ଗୁଜୁରାଟରେ ଅତ୍ୟାଧୁନିକ ରେଲୱେ ଷ୍ଟେସନ । ଉପରେ ୫ ଷ୍ଟାର ହୋଟେଲ, ତଳେ ରେଲୱେ ଷ୍ଟେସନ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

କନକ ବ୍ୟୁରୋ: ରେଲୱେ ଷ୍ଟେସନ କହିଲେ ଆମ ମନକୁ ଆସିଥାଏ ପ୍ଲାଟଫର୍ମ, ଆଉ କେତୋଟି ହାତଗଣତି ଦୋକାନ । ହେଲେ ଆମେ ଆପଣଙ୍କୁ ଏମିତି ଏକ ରେଲୱେ ଷ୍ଟେସନ ଦେଖାଇବୁ ଯାହା ହୁଏତ ଆପଣ ଆଗରୁ କେବେ ବି ଦେଖି ନଥିବେ । କାରଣ ରେଲୱେ ଷ୍ଟେସନରେ ଏଭଳି ଅତ୍ୟାଧୁନିକ ସେବା ଦେଶରେ କେଉଁଠି ବି ନାହିଁ । ତଳେ ରେଲୱେ ଷ୍ଟେସନ ଆଉ ଉପରେ ୫ ଷ୍ଟାର ହୋଟେଲ । ଆଉ ଏହି ହୋଟେଲକୁ ଦେଖିଲେContinue reading “ଗୁଜୁରାଟରେ ଅତ୍ୟାଧୁନିକ ରେଲୱେ ଷ୍ଟେସନ । ଉପରେ ୫ ଷ୍ଟାର ହୋଟେଲ, ତଳେ ରେଲୱେ ଷ୍ଟେସନ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ”

ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା । ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୋଲିସ

କନକ ବ୍ୟୁରୋ : ହରିଆଣା ବିଧାନସଭାର ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଛି ରାଜ୍ୟ ପୋଲିସ । ଅଭିଯୋଗ ହୋଇଥିଲା କି ବିବାଦିତ କୃଷି ଆଇନକୁ ବିରୋଧ କରିବା କ୍ରମରେ ଡେପୁଟି ସ୍ପିକର ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ ରୁ ଅଧିକ କୃଷକ ଆକ୍ରମଣ କରି ତାଙ୍କ ଗାଡିକୁ ନଷ୍ଟ କରିଦେଇଥିଲେ । ଏଭଳି ଘଟଣା ଜୁଲାଇ ୧୧ ତାରିଖରେ ହରିଆଣାର ସୀରସା ଠାରେContinue reading “ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା । ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୋଲିସ”

ବଦଳିଲା ନାଇଟ କର୍ଫ୍ୟୁ ସମୟ । ଜାଣନ୍ତୁ କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲାରେ କେତେଟାରୁ କେତେଟା ହେବ ନାଇଟ କର୍ଫ୍ୟୁ 

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଜାରି ହୋଇଛି । ଏହାସହ ନାଇଟ କର୍ଫ୍ୟୁ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେହିପରି କାଟାଗୋରୀ-ବି ଜିଲ୍ଲାରେ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ କାଟାଗୋରୀ-ବି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ । ପୂର୍ବରୁ ୩୦ଟି ଜିଲ୍ଲାକୁContinue reading “ବଦଳିଲା ନାଇଟ କର୍ଫ୍ୟୁ ସମୟ । ଜାଣନ୍ତୁ କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲାରେ କେତେଟାରୁ କେତେଟା ହେବ ନାଇଟ କର୍ଫ୍ୟୁ “

ବଢୁଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣକୁ ନେଇ ଚିନ୍ତାରେ ମହାରାଷ୍ଟ୍ର ସରକାର । ସେପଟେ କିଛି ସହରରେ ଏବେ ବି ବୃଦ୍ଧି ପାଉଛି କରୋନା ସଂକ୍ରମଣ

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ନିର୍ଦ୍ଧିଷ୍ଟ କିଛି ସହର ବ୍ୟତୀତ ସାରା ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ହେଲେ ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ୍ ସଂକ୍ରମଣ । ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୯.୨୬୮ ଜଣଙ୍କ ଠାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଚିହ୍ନଟ ହୋଇଛି ଓ ୧୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେContinue reading “ବଢୁଥିବା ବ୍ଲାକ ଫଙ୍ଗସ୍ ସଂକ୍ରମଣକୁ ନେଇ ଚିନ୍ତାରେ ମହାରାଷ୍ଟ୍ର ସରକାର । ସେପଟେ କିଛି ସହରରେ ଏବେ ବି ବୃଦ୍ଧି ପାଉଛି କରୋନା ସଂକ୍ରମଣ”

‘କାଟାଗୋରୀ-ବି’ରେ ୧୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?

କନକ ବ୍ୟୁରୋ : କରୋନା ସଂକ୍ରମଣ କମୁଥିବା ବେଳେ କାଟାଗୋରୀ-ବି ଜିଲ୍ଲାରେ ମଧ୍ୟ କଟକଣା କୋହଳ କରାଯାଇଛି । କାଟାଗୋରୀ-ବିରେ ପୂର୍ବଭଳି ୧୦ଟି ଜିଲ୍ଲା ରହିଛି । ଏହି ଜିଲ୍ଲା ଗୁଡିକରେ ସନ୍ଧ୍ୟା ୫ଟା ଯାଏଁ ଏଣିକି ଦୋକାନ ବଜାର ଖୋଲା ରହିବ । ପୂର୍ବରୁ କାଟାଗୋରୀ-ବି ଜିଲ୍ଲାରେ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିଲା । ତେବେ ଏହି ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ଜାରି ରହିବContinue reading “‘କାଟାଗୋରୀ-ବି’ରେ ୧୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?”

