ଚୀନରେ ଆଉ ଏକ ମହାମାରୀର ବିପଦ! ବିଦ୍ୟାଳୟରେ ପିଲାଙ୍କୁ ବ୍ୟାପୁଛି ରହସ୍ୟମୟୀ ସଂକ୍ରମଣ । ବିଦ୍ୟାଳୟ ବନ୍ଦ କରିବାକୁ ଚାଲିଛି ପ୍ରସ୍ତୁତି ।

କନକ ବ୍ୟୁରୋ: ଏବେ ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ମହାମାରୀ ମୁଣ୍ଡ ଟେକୁଛି । ଅଜବ ଧରଣର ନିମୋନିଆ ବ୍ୟାପିଥିବାରୁ ଏଥିରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମଣ ହେଉଥିବା ଜଣାପଡିଛି । ବେଜିଂ ଏବଂ ଲିଓନିଂର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ ଶିଶୁଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଏଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଡାକ୍ତରଖାନାର ସମ୍ବଳ ଉପରେ ଚାପ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଏହି ଅଜଣା ନିମୋନିଆ ଦ୍ୱାରା ଆକ୍ରାନ୍ତ ପିଲାମାନଙ୍କଠାରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖାଯାଉଛି। ସଂକ୍ରାମକ ରୋଗ ସଂକ୍ରମଣ ସଂକ୍ରାନ୍ତରେ ସମଗ୍ର ବିଶ୍ୱରେ ଦୃଷ୍ଟି ରଖୁଥିବା ‘ପ୍ରୋମେଡ୍‌’ ନାମକ ସଙ୍ଗଠନ ଏଥିପାଇଁ ସତର୍କ ସୂଚନା ଜାରି କରିଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ‘ସାର୍ସ-କୋଭ୍‌-୨’ ବିଷୟରେ ମଧ୍ୟ ‘ପ୍ରୋମେଡ୍‌’ ସତର୍କ କରାଇଥିଲା। ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଉଥିବା ଏହି ରୋଗ ସଂକ୍ରମଣ, ବିଶେଷକରି ପିଲାମାନଙ୍କଠାଷରେ ଅଧିକ ଦେଖାଯାଉଥିବାରୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଚୀନକୁ ଏ ବିଷୟରେ ଅଧିକ ତଥ୍ୟ ମାଗିଛି।

The post ଚୀନରେ ଆଉ ଏକ ମହାମାରୀର ବିପଦ! ବିଦ୍ୟାଳୟରେ ପିଲାଙ୍କୁ ବ୍ୟାପୁଛି ରହସ୍ୟମୟୀ ସଂକ୍ରମଣ । ବିଦ୍ୟାଳୟ ବନ୍ଦ କରିବାକୁ ଚାଲିଛି ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦୁଝର, ହାଟଡିହିରେ ଦନ୍ତା ଆତଙ୍କ । ଭାଙ୍ଗୁଛି ଘର ଦ୍ୱାର, ଦଳିଦେଉଛି ଏକରଏକର ଜମିରେ ଫସଲ । ଘଉଡାଇବାକୁ ନାକେଦମ୍ ବନବିଭାଗ ।

କନକ ବ୍ୟୁରୋ: ଗାଁରେ ପଶି ଆତଙ୍କ ଖେଳାଇଛି ହାତୀ । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛି । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ହାତୀ ଆତଙ୍କ ଖେଳାଇଛି । ଗାଁରେ ଘରେ ଘରେ ଲୋକେ ଭୟଭୀତ ହୋଇପଡିଥିବା ବେଳେ ତାଟି କବାଟ ପଡିଛି । ହାତୀ ଘରଦ୍ୱାର ଭାଙ୍ଗିଥିବା ବେଳେ ଲୋକଙ୍କୁ ଆକ୍ରମଣ ମଧ୍ୟ କରିଛି । ହାତୀ ଆକ୍ରମଣ କରି ଘର ଭାଙ୍ଗୁଥିବା ବେଳେ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ହାତୀ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଥିବା ବେଳ ଲୋକଙ୍କ ସୁରକ୍ଷା ଦାବି ହୋଇଛି ।

