Design a site like this with WordPress.com
Get started

ଗାଁକୁ ଆସୁନି ପାଣି। ଗରା, ବାଲଟି ଧରି ରାସ୍ତାରୋକ କଲେ କରଞ୍ଜିଆ ବ୍ଲକର ବିଉଁରିଆ ଗ୍ରାମବାସୀ

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ୍ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ୨୨୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କଲେ ବିଉଁରିଆ ଗାଁର ଲୋକେ । ଦୀର୍ଘ ଦିନ ହେଲା ଗାଁରେ ପାଣି ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଶତାଧିକ ମହିଳା ଗରା ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି । ସକାଳ ୮ଟାରୁ ରାଜରାସ୍ତାରେ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି । ଯାହା ଫଳରେ ରାସ୍ତାରେ ଗାଡ଼ି ମଟର ଅଟକି ରହିଛି । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ରହିଛନ୍ତି ।

The post ଗାଁକୁ ଆସୁନି ପାଣି। ଗରା, ବାଲଟି ଧରି ରାସ୍ତାରୋକ କଲେ କରଞ୍ଜିଆ ବ୍ଲକର ବିଉଁରିଆ ଗ୍ରାମବାସୀ first appeared on Kanak News.

from Kanak News
via <a href="https://ifttt.com/?

ବାହାନଗା ଟ୍ରେନ ଟ୍ରାଜେଡି: ୫୦ରୁ ଅଧିକ ମୃତକଙ୍କ ମିଳୁନାହିଁ ପରିଚୟ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ଏବେବି ୫୦ରୁ ଅଧିକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଯେଉଁମାନଙ୍କ ପରିଚୟ ମିଳିଛି ସେମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛିି । ଏଥିସହ ଆହତଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରଯାଉଛି । ଏବେ ସୁଦ୍ଧା ମୋଟ ୬୬୧ ମୃତକ ଏବଂ ଆହତଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ । ଏବାବଦକୁ ୨୨ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରଯାଇଛି । ତେବେ ଦୁର୍ଘଟଣା ସ୍ଥଳରେ ସମସ୍ତ ୪ଟି ଲାଇନ ଏବେ ଟ୍ରେନ ଚଳାଚଳ ପାଇଁ ଫିଟ୍ ଥିବା ସେ କହିଛନ୍ତି ।

The post ବାହାନଗା ଟ୍ରେନ ଟ୍ରାଜେଡି: ୫୦ରୁ ଅଧିକ ମୃତକଙ୍କ ମିଳୁନାହିଁ ପରିଚୟ first appeared on Kanak News.

from Kanak News
via <a href="https://ifttt.com/?

ପ୍ରମାଣ ନଥାଇ ଅଭିଯୋଗ କରାଯାଉଛି, ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ : ସଞ୍ଜୟ ନାୟକ

କନକ ବ୍ୟୁରୋ: ନିଜ ବିରୋଧରେ ଆସିଥିବା ଅଭିଯୋଗ ଖଣ୍ଡନ କଲେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । କହିଲେ ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ । ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି । କିଛି ଝିଅଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀ ଖରାପ ହେଉଛି ।

ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ହ୍ୱାଟସଆପ ଚାଟିଂରେ ସେ ଲେଖିଛନ୍ତି- ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏଥିରେ ସେ ଆହୁରି ଲେଖିଛନ୍ତି- ଏହି ନିମନ୍ତ୍ରଣ ରକ୍ଷା ନକରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି । ଏମିତିରେ ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରାଯିବା କେଉଁ ବାର୍ତା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପ୍ରଚାରୁଥିବା ଏଥିରେ ସେ ଲେଖିଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ଏବଂ ଏକପ୍ରକାର ମାନସିକ ନିର୍ୟାତନା ବୋଲି ପ୍ରଶ୍ନ ଉଠାଇଛନ୍ତି ଜାସ୍ମିନ ରଥ । ଏହି ଗ୍ରୁପରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ଜାସ୍ମିନଙ୍କ କଥା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏମିତି କି ତାଙ୍କ ସପକ୍ଷରେ ଥିବା ମତାମତ ଦେଇଛନ୍ତି ।

The post ପ୍ରମାଣ ନଥାଇ ଅଭିଯୋଗ କରାଯାଉଛି, ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ : ସଞ୍ଜୟ ନାୟକ first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ ତିଆରି ହେବ ୫୦ ନୂଆ ମେଡିକାଲ କଲେଜ, ୧ ଲକ୍ଷ ପାର କରିବ ଏମବିବିଏସ ସିଟ୍ ସଂଖ୍ୟା।

କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ମେଡିକାଲ କଲେଜ ଏବଂ ଏମବିବିଏସ ସିଟ୍ ସଂଖ୍ୟା ବଢିବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ବର୍ଷ ୫୦ ନୂଆ ମେଡିକାଲ କଲେଜକୁ ଅନୁମତି ଦେଇଛନ୍ତି । ଏହି ତାଲିକାରେ ୩୦ଟି ସରକାରୀ ଏବଂ ୨୦ ବେସରକାରୀ ମେଡିକାଲ କଲେଜ ସାମିଲ ରହିଛି । ସେହିଭଳି ବର୍ତ୍ତମାନ ଥିବା କଲେଜରେ ପାଖପାଖି ୨ ହଜାର ସିଟ୍ ବୃଦ୍ଧି କରାଯିବ । ଏହି ସଂଖ୍ୟା ବୃଦ୍ଧି ପରେ ଦେଶରେ ମେଡିକାଲ କଲେଜରେ ଏମବିବିଏସ ସିଟ ସଂଖ୍ୟା ୧ ଲକ୍ଷ ପାର କରିବ । ବିଭିନ୍ନ ରାଜ୍ୟରେ ଏ ସମସ୍ତ ନୂଆ କଲେଜ ଖୋଲିବାକୁ ଯାଉଛି ।

ଜାତୀୟ ଗଣମାଧ୍ୟମର ପ୍ରକାଶିତ ଖବର ଅନୁସାରେ ତେଲେଙ୍ଗାନାରେ ୧୩ ନୂଆ ମେଡିକାଲ କଲେଜ ଖୋଲିବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏବଂ ରାଜସ୍ଥାନରେ ୫ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ସେହିଭଳି ମହାରାଷ୍ଟ୍ରରେ ୪ଟି ଆସାମ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ତାମିଲନାଡୁରେ ୩ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ପଶ୍ଚିମବଙ୍ଗ, ଓଡିଶା ଏବଂ ଜମ୍ମୁକାଶ୍ମୀରରେ ୨ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ନାଗାଲାଣ୍ଡରେ ମଧ୍ୟ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

The post ଦେଶରେ ତିଆରି ହେବ ୫୦ ନୂଆ ମେଡିକାଲ କଲେଜ, ୧ ଲକ୍ଷ ପାର କରିବ ଏମବିବିଏସ ସିଟ୍ ସଂଖ୍ୟା। first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମବାହିନୀ

କନକ ବ୍ୟୁରୋ: ଦିଲ୍ଲୀର ଅଗ୍ନିଶମବାହିନୀ ଜୀବନକୁ ବାଜିରେ ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନକୁ ବଞ୍ଚାଇଦେଇଛନ୍ତି । ଦିଲ୍ଲୀର ବୈଶାଳୀ ଅଞ୍ଚଳରେ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଭିତରେ ଥିବା ୨୦ ନବଜାତ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

ଦମକଳବାହିନୀର ୯ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ରହିଥିଲେ । ଶୁକ୍ରବାର ସକାଳୁ ସକାଳୁ ଏହି ଘଟଣା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଗ୍ନିଶମବାହିନୀର ସଠିକ ସମୟରେ ପଦକ୍ଷେପ କାରଣରୁ ଅନେକ ଜୀବନ ବଞ୍ଚିଯାଇଛି ।

The post ଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁ, ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମବାହିନୀ first appeared on Kanak News.

from Kanak News
via <a href="https://ifttt.com/?

ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁ । ନିର୍ଦ୍ଧାରିତ ତାରିଖ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଗଣିବେ ତଣ୍ଡ

କନକ ବ୍ୟୁରୋ: ହାଇସିକ୍ୟୁରିଟୀ ନମ୍ବର ଲଗାଇନଥିବା ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜୁନ୍ ୨୩ରୁ ଜୋରଦାର ହେବ ଗାଡ଼ି ଯାଂଚ । ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଦେବାକୁ ପଡିବ ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାଞ୍ଚ ବେଳେ ନୂଆ ନମ୍ବର ପ୍ଲେଟ୍ ଲାଗିନଥିଲେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ । ଏକ ପ୍ରେସ ନୋଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ସଡ଼କ ସୁରକ୍ଷା ପରିବହନ କମିଶନର ଲାଲମୋହନ ସେଠୀ ।

ଚଳିତବର୍ଷ ଫେବୃୟାରୀ ୨୮ ତାରିଖ ସୁଦ୍ଧା ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପାଇଁ ସମୟ ସୀମା ଧାଯ୍ୟ କରାଯାଇଥିଲା । ଏହା ସତ୍ୱେ ଏବେ ବି ଅନେକ ଗାଡ଼ି ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଥିବା ଗାଡ଼ି ଚଳାଉଛନ୍ତି ।

The post ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁ । ନିର୍ଦ୍ଧାରିତ ତାରିଖ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଗଣିବେ ତଣ୍ଡ first appeared on Kanak News.

from Kanak News
via <a href="https://ifttt.com/?