ଭୁବନେଶ୍ୱର ନିଳାଦ୍ରି ବିହାରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ : କଳା ପଲସରରେ ଆସି ଖଣ୍ଡାରେ ଆକ୍ରମଣ କଲେ ୩ ଦୁର୍ବୃତ୍ତ

କନକ ବ୍ୟୁରୋ : ଖଣ୍ଡାରେ ଆକ୍ରମଣ କରି ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱରର ସକୁନ୍ତଳା ଦାଶ ନାମକ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ସୁନାଚେନ ଲୁଟିନେଇଛନ୍ତି । ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଆକ୍ରମଣ କରିଥିଲେ । ବାଇକରେ ଆସିଥିବା ତିନଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ହେଲମେଟ ପିନ୍ଧି ନଥିଲେ । ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କୁ ଏକ ଘରୋଇContinue reading “ଭୁବନେଶ୍ୱର ନିଳାଦ୍ରି ବିହାରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ : କଳା ପଲସରରେ ଆସି ଖଣ୍ଡାରେ ଆକ୍ରମଣ କଲେ ୩ ଦୁର୍ବୃତ୍ତ”

 ‘ମୁଁ ମଲା ପରେ ମୋ ଚିତାରେ ମୁଖାଗ୍ନି ଦେବେ ନାହିଁ ସ୍ୱାମୀ’ ସୁଇସାଈଡ଼ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କଲେ ପତ୍ନୀ

କନକ ବ୍ୟୁରୋ : ସାତ ଜନମର ସାଥି ହେବାକୁ ଦିନେ ଶପଥ ଦେଇଥିବା ସ୍ୱାମୀଙ୍କର ନିର୍ୟ୍ୟାତନା ଏତେ ଅସହ୍ୟ ହେଲା ଯେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ ପତ୍ନୀ । କେବଳ ଦୁନିଆ ଛାଡି ଚାଲିଗଲେନାହିଁ, ବରଂ ନିଜ ମୃତ୍ୟୁ ପୂର୍ବର ଶେଷ କଥା ବି କହିଦେଇଗଲେ । ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଈଡ଼ ନୋଟରେ ପତ୍ନୀ ଲେଖିଥିଲେ ଯେ ମୃତ୍ୟୁ ପରେ ସ୍ୱାମୀଙ୍କୁ ମୋ ମୃତଦେହ ଦେଖାଇବ ନାହିଁ କିମ୍ବା ଅନ୍ତିମContinue reading ” ‘ମୁଁ ମଲା ପରେ ମୋ ଚିତାରେ ମୁଖାଗ୍ନି ଦେବେ ନାହିଁ ସ୍ୱାମୀ’ ସୁଇସାଈଡ଼ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କଲେ ପତ୍ନୀ”

ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ : ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

କନକ ବ୍ୟୁରୋ : ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ । କାରଣ ସରକାରଙ୍କ ପାଖରେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ଅବରୋଧରେ ଥିବା ଜମିରୁ ଉଚ୍ଛେଦ ସରିଲେ,ବସ ଟର୍ମିନାଲ କାମ ଆଗକୁ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ବି ଉଚ୍ଛେଦ ପ୍ରକ୍ରିୟା ଜାରିContinue reading “ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ : ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି”

ତୈଳଦର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମତ । କହିଲେ ସରକାର ଟ୍ୟାକ୍ସ କମାଇବା ହିଁ ଏକମାତ୍ର ବିକଳ୍ପ

କନକ ବ୍ୟୁରୋ : ଗତ କିଛିଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଆକଶଛୁଆଁ ହୋଇଛି । ଏନେଇ ସାଧାରଣ ଲୋକଙ୍କୁ ସହାୟତା ଦେବାକୁ ସରକାର ଟ୍ୟାକ୍ସ କମାନ୍ତୁ ବୋଲି ସରକାରଙ୍କ ଉପରେ ଚାପ ବି ବଢିବାରେ ଲାଗିଛି । ବିରୋଧୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏନେଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ୟାକ୍ସ କମାଇ ତୈଳଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁContinue reading “ତୈଳଦର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମତ । କହିଲେ ସରକାର ଟ୍ୟାକ୍ସ କମାଇବା ହିଁ ଏକମାତ୍ର ବିକଳ୍ପ”

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ : ରାଜଧାନୀର ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରକୁ କାଳିମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ମୋଦିଙ୍କ ପୋଷ୍ଟରକୁ କାଳିମାଡ଼ ହୋଇଥିବା ଜଣାପଡ଼ିଛି । ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିବା କୁହାଯାଉଛି । ଭୁବନେଶ୍ୱର ରାମ ମନ୍ଦିର ପାଖ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ କାଳିମାଡ଼ ହୋଇଛି । ପେଟ୍ରୋଲ ପମ୍ପରେ ଛାତ୍ର କଂଗ୍ରେସ ପକ୍ଷରୁ ନାରାବାଜି କରିବା ସହ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଇଛିContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ : ରାଜଧାନୀର ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ”

ବିଧାନସଭାରେ ପେଟ୍ରୋଲ ତାତି । ଆଗରୁ ତେଲ ଦର ବଢୁଥିଲେ ବିଜେପି-ବିଜେଡି ଆନ୍ଦୋଳନ କରୁଥିଲେ, ଏବେ କୁଆଡେ ଗଲେ ବୋଲି ପ୍ରଶ୍ନ କଲା କଂଗ୍ରେସ?

