କନକ ବ୍ୟୁରୋ : ୩୦ବର୍ଷ ଅପେକ୍ଷାର ହେଲା ଅନ୍ତ । ୩ଦଶନ୍ଧି ପରେ ଜ୍ଞାନବାପୀ ମସଜିଦ ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବୁଧବାର ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ବାରଣାସୀ କୋର୍ଟ ରାୟ ଶୁଣାଇଥିଲେ । ଏହାପରେ ଗୁରୁବାର ସକାଳୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ପୂଜାବେଳର ଭିଡିଓକୁ ନିଜ ସୋସିଆଲ ମିଡିଆContinue reading “୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା”
Tag Archives: News
କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀ
କନକ ବ୍ୟୁରୋ : ଗୋଟିଏ ପଟେ ସଂସଦରେ ବଜେଟ୍ ଆଗତ ହେଉଥିଲା, ସେପଟେ ରାସ୍ତାରେ ଶ୍ରମିକଙ୍କ ସହ ବସି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଥିବା ରାହୁଲ ଶ୍ରମିକଙ୍କ ସହ ଆଲୋଚନା କରୁଥିବା ଭିଡିଓ ସାମ୍ନାକୁ ଆସିଛି । ବିଡି ପ୍ରସ୍ତୁତ କରୁଥିବା ଶ୍ରମିକଙ୍କ ସହ ବେଶ କିଛି ସମୟ କାଟିଛନ୍ତି ରାହୁଲ । ଏହି ସମୟରେ ରାହୁଲContinue reading “କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀ”
ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶ
କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ପାଇଁ କାମଚଳା ବଜେଟରେ ସ୍ୱତନ୍ତ୍ର ଘୋଷଣା । ଭାରତୀୟ ପର୍ଯଟନକ୍ଷେତ୍ରର ଭିତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ଅନ୍ତରୀଣ ବଜେଟରେ ବଡ ଘୋଷଣା କରାଯାଇଛି । ଲାକ୍ଷାଦ୍ୱୀପକୁ ଅଧିକ ଆକର୍ଷିତ କରିବା ପାଇଁ ସରକାର କରିବେ ବଡ ନିବେଶ । ସରକାର କହିଛନ୍ତି ପର୍ଯ୍ୟଟନକ୍ଷେତ୍ରରେ ସବୁପ୍ରକାର ସୁବିଧା ଓ ବ୍ୟବସ୍ଥା ରହିଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆକର୍ଷିିତ ହେବେ । ତେଣୁ ଲାକ୍ଷାଦ୍ୱୀପରେ ପୋର୍ଟ କନେକ୍ଟବିଟି, ଟୁରିଜିମ ଇନଫାଷ୍ଟ୍ରକଚର ଓ ଅନ୍ୟାନ୍ୟContinue reading “ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶ”
ଅର୍ଥମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଶଂସା ମୋଦୀ କହିଲେ ଦେଶର ୪ ସମ୍ଭକୁ ମଜଭୁତ କରିବ କାମଚଳା ବଜେଟ
କନକ ବ୍ୟୁରୋ : ବଜେଟ ଉପସ୍ଥାପନ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏହି ବଜେଟ ଦେଶର ୪ ସମ୍ଭକୁ ଯଥା ଯୁବଗୋଷ୍ଠୀ, ମହିଳା, ଗରିବ ଓ ଚାଷୀଙ୍କୁ ମଜଭୁତ କରିବ । ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ । ୪୭.୬୭ ଲକ୍ଷ କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ୨୦୪୭ ବିକଶିତ ଭାରତ ଗଠନ ପାଇଁ ବ୍ୟବସ୍ଥା ହୋଇଛି । ଯୁବ ଭାରତରContinue reading “ଅର୍ଥମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଶଂସା ମୋଦୀ କହିଲେ ଦେଶର ୪ ସମ୍ଭକୁ ମଜଭୁତ କରିବ କାମଚଳା ବଜେଟ”
ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କାମଚଳା ବଜେଟରେ ୪୭ ଲକ୍ଷ ୬୬ ହଜାର କୋଟି ଟଙ୍କାର ବ୍ୟୟବରାଦ
କନକ ବ୍ୟୁରୋ : ୫୭ ମିନିଟର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଆମ ସରକାରଙ୍କ ୪ଟି ଜାତି । ଗରିବ, ମହିଳା, ଚାଷୀ ଓ ଯୁବବର୍ଗ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ବଜେଟ୍ରେ ମୋଟାମୋଟି ଏହି ୪ ବର୍ଗକୁ ଫୋକସ କରାଯାଇଛି । ଗରିବ – ୩କୋଟି ଗରିବଙ୍କ ମୁଣ୍ଡ ଉପରେ ଛାତ ନିର୍ମାଣ ସରିଛି, ଆଗାମୀ ୫ ବର୍ଷରେContinue reading “ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କାମଚଳା ବଜେଟରେ ୪୭ ଲକ୍ଷ ୬୬ ହଜାର କୋଟି ଟଙ୍କାର ବ୍ୟୟବରାଦ”
ସୋରେନଙ୍କୁ ହାତକଡ଼ି, ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ
କନକ ବ୍ୟୁରୋ : କିଛି ଘଂଟା ମଧ୍ୟରେ ବଦଳିଯାଇଛି ଝାଡ଼ଖଣ୍ଡ ରାଜ୍ୟରାଜନୀତିର ମାନଚିତ୍ର । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ପରେ ଏବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଏଣିକି ଚମ୍ପାଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଯିବା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ରାସ୍ତା ସଫା ହୋଇଛି । ଜେଏମଏମର ସବୁଠୁ ବରିଷ୍ଠ ନେତା ହେଉଛନ୍ତି ଚମ୍ପଇ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ଶିବ ସୋରେନContinue reading “ସୋରେନଙ୍କୁ ହାତକଡ଼ି, ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ”
ଜେଲରେ କଟିବ ହେମନ୍ତ ସୋରେନଙ୍କ ଆଜି ରାତି । ଦୁର୍ନୀତି ମାମଲାରୁ ଶୁଣାଣୀ କରି ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇଲେ ରାଂଚି ପିଏମଏଲଏ କୋର୍ଟ
କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆଜି ଜେଲରେ ବିତିବ ହେମନ୍ତଙ୍କ ରାତି । କୋର୍ଟରୁ ତାଙ୍କୁ ସିଧା ବିର୍ସା ମୁଣ୍ଡା ଜେଲକୁ ନିଆଯାଇଛି । ବୁଧବାର ରାତିରେ ଇଡି ହେମନ୍ତଙ୍କୁ ଗିରଫ କରିଥିଲା । ଗୁରୁବାର କଡ଼ା ସୁରକ୍ଷାବଳୟରେ ମଧ୍ୟରେ ରାଚିଂ ସ୍ୱତନ୍ତ୍ର ପିଏମଏଲଲ କୋର୍ଟରେ ହାଜର କରାଯାଇଥିଲା । ହେମନ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁContinue reading “ଜେଲରେ କଟିବ ହେମନ୍ତ ସୋରେନଙ୍କ ଆଜି ରାତି । ଦୁର୍ନୀତି ମାମଲାରୁ ଶୁଣାଣୀ କରି ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇଲେ ରାଂଚି ପିଏମଏଲଏ କୋର୍ଟ”
ବିର୍ସା ମୁଣ୍ଡା ଜେଲରେ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଇଡି କରିଛି ଗିରଫ
କନକ ବ୍ୟୁରୋ : ବିର୍ସା ମୁଣ୍ଡା ଜେଲ୍ ଗଲେ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ମାମଲାରେ ଫସିବା ପରେ ଇଡି ବୁଧବାର ତାଙ୍କୁ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି । ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ସରକାର ଗଠନ ପାଇଁ ବଳକଷୁଥିବା ଚର୍ଚ୍ଚା ହେଉଛି । ସେପଟେ ରାଂଚି ଜମି ଦୁର୍ନୀତି ମାମଲାରେ ଜେଏମଏମContinue reading “ବିର୍ସା ମୁଣ୍ଡା ଜେଲରେ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଇଡି କରିଛି ଗିରଫ”
ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ରାଜଧାନୀବାସୀ ହନ୍ତସନ୍ତ
କନକ ବ୍ୟୁରୋ : ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା । ଆଉ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ସ୍ୱଚ୍ଛତାକୁ ନେଇ ପୁରସ୍କୃତ ହୋଇଥିବା ସହରରେ ଦ୍ରୁ୍ଗନ୍ଧ ପାଇଁ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ସହର ଭିତରେ ଗାଡକଣ ଡ଼ମ୍ପିଂୟାର୍ଡ଼ର ର୍ଦୁଗନ୍ଧ କାରଣରୁ ହନ୍ତସନ୍ତ ହେଉଥିଲେ ସହରବାସି । ହେଲେ ଭୁବନେଶ୍ୱରର ଅନେକ ସ୍ଥାନରେ ଏହିଭଳି ଛୋଟ ଛୋଟ ଅସ୍ଥାୟୀ ଅଳିଆ ଗଦା ଦେଖିବାକୁ ମିଳିଛି, ଯାହା ସ୍ଥାନୀୟ ଲୋକଙ୍କContinue reading “ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ରାଜଧାନୀବାସୀ ହନ୍ତସନ୍ତ”
୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ପାଇଁ ବିଶାଳ ଆୟୋଜନ
କନକ ବ୍ୟୁରୋ : ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ । ଏଭଳି କିଛି ଆହ୍ୱାନ ଦେଇ ଫେବୃଆରି ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ । ଏନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶାଳ ଆୟୋଜନ । ଓଡିଆ ଭାଷା, ସଂସ୍କୃତିର ଗୌରବମୟ ଇତିହାସକୁ ମନ୍ଥନ କରାଯିବ । ମୟୁରଭଂଜରୁ ମାଲକାନଗିରି, କଟକରୁ କଳାହାଣ୍ଡି ଚାରିଆଡ଼େ ଶୁଭିବ ଭାଷା ସାହିତ୍ୟର ଗାଥା । ଭୁବନେଶ୍ୱର ଜନତା ମଇଦାନରେContinue reading “୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ପାଇଁ ବିଶାଳ ଆୟୋଜନ”