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଁରା ଗାଁରେ ବି ପଶିଛି ଗୋଠଛଡା ଦନ୍ତା ହାତୀ । ଆଜି ଗୁରୁବାର ସକାଳୁ ସକାଳୁ ହଦଗଡ ହସ୍ତୀ ଅଭୟାରଣ୍ୟରୁ ଏକ ହାତୀ ମୁଦୁଲିପଡା, କଳିଗାଁ ଦେଇ ଅଁରା ଗାଁରେ ପହଂଚିଛି । ଦିନ ଦିପହରରେ ହାତୀ ପଶି ବୁଲୁଥିବାର ଦୃଶ୍ୟ ସମାନାକୁ ଆସିଛି । ଖାଦ୍ୟ ପାଇଁ ହାତୀ ଜଙ୍ଗଲରୁ ଆସି ଗାଁରେ ପଶିଛି । ଗାଁ ଦାଣ୍ଡରେ ହାତୀ ଘୁରିବୁୁଥିବା ବେଳେ ଘଷର ଘଷର ବଡିଲାଣି ତାଟି କବାଟ । ଲୋକେ ଭୟଭୀତ ହୋଇ ଘରୁ ବାହାରୁନାହାନ୍ତି । ଅମଳ ଫସଲ ମଧ୍ୟ ନଷ୍ଟ କରିବାରେ ଲାଗିଛି ହାତୀ । ଅମଳ ଫସଲ ନଷ୍ଟ ହେଉଥିବାରୁ ଗାଁର ଲୋକମାନେ ମିଶି ହାତୀକୁ ଘଉଡାଇବାରେ ଲାଗିଛନ୍ତି । ସେପଟେ ଖବର ପାଇ ହଡଗଡ ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାତୀ ଘଉଡାଇବାକୁ ଚେଷ୍ଟ।। କରୁଛନ୍ତି । ଗାଁରେ ହାତୀ ପଶି ଯାଉନଥିବାରୁ ଗାଁର ଲୋକମାନେ ଆତଙ୍କିତ ହେଇପଡିଛନ୍ତି ।

The post କେନ୍ଦୁଝର, ହାଟଡିହିରେ ଦନ୍ତା ଆତଙ୍କ । ଭାଙ୍ଗୁଛି ଘର ଦ୍ୱାର, ଦଳିଦେଉଛି ଏକରଏକର ଜମିରେ ଫସଲ । ଘଉଡାଇବାକୁ ନାକେଦମ୍ ବନବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

ଆଉ ମାତ୍ର ଅଳ୍ପ ସମୟ… ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ । ବାକି ରହିଛି ୧୨ ମିଟର ଖନନ ।

କନକ ବ୍ୟୁରୋ: ଦିନ ଯେତେ ଯେତେ ଫର୍ଚ୍ଚା ହେଉଛି, ଉଦ୍ଧାରର ଆଶା ସେତେସେତେ ଉଜ୍ଜୀବିତ ହେଉଛି । ବୋଧହୁଏ ଭାରତର ଇତିହାସରେ ଏ ଟନେଲ ଟ୍ରାଜେଡି ସବୁଦିନ ମନେରହିବ । ଯେଉଁଠି ଶ୍ରମିକଙ୍କ ଉଦ୍ଧାର ପାଇଁ ରାତିଦିନ ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜୋରଦାର ଚାଲିଥିବା ବେଳେ ଆସିଛି ଭଲ ଖବର । ଶେଷ ପର୍ଯ୍ୟାୟରେ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଆଉ ବାକି ରହିଛି ୧୨ ମିଟର ଖନନ । ଖୋଳିବା ସରିବା ପରେ ଆଉ ଅଳ୍ପ ସମୟ ମଧ୍ୟରେ ହେବ ଶ୍ରମିକଙ୍କ ଉଦ୍ଧାର ।

ତେବେ ଟନେଲ ଭିତରେ ଉଦ୍ଧାର କାମ ଜୋରଦାର ଚାଲିଥିବା ବେଳେ ଏପଟେ ଟନେଲ ବାହାରେ ପ୍ରସ୍ତୁତ ହୋଇ ରହିଛି ମାଳମାଳ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଟିମ୍ । ଶ୍ରମିକଙ୍କ ପାଇଁ ହୋଇଛି ଗ୍ରୀନ୍ କରିଡର ବ୍ୟବସ୍ଥା । ଏଥିସହ ଆବଶ୍ୟକ ସ୍ଥଳେ ଯଦି କୌଣସି ଶ୍ରମିକ ଅଧିକ ଗୁରୁତର ଥିବେ ତେବେ ସେମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ମଧ୍ୟ ଯୋଜନା ହୋଇଛି । ଟନେଲରେ ଫଶିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଓଡିଶାର ୫ ଜଣ ଶ୍ରମିକ ଅଛନ୍ତି । ଯେଉଁମାନଙ୍କ ଆସିବା ବାଟକୁ ତାଙ୍କ ଘର ଲୋକେ ଚାହିଁ ରହିଛନ୍ତି ।

