ଆଜିଠୁ ରାଜସ୍ଥାନରେ ଭଜନଲାଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ, ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ କଳରାଜ ମିଶ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଜନଲାଲ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥଗ୍ରହଣ କରିଛନ୍ତି । #WATCH | BJP leader Bhajanlal Sharma takes oath as theContinue reading “ଆଜିଠୁ ରାଜସ୍ଥାନରେ ଭଜନଲାଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ, ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।”

ସୁସ୍ଥ ହେଉଛି ବୋରୱେଲରୁ ଉଦ୍ଧାର ହେଉଥିବା ଶିଶୁ । ଆଜି ପ୍ରଥମ ଥର ପାଇଁ ଦିଆଗଲା କ୍ଷୀର

କନକ ବ୍ୟୁରୋ : ସୁସ୍ଥ ହେଉଛି ବୋରୱେଲ ଭିତରୁ ଉଦ୍ଧାର ହେଉଥିବା ଶିଶୁ । ଏବେ ଧୀରେ ଧୀରେ ସୁସ୍ଥ ହେଉଛି କୁନି । ଆଜି ପ୍ରଥମ ଥର ପାଇଁ ଶିଶୁକୁ ଦିଆଯାଇଛି କ୍ଷୀର । ଏବେ ସଂକ୍ରମଣ ମଧ୍ୟ କମିବା ଆରମ୍ଭ କରିଛି । ଭୀମସାର ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି । ଗତକାଲି ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା ରହିଥିଲା । ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ସଂକ୍ରମଣ ବଢ଼ିଥିବା କହିଥିଲେContinue reading “ସୁସ୍ଥ ହେଉଛି ବୋରୱେଲରୁ ଉଦ୍ଧାର ହେଉଥିବା ଶିଶୁ । ଆଜି ପ୍ରଥମ ଥର ପାଇଁ ଦିଆଗଲା କ୍ଷୀର”

ସଂସଦରୁ ନିଲମ୍ବିତ ସାଂସଦଙ୍କ ପ୍ରତିବାଦ । ବିରୋଧୀଙ୍କ ସହ ମିଶି ଗାନ୍ଧୀ ମୂର୍ତୀ ତଳେ ବିକ୍ଷୋବ ପ୍ରଦର୍ଶନ

କନକ ବ୍ୟୁରୋ : ସଂସଦରୁ ନୀଲମ୍ବିତ ସାଂସଦଙ୍କ ପ୍ରତିବାଦ । ସଂସଦ ପରିସର ଭିତରେ ଥିବା ଗାନ୍ଧୀ ମୂର୍ତି ତଳେ ହାତରେ ପ୍ଲା-କାର୍ଡ ଧରି ପ୍ରତିବାଦ କରିଛନ୍ତି ନୀଲମ୍ବିତ ସାଂସଦ । ଗତକାଲି ୧୩ଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଅବଶିଷ୍ଟ ଶୀତ ଅଧିବେଶନରୁ ନୀଲମ୍ବିତ କରାଯାଇଥିଲା । ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ହଙ୍ଗାମା କରୁଥିବାରୁ ଏହି ସମସ୍ତ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ତେବେ ଗତକାଲି ସସପେଣ୍ଡ ହେବା ପରେ ଆଜିContinue reading “ସଂସଦରୁ ନିଲମ୍ବିତ ସାଂସଦଙ୍କ ପ୍ରତିବାଦ । ବିରୋଧୀଙ୍କ ସହ ମିଶି ଗାନ୍ଧୀ ମୂର୍ତୀ ତଳେ ବିକ୍ଷୋବ ପ୍ରଦର୍ଶନ”

ପାକିସ୍ତାନରେ ଏଥର ନୱାଜ ସରିଫ ବନାମ ବିଲାୱାଲ ଭୁଟ୍ଟୋ  । ସେନା କାହାକୁ ପ୍ରଧାନମନ୍ତ୍ରୀ କରିବ ?

ଏକଦା PML-N ଏବଂ PPP ଏକତ୍ର ସରକାର ଚଳାଉଥିଲେ, କିନ୍ତୁ ଏଥର ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ରାଜନୀତିରେ ପରିବର୍ତ୍ତନ ଆସିଛି । ପିପିପି ବିଲାୱାଲ ଭୁଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏହାଦ୍ୱାରା ନିର୍ବାଚନ ପ୍ରତିଯୋଗିତା ଅତ୍ୟନ୍ତ ରୋଚକ ହେବାକୁ ଯାଉଛି ।  ପ୍ରଧାନମନ୍ତ୍ରୀ ପଦ ପାଇଁ ନୱାଜ ସରିଫ ମଧ୍ୟ ନିଜର ଅଭିଯାନକୁ ଜୋର କରିଛନ୍ତି । ପାକିସ୍ତାନର ରାଜନୈତିକ ପିଚରେ ଇମ୍ରାନ ଖାନଙ୍କ ୱିକେଟ୍ ଖସିଯିବା ପରେ ବର୍ତ୍ତମାନ ଫିଲ୍ଡିଂରେ ପରିବର୍ତ୍ତନContinue reading “ପାକିସ୍ତାନରେ ଏଥର ନୱାଜ ସରିଫ ବନାମ ବିଲାୱାଲ ଭୁଟ୍ଟୋ  । ସେନା କାହାକୁ ପ୍ରଧାନମନ୍ତ୍ରୀ କରିବ ?”

