ସୋସିଆଲ୍ ମିଡିଆରେ ସେଆର୍ କରୁଥିବା ଏହି meme ଷ୍ଟାରଙ୍କ ପ୍ରକୃତ ବୟସ କେତେ ଜାଣିଛନ୍ତି କି ? ସଠିକ୍ ବୟସ ଜାଣିଲେ ତାଜୁବ ହେବେ ନିଶ୍ଚୟ ।

କନକ ବ୍ୟୁରୋ: ସୋସିଆଲ୍ ମିଡିଆରେ କେବେ ନା କେବେ ଆପଣ ଏହି ଚେହେରା ନିଶ୍ଚୟ ଦେଖିଥିବେ । ବିଶେଷ କରି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ମିମସରେ । ଏହି ଚେହେରା ଆପଣଙ୍କୁ କେବେ ନା କେବେ ହସାଇଥିବ ଆଉ ତାକୁ ଆପଣ ସେଆର୍ କରିଥିବେ । ଆଉ ସେଆର୍ କଲାବେଳେ, ଏହା ଗୋଟିଏ ଛୋଟ ଛୁଆର ମଜାଳିଆ ଢଙ୍ଗ ବୋଲି ଭାବୁଥିବେ । ହେଲେ ପ୍ରକୃତ କଥା କହିଲେ ଆପଣ ନିଶ୍ଚୟ ତାଜୁବ ହେବେ ।Continue reading “ସୋସିଆଲ୍ ମିଡିଆରେ ସେଆର୍ କରୁଥିବା ଏହି meme ଷ୍ଟାରଙ୍କ ପ୍ରକୃତ ବୟସ କେତେ ଜାଣିଛନ୍ତି କି ? ସଠିକ୍ ବୟସ ଜାଣିଲେ ତାଜୁବ ହେବେ ନିଶ୍ଚୟ ।”

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ତଥାପି ଜେଲରେ ରହିବେ ପ୍ରଦୀପ ।

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଛି ସାମୟିକ ଆଶ୍ୱସ୍ତି। ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଜେଲରେ ଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ୨୪ ଲକ୍ଷ ଟଙ୍କାର କ୍ୟାସ ସିକ୍ୟୁରିଟି ଓ ୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଦିଆଯାଇଛି ଜାମିନ।Continue reading “ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ତଥାପି ଜେଲରେ ରହିବେ ପ୍ରଦୀପ ।”

ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଆଖିରେ ଧୁଳି ଦେବା ପାଇଁ ଅଭିନୟ ଉପାୟ ଅବଲମ୍ବନ 

କନକ ବ୍ୟୁରୋ : ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ । ପୋଲିସ ଆଖିରେ ଧୁଳି ଦେଇ ନିଶା ଦ୍ରବ୍ୟ କାରବାର ପାଇଁ ଏହିଭଳି ଅଭିନୟ ଉପାୟ ବାହାର କରିଛନ୍ତି ଗଞ୍ଜେଇ ମାଫିଆ । କୋରାପୁଟ ଲମତାପୁଟରୁ ଉତରପ୍ରଦେଶକୁ ଏହିଭଳି ଚୋରାଚାଲାଣ ହେଉଥିଲା ବସ୍ତାବସ୍ତା ଗଞ୍ଜେଇ । ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଚାଲାଣ ହେଉଥିବା ବେଳେ ଖବର ପାଇ ଚଢାଉ କରିଥିଲା ପୋଲିସ । ଏକ ୧୨ ଚକିଆ ଟ୍ରକରେ ଚାଲାଣ ବେଳେ ବହୁContinue reading “ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଆଖିରେ ଧୁଳି ଦେବା ପାଇଁ ଅଭିନୟ ଉପାୟ ଅବଲମ୍ବନ “

କଂଗ୍ରେସ ହାତରୁ ଗଲା ଆଉ ଗୋଟିଏ ରାଜ୍ୟ । ପୁଡୁଚେରୀରେ ରାଜ୍ୟପାଳଙ୍କ ଶାସନ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

