କନକ ବ୍ୟୁରୋ: ପଞ୍ଜାବ ହୋସିଆରପୁରରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ଏକ ଟ୍ରକ୍ ସହ ଦକ୍କା ହୋଇ ଧୁ ଧୁ ହୋଇ ଜଳିଗଲା କାର୍ । ଏଥିରେ ଥିବା ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁୁରୁତର ଥିବା ଜଣାପଡିଛି । ସୂଚନା ମୁତାବକ, ଏଠାରେ ଏକ ଟ୍ରକ୍ ସହ କାର ଧକ୍କା ହେବା ଫଳରେ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ଯାତ୍ରୀContinue reading “ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା କାର୍ । ଚାଲିଗଲା ୪ ଜୀବନ, ଜଣେ ଗୁରୁତର ।”
Author Archives: Raghaba
ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୁତ ହେବା ସମ୍ଭାବନା । ୩ଦିନ ପରେ ୨ରୁ ୩ଡିଗ୍ରୀ ବଢିବାରେ ରାତି ତାପମାତ୍ରା ।
କନକ ବ୍ୟୁରୋ: ପହିଲା ଯାଏଁ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । କିନ୍ତୁ ଉତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଅନୁଭୂତ ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରି ଅନୁଭୂତ ହେବା ସମ୍ଭାବନା ରହିଛି । ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁContinue reading “ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୁତ ହେବା ସମ୍ଭାବନା । ୩ଦିନ ପରେ ୨ରୁ ୩ଡିଗ୍ରୀ ବଢିବାରେ ରାତି ତାପମାତ୍ରା ।”
ବିହାର ରାଜନୀତି ଉପରେ ସାରା ଦେଶର ନଜର । ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ ।
କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ପୁଣିଥରେ ମହାଗଠବନ୍ଧନରୁ ଓହରି ବିଜେପି ସହ ମିଶି ବିହାରରେ ନୂଆ ସରକାର ଗଢିପାରନ୍ତି ନୀତୀଶ । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏନଡିଏ ମେଂଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ଭିତରେContinue reading “ବିହାର ରାଜନୀତି ଉପରେ ସାରା ଦେଶର ନଜର । ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ ।”
ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଦୁଇଟି ବଗିରେ ନିଆଁ ଲାଗିବାରୁ ସୋର ଷ୍ଟେସନରେ ଅଟକିଲା ଟ୍ରେନ ।
କନକ ବ୍ୟୁରୋ: ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ସୋର ରେଳ ଷ୍ଟେସନରେ ମାଲବାହୀ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନ୍ଟି ଭଦ୍ରକରୁ ଖଡ଼ଗପୁର ଯାଉଥିବା ବେଳେ ନିଆଁ ଲାଗିଯାଇଥିଲା । ନିଆଁ ଲାଗୁଥିବା ଦେଖି ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ଷ୍ଟେସନରେ ପହଞ୍ଚି ଚଳନ୍ତା ଟ୍ରେନରେ ନିଆଁ ଆୟତ୍ତ କରିଥିଲା । ଆଉ ପରବର୍ତ୍ତୀ ସମୟରେ ଟ୍ରେନଟି ଷ୍ଟେସନ୍ ଛାଡ଼ିContinue reading “ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଦୁଇଟି ବଗିରେ ନିଆଁ ଲାଗିବାରୁ ସୋର ଷ୍ଟେସନରେ ଅଟକିଲା ଟ୍ରେନ ।”
ହାତୀ ନେଲା ଦୁଇ ଜୀବନ । ଘର ଅଗଣାରେ ବସିଥିବାବେଳେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ୨ ସମ୍ପର୍କୀୟଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ହାତୀ ନେଲା ଦୁଇ ଜୀବନ । ହାତୀ ଦଳି ଦେବାରୁ ପିଉସି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି । ଦେଓଗଡ ଲଇମୁରା ଥାନା ଅନ୍ତର୍ଗତ ଟିପିରସିଂହା ଗାଁ ଏଭଳି ଅଘଟଣ ଘଟିଛି । ଶୀତ ପାଇଁ ପିଉସି ଓ ଝିଆରୀ ଘର ଅଗଣାରେ ନିଆଁ ଜାଳି ବସିଥିବା ବେଳେ ହଠାତ୍ ହାତୀ ଆକ୍ରମଣ କରିଥିଲା । ସେମାନେ କୁଆଡେ ଯିବେ ଭାବିବା ପୂର୍ବରୁ ହାତୀ ସେମାନଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ ୫୦Continue reading “ହାତୀ ନେଲା ଦୁଇ ଜୀବନ । ଘର ଅଗଣାରେ ବସିଥିବାବେଳେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ୨ ସମ୍ପର୍କୀୟଙ୍କ ମୃତ୍ୟୁ ।”
ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରିରେ ଦୁର୍ଘଟଣା ।
କନକ ବ୍ୟୁରୋ: ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରି ଶୈବ ପୀଠରେ ଦୁର୍ଘଟଣା । ଦୂର୍ଘଟଣାରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁର ସହରର ଚାରି ଜଣ ସାଙ୍ଗ ବୁଲିବାକୁ ମହେନ୍ଦ୍ରଗିରି ଶୈବ ପୀଠ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛିି । ହେଲେ ସମସ୍ତେ ସୁରକ୍ଷିତ ଅଛନ୍ତି । The post ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁContinue reading “ପିକନିକ୍ ହେଲା କାଳ । ୪୦ ଫୁଟ ତଳକୁ ଖସିଲା କାର । ଗଜପତି ମହେନ୍ଦ୍ରଗିରିରେ ଦୁର୍ଘଟଣା ।”
ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ଜଣ ଗୁରୁତର ।
କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲାରେ ସଡ଼କ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ପିକନିକ୍ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ୩ ଜଣ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତର ହୋଇଛନ୍ତି । ନୟାଗଡ଼ ଦଶପଲ୍ଲାରୁ ଏକ ଘରୋଇ ଟ୍ୟୁସନର ପ୍ରାୟ ୫୦ ଜଣ ଛାତ୍ରୀ ବସରେ ପିକନିକ୍ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ଟ୍ରକ ସହ ମୁହାଁମୁହିଁ ଧକ୍କାContinue reading “ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ଜଣ ଗୁରୁତର ।”
ହାଇଦ୍ରାବାଦ ଟେଷ୍ଟରେ ବ୍ୟାକଫୁଟରେ ଇଂଲିଶ ଟିମ୍ । ଦ୍ୱିତୀୟ ଦିନରେ ଦମ୍ ଦେଖାଇଲେ ଜାଡେଜା, ଅକ୍ଷର । ପ୍ରଥମ ଇନିଂସରେ ୧୭୫ ରନରେ ଆଗୁଆ ଟିମ୍ ଇଣ୍ଡିଆ ।
କନକ ବ୍ୟୁରୋ: ହାଇଦ୍ରାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଜଭୁତ ସ୍ଥିତିରେ ଟିମ୍ ଇଣ୍ଡିଆ । ଇଂଲଣ୍ଡର ୨୪୬ ରନ୍ ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୪୨୧ ରନ୍ କରି ଦୃଢ଼ ସ୍ଥିତିରେ ରହିଛି । ଏଥିସହ ଭାରତ ଭାରତ ପକ୍ଷରୁ ଲୋକେଶ ରାହୁଲ, ଯଶସ୍ୱୀ ଜୈସୱାଲ ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ମାରିଛନ୍ତି । ଦ୍ୱିତୀୟ ଦିନରେ ୧ ୱିକେଟରେContinue reading “ହାଇଦ୍ରାବାଦ ଟେଷ୍ଟରେ ବ୍ୟାକଫୁଟରେ ଇଂଲିଶ ଟିମ୍ । ଦ୍ୱିତୀୟ ଦିନରେ ଦମ୍ ଦେଖାଇଲେ ଜାଡେଜା, ଅକ୍ଷର । ପ୍ରଥମ ଇନିଂସରେ ୧୭୫ ରନରେ ଆଗୁଆ ଟିମ୍ ଇଣ୍ଡିଆ ।”
ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ମା’ଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି ମନ୍ଦିରର ରୂପାନ୍ତରଣ ।
କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ ।Continue reading “ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ମା’ଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି ମନ୍ଦିରର ରୂପାନ୍ତରଣ ।”
ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ।
କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆଜି ହେବାକୁ ଯାଉଛି । ପଶ୍ଚିମ ଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇସାରିଛି । । ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ସମ୍ବଲପୁର ସହର । ମଧ୍ୟାହ୍ନ ୧୨ଟା ବେଳେ ମନ୍ଦିରContinue reading “ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ।”