ପାରମ୍ପରିକ ରୀତିରେ ସରିଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ: ଶ୍ରୀନଅରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଉତ୍ସବ

କମକ ବ୍ୟୁରୋ: ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ତାଙ୍କର ଅଭିଷେକ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଉତ୍ସବ । ଷୋଳ ଶାସନର ବାହ୍ମଣ ପୁରୋହିତମାନେ ଗଜପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଗତକାଲି ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଦେବାଭିଷେକ ନୀତି ସଂପନ୍ନ ହେବା ପରେ ପରଂପରା ଅନୁସାରେ ଆଜି ଶ୍ରୀନଅରରେ ଗଜପତିଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଛିContinue reading “ପାରମ୍ପରିକ ରୀତିରେ ସରିଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ: ଶ୍ରୀନଅରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଉତ୍ସବ”

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ: ଗାଜାର ସଙ୍ଗୀନ ସ୍ଥିତି କଥା କହି ଭାବବିହ୍ୱଳ ହେଲେ ହୁ ମୁଖ୍ୟ

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ କଥା କହୁ କହୁ ଭାବବିହ୍ୱଳ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ଟେଡ୍ରୋସ ଆଧାନୋମ । ଯୁଦ୍ଧ କାରଣରୁ ଗାଜାର ଖରାପ ସ୍ଥିତିରେ ରହିଛି ଓ ଆଖି ଆଗରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ଏହି ଘଟଣା ବେଶ ସମ୍ବେଦନଶୀଳ ଓ ହୃଦୟବିଦାରକ କହି ଭାବବିହ୍ୱଳ ହୋଇପଡିଥିଲେ ହୁ ମୁଖ୍ୟ । ଏଥିସହ କହିଛନ୍ତି କୌଣସି ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ଆଲୋଚନା ଜରିଆରେContinue reading “ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ: ଗାଜାର ସଙ୍ଗୀନ ସ୍ଥିତି କଥା କହି ଭାବବିହ୍ୱଳ ହେଲେ ହୁ ମୁଖ୍ୟ”

ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କହିଲେ, ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର

କନକ ବ୍ୟୁରୋ: ରାତି ପାହିଲେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ । ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପContinue reading “ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: କହିଲେ, ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର”

ନୀତୀଶଙ୍କ ପାଇଁ ବିହାର ରାଜନୀତିରେ ବଡ଼ ହଲଚଲ: ୧୦ବର୍ଷରେ ୩ଥର ମେଂଟ ଭାଙ୍ଗିସାରିଛନ୍ତି ନୀତୀଶ କୁମାର

କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ଘଡିକେ ଛୁଟୁଛି ଘୋଡ଼ା । ସମସ୍ତଙ୍କ ନଜର ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ । ତେବେ ନିର୍ବାଚନ ଆସିଲେ ନୀତୀଶଙ୍କ ମେଂଟ ପରିବର୍ତନ ଏକ ନିୟମିତ ଅଭ୍ୟାସ କହିଲେ କିଛି ଭୁଲ ହେବନି । ପୂର୍ବରୁ ଏମିତି ଅନେକ ନଜିର ରହିଛି । ଯେଉଁଠି ସୁଶାସନ ବାବୁ ହଠାତ ବଡ ଘୋଷଣା କରିଥାନ୍ତି । ପୁଣି ଥରେ ସେମତିି କିଛି ସମ୍ଭାବନା ଦେଇ ଗତି କରୁଛି ବିହାରContinue reading “ନୀତୀଶଙ୍କ ପାଇଁ ବିହାର ରାଜନୀତିରେ ବଡ଼ ହଲଚଲ: ୧୦ବର୍ଷରେ ୩ଥର ମେଂଟ ଭାଙ୍ଗିସାରିଛନ୍ତି ନୀତୀଶ କୁମାର”

ଆରଜେଡି-ଜେଡିୟୁ ବିବାଦ ଭିତରେ ଭାଇରାଲ ହେଉଛି ବିହାର ରାଜଭବନର ଭିଡିଓ: ତେଜସ୍ୱୀ ଯାଦବଙ୍କ ଚୌକିରୁ ଷ୍ଟିକର କାଢ଼ି ବସିଲେ ମନ୍ତ୍ରୀ ଅଶୋକ ଚୌଧୁରୀ

କନକ ବ୍ୟୁରୋ: ବିହାର ସରଗରମ ରାଜନୀତି ଭିତରେ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ । ସାଧାରଣତନ୍ତ୍ର ଦିବସରେ ନୀତୀଶ କୁମାର ରାଜଭବନରେ ଆୟୋଜିତ କାର୍ଯକ୍ରମରେ ପହଁଚିଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନଥିଲା । ଏହି ସମୟରେ ଆସି ପହଁଚିଥିଲେ ମନ୍ତ୍ରୀ ଅଶୋକ ଚୌଧୁରୀ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଚୌକିରେ ଥିବା ଷ୍ଟିକରକୁ ବାହାର କରି ଅଶୋକ ଚୌଧୁରୀ ସେଠାରେ ବସିପଡିଥିଲେ । ଅନ୍ୟପଟେ ବୈଠକରେ କେବଳ ତେଜସ୍ୱୀ ନୁହେଁ ଆରଜେଡିର ଅନେକ ନେତାContinue reading “ଆରଜେଡି-ଜେଡିୟୁ ବିବାଦ ଭିତରେ ଭାଇରାଲ ହେଉଛି ବିହାର ରାଜଭବନର ଭିଡିଓ: ତେଜସ୍ୱୀ ଯାଦବଙ୍କ ଚୌକିରୁ ଷ୍ଟିକର କାଢ଼ି ବସିଲେ ମନ୍ତ୍ରୀ ଅଶୋକ ଚୌଧୁରୀ”

ବିହାରରେ ଘଡିକେ ଛୁଟୁଛି ଘୋଡ଼ା: କୌଣସି ସମୟରେ ବଦଳିପାରେ ରାଜ୍ୟରାଜନୀତି ରୂପରେଖ

କନକ ବ୍ୟୁରୋ: ବିହାରରେ କିଛିଦିନ ହେବ ଚାଲିଥିବା ରାଜନୈତିକ ହଟଚମଟ ଏବେ ଶୀର୍ଷରେ ପହଁଚିଛି । ଆଶଙ୍କା କରାଯାଉଛି, ପୁଣିଥରେ ମହାଗଠବନ୍ଧନରୁ ଓହରି ଯାଇପାରନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆରଜେଡି, କଂଗ୍ରେସର ହାତଛାଡି ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଅର୍ଥାତ ଏନଡିଏ ମେଂଟକୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଚର୍ଚ୍ଚା ଏପରି ହେଉଛି ଯେ,Continue reading “ବିହାରରେ ଘଡିକେ ଛୁଟୁଛି ଘୋଡ଼ା: କୌଣସି ସମୟରେ ବଦଳିପାରେ ରାଜ୍ୟରାଜନୀତି ରୂପରେଖ”

ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

କନକ ବ୍ୟୁରୋ : ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍କଳ ହସ୍ପିଟାଲ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଡକ୍ଟର, ସ୍ଟାଫ, ରୋଗୀମାନଙ୍କ ପରିଜନମାନେ ଏବଂ ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ପିଟାଲର ମ୍ୟାନେଜିଙ୍ଗ ଡିରେକ୍ଟର,ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଉପସ୍ଥିତ ଜନସାଧାରଣ ଏବଂ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ଜନସାଧାରଣଙ୍କର ସେବାରେ ବ୍ରତୀ ହେବା ପାଇଁ କହିଥିଲେଏବଂ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତContinue reading “ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ”