ଫେବ୍ରୁଆରି ୧୬ରୁ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

କନକ ବ୍ୟୁରୋ : ଫେବ୍ରୁଆରି ୧୬ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୨୦ଯାଏଁ ଚାଲିବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା । ପ୍ରଥମେ ୧୬ତାରିଖ ଦିନ ବଜ୍ଞାନ ପରୀକ୍ଷା ରହିଛି । ପରଦିନ ଅର୍ଥାତ୍ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ । ମାର୍ଚ୍ଚ ୨୦ ତାରିଖ ଯାଏଁContinue reading “ଫେବ୍ରୁଆରି ୧୬ରୁ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା”

ଟୋକେଇରେ ନକଲି ଟଙ୍କା ରଖି ପ୍ରତିବାଦ କଲା ବିଜେପି । ଆଇଟି ରେଡରେ ଜବତ ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ସିବିଆଇ ତଦନ୍ତ ପାଇଁ କଲା ଦାବି ।

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ଠାରୁ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ପରେ ବଢୁଛି ପ୍ରତିବାଦ । ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି ବିଜେପି । ଭୁବନେଶ୍ୱର କଳ୍ପନା ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡ଼ି ସରକାର ବିରୁଦ୍ଧରେ ଧାରଣା ଦେଇଛି ବିଜେପିContinue reading “ଟୋକେଇରେ ନକଲି ଟଙ୍କା ରଖି ପ୍ରତିବାଦ କଲା ବିଜେପି । ଆଇଟି ରେଡରେ ଜବତ ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ସିବିଆଇ ତଦନ୍ତ ପାଇଁ କଲା ଦାବି ।”

ଜାନୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ରାଜ୍ୟ ସଙ୍ଗଠନର ରିପୋର୍ଟ କାର୍ଡ ଦେଲେ ପିସିସି ସଭାପତି ।

କନକ ବ୍ୟୁରୋ : ନୂଆବର୍ଷରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଜାନୁଆରୀରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗତକାଲି ଦିଲ୍ଲୀରେ ଖଡଗେଙ୍କୁ ଭେଟି ଓଡ଼ିଶା କଂଗ୍ରେସ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଦଳ ରାଜ୍ୟରେ କଣ ସବୁ କାର୍ଯ୍ୟକ୍ରମ କରିଛି ତାହାର ରିପୋର୍ଟ ନେଇଛନ୍ତି ଖଡଗେ । ବୈଠକ ପରେContinue reading “ଜାନୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ରାଜ୍ୟ ସଙ୍ଗଠନର ରିପୋର୍ଟ କାର୍ଡ ଦେଲେ ପିସିସି ସଭାପତି ।”

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । ଭାରତର କୌଣସି ଖେଳାଳି ଆଗାମୀ ଦିନରେ ପିନ୍ଧିପାରିବେ ନାହିଁ ମାହିଙ୍କ ନମ୍ବରର ଜର୍ସି

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଏହି ନମ୍ବରରେ ଜର୍ସି ପିନ୍ଧୁଥିଲେ । ସେ ଅବସର ନେବା ପରେ ଏହି ଜର୍ସିକୁ ମଧ୍ୟ ଅବସର ଦେବାକୁ ବିସିସିଆଇ ନିଷ୍ପତି ନେଇଥିବା ସୂଚନା ରହିଛି । ଅର୍ଥାତ ଆଗାମୀ ଦିନରେ ୭ ନମ୍ବର ଲେଖାଥିବା ଜର୍ସି କୌଣସି ଖେଳାଳି ପିନ୍ଧିପାରିବେ ନାହିଁ । ୨୦୨୦ ମସିହା ଅଗଷ୍ଟ ୧୫ରେ ଧୋନୀ ଅନ୍ତର୍ଜାତୀୟ ଦିନିକିଆContinue reading “ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । ଭାରତର କୌଣସି ଖେଳାଳି ଆଗାମୀ ଦିନରେ ପିନ୍ଧିପାରିବେ ନାହିଁ ମାହିଙ୍କ ନମ୍ବରର ଜର୍ସି”

ହାଇକୋର୍ଟରେ ଜବାବ ରଖିବା ପରେ ଆକ୍ସନ ମୋଡରେ କଟକ ମହାନଗର ନିଗମ । ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କଲା ଏନଫୋର୍ସମେଣ୍ଟ୍ ଟିମ୍

କନକ ବ୍ୟୁରୋ : କଟକରେ ବେଆଇନ୍ ମାଂସ କଟା ଉପରେ ଚଢାଉ । ସହରର ବିଭିନ୍ନ ରାସ୍ତାକଡ ଏବଂ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟା ଉପରେ ଚଢାଉ କରି ଦୋକାନ ବନ୍ଦ କରିଛି ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ । ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମିଳିତ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ୍ କଟକ ଅରୁଣୋଦୟ ମାର୍କେଟ ରାସ୍ତା କଡରେ ଥିବା ଏକ ବେଆଇନ୍ ମାଂସ କଟା ଦୋକାନ ଉପରେ ଚଢାଉ କରିଥିଲା ।Continue reading “ହାଇକୋର୍ଟରେ ଜବାବ ରଖିବା ପରେ ଆକ୍ସନ ମୋଡରେ କଟକ ମହାନଗର ନିଗମ । ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କଲା ଏନଫୋର୍ସମେଣ୍ଟ୍ ଟିମ୍”

କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ୍ । ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

କନକ ବ୍ୟୁରୋ : କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ । ମାଓବାଦୀଙ୍କୁ ଉଭୟ ପଟୁ ଘେରି ସର୍ଚ୍ଚ ଅପରେସନ୍ ଜାରିରଖିଛନ୍ତି ୧୨ଟି ଟିମ୍ । କନ୍ଧମାଳ ପଟୁ ୭ ଟି ଏବଂ ବୌଦ୍ଧ ପଟୁ ୫ ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଗତକାଲି ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ କୌଣସି ଯବାନ ଆହତ ହୋଇନଥିବା ସୂଚନା ମଳିଛି ।Continue reading “କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ୍ । ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ”

Design a site like this with WordPress.com
Get started