ଆସିଲା ନୂଆ ଗାଇଡଲାଇନ୍ : ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍

କନକ ବ୍ୟୁରୋ : ଆସିଲା ନୂଆ ଗାଇଡଲାଇନ୍ । ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍ । ଏ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ତାଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ୧୦୦ ଜଣରେ ୩ଜଣ ପଜିଟିଭ ବାହାରୁଛନ୍ତି । କାଟାଗୋରୀ ବି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି ।Continue reading “ଆସିଲା ନୂଆ ଗାଇଡଲାଇନ୍ : ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍”

ଆଉ କିଛି ସମୟର ଅପେକ୍ଷା : ୧୬ ତାରିଖ ପରେ କ’ଣ ହେବ ? ସେ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ୧୬ ତାରିଖ ପରେ କଣ ହେବ, ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । କ୍ୟାଟାଗୋରି ‘ବି’ରେ ଥିବା ଜିଲ୍ଲାଗୁଡିକରେ କଟକଣା କୋହଳ ହେବ ନା ନାହିଁ, ତା ଉପରେ ନଜର ରହିଛି । ସେହିପରି କ୍ୟାଟାଗୋରି ‘ଏ’ରେ ଥିବା ଜିଲ୍ଲାଗୁଡିକରେ କଟକଣା ହଟିବ ନା ନାହିଁ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । କାରଣ କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟାContinue reading “ଆଉ କିଛି ସମୟର ଅପେକ୍ଷା : ୧୬ ତାରିଖ ପରେ କ’ଣ ହେବ ? ସେ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ”

ଭୁବନେଶ୍ୱର ଏମ୍ସରେ ଉଦଘାଟିତ ହେଲା ଏକମୋ ମେସିନ୍  : ଆଗାମୀ ସପ୍ତାହରୁ ମିଳିବ ଚିକିତ୍ସା

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଯାଇଛି ଏକମୋ ମେସିନ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକ ଡାକ୍ତର ଗୀତାଞ୍ଜଳି ଏକମୋ ମେସିନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକମୋ ବିଭାଗର ସମସ୍ତ ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଉପସ୍ଥିତ ରହିଥିଲେ । ଏମ୍ସରେ ଏହା ପ୍ରଥମ ଏକମୋ ମେସିନ, ଖୁବଶୀଘ୍ର ଆଉ ଏକ ଏକମୋ ମେସିନ ଅଣାଯିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ଆଗାମୀ ଏକ ସପ୍ତାହ ଭିତରେ ହସ୍ପିଟାଲରେContinue reading “ଭୁବନେଶ୍ୱର ଏମ୍ସରେ ଉଦଘାଟିତ ହେଲା ଏକମୋ ମେସିନ୍  : ଆଗାମୀ ସପ୍ତାହରୁ ମିଳିବ ଚିକିତ୍ସା”

ସୂଚନା ଅଧିକାର ଆଇନ ପରିସରକୁ ଆସିବ ୟୁପିର ସମସ୍ତ ଘରୋଇ ସ୍କୁଲ । ଦେବାକୁ ପଡିବ ଦେୟ ଓ ଖର୍ଚ୍ଚର ସମ୍ପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ୟୁପିର ସମସ୍ତ ଘରୋଇ ବିଦ୍ୟାଳୟ ଗୁଡିକ ଏବେ ସୂଚନା ଅଧିକାର ଆଇନ ପରିସରଭୂକ୍ତ ହେବ । ଏହାସହ ସ୍କୁଲର ଦେୟ ଓ ସମସ୍ତ ଖର୍ଚ୍ଚର ବିବରଣୀ ସୂଚନା ଅଧିକାର ଆଇନ ମାଧ୍ୟମରେ ମଗାଯାଉଥିବା ସୂଚନାରେ ଉପଲବ୍ଧ କରାଇବାକୁ ପଡିବ । ରାଜ୍ୟ ସୂଚନା ଆୟୋଗ (ଏସଆଇସି) ଏହି ଆଦେଶ ଜାରୀ କରିଛନ୍ତି । ଏହାସହ ରାଜ୍ୟ ସୂଚନା ଆୟୋଗ ପ୍ରମୋଦ କୁମାର ତିୱାରୀ ନିର୍ଦ୍ଦେଶ ଦେଇଛନ୍ତି କି ରାଜ୍ୟର ପ୍ରତ୍ୟେକ ଘରୋଇ ସ୍କୁଲମାନେContinue reading “ସୂଚନା ଅଧିକାର ଆଇନ ପରିସରକୁ ଆସିବ ୟୁପିର ସମସ୍ତ ଘରୋଇ ସ୍କୁଲ । ଦେବାକୁ ପଡିବ ଦେୟ ଓ ଖର୍ଚ୍ଚର ସମ୍ପୂର୍ଣ୍ଣ ସୂଚନା”

ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଂଘନ : କର୍ଡନ ଭାଙ୍ଗି ଦାମିକାରରେ ରଥ ନିକଟକୁ ଗଲେ ପ୍ରଭାବଶାଳୀ ବ୍ୟକ୍ତି

କନକ ବ୍ୟୁରୋ : ରଥଯାତ୍ରା ଦିନ ନିୟମ ଭାଙ୍ଗି କର୍ଡନ ଭିତରେ ରଥ ନିକଟକୁ ଯାଇଥିଲେ କିଛି ପ୍ରଭାବଶାଳୀ ବ୍ୟକ୍ତି । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆ ଯାଇଛି । ରଥଯାତ୍ରା ସମୟରେ ପୁରୀରେ କର୍ଫୁ ଜାରି ହେବା ସହ କୋଭିଡ ନିୟମ ପାଳନ କରାଯାଉଥିବା ବେଳେ ଏମାନେ ନିୟମକୁ ବେଖାତିର କରିଥିବା ଅଭିଯୋଗ ହୋଇଛି । ରଥ ନିକଟକୁ ଯିବା ସହ ରଥ ସମ୍ମୁଖରେ ଅନେକ ଫଟୋ ମଧ୍ୟ ଉଠାଇଛନ୍ତୁ ଏହି ବ୍ୟକ୍ତିମାନେContinue reading “ପୁରୀରେ ରଥଯାତ୍ରା କର୍ଫ୍ୟୁ କଟକଣାର ଖୋଲା ଉଲ୍ଲଂଘନ : କର୍ଡନ ଭାଙ୍ଗି ଦାମିକାରରେ ରଥ ନିକଟକୁ ଗଲେ ପ୍ରଭାବଶାଳୀ ବ୍ୟକ୍ତି”

ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତଙ୍କ ସଂକେତ, ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ରହିବେ ଅମରିନ୍ଦର ସିଂ

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହକୁ ନେଇ ପ୍ରଭାରୀ ହରିସ୍ ରାୱତ ଏକ ବଡ ବୟାନ ଦେଇଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି କି ରାଜ୍ୟରେ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ସେ ଏକ ଉପାୟ ବାହାର କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ ଓ ବିବାଦ ବଢାଉଥିବା ନବଜୋତ୍ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ରହିବେ । ଏହା ସହContinue reading “ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତଙ୍କ ସଂକେତ, ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ରହିବେ ଅମରିନ୍ଦର ସିଂ”

କଟକରୁ ୨ କେଜି ସୁନା ଜବତ କଲା କମିଶନରେଟ୍ ପୋଲିସ : ପଞ୍ଜାବ ଅମୃତସରରୁ ସୁନା ଆଣି ବିକ୍ରିବେଳେ ଧରିଲା ପୋଲିସ