କନକ ବ୍ୟୁରୋ : ଗୃହରେ ତୈଳ ଦର ବୃଦ୍ଧି ତାତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ତୈଳ ଦର କଂଗ୍ରେସ ସମୟରେ କମ ଥିଲା। ମୋଦି ସରକାରଙ୍କ ସମୟରେ ବଢ଼ିଲା। ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ ଟଙ୍କା ଡିଜେଲରେ ୧୩ ଟଙ୍କା ବଢ଼ାଇଛନ୍ତି। ରନ୍ଧନ ଗ୍ୟାସ ଦର ୮୦୦Continue reading “ବିଧାନସଭାରେ ପେଟ୍ରୋଲ ତାତି । ଆଗରୁ ତେଲ ଦର ବଢୁଥିଲେ ବିଜେପି-ବିଜେଡି ଆନ୍ଦୋଳନ କରୁଥିଲେ, ଏବେ କୁଆଡେ ଗଲେ ବୋଲି ପ୍ରଶ୍ନ କଲା କଂଗ୍ରେସ?”

ପିପିଲି-ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍ । ରାସ୍ତାଘାଟଠୁ ଜଳସେଚନ ଭଳି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ବିକାଶକୁ ନବୀନଙ୍କ ଫୋକସ୍ ।

କନକ ବ୍ୟୁରୋ: ଉପ-ନିର୍ବାଚନ ପୂର୍ବରୁ ପିପିଲିକୁ ପ୍ୟାକେଜ୍ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶ ମୂଳକ ପ୍ରକଳ୍ପ ହେବ । ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ନବୀନContinue reading “ପିପିଲି-ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍ । ରାସ୍ତାଘାଟଠୁ ଜଳସେଚନ ଭଳି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ବିକାଶକୁ ନବୀନଙ୍କ ଫୋକସ୍ ।”

ହେଲଥ୍ ୱେବନରରେ ମୋଦିଙ୍କ ବକ୍ତବ୍ୟ , କହିଲେ କରୋନା ଅଗ୍ନିପରୀକ୍ଷାରେ ସଫଳ ହୋଇଛି ଦେଶ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଦେଶର ଲୋକମାନେ ଲଢିଥିବା ଲଢେଇରେ ଦେଶକୁ ସଫଳତା ମିଳିଛି । ଏହି ମହାମାରୀ ବିରୋଧରେ ଲଢିବା ଦେଶବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା ବୋଲି ଏକ ହେଲଥ୍ ୱେବନରକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି କି ଭାରତ ଯୋଜନାବଦ୍ଧ ଭାବେ ଲଢି ଏଭଳି ମହାବିପଦରୁ ରକ୍ଷା ପାଇ ପାରିଛି । ହେଲଥ୍ ୱେବନରକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶରContinue reading “ହେଲଥ୍ ୱେବନରରେ ମୋଦିଙ୍କ ବକ୍ତବ୍ୟ , କହିଲେ କରୋନା ଅଗ୍ନିପରୀକ୍ଷାରେ ସଫଳ ହୋଇଛି ଦେଶ”

ଲୋକାର୍ପଣ ହେଲା ‘ସକାଳ ଧୂପ’ ପୁସ୍ତକ । ସାଧାରଣ ଚରିତ୍ରଙ୍କୁ ଅସାଧାରଣ ଶୈଳୀରେ ଗଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି ଲେଖିକା ସୁଦେଷ୍ଣା ଦାସ ।

କନକ ବ୍ୟୁରୋ : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ‘ସକାଳ ଧୂପ’ର ଲୋକାର୍ପଣ । ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ମ୍ୟାକ୍ ଗ୍ରୁପ୍ ଆନୁକୂଲ୍ୟରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ନିତିଦିନର ସମ୍ପାଦକ ତଥା ସ୍ୱନାମଧନ୍ୟ ଲେଖକ ମନୋଜ କୁମାର ମହାପାତ୍ର ଓ ପୌରୁଷର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟ ସମାଲୋଚକ ଅସିତ ମହାନ୍ତିContinue reading “ଲୋକାର୍ପଣ ହେଲା ‘ସକାଳ ଧୂପ’ ପୁସ୍ତକ । ସାଧାରଣ ଚରିତ୍ରଙ୍କୁ ଅସାଧାରଣ ଶୈଳୀରେ ଗଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି ଲେଖିକା ସୁଦେଷ୍ଣା ଦାସ ।”

କୋଇଲା ଚୋରା ଚାଲଣ ମାମଲା । ଆଜି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରାଙ୍କୁ ସିବିଆଇ କରିବ ଜେରା । ଜାଣନ୍ତୁ କଣ ରହିଛି ମାମଲାର ଅନ୍ତରାଳେ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ସିବିଆଇ ବି ଆକ୍ସନ ମୋଡକୁ ଆସିଛି । କୋଇଲା ଚୋରା ଚାଲାଣ ମାମଲାର ତଦନ୍ତକୁ ଆଗକୁ ନେବାକୁ ଯାଇ ସିବିଆଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରିବାର ପାଖରେ ପହଂଚି ଯାଇଛି । ଆଜି ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇ ଜେରା କରିବ ବୋଲି ଜଣାପଡିଛି । ଏହି ମାମଲାରେ ତାଙ୍କୁContinue reading “କୋଇଲା ଚୋରା ଚାଲଣ ମାମଲା । ଆଜି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରାଙ୍କୁ ସିବିଆଇ କରିବ ଜେରା । ଜାଣନ୍ତୁ କଣ ରହିଛି ମାମଲାର ଅନ୍ତରାଳେ”

Create your website with WordPress.com
Get started