ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ୍ରୋନ୍ ଜରିଆରେ ପଠାଯିବ କୋଭିଡ଼ ଟିକା, ଔଷଧ ଓ ନମୁନା ସଂଗ୍ରହ କିଟ୍ ।

କନକ ବ୍ୟୁରୋ: ଏଣିକି ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ଼୍ରୋନ୍ ଜରିଆରେ କୋଭିଡ଼ ଟିକା, ନମୁନା ସଂଗ୍ରହ କିଟ୍ ପଠାଯିବ । ଖାଲି ସେତିକି ନୁହେଁ ଟିକା ଏବଂ ଔଷଧ ମଧ୍ୟ ପହଞ୍ଚାଯିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଡ଼୍ରୋନ୍ ବ୍ୟବହାର ନେଇ ପରୀକ୍ଷଣ କରାଯାଇଛି । ଡ଼୍ରୋନ୍ ବ୍ୟବହାର ଫଳରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ସମ୍ଭାବନା କମ୍Continue reading “ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ୍ରୋନ୍ ଜରିଆରେ ପଠାଯିବ କୋଭିଡ଼ ଟିକା, ଔଷଧ ଓ ନମୁନା ସଂଗ୍ରହ କିଟ୍ ।”

ଭଞ୍ଜନଗରରେ ଟିକା ପାଇଁ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ୩୮୦ ଟିକା ପାଇଁ ଆସିଛନ୍ତି ଶହ ଶହ ଲୋକ ।

କନକ ବ୍ୟୁରୋ: ଟିକା ପାଇଁ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼  । ଡୋଜ୍ ଅଛି ମାତ୍ର ୮୦ , ହେଲେ ଟିକା ନେବାକୁ ଶହ ଶହ ଲୋକଙ୍କ ଭିଡ଼  । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିକାକରଣ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି  । ଏବେ ସୁଦ୍ଧା କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇନଥିବାର ଖବର ମିଳିଛି  । ମୋଟ୍ ୩୮୦ ଡୋଜ୍ ରହିଥିବା ବେଳେ ଅନଲାଇନ ମାଧ୍ୟମରେ ୩ଶହContinue reading “ଭଞ୍ଜନଗରରେ ଟିକା ପାଇଁ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ୩୮୦ ଟିକା ପାଇଁ ଆସିଛନ୍ତି ଶହ ଶହ ଲୋକ ।”

ଆରପାରିରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ସୁରେଖା ସୀକରୀ । ୭୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

କନକ ବ୍ୟୁରୋ : ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସୀକରୀଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘଦିନ ହେବ ସେ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସିରିଅଲ ବାଳିକା ବଧୁ ଓ ଚଳଚିତ୍ର ‘ବଧାଇ ହୋ’ ରେ ଜେଜେ ମା ଭୂମିକାରେ ଅଭିନୟ କରି ସେ ବେସ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେContinue reading “ଆରପାରିରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ସୁରେଖା ସୀକରୀ । ୭୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ”

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ, ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ । ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣContinue reading “ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ, ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ”

ଉପରକୁ ବଢୁଛି ତୈଳ ଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟପିଛି, ଭୁବନେଶ୍ୱରରେ ଜାଣନ୍ତୁ କେତେ…

 ଗତ କାଲି ଉଭୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବା ପରେ ଆଜି ଅର୍ଥାତ ଜୁଲାଇ ୧୬ ତାରିଖରେ ତାହା ଅପରିବର୍ତ୍ତିତ ରହିଛି । ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୫୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୫୪ ଓ ଡିଜେଲ ଲିଟର ପିଛା ୯୭.୪୫ରେ ବିକ୍ରି ହେଉଛି । ଦେଶରContinue reading “ଉପରକୁ ବଢୁଛି ତୈଳ ଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟପିଛି, ଭୁବନେଶ୍ୱରରେ ଜାଣନ୍ତୁ କେତେ…”

୨୪ ଘଣ୍ଟାରେ ଦେଶରୁ ୩୮,୯୪୯ ନୂଆ ପଜିଟିଭ୍ ଚିହ୍ନଟ । ଆଖି ବୁଜିଲେ ଆଉ ୫୪୨ ଜଣ ସଂକ୍ରମିତ । ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧କୁ ବୃଦ୍ଧି ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫୪୯କୁ ହ୍ରାସ ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୪୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟContinue reading “୨୪ ଘଣ୍ଟାରେ ଦେଶରୁ ୩୮,୯୪୯ ନୂଆ ପଜିଟିଭ୍ ଚିହ୍ନଟ । ଆଖି ବୁଜିଲେ ଆଉ ୫୪୨ ଜଣ ସଂକ୍ରମିତ । ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧କୁ ବୃଦ୍ଧି ।”

