ବାଦଲ ଫଟା ବର୍ଷା ପଛରେ ବିଦେଶୀ ଷଡ଼ଯନ୍ତ୍ର ! ବନ୍ୟାସ୍ଥିତି ପରିଦର୍ଶନ ପରେ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

କନକ ବ୍ୟୁରୋ : ତେଲେଙ୍ଗାନାରେ ହୋଇଥିବା ବାଦଲ ଫଟା ବର୍ଷା ପଛରେ ବିଦେଶୀ ଷଡ଼ଯନ୍ତ୍ର ରହିଛି । ଏପରି ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ବନ୍ୟା ଅଞ୍ଚଳ ବୁଲିବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଥିଲେ, ଆଗରୁ ବାଦଲଫଟା ଶବ୍ଦ ଆମେ କାନ ଉଠିଲା ଦିନୁ ଶୁଣି ନଥିଲୁ । ଲୋକେ କହୁଛନ୍ତି ଏହା ପଛରେ ଷଡ଼ଯନ୍ତ୍ର ଅଛି, କେତେକ ବାହାର ଦେଶର ଲୋକ ଜାଣିଶୁଣି ଭାରତର କେତେକ ଅଂଚଳରେ ବାଦଲଫଟା ବର୍ଷା କରାଉଛନ୍ତି ।

ଏକଥା କେତେ ସତ ସେ ନିଜେ ଜାଣିନଥିବା କହିଛନ୍ତି । ପୂର୍ବରୁ ଲଦାଖରେ ସେମାନେ ଏଭଳି କରିଥିବା ବେଳେ ଏବେ ଉତ୍ତରାଖଣ୍ଡରେ କରିଥିବା ସେ କହିଛନ୍ତି । ଯେଉଁଥିପାଇଁ ଦେଶରେ ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଥିବା ସେ କହିଛନ୍ତି । ତେଣୁ ଦେଶର ଜନସାଧାରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବିଜେପି ବିରୋଧୀ କେସିଆର କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଖ୍ୟମନ୍ତ୍ରୀ ଯେତେବେଳେ ଏପରି ବିବୃତି ରଖିଥିଲେ ସେତେବେଳେ ମୁଖ୍ୟ ଶାସନ ସଚିବ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

The post ବାଦଲ ଫଟା ବର୍ଷା ପଛରେ ବିଦେଶୀ ଷଡ଼ଯନ୍ତ୍ର ! ବନ୍ୟାସ୍ଥିତି ପରିଦର୍ଶନ ପରେ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started