Design a site like this with WordPress.com
Get started

ହୀରାକୁଦ ଉପରମୁଣ୍ଡରେ ବର୍ଷା ବଢାଉଛି ଚିନ୍ତା : ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଆଉ ୬ଟି ଗେଟ

କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ଲାଗି ରହିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳ ସ୍ତର ବଢୁଛି । ହୀରାକୁଦର ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୨୭ ଦଶମିକ ୮୩ ଫୁଟ । ଜଳ ଭଣ୍ଡାରରୁ ୬ଟି ଗେଟ ଦେଇ ୧ଲକ୍ଷ, ୨୭ ହଜାର, ୧୯୪ କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଆଉ ୬ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ଗତ ୧୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ  ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଛି । ତେବେ ଏହା ଦୁର୍ବଳ ହୋଇ ଏବେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅବପାତ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି ।

ଅବପାତ ଓଡ଼ିଶା ଅତିକ୍ରମ କରିଯାଇଥିବାରୁ ରାଜ୍ୟରେ ଆଜିଠାରୁ ବର୍ଷା କମିବା ସହ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ତେବେ ଗତ ୧୧ ତାରିଖଠାରୁ ତିନିଦିନ ପାଇଁ ହୋଇଥିବା ଲଗାଣ ବର୍ଷା ଫଳରେ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଶେଷକରି ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ବୈତରଣୀରେ  ଜଳସ୍ତର ବିପଦ ସଂକେତ ନିକଟବର୍ତ୍ତୀ ରହିଛି । ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି ।

The post ହୀରାକୁଦ ଉପରମୁଣ୍ଡରେ ବର୍ଷା ବଢାଉଛି ଚିନ୍ତା : ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଆଉ ୬ଟି ଗେଟ first appeared on Kanak News.

from Kanak News
via <a href="https://ifttt.com/?

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

%d bloggers like this: