ନିର୍ବାଚନ ପୂର୍ବରୁ ପୁଣି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ଗୁଳି ମାରି ଟିଏମସି କର୍ମୀଙ୍କୁ ହତ୍ୟା । ବୋମା ଆକ୍ରମଣରେ ୩ ଆହତ

କନକ ବ୍ୟୁରୋ : ନିର୍ବାଚନ-ମୁହାଁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ମଙ୍ଗଳବାର ରାତିରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ଏବଂ ବୋମା ଆକ୍ରମଣରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ମୃତବ୍ୟକ୍ତିଙ୍କ ନାଁ ହେଉଛି ସୌଭିକ ଦଳାଇ। ଆହତମାନଙ୍କୁ ମିଦନାପୁର ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନାରାୟଣଗଡ଼ ଥାନା ଅଧୀନ ମକ୍ରମ୍‌ପୁର ଅଞ୍ଚଳରେ ରାସ୍ତାକଡ଼ରେ ବସିଥିବା ଏହି ଚାରିଜଣ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ବାଇକ୍‌ ଆରୋହୀ ଦୁର୍ବୃତ୍ତମାନେ ଆକ୍ରମଣContinue reading “ନିର୍ବାଚନ ପୂର୍ବରୁ ପୁଣି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ଗୁଳି ମାରି ଟିଏମସି କର୍ମୀଙ୍କୁ ହତ୍ୟା । ବୋମା ଆକ୍ରମଣରେ ୩ ଆହତ”

ଫେଲ ମାରିଲା ସାଇବର୍ ଲୁଟ୍ ତରିକା : ଆକାଉଣ୍ଟ ବ୍ଲକ୍ କରି ୩ଲକ୍ଷ ଟଙ୍କା ଫେରାଇଲା ପୋଲିସ; ଟଙ୍କା ଫେରିପାଇଲେ ଅନୁଗୁଳର ଯୁବକ

କନକ ବ୍ୟୁରୋ : ସାଇବର ଲୁଟ ମାମଲାରେ କମିସନରେଟ ପୁଲିସ ବଡ ସଫଳତା ମିଳିଛି । ସାଇବର ସେଲର ଉଦ୍ୟମ ପରେ ୩ଲକ୍ଷ ଟଙ୍କା ଫେରିପାଇଲେ ବାଳକାଟିରେ ରହୁଥିବା ଅନୁଗୁଳର ଯୁବକ । ଅନଲାଇ ଲୁଟେରା ତାଙ୍କ ଠାରୁ ୩ ଲକ୍ଷ ୧୭ ହଜାର ଟଙ୍କା ଠକିନେଇଥିଲେ, ଏନେଇ ଅଭିଯୋଗ ପାଇବା ପରେ କମିସନରେଟ ପୁଲିସ ତତ୍ପରତା ଦେଖାଇ ଲୁଟେରାଙ୍କ ଆକାଉଂଟ ବ୍ଲକ କରି ୩ଲକ୍ଷ ଟଙ୍କା ଉଦ୍ଧାର କରିଛି । ଠକେଇ ହୋଇଥିବା ବାକି ୧୭Continue reading “ଫେଲ ମାରିଲା ସାଇବର୍ ଲୁଟ୍ ତରିକା : ଆକାଉଣ୍ଟ ବ୍ଲକ୍ କରି ୩ଲକ୍ଷ ଟଙ୍କା ଫେରାଇଲା ପୋଲିସ; ଟଙ୍କା ଫେରିପାଇଲେ ଅନୁଗୁଳର ଯୁବକ”

ଆଠଗଡ ଖୁଣ୍ଟୁଣି ରେଞ୍ଜ ରାଉଳସାହିରେ ଅଭାବନୀୟ ଘଟଣା : ଘର ବାରଣ୍ଡାରେ ବସିଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

