ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା ।

କନକ ବ୍ୟୁରୋ: କୋଭିଡ ଜନିତ ମୃତ୍ୟୁ ହେଲେ ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବେ । ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହିି କ୍ଷତିପୂରଣ ଦିଆଯିବ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନଙ୍କ ମାଧ୍ୟମରେ କ୍ଷତିପୂରଣ ମୃତକଙ୍କ ପରିବାର ପାଖରେ ପହଞ୍ଚିବ । କୋଭିଡ ରିଲିଫ ଓ ପ୍ରସ୍ତୁତି ଜନିତ କାର୍ଯ୍ୟରେ ସାମିଲ ଥିବାContinue reading “ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା ।”

ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ୍ ଭ୍ୟାକ୍ସିନକୁ ଦେଲା ମାନ୍ୟତା ।

କନକ ବ୍ୟୁରୋ: ବ୍ରିଟେନର କୋଭିସିଲ୍ଡ ଟିକାକୁ ନେଇ କଟକଣା ବିରୋଧରେ ଭାରତର କଡା ସମାଲୋଚନା ପରେ ବ୍ରିଟିସ ସରକାରଙ୍କ ତରଫରୁ ନୂଆ ଯାତ୍ରା ନୀତି କରାଯାଇ କୋଭିସିଲ୍ଡକୁ ମଞ୍ଜୁରି ଦିଆଯାଇଛି । ଭାରତର କଡା ଚେତାବନୀ ପରେ ୨ ଡୋଜ ଭ୍ୟାକସିନ ନେଇଥିବା ଭାରତୀୟ ନାଗରିକ ବ୍ରିଟେନ ଯାତ୍ରା ଉପରୁ କଟକଣା ହଟାଇଛି ବ୍ରିଟେନ୍ । କୋଭିସିଲ୍ଡ୍ ଟିକା ନେଇଥିଲେ ୧୦ ଦିନିଆ ସଂଗରୋଧ ପୂର୍ବରୁ ବାଧ୍ୟତାମୂଳକ ଥିଲା । ଯାହାକୁ ଏବେ ହଟାଇଛି ବ୍ରିଟେନ ।Continue reading “ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ୍ ଭ୍ୟାକ୍ସିନକୁ ଦେଲା ମାନ୍ୟତା ।”

ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ବାଘମ୍ବରୀ ମଠରେ ମନ୍ତ୍ର ଉଚ୍ଚାରଣ ସହ ସମାଧି ।

କନକ ବ୍ୟୁରୋ: ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଯାଇଛି ଭୂ-ସମାଧି । ୟୁପି ପ୍ରୟାଗରାଜ ସ୍ଥିତ ବାଘମ୍ବରୀ ମଠରେ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମନ୍ତ୍ର ଉଚ୍ଚାରଣ ଭିତରେ ସମାଧି ଦିଆଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ସାଧୁ ସନ୍ଥ । ବିଭିନ୍ନ ଆଖଡା ଓ ମଠର ସାଧୁସନ୍ଥ ନରେନ୍ଦ୍ର ଗିରିଙ୍କ ସମାଧି ବେଳେ ସେଠାରେ ଉପସ୍ଥିତ ରହିଛନ୍ତି । ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁContinue reading “ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ବାଘମ୍ବରୀ ମଠରେ ମନ୍ତ୍ର ଉଚ୍ଚାରଣ ସହ ସମାଧି ।”

ଦିଲ୍ଲୀର ଦମଦାର ବୋଲିଂ । ପ୍ରଥମ ଇଂନିସରେ ୧୩୪ ରନ୍ କଲା ହାଇଦ୍ରାବାଦ । ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୩୫ ।

କନକ ବ୍ୟୁରୋ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବୋଲିଂ । ଆଜି ମ୍ୟାଚର ପ୍ରଥମ ଇଂନିସରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି ସନରାଇଜର୍ସ ହାଇଦ୍ରାବାଦ । ତେବେ ପ୍ରଥମ ଇଂନିସରେ ଦିଲ୍ଲୀର ଦବଦବା ଦେଖିବାକୁ ମିଳିଛି । ଆଉ ଏହି ମ୍ୟାଚକୁ ଜିତିବାକୁ ହେଲେ ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ରହିଛି ୧୩୫ ରନ୍ । ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳ ପାଇଁ ରିଦ୍ଧିମାନ ଶାହାContinue reading “ଦିଲ୍ଲୀର ଦମଦାର ବୋଲିଂ । ପ୍ରଥମ ଇଂନିସରେ ୧୩୪ ରନ୍ କଲା ହାଇଦ୍ରାବାଦ । ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୩୫ ।”

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ମୋଦି-ବାଇଡେନ୍ ସାକ୍ଷାତ୍ ଉପରେ ନଜର 

କନକ ବ୍ୟୁରୋ: ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାତ୍ରା କରିଛନ୍ତି ମୋଦି ଆଉ ଆମେରିକା ଉଦ୍ଦେଶ୍ୟରେ ନିଜ ଯାତ୍ରା ପୂର୍ବରୁ ମୋଦି କହିଛନ୍ତି… “ଆମେରିକା ଯାତ୍ରାରେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବି.. ଏଥିରେ ଭାରତ-ଆମେରିକାର ବ୍ୟାପକ ରଣନୀତି ସହଯୋଗ ନେଇ ସମୀକ୍ଷା କରିବି..  ପରସ୍ପର ସ୍ୱାର୍ଥ ନେଇ ଆଲୋଚନା କରିବା ସହContinue reading “ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ମୋଦି-ବାଇଡେନ୍ ସାକ୍ଷାତ୍ ଉପରେ ନଜର “

