ମାର୍ଚ୍ଚ ମାସରେ ପୁରା ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଲିଷ୍ଟ ଚେକ୍ କରି ଶୀଘ୍ର ସାରନ୍ତୁ ବ୍ୟାଙ୍କ କାର୍ଯ୍ୟ

କନକ ବ୍ୟୁରୋ : ସବୁ ବର୍ଷ ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ଏହି ମାସରେ ବ୍ୟାଙ୍କ ସହିତ ଜଡିତ ସମସ୍ତ କାର୍ଯ୍ୟ ବ୍ୟାଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ଅଧିକ ରହିଥାଏ । ଆପଣଙ୍କୁ କହିରଖୁ କି ଚଳିତ ବର୍ଷ ମାର୍ଚ୍ଚ ମାସରେ ପୁରା ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ କେଉଁ କେଉଁ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ତାର ଲିଷ୍ଟ ଯାଂଚ କରି ଶୀଘ୍ରContinue reading “ମାର୍ଚ୍ଚ ମାସରେ ପୁରା ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଲିଷ୍ଟ ଚେକ୍ କରି ଶୀଘ୍ର ସାରନ୍ତୁ ବ୍ୟାଙ୍କ କାର୍ଯ୍ୟ”

ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ : ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି ସାଂସଦ ?

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଘେରିଲେ ମନ୍ତ୍ରୀ ଅଶୋକ ପଣ୍ଡା । ବାଇ-ଲ ପ୍ରସଙ୍ଗରେ ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି, ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବାContinue reading “ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ : ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି ସାଂସଦ ?”

ପାମେଲା ଗୋସ୍ୱାମୀ କୋକିନ୍ ମାମଲା : ବିଜେପି ନେତା ରାକେଶ ସିଂଙ୍କୁ ଗିରଫ୍ କଲା କୋଲକତା ପୋଲିସ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଜେପି ନେତା ରାକେଶ ସିଂଙ୍କୁ ନିଶାଦ୍ରର୍ବ୍ୟ କାରବାରରେ ସଂପୃକ୍ତି ଥିବା ନେଇ କୋଲକତା ପୋଲିସ ଗିରଫ୍ କରିଛି । ମଙ୍ଗଳବାର ରାତିରେ ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି । କୋଲକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ରାକେଶଙ୍କୁ ଗିରଫ୍ କରିବାକୁ ଯାଇଥିବା ବେଳେ ବର୍ଦ୍ଧମାନ ସହରର ବନ୍ଧରଗାହ ଅଞ୍ଚଳର ବିଜେପି ରାଜ୍ୟ ସମିତି ସଦସ୍ୟଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେContinue reading “ପାମେଲା ଗୋସ୍ୱାମୀ କୋକିନ୍ ମାମଲା : ବିଜେପି ନେତା ରାକେଶ ସିଂଙ୍କୁ ଗିରଫ୍ କଲା କୋଲକତା ପୋଲିସ”

ସରପଂଚ ବାଛୁଛି ପିପିଲି ନୂଆ ଶାସନ ପଂଚାୟତ : ୧୨ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୪ହଜାର ୭ଶହ ଭୋଟର; ରେସରେ ତିନିଜଣ ପ୍ରାର୍ଥୀ

କନକ ବ୍ୟୁରୋ : ପିପିଲି ନୂଆ ଶାସନ ପଂଚାୟତରେ ପଂଚାୟତ ଉପନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ ୧୨ଟି ବୁଥରେ ପଂଚାୟତର ୪ହଜାର ୭ଶହ ଭୋଟର ମତଦାନ କରିବେ । ସରପଂଚ ପାଇଁ ୩ଜଣ ପ୍ରାର୍ଥୀ ହୋଇଥିବା ବେଳେ ଏମାନଙ୍କୁ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସୁରକ୍ଷିତ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପିପିଲି ପୋଲିସ । ପଂଚାୟତରେ ପୋଲିସ ପାଟ୍ରୋଲିଂ କରିବା ସହ ମ୍ଦାନ ଉପରେ ରଖିଛି ନଜର । ସେପଟେ,Continue reading “ସରପଂଚ ବାଛୁଛି ପିପିଲି ନୂଆ ଶାସନ ପଂଚାୟତ : ୧୨ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୪ହଜାର ୭ଶହ ଭୋଟର; ରେସରେ ତିନିଜଣ ପ୍ରାର୍ଥୀ”

