ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । ପଶ୍ଚିମବଙ୍ଗରୁ ଯେଉଁମାନେ ଫେରୁଛନ୍ତି ସେମାନେ କ୍ୱାରେଂଟିନରେ ରହିବେ । ଏବେ କୋଭିଡ଼ ପାଇଁ ରାଜ୍ୟରେ ୧୧ହଜାରରୁ ଅଧିକା ବେଡ଼ ପ୍ରସ୍ତୁତ ଅଛି । ଏବେ ସୁଦ୍ଧା ୨୭ଶହ ରୋଗୀ ବେଡ଼ରେ ଅଛନ୍ତି । ଅକ୍ସିଜେନର ଅଭାବ ନାହିଁ । ଓଡ଼ିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଦେଉଛି । ଆବଶ୍ୟକତା ଅନୁସାରେ ବେଡ଼ ବୃଦ୍ଧି କରାଯିିବ । ହସ୍ପିଟାଲ କରିବା ପାଇଁ ଘର ଚିହ୍ନଟ ହୋଇContinue reading “ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା”

ଶନି-ରବି ସଟଡାଉନରେ ଘଣ୍ଟାଏ କୋହଳ । ସୂଚନା ଦେଲେ ଏସଆରସି, ଜାଣନ୍ତୁ କାହିଁକି ଘଣ୍ଟାଏ କୋହଳ କଲେ ସରକାର?

କନକ ବ୍ୟୁରୋ : ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ । ସକାଳ ୫ଟାରୁ ୬ଟା ଯାଏଁ ଲୋକଙ୍କୁ ଘଣ୍ଟାଏ କୋହଳ ଦିଆଯିବ । ତେବେ ଏହି ସମୟରେ କେବଳ ମର୍ଣ୍ଣିଂ ୱାର୍କ, ଜଗିଂ ଓ ସାଇକେଲିଂ କରିପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସପ୍ତାହନ୍ତ ସଟଡାଉନର ସମୟକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ ଏହା ବାବଦରେ ସମସ୍ତ ସୂଚନା ଦେଇଛନ୍ତି ଏସଆରସି । ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁContinue reading “ଶନି-ରବି ସଟଡାଉନରେ ଘଣ୍ଟାଏ କୋହଳ । ସୂଚନା ଦେଲେ ଏସଆରସି, ଜାଣନ୍ତୁ କାହିଁକି ଘଣ୍ଟାଏ କୋହଳ କଲେ ସରକାର?”

ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି । ଓହରିଗଲେ ‘ଆମିକସ୍ କ୍ୟୁରି’ ନିଯୁକ୍ତ ହରିଶ ସାଲଭେ

କନକ ବ୍ୟୁରୋ : ଭାରତରେ କୋଭିଡ-୧୯ ସଂକଟର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ନିମନ୍ତେ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତ ଆଡ୍ଭୋକେଟ୍ ହରିଶ ସାଲଭେ ଏଥିରୁ ଓହରିଯିବାକୁ ନିବେଦନ କରିଛନ୍ତି । ସେ ତାଙ୍କ ଆବେଦନରେ କହିଛନ୍ତି କି କୋର୍ଟ ଶୁଣାଣି କରିବାକୁ ଯାଉଥିବା ଏହି ମାମଲା ସ୍ପର୍ଶକାତର ମାମଲାଗୁଡିକ ଭିତରୁ ଅନ୍ୟତମ । ଦେଶ ଏବେ କରୋନା ସଂକ୍ରମଣକୁ ନେଇ ଉଦବେଗଜନକ ସ୍ଥିତିରେ ରହିଛିContinue reading “ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି । ଓହରିଗଲେ ‘ଆମିକସ୍ କ୍ୟୁରି’ ନିଯୁକ୍ତ ହରିଶ ସାଲଭେ”

କରାଳ ରୂପ ଦେଖାଉଛି କରୋନା : ଗଂଜାମରେ ୪ଦିନରେ ୩ ସାମ୍ବାଦିକଙ୍କ ମୃତ୍ୟୁ

କନକ ବ୍ୟୁରୋ : କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ । ଏମାନେ ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ ଓ କରୁଣାକର ସାହୁ । ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୁଇଦିନ ହେଲା ସେContinue reading “କରାଳ ରୂପ ଦେଖାଉଛି କରୋନା : ଗଂଜାମରେ ୪ଦିନରେ ୩ ସାମ୍ବାଦିକଙ୍କ ମୃତ୍ୟୁ”

କରୋନାକୁ ଫୁ କରି ଉଡ଼ାଇଦେଉଥିବା କଂଗ୍ରେସ ବିଧାୟକଙ୍କ ଭିତରେ ପଶିଲା ଛନକା : ଶେଷରେ ଜଟଣୀ ବିଧାୟକ ସୁର ରାଉତରାୟ ପିନ୍ଧିଲେ ମାସ୍କ