The post ଆଉ ମାତ୍ର ଅଳ୍ପ ସମୟ… ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ । ବାକି ରହିଛି ୧୨ ମିଟର ଖନନ । first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁକାଶ୍ମୀର ରାଜୌରୀରେ ଚାଲିଛି ବଡ ଧରଣର ଏନକାଉଣ୍ଟର । । ଦୁଇ ସେନା ଅଧିକାରୀଙ୍କ ସମେତ ୪ ସହିଦ । ଜଣେ ଆତଙ୍କବାଦୀ ନିପାତ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସହ ୪ ଜଣ ସହୀଦ ହୋଇଛନ୍ତି । ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲୁଚିରହିଥିବା ସୂଚନା ମଳିଛି ।

ରାଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର ପାଇବା ପରେ ସେନା ପକ୍ଷରୁ ଆତଙ୍କୀ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଧରାମସାଲର ବାଜିମାଲ ଅଚଳରେ ଭାରତୀୟ ସେନା ଓ ଜମ୍ମୁ ପୋଲିସ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ଏହା ପୂର୍ବରୁ ଗତ ୧୮ତାରିଖରେ ରଜୌରୀ ଅଂଚଳରେ ସର୍ଚ୍ଚ ଅପରେସନରେ ଭାରତୀୟ ଯବାନ ୫ଆତଙ୍କୀଙ୍କୁ ନିପାତ କରିଥିଲେ ।

The post ଜମ୍ମୁକାଶ୍ମୀର ରାଜୌରୀରେ ଚାଲିଛି ବଡ ଧରଣର ଏନକାଉଣ୍ଟର । । ଦୁଇ ସେନା ଅଧିକାରୀଙ୍କ ସମେତ ୪ ସହିଦ । ଜଣେ ଆତଙ୍କବାଦୀ ନିପାତ । first appeared on Kanak News.

from Kanak News
via <a href="https://ifttt.com/?

ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ପ୍ରଦର୍ଶନର ବୁଲି ଦେଖିଲେ ।

କନକ ବ୍ୟୁରୋ: ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ କଫିଟେବଲ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଫଟୋ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ ମୁମ୍ବାଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ଏହାର ଖୁବ୍ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡାକ୍ତର ରମାକାଣ୍ଡ ପଣ୍ଡାଙ୍କ ଏହି ପ୍ରଦର୍ଶନୀଟି ପ୍ରକୃତରେ ଦର୍ଶନୀୟ । ଆଫ୍ରିକା ଓ ଭାରତୀୟ ବନ୍ୟଜନ୍ତୁଙ୍କ ଫଟୋକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ।

The post ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ପ୍ରଦର୍ଶନର ବୁଲି ଦେଖିଲେ । first appeared on Kanak News.

from Kanak News
via <a href="https://ifttt.com/?

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ଜୋରଦାର ହଙ୍ଗାମା । ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ।

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା ଗୃହକାର୍ଯ୍ୟ । ଶୀତଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିବାରୁ ପ୍ରଶ୍ନକାର୍ଯ୍ୟ ସମ୍ଭବ ହୋଇନଥିଲା । ବାଧ୍ୟହୋଇ ଆଜି ମଧ୍ୟ ବାଚସ୍ପତି ଗୃହକୁ ଅପରରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ।

The post ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ଜୋରଦାର ହଙ୍ଗାମା । ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି । first appeared on Kanak News.

from Kanak News
via <a href="https://ifttt.com/?

କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା । ଚିଠି ଲେଖି ଜଣାଇଲା କେନ୍ଦ୍ର ସଂସ୍କୃତି ବିଭାଗ ।

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରକୁ ମିଳିବନି ଜାତୀୟ ମାନ୍ୟତା । ଏନେଇ ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମାନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ସିଂ ।

ତେବେ ହଜାରେ ବର୍ଷର ସହର କଟକ ବାଲିଯାତ୍ରାର ସ୍ୱତନ୍ତ୍ରତା କାହିଁ କେଉଁ କାଳରୁ ରହି ଆସିଛି । ବାଲିଯାତ୍ରା ଖାଲି କଟକ ନୁହେଁ ସାରା ଓଡିଶାର ପରିଚୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବାଲିଯାତ୍ରା । ଆଉ ଏପରି ସ୍ଥଳେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ ।

The post କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା । ଚିଠି ଲେଖି ଜଣାଇଲା କେନ୍ଦ୍ର ସଂସ୍କୃତି ବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

ଆସିଲାଣି ଶୀତ, ଆକ୍ରାନ୍ତ କରୁଛି ଥଣ୍ଡା, ଜ୍ୱର, କାଶ ସମସ୍ୟା । ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଆୟୁର୍ବେଦ ଉପାୟ ।

କନକ ବ୍ୟୁରୋ: ଶୀତ ପଡିବା ପରେ ଅଧିକାଂଶ ଲୋକ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଛନ୍ତି । ବିଶେଷ କରି ଛୋଟ ପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଶୀତ ଦିନରେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବା ଲୋକଙ୍କ ଯନ୍ତ୍ରଣା ବଢ଼ି ଯାଇଛି । ତେବେ ଏସବୁ ରୋଗର କେମିତି ଘରୋଇ ଉପଚାର କରାଯାଇ ପାରିବ ।

ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କ ସଂଖ୍ୟା । ଏଥିରୁ ମୁକ୍ତି ପାଇଁ ରୋଗୀ ଏଲେପାଥିକ୍ ଔଷଧ ଆଣି ଖାଉଛନ୍ତି । କାଶରୁ ମୁକ୍ତି ପାଇବା ପାଇଁ ଶିରପ ଖାଉଛନ୍ତି । ହେଲେ, ବାଡିରେ ଥିବା ତୁଳସୀ ପତ୍ର, ଅଁଳା, ଘିକୁଅାଁରୀ, ତେଜପତ୍ର ଭଳି ଔଷଧିୟ ଗଛକୁ ଗୁରୁତ୍ୱ ଦେଇନଥାଉ । କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗରୁ ଅନେକ ମାତ୍ରାରେ ଉପଶମ ମିଳିଥାଏ । ତୁଳସୀ ପତ୍ରର ରସ ବ୍ୟବହାର କରିବା ଦ୍ୱାରା, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଫଳରେ ଥଣ୍ଡା, ଜ୍ୱର, କାଶ ନିୟନ୍ତ୍ରଣରେ ରହିଥାଏ ।

କେବଳ ଥଣ୍ଡା ଜ୍ୱର ନୁହେଁ, ଶୀତ ଦିନରେ ଆଂଠୁ ଗଣ୍ଠି ସମସ୍ୟା ମଧ୍ୟ ବଢ଼ି ଯାଇଥାଏ । ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ଶୀତଦିନରେ ସେମାନେ ଯନ୍ତ୍ରଣା ଭୋଗିଥାନ୍ତି । ତେବେ ଆୟୁର୍ବେଦରେ ଏହାର ଉପଚାର ରହିଛି । ଆୟୁର୍ବେଦ ପଦ୍ଧତିରେ ବିଭିନ୍ନ ଚେରମୂଳରୁ ପ୍ରସ୍ତୁତ, ଔଷଧ ଓ ତେଲ ବ୍ୟବହାର ଦ୍ୱାରା ଆଠୁ ଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ।

ଏଥିସହ ଶୀତ ଦିନ ଆସିଲେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପୀଡିତ ହୋଇଥାନ୍ତି । ଯାହାର ଘରୋଇ ଉପଚାର ରହିଛି । ଆପଣ ଚାହିଁଲେବି ଏହାକୁ ଘରେ ପ୍ରସ୍ତୁତ କରିପାରିବେ । ଦେଖନ୍ତୁ କେମିତି ପ୍ରସ୍ତୁତ ହେଉଛି, ଆୟୁବେର୍ଦିକ ଔଷଧ । ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଚେରମୂଳ ଆମ ରାଜ୍ୟର କିଛି ସ୍ଥାନକୁ ବାଦ ଅନ୍ୟ ରାଜ୍ୟରୁ ମଧ୍ୟ ସଂଗ୍ରହ କରାଯାଉଛି ।

The post ଆସିଲାଣି ଶୀତ, ଆକ୍ରାନ୍ତ କରୁଛି ଥଣ୍ଡା, ଜ୍ୱର, କାଶ ସମସ୍ୟା । ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଆୟୁର୍ବେଦ ଉପାୟ । first appeared on Kanak News.

from Kanak News
via <a href="https://ifttt.com/?