କନକ ବ୍ୟୁରୋ : ଗାଁରେ ପଶି ଘର ବାରଣ୍ଡାରେ ବସିଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା । ଆଠଗଡ ଖୁଂଟୁଣି ରେଞ୍ଜ ଅନ୍ତର୍ଗତ ରାଉଳସାହିରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ରାଉଳସାହିର ପୂର୍ଣ୍ଣଚନ୍ଦ୍ର ରାଉଳ ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ହାତୀ ଗାଁରେ ପଶି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲା । ବାରଣ୍ଡାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଟାଣିଆଣି ଗୋଡରେ ଦଳି ଦେଇଥିଲା । ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେContinue reading “ଆଠଗଡ ଖୁଣ୍ଟୁଣି ରେଞ୍ଜ ରାଉଳସାହିରେ ଅଭାବନୀୟ ଘଟଣା : ଘର ବାରଣ୍ଡାରେ ବସିଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା”

ଗାଧୋଇବାକୁ ଯାଇଥିବା ଯୁବକର ତଣ୍ଟି କାଟିଦେଲେ ଦୁର୍ବୃତ୍ତ : ଭଞ୍ଜନଗର ଥାନା ମୁଜାଗଡ ଗାଁରେ ଅଘଟଣ

କନକ ବ୍ୟୁରୋ : ଗାଧୋଇବାକୁ ଯାଇଥିବା ଯୁବକର ତଂଟି କାଟି ଦେଲେ ଦୁର୍ବୃତ୍ତ । ଗଂଜାମ ଜିଲ୍ଲା ଭଂଜନଗର ଥାନା ମୁଜାଗଡ ଗାଁରେ ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଜାଗଡ ବଡଦାଣ୍ଡ ସାହିର ବ୍ରହ୍ମେଶ୍ୱର ମୁଳି ଗତକାଲି ହାଟପଦା ସାହିର ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଦୁର୍ବୃତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ବ୍ରହ୍ମେଶ୍ୱରଙ୍କ ତଂଟି ଓ ହାତକୁ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବ୍ରହ୍ମେଶ୍ୱରContinue reading “ଗାଧୋଇବାକୁ ଯାଇଥିବା ଯୁବକର ତଣ୍ଟି କାଟିଦେଲେ ଦୁର୍ବୃତ୍ତ : ଭଞ୍ଜନଗର ଥାନା ମୁଜାଗଡ ଗାଁରେ ଅଘଟଣ”

ଜାଲ ବିଛାଇଛନ୍ତି ସାଇବର ଠକ । ନିଯୁକ୍ତି ଦେବା ନାରେ ଲୁଟୁଛନ୍ତି ଲକ୍ଷାଧୀକ ଟଙ୍କା, ସତର୍କ ରହିବାକୁ ପରାମର୍ଶ

ଦିନକୁ ଦିନ ସାଇବର ଠକମାନେ ନୂଆ ନୂଆ ତରିକା‌ରେ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରୁଛନ୍ତି । କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌ ଯୋଗୁଁ ଅନେ‌କେ ଚାକିରି ହରାଇଛନ୍ତି। ଚାକିରି ପାଇଁ ସେମାନେ ନିଯୁକ୍ତି ୱେବ୍‌ସାଇଟ୍‌ ଖେଳାଉଥିବାରୁ ସାଇବର୍‌ ଠକ ଏହାର ଫାଇଦା ନେଇ ଜାଲ ବିଛାଇଛନ୍ତି। ଅନ୍‌ଲାଇନ୍ ନିଯୁକ୍ତି ୱେବ୍‌ସାଇଟ୍‌କୁ ନକଲ କରି ଠକେଇ କରୁଛନ୍ତି। ଏବେ ସେମାନଙ୍କ ମୁଖ୍ୟ ଟାର୍ଗେଟ୍‌ରେ ଚାକିରି ଆଶାୟୀ ଯୁବକ ଯୁବତୀ। ବର୍ଷକ ଭିତରେ ପ୍ରାୟ ଦେଢ଼ଶହ ଯୁବକ ଯୁବତୀContinue reading “ଜାଲ ବିଛାଇଛନ୍ତି ସାଇବର ଠକ । ନିଯୁକ୍ତି ଦେବା ନାରେ ଲୁଟୁଛନ୍ତି ଲକ୍ଷାଧୀକ ଟଙ୍କା, ସତର୍କ ରହିବାକୁ ପରାମର୍ଶ”

