ବିଜେପିର ସଂଖ୍ୟାଲଘୁ ନେତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଅଳ୍ପକେ ବଞ୍ଚିଲା ଜୀବନ

କନକ ବ୍ୟୁରୋ: ମୁମ୍ବାଇରେ ବିଜେପି ସଂଖ୍ୟାଲଘୁ ମହିଳା ପ୍ରଦେଶ ଅଧ୍ୟକ୍ଷା ସୁଲତାନା ଖାନଙ୍କୁ ରବିବାର ରାତିରେ ସମୟରେ ମରଣାନ୍ତକ ଆକ୍ରମଣ ହୋଇଛି । ସୁଲତାନାଙ୍କ ଉପରେ କିଛି ଅଜଣା ଯୁବକ ଆକ୍ରମଣ ଏପରି ସମୟର କଲେ ଯେତେବେଳେ ସେ ରାତି ୧୧ ସମୟରେ ତାଙ୍କ ସ୍ୱାମୀଙ୍କ ସହ ଡାକ୍ତରଙ୍କ ପାଖକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ମଝିରେ ହିଁ କାର ରୋକିଦେଇ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଆହତ ବିଜେପି ନେତ୍ରୀଙ୍କ କହିବା ମୁତାବକ, ରାତି ପାଖାପାଖି ୧୧ ଟା ସମୟରେ ସେ ସ୍ୱାମୀଙ୍କ ସହ ଡାକ୍ତରଙ୍କୁ ଭେଟିବାକୁ ଯାଉଥିବାବେଳେ ମୀରା ରୋଡ ନିକଟରେ ରାସ୍ତା ମଝିରେ କାର ଆଗରେ ବାଇକ୍ ରଖି ଅଟକାଇଥିଲେ । କିଛି ବୁଝିବା ଆଗରୁ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ସୁଲତାନାଙ୍କୁ ଆକ୍ରମଣ କରିଥିଲେ । ବିକଳରେ ତାଙ୍କ ସ୍ୱାମୀ ତ୍ତଚିକ୍ରାର କରିବାରୁ ଲୋକେ ଜମା ହୋଇଯାଇଥିଲେ । ହେଲେ ଖସିପଳାଇଥିଲେ ଦୁର୍ବୁୃତ୍ତ । ସୁଲତାନାଙ୍କ ଶରୀରରୁ ରକ୍ତସ୍ରାବ ହେଉଥିବାରୁ ତାଙ୍କୁ ତୁରନ୍ତ ପାଖ ଇନ୍ଦିରା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଷ୍ଟେଟମେଣ୍ଟ ପାଇଁ ପହଞ୍ଚିଥିଲେ ବି ସୁଲତାନା ଆହତ ହୋଇଥିବା କାରଣରୁ କିଛି କହିବା ପରିସ୍ଥିତିରେ ନଥିଲେ । ତେବେ ଏଯାଏଁ ଦୁର୍ବୃ୍ତ୍ତଙ୍କ ପରିଚୟ ମିଳିପାରିନାହିଁ ।

The post ବିଜେପିର ସଂଖ୍ୟାଲଘୁ ନେତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଅଳ୍ପକେ ବଞ୍ଚିଲା ଜୀବନ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started