କନକ ବ୍ୟୁରୋ : କରୋନାକୁ ଫୁ କରି ଉଡାଇ ଦେଉଥିବା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାଙ୍କ ଭିତରେ ପଶିଛି ଛନକା । ଶେଷରେ ମୁହଁରେ ମାସ୍କ ବାନ୍ଧିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କରୋନାର ଦ୍ୱିତୀୟ ଲହର ଯେଭଳି ଦ୍ରୁତ ବେଗରେ ସଂକ୍ରମିତ ହେଉଛି, ତାକୁ ଦେଖି ସୁର ସତର୍କ ହୋଇପଡିଥିବା ଅନୁମାନ କରାଯାଉଛି । କାରଣ ଅନେକ ସମୟରେ ସେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଥିଲା । ଏପରିକି ସାମ୍ବାଦିକମାନେ ପଚାରିଲେ, ମାସ୍କContinue reading “କରୋନାକୁ ଫୁ କରି ଉଡ଼ାଇଦେଉଥିବା କଂଗ୍ରେସ ବିଧାୟକଙ୍କ ଭିତରେ ପଶିଲା ଛନକା : ଶେଷରେ ଜଟଣୀ ବିଧାୟକ ସୁର ରାଉତରାୟ ପିନ୍ଧିଲେ ମାସ୍କ”

କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ : ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି;ବାହାର ରାଜ୍ୟର ବୋଟ ଉପରେ ଲାଗିବ କଟକଣା

କନକ ବ୍ୟୁରୋ : କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ । ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ । ବାହାର ରାଜ୍ୟର ବୋଟ ଉପରେ କଟକଣା ଲଗାଯିବା ସହ ବାହାର ରାଜ୍ୟର ବୋଟକୁ ଦେଖିଲେ ତୁରନ୍ତ ଜବତ କରାଯିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୩ଟି ମେରାଇନ୍ ଥାନାକୁ ଏନେଇ ଅବଗତ କରାଯାଇଛି । ବୋଟ ଏବଂ ମୋଟର ସାଇକେଲ ଦ୍ୱାରା ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁContinue reading “କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ : ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି;ବାହାର ରାଜ୍ୟର ବୋଟ ଉପରେ ଲାଗିବ କଟକଣା”

ବିହାର ପାଟନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ବାଡାକୁ ପିଟି ଗଙ୍ଗାନଦୀକୁ ଖସିପଡିଲା ଜିପ୍ । ୮ ଶବ ଉଦ୍ଧାର, ୧୦ ନିଖୋଜ

କନକ ବ୍ୟୁରୋ : ବିହାର ରାଜଧାନୀ ପାଟନାର ଦୀନାପୁର ଅଞ୍ଚଳରେ ଏକ ବଡ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ଜିପ୍ ପିପି ପୋଲ ରେଲିଂରେ ପିଟିହୋଇ ଗଙ୍ଗାନଦୀକୁ ଖସିପଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୦ ଜଣ ନିଖୋଜ ଅଛନ୍ତି । କୁହାଯାଉଛି କି ଏହି ଜିପ୍ ରେ ୨୦ ଜଣ ଯାତ୍ରୀ ଥିଲେ । ସୂଚନା ମୁତାବକ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ଏକ ଉଠାଣିଆ ରାସ୍ତା ଓContinue reading “ବିହାର ପାଟନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ବାଡାକୁ ପିଟି ଗଙ୍ଗାନଦୀକୁ ଖସିପଡିଲା ଜିପ୍ । ୮ ଶବ ଉଦ୍ଧାର, ୧୦ ନିଖୋଜ”

ପତଂଜଳୀ ପୀଠରେ ପଶିଲା କରୋନା : ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ବାବା ରାମଦେବଙ୍କ ପତଂଜଳି ଯୋଗପୀଠରୁ କରୋନା ସଂକ୍ରମିତ ଚିହ୍ନଟ । ପତଂଜଳି ଯୋଗପୀଠର ଭିନ୍ନ ଭିନ୍ନ ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି । ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏଥିରୁ ବର୍ତ୍ତିନାହିଁ ଉତ୍ତରାଖଣ୍ଡରେ ଥିବା ଯୋଗଗୁୁରୁ ବାବା ରାମଦେବଙ୍କ ପତଂଜଳି ପୀଠ । ସିଏମଓ ଡ.ଏସକେ ଝା ପତଂଜଳି ପୀଠରୁ ୮୩ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେContinue reading “ପତଂଜଳୀ ପୀଠରେ ପଶିଲା କରୋନା : ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ”

ନବୀନଙ୍କ ସହ ଫୋନରେ କଥା ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ଅକ୍ସିଜେନ୍ ଯୋଗାଣ ପାଇଁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଦ୍ଧବ ଠାକରେଙ୍କ ପ୍ରଶଂସା । ନବୀନଙ୍କୁ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ବିପଦ ସମୟରେ ସହାୟତ କରିଥିବାରୁ ଜଣାଇଲେ ଧନ୍ୟବାଦ୍ । ଅକ୍ସିଜେନ୍ ଯୋଗାଇଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଟୁଇଟ କରି ଲେଖିଛନ୍ତି ଯେ, ସେ ଫୋନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ସଂକଟ ସମୟରେ ଗୋଟିଏ ଦେଶ ଭାବରେ ମହାରାଷ୍ଟ୍ର ସହ ଓଡ଼ିଶା ଛିଡ଼ାContinue reading “ନବୀନଙ୍କ ସହ ଫୋନରେ କଥା ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ଅକ୍ସିଜେନ୍ ଯୋଗାଣ ପାଇଁ ଜଣାଇଲେ ଧନ୍ୟବାଦ”

ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

କନକ ବ୍ୟୁରୋ : ଆମ ରାଜ୍ୟରେ ବର୍ତମାନ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୁତାଣୁ ଶିଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ଼ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦିତୀୟ ଡ଼ୋଜ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି,  ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକାContinue reading “ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା”

Create your website with WordPress.com
Get started