ଉପରାଷ୍ଟ୍ରପତି ନିର୍ବାଚନ : ବିଜେପି ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିରୋଧରେ ଲଢିବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା

କନକ ବ୍ୟୁରୋ : ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି ମିଳିତ ବିରୋଧୀ ଦଳ । ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଟକ୍କର ଦେବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ଦିଲ୍ଲୀରେ ଗତକାଲି ବିରୋଧୀ ଦଳଙ୍କ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ମଙ୍ଗଳବାର ସେ ମିଳିତ ବିରୋଧୀ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନିଷ୍ପତ୍ତି କରିଛନ୍ତି ୧୭ଟି ବିରୋଧୀ ଦଳ । ଦୀର୍ଘଦିନ ଧରି କଂଗ୍ରେସ ରାଜନୀତି ସହ ଜଡିର ମାର୍ଗାରେଟ ଆଲଭା । ୨୦୧୨ରେ ତାଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ପୂର୍ବରୁ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ମଧ୍ୟ ସେ କାମ କରିଛନ୍ତି । ୨୦୦୮ରେ କର୍ଣ୍ଣାଟକରେ କଂଗ୍ରେସ ଟକେଟ ବିକ୍ରି ହେଉଥିବା ଅଭିଯୋଗ କରି ବେଶ ବିବାଦକୁ ଆସିଥିଲେ । ୧୯୭୪ରେ ସେ ପ୍ରଥମେ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୨ ପର୍ଯ୍ୟନ୍ତ ବାରମ୍ବାର ରାଜ୍ୟସଭା ସଦସ୍ୟ ରହିଥିବାବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସହ ଯୁବ ବ୍ୟାପାର ଓ କ୍ରୀଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୧୯୯୯ରେ ଉତର କାନାଡା ଆସନରୁ ଜିତି ଲୋକସଭାକୁ ଯାଇଥିଲେ । ହେଲେ ୨୦୦୪ରେ ପରାଜିତ ହେଲେ । ୨୦୦୪ରୁ ୦୯ ଯାଏଁ ଏଆଇସିସି ସାଧାରଣ ସଂପାଦକ ଭାବେ କାମ କରିଛନ୍ତି ମାର୍ଗାରେଟ ଆଲଭା ।

The post ଉପରାଷ୍ଟ୍ରପତି ନିର୍ବାଚନ : ବିଜେପି ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିରୋଧରେ ଲଢିବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started