କନକ ବ୍ୟୁରୋ : ପଡୁଚେରୀରେ ରାଜ୍ୟପାଳଙ୍କ ଶାସନ ନିମନ୍ତେ ଆଜି କେନ୍ଦ୍ର ବ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ପୁଡୁଚେରୀରେ କଂଗ୍ରେସ ସରକାରର ପତନ ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେଣୁ, ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ସୌନ୍ଦରରାଜନ ପଠାଇଥିବା ସୁପାରିସ ପତ୍ରଟି ଆଜି କ୍ୟାବିନେଟ୍‌ ବୈଠକରେ ପାରିତ ହୋଇଛି। ଏ ସପ୍ତାହ ପ୍ରାରମ୍ଭରେ ପୁଡୁଚେରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବ୍ୟର୍ଥ ହୋଇଥିଲେ। ସୂଚନାଯୋଗ୍ୟ, ବିଧାନସଭାContinue reading “କଂଗ୍ରେସ ହାତରୁ ଗଲା ଆଉ ଗୋଟିଏ ରାଜ୍ୟ । ପୁଡୁଚେରୀରେ ରାଜ୍ୟପାଳଙ୍କ ଶାସନ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌”

ହାତୀ ଆକ୍ରମଣରେ ମା’ ପୁଅ ମୃତ, ବାପା ଗୁରୁତର : ଗୁରୁତର ବାପାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର

କନକ ବ୍ୟୁରୋ : ମାଆ, ପୁଅଙ୍କୁ ଦଳିଦେଲା ଦନ୍ତା ହାତୀ । ସମ୍ବଲପୁର କୁଚିଣ୍ଡା ଥାନା ଭୋଜପୁର ରେଂଜ ଅଖରାଦଣ୍ଡ ଗାଁରେ ଦନ୍ତା ହାତୀ ଆକ୍ରମଣରେ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି  । ଗାଁ ନିକଟରେ ଇଟା ଗଢିବା ପାଇଁ ଏକ ଅସ୍ଥାୟୀ କୁଡ଼ିଆ କରି ମା ଓ ପୁଅ ରହୁଥିବା ବେଳେ ହାତୀ ଆସି ମାଆ ପୁଅଙ୍କୁ ଆକ୍ରମଣ କରିଥିଲା । ପୁଅକୁ କଚାଡ଼ି ଦୁଇ ଫାଳ କରିଥିବା ବେଳେ ମାକୁ ମଧ୍ୟ ମାରିContinue reading “ହାତୀ ଆକ୍ରମଣରେ ମା’ ପୁଅ ମୃତ, ବାପା ଗୁରୁତର : ଗୁରୁତର ବାପାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର”

ମହିଳାଙ୍କୁ ନିର୍ଯାତନାର ତିନି କାହାଣୀ : ଏସପିଙ୍କ ଆଗରେ ଫେରାଦ ହେଲେ ଡ଼ାକ୍ତର, ସେନା କର୍ମଚାରୀ ଓ ଇଂଜିନିୟରଙ୍କ ସ୍ତ୍ରୀ

କନକ ବ୍ୟୁରୋ : ଏବେ ଆମ ସମାଜରେ ଘରୋଇ ହିଂସା ଏକ ଚିରାଚରିତ ଘଟଣା ପାଲଟି ଯାଇଛି । ମାମଲା ଥାନାକୁ ଆସିଲେ ଜଣାପଡୁଛି । ନହେଲେ ବର୍ଷ ବର୍ଷ ଧରି ପାରିବାରକ ହିଂସାର ଶିକାର ହେଉଛନ୍ତି ମହିଳା । ହେଲେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଂଚିଥିବା ଏହି ୩ ମହିଳା । ଏମାନେ ଡାକ୍ତର, ସେନା କର୍ମଚାରୀ ଓ ଇଂଜିନିୟରଙ୍କ ପତ୍ନୀ । ଆମ ସମାଜରେ ଏଭଳି ଚାକିରିଆଙ୍କ ପ୍ରତି ସମସ୍ତଙ୍କ ମନରେ ବେଶ ସମ୍ମାନContinue reading “ମହିଳାଙ୍କୁ ନିର୍ଯାତନାର ତିନି କାହାଣୀ : ଏସପିଙ୍କ ଆଗରେ ଫେରାଦ ହେଲେ ଡ଼ାକ୍ତର, ସେନା କର୍ମଚାରୀ ଓ ଇଂଜିନିୟରଙ୍କ ସ୍ତ୍ରୀ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହେଲା ବିଶ୍ୱର ସବୁଠାରୁ ବଡ ମୋଟେରା କ୍ରିକେଟ ଗ୍ରାଉଣ୍ଡ । ରାଷ୍ଟ୍ରପତି କଲେ ଉଦଘାଟନ