ପରୀକ୍ଷାର୍ଥୀଙ୍କ ଦାବିକୁ ମାନିଲେ କେନ୍ଦ୍ର ସରକାର । ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବଢିଲା ବ୍ୟବଧାନ ।

କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ଦାବିକୁ ମାନି ନେଇଛନ୍ତି କେନ୍ଦ୍ର ସରକାର । ୨୦୨୧ ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବ୍ୟବଧାନ ବଢ଼ାଇ ଦିଆଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇଟି ସେସନ୍ ମଧ୍ୟରେ ଚାରି ସପ୍ତାହ ସମୟ ବ୍ୟବଧାନ ବଢ଼ାଇ ଦିଆଯାଇଛି । ଏନେଇ ଏନଟିଏକୁ ଜଣାଇ ଦିଆଯାଇଛି । ଜେଇ-ମେନ୍ ସେସନ୍-୪ ପରୀକ୍ଷା ଅଗଷ୍ଟ ୨୬, ୨୭ ଓ ୩୧Continue reading “ପରୀକ୍ଷାର୍ଥୀଙ୍କ ଦାବିକୁ ମାନିଲେ କେନ୍ଦ୍ର ସରକାର । ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବଢିଲା ବ୍ୟବଧାନ ।”

ଆଜି ହେରା ପଞ୍ଚମୀ । ରାତିରେ ଲକ୍ଷ୍ମୀ ଆସି ଅଭିମାନରେ ଭାଙ୍ଗିବେ ଜଗନ୍ନାଥଙ୍କ ରଥ ।

କନକ ବ୍ୟୁରୋ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ବିଧି ପରମ୍ପରା ପୂର୍ବକ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡ଼ଭାଇ ଓContinue reading “ଆଜି ହେରା ପଞ୍ଚମୀ । ରାତିରେ ଲକ୍ଷ୍ମୀ ଆସି ଅଭିମାନରେ ଭାଙ୍ଗିବେ ଜଗନ୍ନାଥଙ୍କ ରଥ ।”

ପଙ୍ଗୁ ହୋଇଯିବ ଏମ୍‌କେସିଜି! ୫ ପ୍ରଫେସର ଗଲେ, ଜଣେ ଆସିଲେ, ଶିଶୁରୋଗ ବିଭାଗର ୩ ଡାକ୍ତରଙ୍କ ବଦଳି

ଦକ୍ଷିଣ ଓଡ଼ିଶାର ସର୍ବବୃହତ୍‌ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ଅଧିକାଂଶ ସମୟ ସରକାରୀ ଅବହେଳାର ଶିକାର ହୋଇଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ମେଡିକାଲ କଲେଜ ଖୋଲିବାପରେ ଏଠାରୁ ବହୁ ଡାକ୍ତର ଓ ବିଶେଷଜ୍ଞଙ୍କୁ ବଦଳି କରାଯାଇଛି। କିନ୍ତୁ ତାଙ୍କ ସ୍ଥାନରେ ଶତପ୍ରତିଶତ ନୂତନ ନିଯୁକ୍ତି ଦିଆଯାଉନାହିଁ। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍‌କେସିଜି ମେଡିକାଲର ୬ଜଣ ସହକାରୀ ପ୍ରଫେସର ପ୍ରଫେସର ପଦବିକୁ ପଦୋନ୍ନତି ପାଇଛନ୍ତି। ତନ୍ମଧ୍ୟରୁ ୫ଜଣଙ୍କୁContinue reading “ପଙ୍ଗୁ ହୋଇଯିବ ଏମ୍‌କେସିଜି! ୫ ପ୍ରଫେସର ଗଲେ, ଜଣେ ଆସିଲେ, ଶିଶୁରୋଗ ବିଭାଗର ୩ ଡାକ୍ତରଙ୍କ ବଦଳି”

୨୪ଘଣ୍ଟାର କରୋନା ମିଟର । ଲଗାତର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ୨ ହଜାର ଉପରେ । ଖୋର୍ଦ୍ଧାରେ ସଂକ୍ରମଣ ୪ଶହ ଉପରେ, କଟକରେ ୩୧୯ ।

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୪୬ ଜଣ ହୋଇଥିବାବେଳେ, କଟକରେ ୩୧୯, ବାଲେଶ୍ୱରରେ ୧୭୬ ଓ ଯାଜପୁରରେ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜିଲ୍ଲାରେ ଶହେ ତଳେ ସଂକ୍ରମଣ ରହିଛିContinue reading “୨୪ଘଣ୍ଟାର କରୋନା ମିଟର । ଲଗାତର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ୨ ହଜାର ଉପରେ । ଖୋର୍ଦ୍ଧାରେ ସଂକ୍ରମଣ ୪ଶହ ଉପରେ, କଟକରେ ୩୧୯ ।”

Create your website with WordPress.com
Get started