ଶିକାରୀଙ୍କ ଆକ୍ରମଣରେ ୪ ବନକର୍ମଚାରୀ ଗୁରୁତର : ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି; ଉଦଳା ରେଞ୍ଜ ଜମୁଡିହା ଗାଁ ଘଟଣା

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶିକାରୀ ଆକ୍ରମଣରେ ବନ କର୍ମଚାରୀ ‌ଆହତ ହୋଇଥିବା ସୂଚନା ରହିଛି । ଆଜି ଶିମିଳିପାଳକୁ ଶିକାର କରିବା ପାଇଁ ଉଦଳାର ଜମୁଡ଼ିହା ଗାଁରୁ ପ୍ରାୟ ୬୦ରୁ ୭୦ ଜଣ ଶିକାରୀ ଯାଇଥିଲେ। ସେଠାରୁ ସେମାନେ ୨ଟା ସମ୍ବର ଶିକାର କରି ଆଣି ନିଜ ଭିତରେ ଭାଗ କରିଥିଲେ । ଜଣେ ଶିକାରୀ ତାଙ୍କ ଘରେ ୩୦ କିଲୋ ମାଂସ ଓ ୨ଟା ବନ୍ଧୁକContinue reading “ଶିକାରୀଙ୍କ ଆକ୍ରମଣରେ ୪ ବନକର୍ମଚାରୀ ଗୁରୁତର : ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି; ଉଦଳା ରେଞ୍ଜ ଜମୁଡିହା ଗାଁ ଘଟଣା”

ଜେଲରେ କଏଦୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ଫାର୍ମାସିଷ୍ଟ ! ୩୦ ଟି ଜେଲରେ ଆରମ୍ଭ ହେବ ତାଲିମ ପ୍ରକ୍ରିୟା

ଜେଲରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରହୁଥିବା କଏଦୀଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନିଆଯିବ? କେଉଁ ରୋଗୀଙ୍କର କେମିତି ଚିକିତ୍ସା କରାଯିବ? ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କର କେମିତି ଯତ୍ନ ନିଆଯିବ? ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଜେଲ୍‌ ହସ୍ପିଟାଲରେ ଥିବା ଫାର୍ମାସିଷ୍ଟ ମାନଙ୍କୁ ଏ ନେଇ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କଟକ ରେଞ୍ଜ ଅଧୀନରେ ଆସୁଥିବା ୩୦ଟି ଜେଲ୍‌ରେ ଏହି ତାଲିମ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ମାନସିକ ରୋଗରେ ଆକ୍ରାନ୍ତ,Continue reading “ଜେଲରେ କଏଦୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ଫାର୍ମାସିଷ୍ଟ ! ୩୦ ଟି ଜେଲରେ ଆରମ୍ଭ ହେବ ତାଲିମ ପ୍ରକ୍ରିୟା”

ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା : ୫୦ ହଜାର ଟଙ୍କାରୁ ପ୍ରୋତ୍ସାହନ ରାଶୀକୁ ବଢାଇଲେ ସରକାର

କନକ ବ୍ୟୁରୋ : ଏଣିକି ଦିବ୍ୟାଙ୍ଗଙ୍କୁ ବାହାହେଲେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ଏଥିପାଇଁ ୫୦ହଜାର ଟଙ୍କାର ପ୍ରୋତ୍ସାହାନ ରାଶି ମିଳୁଥିଲା । ଏବେ ଆଉ ଦୁଇ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶୀ ମିଳିବ । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମା । ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ଯୋଗ୍ୟ ଦମ୍ପତିଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ ।Continue reading “ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା : ୫୦ ହଜାର ଟଙ୍କାରୁ ପ୍ରୋତ୍ସାହନ ରାଶୀକୁ ବଢାଇଲେ ସରକାର”