କନକ ବ୍ୟୁରୋ : ଗୁଜୁରାଟର ଅହମଦାବାଦ ଠାରେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଗ୍ରାଉଣ୍ଡ ମୋଟେରାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୁଧବାର ଦିନ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ । ସବୁଠାରୁ ବଡକଥା ହେଉଛିContinue reading “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହେଲା ବିଶ୍ୱର ସବୁଠାରୁ ବଡ ମୋଟେରା କ୍ରିକେଟ ଗ୍ରାଉଣ୍ଡ । ରାଷ୍ଟ୍ରପତି କଲେ ଉଦଘାଟନ”

ଆନ୍ଧ୍ରପ୍ରଦେଶରେ ବାଙ୍କୀ ନାବାଳିକାକୁ ଅଟକ ରଖିଛି ଦଲାଲ : ଝିଅକୁ ଫେରାଇବା ପାଇଁ ଦାବି କରୁଛି ୫୦ହଜାର ଟଙ୍କା; ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କନକ ବ୍ୟୁରୋ : ସେହିଦିନୁ ଗାଁକୁ ଫେରିନି ଝିଅ । ଆମେ ଏଠି କୌଣସି  ଯାତ୍ରାର ଡାଏଲଗ କହୁନାହୁଁ କି କେଉଁ କାଳ୍ପନିକ ଧାରାବାହିକର ସଂଳାପ ମଧ୍ୟ କହୁନାହୁଁ  । ଏହେଉଛି ଏକ ନିଛକ ସତ୍ୟ ଘଟଣା । ଦଲାଲ ଦ୍ୱାରା ଜଣେ ନାବାଳିକା ନିର୍ଯ୍ୟାତିତାର କାହାଣୀ । ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁର ଜଣେ ୧୪ ବର୍ଷର ନାବାଳିକା କିଭଳି ଦଲାଲ ହାବୁଡରେ ପଡି ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଛି । ଆଉ ଝିଅକୁ ଘରକୁContinue reading “ଆନ୍ଧ୍ରପ୍ରଦେଶରେ ବାଙ୍କୀ ନାବାଳିକାକୁ ଅଟକ ରଖିଛି ଦଲାଲ : ଝିଅକୁ ଫେରାଇବା ପାଇଁ ଦାବି କରୁଛି ୫୦ହଜାର ଟଙ୍କା; ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ”

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା ।

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତ ମେ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମେ ୧୮ରୁ ଜୁନ୍ ୧୨ ଯାଏଁ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ଶିକ୍ଷାର ହେବ ପରୀକ୍ଷା । ତେବେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ ୨୮ରୁ ଆରମ୍ଭContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା ।”

ୟୁପିଏସସି ପରୀକ୍ଷା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଭର ଏଜ୍ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

କନକ ବ୍ୟୁରୋ : ୟୁପିଏସସି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ଓଭୟ ଏଜ୍ ପ୍ରାର୍ଥୀଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ । ସୂଚନା ଥାଉକି ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ବେଳେ ପରୀକ୍ଷା ଦେଇଥିବା ଓଭର ଏଜ୍ ପ୍ରାର୍ଥୀଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏଭଳି ରାୟContinue reading “ୟୁପିଏସସି ପରୀକ୍ଷା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଭର ଏଜ୍ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ”

Design a site like this with WordPress.com
Get started