ମଥୁରାରେ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ : ଯମୁନା ଏକ୍ସପ୍ରେସ ୱେରେ ଡିଜେଲ ଟ୍ୟାଙ୍କରକୁ ପିଟିଲା ଇନୋଭା କାର

କନକ ବ୍ୟୁରୋ : ଯମୁନା ଏକ୍ସପ୍ରେସ ୱେରେ ଡିଜେଲ ଟ୍ୟାଙ୍କରକୁ ପିଟିଲା ଇନୋଭା କାର । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ।ବିଳମ୍ବିତ ରାତ୍ରରେ ନୌଝିଲ୍‌ ଥାନା ନିକଟ ଯମୁନା ଏକ୍ସପ୍ରେସ ୱେରେ ଗୋଟାଏ ତେଲ ଟ୍ୟାଙ୍କର୍‌ ଏକ କାର୍‌ ସହ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ମଥୁରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୌରବ ଗ୍ରୋଭର୍‌ଙ୍କ କହିବା ଅନୁସାରେ, ଦୁର୍ଘଟଣାଟି ଭୟଙ୍କର ଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ୭ଜଣଙ୍କ ପ୍ରାଣହାନୀ ଘଟିଛି । ମୃତଦେହContinue reading “ମଥୁରାରେ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ : ଯମୁନା ଏକ୍ସପ୍ରେସ ୱେରେ ଡିଜେଲ ଟ୍ୟାଙ୍କରକୁ ପିଟିଲା ଇନୋଭା କାର”

ଲୋପ ପାଇବା ଉପରେ ପିଙ୍କ୍ ଡଲଫିନ୍ । ନଦୀ ଜଳ ପ୍ରଦୂଷିତ କାରଣରୁ ହୋଇପାରୁନି ବଂଶ ବିସ୍ତାର

ଆମାଜନ୍‌ ନଦୀ ଅବବାହିକାରେ ଏକଦା ବହୁ ସ˚ଖ୍ୟାରେ ଦେଖାଯାଉଥିବା ଗୋଲାପୀ ଡଲ୍‌ଫିନ୍‌ ଏବେ ଧ୍ବ˚ସାଭିମୁଖୀ। ନଦୀର ଉପରମୁଣ୍ତ ପ୍ରଦୂଷିତ ହେବା କାରଣରୁ ଏହି ପ୍ରଜାତିର ବ˚ଶ ବଢ଼ୁନାହିଁ। ସ˚ପ୍ରତି ସମଗ୍ର ଆମାଜନ୍‌ ଅବବାହିକାରେ ଏମାନଙ୍କ ସ˚ଖ୍ୟା ପଚାଶକୁ ହ୍ରାସ ପାଇଥିବା ଆଶଙ୍କା କରାଯାଉଛି। ଗୋଲାପୀ ଡଲ୍‌ଫିନ୍‌କୁ ନେଇ ସେଠାରେ ଏକ କିଂବଦନ୍ତି ପ୍ରଚଳିତ। ଏହି ଡଲ୍‌ଫିନ୍‌ ପ୍ରଜାତିର ସମସ୍ତେ ପୁରୁଷ ବୋଲି ସ୍ଥାନୀୟ ଅଧିବାସୀଙ୍କ ଧାରଣା ଏବ˚ ସେମାନେ ରାତିରେ ସୁନ୍ଦର ଯୁବକରେ ପରିଣତ ହୋଇ ସ୍ଥାନୀୟContinue reading “ଲୋପ ପାଇବା ଉପରେ ପିଙ୍କ୍ ଡଲଫିନ୍ । ନଦୀ ଜଳ ପ୍ରଦୂଷିତ କାରଣରୁ ହୋଇପାରୁନି ବଂଶ ବିସ୍ତାର”

ସୀମାବର୍ତ୍ତୀ ଓଡିଶା ଗାଁର ଲୋକେ ଛତିଶଗଡ ମୁହାଁ : ବରଗଡ ବିର୍ଜୁପାଲିର ୪୦ ପରିବାର ଚାଲିଗଲେ ପଡୋଶୀ ରାଜ୍ୟ