କନକ ବ୍ୟୁରୋ : ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । ଏହି ବେଆଇନ ସୁନା ପଛର କାହାଣୀ ବେଶ ରୋଚକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଆସିଛି ଏହି ସୁନାଗହଣା । ଜିଏସଟି ଫାଙ୍କିବା ପାଇଁ ପଞ୍ଜାବ ଅମୃତସରରୁ ଏହି ସୁନାଗହଣାକୁ ଆଣି କଟକରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ବେଆଇନ ଭାବେ ଏହି ସୁନା ଗହଣାକୁ କଟକ ନୟାସଡ଼କରେ ବିକି ଦେବାପାଇଁ ଉଦ୍ୟମ ଚାଲିଥିବା ବେଳେ ଖବରContinue reading “କଟକରୁ ୨ କେଜି ସୁନା ଜବତ କଲା କମିଶନରେଟ୍ ପୋଲିସ : ପଞ୍ଜାବ ଅମୃତସରରୁ ସୁନା ଆଣି ବିକ୍ରିବେଳେ ଧରିଲା ପୋଲିସ”

ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡ଼ିଆ ଯୁବକ : ୩ମାସ ପାଇଁ ତାଲିମ ନେବାକୁ ଯାଇଥିଲେ, ହେଲେ ଦେଢ଼ ବର୍ଷ ହେଲା ଘରକୁ ଫେରି ପାରୁନାହାନ୍ତି

କନକ ବ୍ୟୁରୋ : ସୁଦୂର ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡିଆ ଯୁବକ । ମାତ୍ର ତିନି ମାସ ପାଇଁ ତାଲିମ ନେବାକୁ ଆଫ୍ରିକା ଯାଇଥିଲେ ହେଲେ ଦେଢ ବର୍ଷ ହେଲା ଫେରି ପାରୁନାହାନ୍ତି । ଢେଙ୍କାନାଳ ଜିଲ୍ଲା ବେଲଟିଗିରିର ସବ୍ୟସାଚୀ ନନ୍ଦ ୨୦୧୯ରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଫସି ରହିଛନ୍ତି । ସେପଟେ ସେ ଏମିତି ଘଟଣାଚକ୍ରରେ ଛନ୍ଦି ହୋଇପଡିଛନ୍ତି, ଯେ ଦକ୍ଷିଣ ଆଫ୍ରିକାରୁ ଫେରିବା ସମ୍ଭବ ହୋଇପାରୁ ନାହିଁ । ଏପଟେ ଗାଁରେ ମାଆContinue reading “ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡ଼ିଆ ଯୁବକ : ୩ମାସ ପାଇଁ ତାଲିମ ନେବାକୁ ଯାଇଥିଲେ, ହେଲେ ଦେଢ଼ ବର୍ଷ ହେଲା ଘରକୁ ଫେରି ପାରୁନାହାନ୍ତି”

କରୋନା ସହିତ କେରଳରେ କାୟା ବିସ୍ତାର କରୁଛି ଜିକା ଭୂତାଣୁ । ଆଜି ୫ ଜଣ ଚିହ୍ନଟ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରେ କେରଳ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଏବେ କେରଳରେ ପୁଣି ଏକ ନୂଆ ଭୂତାଣୁ ତାର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି  । ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ କହିଛନ୍ତି କି ପୁଣି କେରଳରେ ଜିକା ଭୂତାଣୁ ସଂକ୍ରମିତ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତContinue reading “କରୋନା ସହିତ କେରଳରେ କାୟା ବିସ୍ତାର କରୁଛି ଜିକା ଭୂତାଣୁ । ଆଜି ୫ ଜଣ ଚିହ୍ନଟ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ କୁ ବୃଦ୍ଧି”

ଦେଶର କରୋନା ମିଟର : ଗୋଟିଏ ଦିନରେ ୪୧ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ, ୫୮୧ ମୃତ

କନକ ବ୍ୟୁରୋ : ଦେଶରେ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୪୧ ହଜାର ୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୧ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୩୯ ହଜାର ୧୩୦ଜଣ । ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ଜଣ । ।Continue reading “ଦେଶର କରୋନା ମିଟର : ଗୋଟିଏ ଦିନରେ ୪୧ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ, ୫୮୧ ମୃତ”

Create your website with WordPress.com
Get started