ଦୀର୍ଘ ବର୍ଷର ସାଧନାକୁ ମିଳିଲା ସ୍ୱୀକୃତି । ଓଡିଶାର ୪ ଜଣ ପଦ୍ମଶ୍ରୀ ମନୋନୀତ ହେବା ପରେ ଛୁଟୁଛି ଶୁଭେଛାର ସୁଅ

କନକ ବ୍ୟୁରୋ : ପାଦେ ପାଦେ ଥିଲା ସଂଘର୍ଷ, କିନ୍ତୁ ସାଧନା ପଥରୁ କେବେ ଓହରି ଯାଇ ନାହାଁନ୍ତି । ନା’ କେବେ କିଛି ଆଶା ରଖିଛନ୍ତି, ନା’ କିଏ କେବେ ତାଙ୍କୁ କୌଣସି ଆଶ୍ୱାସନା ଦେଇଛି । ନିଃସ୍ୱାର୍ଥପର ଭାବେ କରି ଚାଲିଥିବା ସାଧନା ଆଜି ତାଙ୍କୁ ସ୍ୱୀକୃତି ଆଣି ଦେଇଛି । ଯେଉଁ ସ୍ୱୀକୃତି କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ଗର୍ବିତ କରିଛି ତାହା ନୁହେଁ ବରଂ ସାମଗ୍ରୀକ ଭାବେ ପ୍ରତିଟି ଓଡ଼ିଆ ଆଜିContinue reading “ଦୀର୍ଘ ବର୍ଷର ସାଧନାକୁ ମିଳିଲା ସ୍ୱୀକୃତି । ଓଡିଶାର ୪ ଜଣ ପଦ୍ମଶ୍ରୀ ମନୋନୀତ ହେବା ପରେ ଛୁଟୁଛି ଶୁଭେଛାର ସୁଅ”

କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା । ଭାରତର ଶୌର୍ଯ୍ୟ ଦେଖିଲା ସାରାବିଶ୍ୱ

କନକ ବ୍ୟୁରୋ : ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ସାରାଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଦିଲ୍ଲୀ କର୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତୋଳନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ପୁରରୁ ପଲ୍ଲୀ ଯାଏଁ ଆଜି ଫରଫର ହୋଇ ଉଡିଛି ତ୍ରିରଙ୍ଗା । ରାଷ୍ଟ୍ରୀୟ ପରେଡ ଉତ୍ସବରେ ଦେଶର ପରାକ୍ରମ, ଶକ୍ତି ଓ ଶୌର୍ଯ୍ୟ ଦେଖିଛି ପୂରା ଦୁନିଆ । ଏଥର ଏହି ଉତ୍ସବ ହୋଇଛି ମହିଳାContinue reading “କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା । ଭାରତର ଶୌର୍ଯ୍ୟ ଦେଖିଲା ସାରାବିଶ୍ୱ”

ଥଣ୍ଡା କରୁଛି କଲବଲ । ବଢ଼ୁଛି ସ୍ୱାସ୍ଥ୍ୟଜନିତ ସମସ୍ୟା

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଦିନିଆ ବର୍ଷା ଯୋଗୁଁ ହଠାତ୍ ଥଣ୍ଡା ବଢ଼ିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ବିଶେଷକରି ଅନେକ ଲୋକଙ୍କର ଗଳା ଦରଜ ସମସ୍ୟା ଦେଖିବାକୁ ମିଳିଛି । ଆଉ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି । ଇଏ ହେଉଛି କଟକ ଏସସିବିର ମେଡିକାଲର ଦୃଶ୍ୟ । ଇଏନ୍ଟି ବିଭାଗରେ ଲାଗିଛି ଲମ୍ବା ଧାଡ଼ି । ଅଧିକାଂଶ ରୋଗୀContinue reading “ଥଣ୍ଡା କରୁଛି କଲବଲ । ବଢ଼ୁଛି ସ୍ୱାସ୍ଥ୍ୟଜନିତ ସମସ୍ୟା”

Design a site like this with WordPress.com
Get started