯୋଜନା ଅନୁଯାଇ ହଠାତ ଲୁଚାଇ ରଖିଥିବା ରିଭଲଭରର କାଢିଥିଲେ ଓ ସିଧାସଳଖ ଚାର୍ଲସଙ୍କ ଛାତିକୁ ଗୁଳି କରିଥିଲେ । ଉଭୟ ଧରା ପଡି ଜେଲ ଗଲେ। ୧୯୩୯ରେ ରାଜନୈତିକ ବନ୍ଦୀ ହିସାବରେ ଶାନ୍ତି ଜେଲରୁ ମୁକୁଳିଥିଲେ ।

ଜେଲରୁ ଆସି କଲେଜ ପଢା ଶେଷ କରିବା ଭିତରେ ସେ କଲେଜର ଛାତ୍ରୀ ସଂଗଠନର ମୁଖ୍ୟ ରହିଥିଲେ। ପରବର୍ତୀ ଜୀବନରେ ଶାନ୍ତି ରାଜନୀତିରେ ମଧ୍ୟ ଖୁବ ସକ୍ରିୟ ରହିଥିଲେ। ଏହା ପରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗ ଦେବା ସହ ୧୯୫୨ରୁ ୧୯୬୨ ଯାଏ ଏବଂ ୧୯୬୭ରୁ ୧୯୬୮ ଯାଏଁ ଶାନ୍ତି ଘୋଷ ବେଙ୍ଗଲ ବିଧାନ ସଭାରେ ସଦସ୍ୟ ଭାବେ କାର୍ୟ୍ୟ କରିଥିଲେ।

The post ମାତ୍ର ୧୬ ବର୍ଷ ବୟସରେ ଇଂରେଜ ଅଫିସରଙ୍କୁ କରିଥିଲେ ହତ୍ୟା । ନେଇଥିଲେ ସହିଦ ଭଗତ ସିଂଙ୍କ ଫାଶୀର ପ୍ରତିଶୋଧ first appeared on Kanak News.

from Kanak News
via <a href="https://ifttt.com/?

ଆରପାରିରେ ପୂର୍ବତନ ଶିକ୍ଷାବିତ୍ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର, ହୃଦଘାତ ଯୋଗୁଁ ୯୭ ବର୍ଷ ବୟସରେ ପରଲୋକ

କନକ ବ୍ୟୁରୋ : ପୂର୍ବତନ ଶିକ୍ଷାବିତ୍‌ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀନିବାସ ମିଶ୍ରଙ୍କ ତାଙ୍କ ସହିଦନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ସେ ଦୃଗଘାତରେ ମୃତ୍ୟୁବରଣ କରିଛନ୍ତି। ସ୍ଵର୍ଗତ ମିଶ୍ର ଏକାଧାରରେ ଜଣେ ଶିକ୍ଷକ, ଅନୁବାଦକ, ସାହିତ୍ୟ ସମୀକ୍ଷକ, ପ୍ରବନ୍ଧକ ଥିଲେ।

ସେ ଅକ୍ଟୋବର ୨୬ ତାରିଖ ୧୯୨୭ ମସିହାରେ କେନ୍ଦ୍ରାପଡ଼ା ଗୋବିନ୍ଦପୁର ସ୍ଥିତ କଚେରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ନିଳାମ୍ଵର ମିଶ୍ର ଓ ମାତା ମୋତି ଦେବୀ। ସେ ନିଜର ଶିକ୍ଷକତା ଜୀବନ ଖ୍ରୀଷ୍ଟ କଲେଜରୁ ଆରମ୍ଭ କରିଥିଲେ। ଏହା ପରେ ସେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓ ରେଭେନ୍ସା କଲେଜରେ ଶିକ୍ଷକତା କରିଥିଲେ। ସେ ବିଶ୍ଵଭାରତୀ ଶାନ୍ତି ନିକେତନରେ (୧୯୬୩-୭୦) ମଧ୍ୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ।

ଏଥିସହିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା ପ୍ରଶିକ୍ଷଣ କେନ୍ଦ୍ରରେର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସ୍ଵର୍ଗତ ମିଶ୍ର ଓଡ଼ିଆ, ବଙ୍ଗାଳୀ ଓ ସଂସ୍କୃତ ଭାଷାର ଜଣେ ବିଶେଷଜ୍ଞ ଥିଲେ। ସେ ‘ହିନ୍ଦୁ ଭିଉ ଅଫ୍‌ ଲାଇଫ୍‌’, ‘ଏଟରନାଲ୍‌ ବିବେକାନନ୍ଦ’, ‘ଲାଇଫ୍‌ ଆଣ୍ଡ ୱାର୍କ ଅଫ୍‌ ବି ଆର ଆମ୍ୱେଦକର’, ‘ହିଷ୍ଟ୍ରି ଅଫ୍‌ ବେଙ୍ଗଲୀ’ ଆଦି ପୁସ୍ତକର ଅନୁବାଦ କରିଥିଲେ। ସେ ଜଣେ ଉଚ୍ଚକୋଟୀର ସମୀକ୍ଷକ ଥିଲେ। ତାଙ୍କ ସମୀକ୍ଷା ପୁସ୍ତକ ‘ସାହିତ୍ୟ କଥା’ ୧୯୬୭ ମସିହାରେ କଟକ ଛାତ୍ର ଷ୍ଟୋର ଦ୍ଵାରା ପ୍ରକାଶିତ ହୋଇଥିଲା। ସେ ଓଡ଼ିଆ ଗଦ୍ୟ ସାହିତ୍ୟରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଅଧିନରେ ବହୁ ଛାତ୍ରଛାତ୍ରୀ ଏମଫିଲ, ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ପୁତ୍ର ମନୋରଞ୍ଜନ ମିଶ୍ର, ଶିବ ପ୍ରସନ୍ନ ମିଶ୍ର, ସତ୍ୟ ରଞ୍ଜନ ମିଶ୍ରଙ୍କ ସମେତ ପୁତ୍ରବଧୂ ସଞ୍ଜିତା, ସ୍ମିତାଞ୍ଜଳି ଓ ପ୍ରଭାସିନୀ ପ୍ରମୁଖ ଥିଲେ। ସେହିପରି ତାଙ୍କ ଜ୍ଵାଇଁ ଉମାକାନ୍ତ ମିଶ୍ର, ବସନ୍ତ ମିଶ୍ର, ଶିବ ପ୍ରସାଦ ମିଶ୍ର, ମନୋରଞ୍ଜନ ପଣ୍ଡା ଓ ଝିଅ ପୁନି, ଜଲି, ସେଲି , ମିନି , ଇତି ଆଦି ଉପସ୍ଥିତ ଥିଲେ।

The post ଆରପାରିରେ ପୂର୍ବତନ ଶିକ୍ଷାବିତ୍ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର, ହୃଦଘାତ ଯୋଗୁଁ ୯୭ ବର୍ଷ ବୟସରେ ପରଲୋକ first appeared on Kanak News.

from Kanak News
via <a href="https://ifttt.com/?

ଧରାପଡିଲେ ମୋଟୁ ପତଲୁ ଗ୍ୟାଙ୍ଗ । ରାଜଧାନୀରେ ଚଳାଇଥିଲେ ଗଂଜେଇ ବେପାର

କନକ ବ୍ୟୁରୋ: ଭୁବନେଶ୍ୱରରୁ ଧରା ହେଲେ ମୋଟୁ ପତଲୁ ଗ୍ୟାଙ୍ଗ । ମୋଟୁ ପତଲଙ୍କୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଗଂଜେଇ ଚାଲାଣ ବେଳେ ଭୁବନେଶ୍ୱର ୬ ନମ୍ବର ଖେଳ ପଡିଆ ପାଖରେ ଏହି ଗ୍ୟାଙ୍ଗକୁ ଧରିଲା ଟିମ୍ । ଏହି ଗ୍ୟାଙ୍ଗ ୧ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ବିକ୍ରି କରିବାକୁ ଯୋଜନା କରୁଥିଲେ । କନ୍ଧମାଳରୁ ଏହି ସବୁ ଗଂଜେଇ ଆଣି ଭୁବନେଶ୍ୱରରେ ବିକ୍ରିି କରୁଥିବା ଏହି ଦୁଇ ଜଣ ଧରାପଡିଛନ୍ତି । ଏହା ସହ ବିପୁଳ ଗଂଜେଇ ଜବତ କରାଯାଇଛି ।

The post ଧରାପଡିଲେ ମୋଟୁ ପତଲୁ ଗ୍ୟାଙ୍ଗ । ରାଜଧାନୀରେ ଚଳାଇଥିଲେ ଗଂଜେଇ ବେପାର first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ୬୭୯୯ ଗାଁରେ ନାହିଁ ମୋବାଇଲ ସେବା । ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁ ମୋବାଇଲ ସେବା ଉପଲବ୍ଧ କରିବାକୁ ରହିଛି ଲକ୍ଷ୍ୟ ।

କନକ ବ୍ୟୁରୋ : ଓଡ଼ିଶାର ୬୭୯୯ ଗାଁରେ ମୋବାଇଲ ସେବା, ଟେଲିକମ ସେବା ଓ ଇଣ୍ଟରନେଟ ସେବା ନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ନବଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ ସେବା ପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ଆବଣ୍ଟନ କରାଯାଇଛି ।

ଏହାସହ ଉତ୍ତରରେ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ସେବା ଉପଲବ୍ଧ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଭିନ୍ନ ନୀତି ସମ୍ବଳିତ ଓଡ଼ିଶା ମୋବାଇଲ ଟାୱାର୍ସ, Optical Fiber Cables and related Telecom Infrastructure Policy,2017   ଶୀର୍ଷକ ଏକ ସଂକଳ୍ପ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ।

The post ଓଡ଼ିଶାରେ ୬୭୯୯ ଗାଁରେ ନାହିଁ ମୋବାଇଲ ସେବା । ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁ ମୋବାଇଲ ସେବା ଉପଲବ୍ଧ କରିବାକୁ ରହିଛି ଲକ୍ଷ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଲୋୟର ପିଏମଜିରେ ଧାରଣାରେ ପ୍ରଯୋଜିକା ସନଲିସା । ଓଡିଆ ଚଳଚ୍ଚିତ୍ରର ସୁରକ୍ଷା ପାଇଁ ଦାବି ।

କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ଧାରଣାରେ ପ୍ରଯୋଜିକା । ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଛି । ଏହି ସମୟରେ ପ୍ରତିବାଦ କରୁଛନ୍ତି ପ୍ରଯୋଜିକା ସନଲିସା । ନିକଟରେ ତାଙ୍କ ପ୍ରଯୋଜିତ ଫିଲ୍ମ ପ୍ରଥା ହଲରେ ରିଲିଜ ହୋଇନପାରିବାରୁ ସେ ଏହାକୁ ପ୍ରତ୍ୟାହାର କରିଥିଲେ । ଆଉ ଏବେ ନ୍ୟାୟ ପାଇଁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ।

ଜଷ୍ଟିସ୍ ଫର ପ୍ରଥା, ଜଷ୍ଟିସ୍ ଫର ଓଡ଼ିଆ ଫିଲ୍ମ ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତି ସନଲିସା । ଓଲିଉଡରେ କିଛି କଳାକାରଙ୍କୁ ନେଇ ବିବାଦ ସୃଷ୍ଟି ହେବା ପରେ ଫିଲ୍ମ ରିଲିଜ ଉପରେ ପ୍ରଭାବ ପଡ଼ିଥିଲା । ମାଲ୍ୟଗିରି ଓ ପ୍ରଥା ଫିଲ୍ମ ପୋଷ୍ଟର ଚିରି ପ୍ରତିବାଦ କରାଯାଇଥିଲା ।

The post ଲୋୟର ପିଏମଜିରେ ଧାରଣାରେ ପ୍ରଯୋଜିକା ସନଲିସା । ଓଡିଆ ଚଳଚ୍ଚିତ୍ରର ସୁରକ୍ଷା ପାଇଁ ଦାବି । first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକକୁ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଚେତାବନୀ । ଖୁବଶୀଘ୍ର ଆସିବାକୁ ଯାଉଛି ନିୟମ: ତଣ୍ଡ ଗଣିବେ ନିର୍ମାତା ।

କନକ ବ୍ୟୁରୋ: ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିତର୍କ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କମ୍ପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ଗଣତନ୍ତ୍ର ପାଇଁ ଡିପଫେକ୍ ଏକ ନୂଆ ବିପଦ । ଏବଂ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସରକାର ଅନୁଭବ କରୁଛନ୍ତି । କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି । ଖୁବଶୀଘ୍ର ନିୟମ ଆସିବ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି । ଏବେ ଏହା ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନା, ସାରା ଅଲ୍ଲୀ ଖାନ୍, କାଜୋଲ, କ୍ୟାଟ୍ରିନା କୈଫଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଥିଲା ।

ସେହିପରି କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲଙ୍କର ଏକ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କ୍ରିକେଟର ଶୁଭମାନ ଗିଲଙ୍କ ସହ ଛିଡା ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏହା ସାରାଙ୍କର ଡିପଫେକ୍ ଭିଡିଓ ବୋଲି ଜଣାପଡିଛି । କାରଣ ସାରାଙ୍କର ଅରିଜିନାଲ ଫଟୋରେ ସେ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ଫଟୋ ଉଠାଇଥିଲେ । ଏବେ ସାରା ଅଲ୍ଲି ଖାନ ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।

The post ଡିପଫେକକୁ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଚେତାବନୀ । ଖୁବଶୀଘ୍ର ଆସିବାକୁ ଯାଉଛି ନିୟମ: ତଣ୍ଡ ଗଣିବେ ନିର୍ମାତା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started