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡକୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ବିଜେଡି-ବିଜେପି ।

କନକ ବ୍ୟୁରୋ: ବଲାଙ୍ଗୀରରେ ଶୁଭାରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀରରେ ହିତାଧିକାରୀଙ୍କୁ ସ୍କାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ସାଢେ ୪ ଲକ୍ଷ ଲୋକ ଉପକୃତ ହେବେ । ତେବେ କାହାର ଯୋଜନା ଭଲ ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବନାମ ଆୟୁଷ୍ମାନContinue reading “ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡକୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ବିଜେଡି-ବିଜେପି ।”

ବିଶ୍ୱ ଦେଖିବ ପାଇକ ବିଦ୍ରୋହ । ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଧାରାବାହିକ ।

କନକ ବ୍ୟୁରୋ: ବକ୍ସି ଜଗବନ୍ଧୁ, ଏହି ନାଁକୁ ଶୁଣିବା ମାତ୍ରେ ପ୍ରତ୍ୟେକ ଓଡ଼ିଆଙ୍କ ଦେହରେ ଶିହରଣ ଖେଳିଯାଏ । ଦେଶପ୍ରେମର ଏହି ସର୍ବୋଚ୍ଚ ବଳିଦାନକୁ ନେଇ ପୂରା ଜାତିର ଛାତି ଗର୍ବରେ ଫୁଳିଉଠେ । ଆଉ ଏବେ ସାରା ଦେଶ ଦେଖିବ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ବଳିଦାନର ଅମର ଗାଥା । ଟିଭି ଚ୍ୟାନେଲ ଷ୍ଟାର ପ୍ଲସ ଓ ହଟ ଷ୍ଟାର ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଧାରାବାହିକ ବିଦ୍ରୋହୀ । ଯେଉଁଥିରେContinue reading “ବିଶ୍ୱ ଦେଖିବ ପାଇକ ବିଦ୍ରୋହ । ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଧାରାବାହିକ ।”

କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ହାସଲ ପାଇଁ ବିବାହର ପ୍ରଲୋଭନ ଦେଖାଉଥିଲେ ପାକିସ୍ତାନୀ ଯୁବତୀ । ପଢନ୍ତୁ, କେମିତି ଲୁଟୁଥିଲେ ତଥ୍ୟ…

କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ବଦଳରେ ବିବାହର ପ୍ରତିଶୃତି । ଡିଆରଡିଓ ତଥ୍ୟ ଚୋରୀ ମାମଲାରେ ସାମ୍ନାକୁ ଆସିଛି ଏମିତି ସାଂଘାତିତ ତଥ୍ୟ । ଭିନ୍ନ ଭିନ୍ନ ନାଁରେ ପ୍ରେମର ଜାଲରେ ଫସାଉଥିଲେ ରହସ୍ୟମୟୀ ଯୁବତୀ । କ୍ରାଇମ ବ୍ରାଞ୍ଚର ଜେରା ପରେ ଏଭଳି ସତ ଓଗାଳୁଛନ୍ତି ଅଭିଯୁକ୍ତ । ଅଚିହ୍ନା ଯୁବତୀ ଅଭିଯୁକ୍ତମାନଙ୍କ ସହ ଫେସବୁକରେ ଚାଟ କରିବା ପରେ ବିବାହର ମିଛ ଅଫର ଦେଉଥିଲେ । ବିବାହ ଅଫର ପାଇବା ପରେ  ସବୁ କିଛି କରିବାକୁContinue reading “କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ହାସଲ ପାଇଁ ବିବାହର ପ୍ରଲୋଭନ ଦେଖାଉଥିଲେ ପାକିସ୍ତାନୀ ଯୁବତୀ । ପଢନ୍ତୁ, କେମିତି ଲୁଟୁଥିଲେ ତଥ୍ୟ…”

ରାଜ୍ୟ ପାଇଁ ସିଦ୍ଧୁ ବିପଦ, ରାହୁଲ-ପ୍ରିୟଙ୍କାର ଅନୁଭବ ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବର୍ଷିଲେ କ୍ୟାପଟେନ ଅମରିନ୍ଦର ।

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି କ୍ୟାପଟେନ ଅମରିନ୍ଦର । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି ଅମରିନ୍ଦର । ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି, ସିଦ୍ଧୁଙ୍କୁ ହରାଇବା ପାଇଁ ୨୦୨୨ ଉପ-ନିର୍ବାଚନରେ ତାଙ୍କ ବିପକ୍ଷରେ ଏକ ଟାଣୁଆ ପ୍ରାର୍ଥୀ ଛିଡା କରିବି । ଏପରିକି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନ କରାଇଦେବାକୁ ସମସ୍ତ ପ୍ରକାର ଶକ୍ତି ଲଗାଇଦେବି ବୋଲି କହିଛନ୍ତି ଅମରିନ୍ଦରContinue reading “ରାଜ୍ୟ ପାଇଁ ସିଦ୍ଧୁ ବିପଦ, ରାହୁଲ-ପ୍ରିୟଙ୍କାର ଅନୁଭବ ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବର୍ଷିଲେ କ୍ୟାପଟେନ ଅମରିନ୍ଦର ।”

Create your website with WordPress.com
Get started