ପ୍ରେମିକକୁ ପାଇବାକୁ ବାଲେଶ୍ୱର ଆସିଲା ବାଂଲାଦେଶୀ ଯୁବତୀ । ହେଲେ ପ୍ରେମିକ କରିସାରିଲେଣି ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ।

କନକ ବ୍ୟୁରୋ: ସ୍ୱାମୀକୁ ଖୋଜି ଖୋଜି ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଝିଅ । ଫେସବୁକରେ ବନ୍ଧୁତା, ବନ୍ଧୁତାରୁ ସଂପର୍କ ଆଗକୁ ବଢି ପ୍ରେମ ଓ ପରେ ବିବାହ । ହେଲେ ବାଂଲାଦେଶରୁ ବାଲେଶ୍ୱର ଫେରିଆସି ସ୍ୱାମୀ ଏବେ ଦ୍ୱିତୀୟ ବିବାହ କରି ଚିହ୍ନିବାକୁ ରାଜି ନୁହଁନ୍ତି । ଏଭଳି ପ୍ରତାରଣାର ଶିକାର ହୋଇଥିବା କହିଛନ୍ତି ବାଂଲାଦେଶ କୁଆକଟା ଅଂଚଳର ଝିଅ ରୁମା ମାରିଆମ୍ । ବାଲେଶ୍ୱରର କମରଦା ଥାନା ଅଂଚଳର ଭୁଦକୁସମୀ ଗାଁର ରାଜ ଓରଫ ପ୍ରତାପContinue reading “ପ୍ରେମିକକୁ ପାଇବାକୁ ବାଲେଶ୍ୱର ଆସିଲା ବାଂଲାଦେଶୀ ଯୁବତୀ । ହେଲେ ପ୍ରେମିକ କରିସାରିଲେଣି ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ।”

ଆଜିଠୁ ସଂସଦର ଶୀତ ଅଧିବେଶନ । ୩ ରାଜ୍ୟରେ ନିର୍ବାଚନରେ ବିଜୟ ପରେ ଜୋସରେ ଅଛି ବିଜେପି । ୨୧ ବିଧେୟକ ହେବ ଆଗତ

କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ୩ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ଆରମ୍ଭ ହେଉଛି ଶୀତ ଅଧିବେଶନ । ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବିରୋଧୀ । ବିଶେଷ କରି ମଣିପୁରରେ ଯାଂଚ କମିଟିର ଦୁରୁପଯୋଗ ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି । ମୋଟ ୧୯ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ବେଶ ସରଗରମContinue reading “ଆଜିଠୁ ସଂସଦର ଶୀତ ଅଧିବେଶନ । ୩ ରାଜ୍ୟରେ ନିର୍ବାଚନରେ ବିଜୟ ପରେ ଜୋସରେ ଅଛି ବିଜେପି । ୨୧ ବିଧେୟକ ହେବ ଆଗତ”

ସେମିଫାଇନାଲରେ ବିଜେପିର ବଡ଼ ବିଜୟ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଗଢ଼ିବ ସରକାର । ତେଲେଙ୍ଗାନାରେ ଚାଲିବ କଂଗ୍ରେସ ରାଜ୍ ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲରେ ସମସ୍ତଙ୍କୁ ଚମକାଇ ଦେଲା ବିଜେପି । ୪ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩-୧ରେ ବାଜିମାତ କରିଛି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପି ତିନି ତିନିଟି ରାଜ୍ୟରେ ଚମକ୍ରାର ବିଜୟ ହାସଲ କରିଛି । ମଧ୍ୟପ୍ରଦେଶର କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ ଛଡାଇ ନେଇଛି । ତେଲେଙ୍ଗାନାରେ କେବଳ କଂଗ୍ରେସ କ୍ଷମତାକୁ ଫେରିଛି । ମଧ୍ୟପ୍ରଦେଶରେ ମୋଟ ୨୩୦Continue reading “ସେମିଫାଇନାଲରେ ବିଜେପିର ବଡ଼ ବିଜୟ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଗଢ଼ିବ ସରକାର । ତେଲେଙ୍ଗାନାରେ ଚାଲିବ କଂଗ୍ରେସ ରାଜ୍ ।”

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ଚେନ୍ନାଇଠୁ ୧୫୦ କିମି ଦୂରେ ମିଗଜମ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ମିଗଜମ କେନ୍ଦ୍ରୀଭୂତ ହୋଇ ଉତର- ଉତର-ପଶ୍ଚିମ ଦିଗରେ ଗତି କରୁଛି । ପୁଡୁଚେରି ଠାରୁ ବାତ୍ୟା ଏବେ ୨୧୦ କିଲୋମିଟର ଉତର-ପୂବ ର୍ ଦିଗରେ ରହିଛି । ଚେନ୍ନାଇ ଠାରୁ ୧୫୦ କିମି ଦୂରେ ରହିଛି ।ଆସନ୍ତାକାଲି ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଓContinue reading “ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ଚେନ୍ନାଇଠୁ ୧୫୦ କିମି ଦୂରେ ମିଗଜମ ।”

ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଶେଷ ଟି-୨୦ ମ୍ୟାଚରେ କଙ୍ଗାରୁ ଟିମକୁ ୬ ରନରେ ମାତ୍ ଦେଇ ସିରିଜକୁ ନିଜ ନାଁରେ କରିଛି ସୂର୍ଯ୍ୟ ବାହିନୀ । ଶେଷ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ କରିଥିଲା । ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟପଟେ ୧୬୧Continue reading “ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ ।”

ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି

କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହେବାରେ ଲାଗିଛି । ଏହା ମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି ଓ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବ । ୨୦୧୮ ନିର୍ବାଚନରେ ବିଜେପି ଏହି ୩ଟି ରାଜ୍ୟରେ ପରାଜିତ ହୋଇଥିଲା । ବିଜୟୀ ହୋଇଥିବା ୩ଟି ରାଜ୍ୟରେ ବିଜେପି ଏକ ନୂଆ ପ୍ରୟୋଗ କରିଥିଲା । ଏଥିରେ ଦଳ ୨୧ ଜଣ ସାଂସଦଙ୍କୁContinue reading “ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି”

ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ, ଆମ ପାଇଁ ଐତିହାସିକ ଦିନ

କନକ ବ୍ୟୁରୋ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ୩ୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ । ସେ କହିଛନ୍ତି ଯେ ଦେଶର ୪ଟି ଜାତିର ବିକାଶContinue reading “ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ, ଆମ ପାଇଁ ଐତିହାସିକ ଦିନ”

ବଙ୍ଗୋପସାଗରରେ ବାତ୍ୟା । ନେଇପାରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ, ୫ ତାରିଖରେ କରିପାରେ ସ୍ଥଳଭାଗ ଅତିକ୍ରମ

କନକ ବ୍ୟୁରୋ : ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗ୍ଜମ୍ । ୪ ତାରିଖ ପୂର୍ବାହ୍ଣ ସୁଦ୍ଧା ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଆନ୍ଧ୍ର ଓ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଁଚିବ । ଏହାପରେ ଉତ୍ତର ଦିଗରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ ୫ ତାରିଖ ପୂର୍ବାହ୍ଣରେ ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନାContinue reading “ବଙ୍ଗୋପସାଗରରେ ବାତ୍ୟା । ନେଇପାରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ, ୫ ତାରିଖରେ କରିପାରେ ସ୍ଥଳଭାଗ ଅତିକ୍ରମ”

୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ବଦଳିବ କି ଓଡିଶାର ରାଜନୀତି ?

କନକ ବ୍ୟୁରୋ : ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରାଦେଶ ସମେତ ଓଡିଶାର ବି ନଜର ରହିଥିଲା । ଆଉ ଫଳାଫଳ ଆସିବା ପରେ ଆରମ୍ଭ ହୋଇଯାଇଛି ଆଲୋଚନା । ବିଶେଷକରି ପଡୋଶୀ ରାଜ୍ୟ ଛତିଶଗଡରେ ବିଜେପି ବିଜୟୀ ହେବା ଓ ତେଲେଙ୍ଗାନାରେ କଂଗ୍ରେସକୁ ବହୁ ମତ ମିଳିବା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି । ତିନି ରାଜ୍ୟରେ ବିଜେପି ବିଜୟୀ ହେବା ପରେ, ଓଡିଶା ବିଜେପି ମୁଖ୍ୟ କାର୍ଯ୍ୟାଳୟରେContinue reading “୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ବଦଳିବ କି ଓଡିଶାର ରାଜନୀତି ?”

ମୋଦୀ-ଶାହଙ୍କ ରଣନୀତିକୁ ନେଇ ବଢ଼ିଲା ଚର୍ଚ୍ଚା । ୨୦୨୪ରେ ପଡିବ କି ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପିର ବଡ ଓ ଏକପାଖିଆ ବିଜୟ ପରେ ଜୋସରେ ଏବେ ଦଳୀୟ କର୍ମୀ । କୁହାଯାଉଛି, ୨୦୨୪ ପୂର୍ବରୁ ଏହା ଥିଲା ସେମିଫାଇନାଲ  । ଏବେ ବିଜେପିର ବଡ ବିଜୟ ପରେ ୨୦୨୪ରେ ଏହାର ପ୍ରଭାବ ନେଇ ଆଲୋଚନା ଆରମ୍ଭ ହୋଇଛି । ୩ଟି ଯାକ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନଥିଲା ବିଜେପି । ମୋଦିଙ୍କ ନାଁ ରେ ଦଳ ନିର୍ବାଚନ ଲଢିଥିଲା ।Continue reading “ମୋଦୀ-ଶାହଙ୍କ ରଣନୀତିକୁ ନେଇ ବଢ଼ିଲା ଚର୍ଚ୍ଚା । ୨୦୨୪ରେ ପଡିବ କି ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ”

Design a site like this with WordPress.com
Get started