କାଲିଠୁ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା । ବନ୍ଦ ରହିବ ପାର୍କ, ମଲ, ସିନେମା ହଲ

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଏହାରି ଭିତରେ ରାଜ୍ୟରେ କିଛି ନିୟମ କୋହଳ ହୋଇଥିବା ବେଳେ କିଛି କଡାକଡି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ କାଲିଠୁ ଜିମ୍, ବିୟୁଟି ପାର୍ଲର, ସ୍ପା ଖୋଲା ରହିବ । ଛୋଟ ସେଲୁନକୁ ପୂର୍ବରୁ ଅନୁମତି ମିଳିଥିବା ବେଳେ ଏବେ ବଡ ସେଲୁନକୁ ମଧ୍ୟ ଅନୁମତି ମିଳିଛି । ସେହିପରି ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଓContinue reading “କାଲିଠୁ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା । ବନ୍ଦ ରହିବ ପାର୍କ, ମଲ, ସିନେମା ହଲ”

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ : ପୂର୍ବଭଳି ୩୦ଟି ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ; ଜାଣନ୍ତୁ କେଉଁଠି କ’ଣ ଖୋଲା ଓ କ’ଣ ବନ୍ଦ ?

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମି ଚାଲିଛି । କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ । ତେଣୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ କଟକଣାକୁ ବଢ଼ାଇ ଦେଇଛନ୍ତି । ତେବେ ଅନେକ ଜିଲ୍ଲାରେ କୋହଳ କରାଯାଇଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁContinue reading “ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ : ପୂର୍ବଭଳି ୩୦ଟି ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ; ଜାଣନ୍ତୁ କେଉଁଠି କ’ଣ ଖୋଲା ଓ କ’ଣ ବନ୍ଦ ?”

‘କାଟାଗୋରୀ-ଏ’ରେ ୨୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?

କନକ ବ୍ୟୁରୋ : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ଦୁଇ ସପ୍ତାହ ଆଂଶିକ ଲକଡାଉନ ଜାରି କଲେ ସରକାର ।  ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି ରହିବ । ତେବେ ପୂର୍ବଭଳି ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀ ହିସାବରେ ବିଭକ୍ତ କରି କଟକଣା ଜାରି କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ ପୂର୍ବଭଳି ୨୦ ଜିଲ୍ଲା ରହିଥିବା ବେଳେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ  ରାତି ୮ଟା ଯାଏଁContinue reading “‘କାଟାଗୋରୀ-ଏ’ରେ ୨୦ ଜିଲ୍ଲା? ଜାଣନ୍ତୁ କଣ ବନ୍ଦ, କଣ ଖୋଲା?”

ଆଂଶିକ କଟକଣା ଭିତରେ ବଡ ଖବର । ସମଗ୍ର ରାଜ୍ୟରେ କାଲିଠାରୁ ଚାଲିବ ବସ୍

କନକ ବ୍ୟୁରୋ: ଆଂଶିକ କଟକଣା ଭିତରେ ରାଜ୍ୟବାସୀଙ୍କ ପାଇଁ ବଡ ଖବର । ସମଗ୍ର ରାଜ୍ୟରେ ଆସନ୍ତାକାଲିଠାରୁ ବସ ଚାଲିବ । ସେପଟେ ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ବସ୍ ଚଳାଚଳ କରିବନି । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ସେହିପରି ଅଗଷ୍ଟ ୧ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି । ଏହି ଆଂଶିକ ଲକଡାଉନ ବେଳେContinue reading “ଆଂଶିକ କଟକଣା ଭିତରେ ବଡ ଖବର । ସମଗ୍ର ରାଜ୍ୟରେ କାଲିଠାରୁ ଚାଲିବ ବସ୍”

ମେଡିକାଲ ଛାତ୍ରଙ୍କ ଆୟୁଷ ଟ୍ରେନିଂକୁ ଆଇଏମଏର ବିରୋଧ । ରାଷ୍ଟ୍ରୀୟ ଆୟୋଗଙ୍କ ନିକଟକୁ ଲେଖିଲା ଚିଠି

କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ (ଏନଏମସି)ଙ୍କ ତରଫରୁ ମେଡିକାଲ ଛାତ୍ରଙ୍କ ଇଣ୍ଟର୍ନସିପ୍ କୁ ନେଇ ଜାରି କରାଯାଇଥିବା ଗାଇଡ ଲାଇନକୁ ବିରୋଧ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) । ଆଇଏମଏ ପକ୍ଷରୁ କୁହାଯାଇଛି କି ଆୟୁଷ ଓ ତାର ଶିକ୍ଷା ଏକ ବଡ କୋର୍ସ । ଗୋଟିଏ ସପ୍ତାହ ଇଣ୍ଟର୍ନସିପ୍ କରି ମେଡିକାଲ ଛାତ୍ର ଛାତ୍ରୀମାନେ କିଛି ବି ଶିକ୍ଷାଲାଭ କରିପାରିବେ ନାହିଁ । ଏହାସହ ଚିଠିଲେଖି ଏନଏମସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ରContinue reading “ମେଡିକାଲ ଛାତ୍ରଙ୍କ ଆୟୁଷ ଟ୍ରେନିଂକୁ ଆଇଏମଏର ବିରୋଧ । ରାଷ୍ଟ୍ରୀୟ ଆୟୋଗଙ୍କ ନିକଟକୁ ଲେଖିଲା ଚିଠି”

Create your website with WordPress.com
Get started