କନକ ବ୍ୟୁରୋ : ଓଡିଶାର ଲୋକ ଏବେ ଛତିଶଗଡର ନାଗରିକ । ଏ ହେଉଛି ଓଡିଶା-ଛତିଶଗଡ ସୀମା । ଓଡିଶା ଜମିରେ ରହିଛି, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ବିର୍ଜୁପାଲି ଗାଁ । ଆଉ ଏହି ନାଳ ପାରିହେଲେ ଛତିଶଗଡର ମଧୁଢିପା ଗାଁ । ଏହି ମଧୁଢିପାର ସମସ୍ତ ବାସିନ୍ଦା ଓଡିଶାର । ଛତିଶଗଡରେ ଅଧିକ ସୁବିଧା ସୁଯୋଗ ମିଳୁଥିବାରୁ ବିର୍ଜୁପାଲି ଗାଁରୁ ପ୍ରାୟ ୪୦ ପରିବାର ଯାଇ ମଧୁଢିପା ନାଁରେ ଗାଁ ବସେଇ ରହୁଛନ୍ତି ।Continue reading “ସୀମାବର୍ତ୍ତୀ ଓଡିଶା ଗାଁର ଲୋକେ ଛତିଶଗଡ ମୁହାଁ : ବରଗଡ ବିର୍ଜୁପାଲିର ୪୦ ପରିବାର ଚାଲିଗଲେ ପଡୋଶୀ ରାଜ୍ୟ”

ଶୀତ ଗଲା ଏବେ ଖରାରେ ସିଜିବ ସାରା ଓଡିଶା ! ଭୀଷଣ ତାତି ନେଇ ଆସୁଛି ଗ୍ରୀଷ୍ମ, ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରି ଛୁଇଁପାରେ ତାପମାତ୍ରା

ଦୁଇ ଦିନ ହେଲା ରାଜ୍ୟର ତାପମାତ୍ରା ଲଗାତାର ବଢ଼ିବା‌ରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭.୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ରୁ ୩ ଦିନରେ ତାପମାତ୍ରା ଆହୁରି ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେଣୁ ଚଳିତବର୍ଷ ଗରମ ଶୀଘ୍ରContinue reading “ଶୀତ ଗଲା ଏବେ ଖରାରେ ସିଜିବ ସାରା ଓଡିଶା ! ଭୀଷଣ ତାତି ନେଇ ଆସୁଛି ଗ୍ରୀଷ୍ମ, ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରି ଛୁଇଁପାରେ ତାପମାତ୍ରା”

ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ମୋଟେରାରେ ତୃତୀୟ ଟେଷ୍ଟ : ଅହମ୍ମଦାବାଦ ଯାଇ ନୂଆ ମୋଟେରା ଷ୍ଟାଡିୟମକୁ ଉଦଘାଟନ କରିବେ ରାଷ୍ଟ୍ରପତି

କନକ ବ୍ୟୁରୋ : ବିଶ୍ୱର ସବୁଠୁ ବଡ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ । ଗୁଜୁରାଟର ଅହମ୍ମଦାବାଦରେ ଆଜିଠୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ ଦିବାରାତ୍ର ଖେଳାଯିବ । ପ୍ରଥମ ଥର ପାଇଁ ନୂଆରେ ତିଆରି ହୋଇଥିବା ମୋଟେରା ଷ୍ଟାଡିୟମର ଆଜି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମରେ ୧ଲକ୍ଷ ୧୦ ହଜାର ଦର୍ଶକ ଦେଖି ମ୍ୟାଚ ଦେଖିପାରିବେContinue reading “ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ମୋଟେରାରେ ତୃତୀୟ ଟେଷ୍ଟ : ଅହମ୍ମଦାବାଦ ଯାଇ ନୂଆ ମୋଟେରା ଷ୍ଟାଡିୟମକୁ ଉଦଘାଟନ କରିବେ ରାଷ୍ଟ୍ରପତି”

Design a site like this with WordPress.com
Get started