ପୁଣି ବାଇଡେନଙ୍କ ଟିମ୍ ରେ ଚମକିଲେ ଭାରତୀୟ ମହିଳା । ‘କର୍ମଚାରୀ ପରିଚାଳନା କାର୍ଯ୍ୟାଳୟ’ ର ମୁଖ୍ୟ ହେଲେ କିରଣ ଆହୁଜା

କନକ ବ୍ୟୁରୋ : ‘କର୍ମଚାରୀ ପରିଚଳାନ କାର୍ୟ୍ୟାଳୟ’ର ମୁଖ୍ୟ ଭାବେ ଭାରତୀୟ-ଆମେରିକୀୟ ଓକିଲ ତଥା ଅଧିକାରକର୍ମୀ କିରଣ ଆହୁଜାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ମନୋନୀତ କରିଛନ୍ତି। ଏହି କାର୍ୟ୍ୟାଳୟ ଆମେରିକାର ଦୁଇ ନିୟୁତରୁ ଅଧିକ ବେସାମରିକ ସରକାରୀ କର୍ମଚାରୀଙ୍କୁ ପରିଚାଳନା କରେ। ଯୁକ୍ତରାଷ୍ଟ୍ର ଆମେରିକା ସରକାରରେ ଏହି ଶୀର୍ଷ ପଦବୀ ମଣ୍ଡନ କରିବାରେ ୪୯ ବର୍ଷୀୟ ଆହୁଜା ପ୍ରଥମ ଭାରତୀୟ-ଆମେରିକୀୟ ହେବେ ବୋଲି ସିନେଟ୍‌ ସୁନିଶ୍ଚିତ କରିଛି। ୨୦୧୫ରୁ ୨୦୧୭ ପର୍ୟ୍ୟନ୍ତ ଆହୁଜା ‘ଯୁକ୍ତରାଷ୍ଟ୍ରContinue reading “ପୁଣି ବାଇଡେନଙ୍କ ଟିମ୍ ରେ ଚମକିଲେ ଭାରତୀୟ ମହିଳା । ‘କର୍ମଚାରୀ ପରିଚାଳନା କାର୍ଯ୍ୟାଳୟ’ ର ମୁଖ୍ୟ ହେଲେ କିରଣ ଆହୁଜା”

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜି ବସୁଛି ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ବସୁଛି ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ । ପଶ୍ଚିମବଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ଡ଼େପୁଟି ନିର୍ବାଚନ କମିଶନ ସୁଦିପ ଜୈନ୍ । ଏହା ପୂର୍ବରୁ ସେଠାକୁ ୧୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ପଠାଯାଇଛି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ପ୍ରେସ ବିବୃତିରେ ସୁ ଚନା ଦିଆଯାଇଥିଲା । ଚଳିତ ବର୍ଷ ମେରୁContinue reading “୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜି ବସୁଛି ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ”

ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେବେ ଜାତୀୟ କ୍ରିକେଟର ମନୋଜ ତିୱାରୀ । ହୁଗୁଲିରେ ହେବାକୁ ଥିବା ରାଲିରେ ମମତାଙ୍କ ଉପସ୍ଥିତିରେ ଯୋଗଦେବା ନେଇ ସୂଚନା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଓ ନୁଆ ଚେହେରା ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜାତୀୟ କ୍ରିକେଟର ମନୋଜ ତିୱାରୀ ଆଜି ଟିଏମସିରେ ଯୋଗ ଦେବା ନେଇ ସୂଚନା ମିଳିଛି । ଆଜି ହୁଗୁଲି ଜିଲ୍ଲାର ଚିନସୁରରେ ହେବାକୁ ଥିବା ରାଲି ବେଳେ ମନୋଜ ତିୱାରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇ ପାରନ୍ତି । ସୂଚନା ଥାଉକି, ମନୋଜ ତିୱାରୀContinue reading “ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେବେ ଜାତୀୟ କ୍ରିକେଟର ମନୋଜ ତିୱାରୀ । ହୁଗୁଲିରେ ହେବାକୁ ଥିବା ରାଲିରେ ମମତାଙ୍କ ଉପସ୍ଥିତିରେ ଯୋଗଦେବା ନେଇ ସୂଚନା”

Design a site like this with WordPress.com
Get started