ଅନ୍ଧାର ଟନେଲରେ ଫଶିଛନ୍ତି ଭଗବାନ ଭତ୍ରା । ଆଜି ଉଦ୍ଧାର ଖବର ଶୁଣିବା ପରେ ପୁରା ପରିବାରେ ଖୁସିର ମାହୋଲ

କନକ ବ୍ୟୁରୋ:ଆଉ କିଛି ମୁହର୍ତ୍ତ ପରେ ବାହାରିବେ ଉତରାଖଣ୍ଡ ଉତ୍ତରକାଶି ଟନେଲ ରେ ଫସି ରହିଥିବା ସମସ୍ତ ଶ୍ରମିକ । ଶ୍ରମିକଙ୍କ ଭିତରେ ଓଡ଼ିଶାର ପାଞ୍ଚ ଜଣ ଶ୍ରମିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଲବେଡ଼ା ଗାଁର ଭଗବାନ ଭତ୍ରା । ଉଦ୍ଧାର କାମ ଏବେ ଶେଷ ପର୍ଯ୍ୟାୟରେ ଥିବା ଖବର ମିଳିବା ପରେ ଭଗବାନଙ୍କ ଗାଁରେ ଏବେ ଖୁସିର ମାହୋଲ । ପରିବାର ଓ ଗାଁ ଲୋକେ ପ୍ରତିକ୍ଷଣ ଖବର ନେଉଛନ୍ତି କେତେବେଳେ ଟନେଲ ଭିତରୁ ସୁରକ୍ଷିତ ବାହାରିବେ ଭଗବାନ ।

ଆଜି ସକାଳୁ ଭଗବାନ ଭତ୍ରାଙ୍କ ଘରେ ଗ୍ରାମବାସୀଙ୍କ ଭିଡ଼ ଜମିଥିବା ବେଳେ ଗ୍ରାମର ମହିଳା ମାନେ ମଧ୍ୟ ମୋବାଇଲ ଧରି ଖବର ଦେଖିବାରେ ବ୍ୟସ୍ତ । ସେମାନେ ମଧ୍ୟ ବୁଝି ସାରିଲେଣି କି ଆଉ କିଛି ସମୟ ପରେ ଭଗବାନ ଭାତ୍ରା ଟନେଲ ରୁ ବାହାରିବେ ।

The post ଅନ୍ଧାର ଟନେଲରେ ଫଶିଛନ୍ତି ଭଗବାନ ଭତ୍ରା । ଆଜି ଉଦ୍ଧାର ଖବର ଶୁଣିବା ପରେ ପୁରା ପରିବାରେ ଖୁସିର ମାହୋଲ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ଦୁଇ ନାବାଳକଙ୍କୁ ଅଟକ, ୨ ଫେରାର ।

କନକ ବ୍ୟୁରୋ: ରାଜଧାନୀରେ ଦିନ ଦ୍ୱିପହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ । ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ ଏପରି ଘଟଣା ଘଟିଛି ।
ଆଇନଜୀବୀ ସ୍ୱଧା ଧଳ ଘରେ କେହି ନଥିବା ବେଳେ ଏହି ଲୁଟ ହୋଇଛି । ଦିନ ପ୍ରାୟ ଗୋଟାଏ ବେଳେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି । ଆଉ ୨ ଜଣ ଫେରାର ଥିବା କୁହାଯାଉଛି । ତେବେ ନାବାଳକକୁ ବ୍ୟବହାର କରି ଏପରି ଲୁଟ କରାଯାଇଥିବା ସଂଦେହ କରୁଛି ପୁଲିସ ।

The post ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ଦୁଇ ନାବାଳକଙ୍କୁ ଅଟକ, ୨ ଫେରାର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started