ଉଦ୍ଧାରକାମରେ ରେସ୍କ୍ୟୁ ରୋବଟ୍ ଓ ଡ୍ରୋନ୍: ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ଥିତି ନିରୀକ୍ଷଣ କରାଯିବ

କନକ ବ୍ୟୁରୋ: ଉତରାଖଣ୍ଡ ଉତରକାଶୀ ସିଲକିଆରା ଟନେଲ ୧୬ଦିନ ହେବ ଫଶିରହିଛନ୍ତି ୪୧ଜଣ ଶ୍ରମିକ । ଉଦ୍ଧାରକାର୍ଯ୍ୟ ପାଇଁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ସେପଟେ ମାନୁଆଲ ଡ୍ରିଲିଂ ପାଇଁ ବିଚାର ସହ ସବୁ ବ୍ୟବସ୍ଥା କରାଯାଉଛି । ଏହା ଭିତରେ ଆସିଛି ବଡ ଖବର । ସୁଡ଼ଙ୍ଗ ଭିତରକୁ ମଣିଷ ଯିବା ଅସମ୍ଭବ ତେଣୁ ଶ୍ରମିକଙ୍କ ଟିକନିକ ସ୍ଥିତି ପରଖିବାକୁ ଏଣିକି ଯିବ ରବର୍ଟ । ଘଟଣାସ୍ଥଳରେ ପହଁଚିଛନ୍ତି ଅର୍ନ୍ତଜାତୀୟ ରବଟିକ ସାଇନଟିଷ୍ଟ ତଥାContinue reading “ଉଦ୍ଧାରକାମରେ ରେସ୍କ୍ୟୁ ରୋବଟ୍ ଓ ଡ୍ରୋନ୍: ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ଥିତି ନିରୀକ୍ଷଣ କରାଯିବ”

ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ଭିତରେ ବଢିଲା ଉତ୍ସାହ । ଆସନ୍ତା କାଲି ଠାରୁ ହେବ ଲେଜର ସ୍କାନିଂ

କନକ ବ୍ୟୁରୋ : ସିଂହଦ୍ୱାର ସମ୍ମୁଖରେ ଲମ୍ବାଧାଡି । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ରାଜାରାଜେଶ୍ୱର ବା ସୁନାବେଶରେ ଦେଖିବାକୁ ଆକୁଳ ଭକ୍ତ । କାର୍ତିକ ପୂର୍ଣ୍ଣିମାରେ ଇଏ ହେଉଛି ସିଂହଦ୍ୱାର ସମ୍ମୁଖର ଚିତ୍ର । ରତ୍ନସିଂହାସନରେ ଠାକୁରଙ୍କ ସୁନାବେଶ ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମହଣ ମହଣ ସୁନାରେ ଆଭୂଷିତ ହୋଇଛନ୍ତି ୩ ଠାକୁର । ଆଉ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କାର୍ତିକ ବ୍ରତକୁ ଉଦଯାପନ କରିଛନ୍ତି ହବିଷ୍ୟାଳି ।Continue reading “ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ଭିତରେ ବଢିଲା ଉତ୍ସାହ । ଆସନ୍ତା କାଲି ଠାରୁ ହେବ ଲେଜର ସ୍କାନିଂ”

ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବୋଇତରେ ବସିଲେ, ନୌବାଣିଜ୍ୟ ଇତିହାସକୁ ମନେ ପକାଇଲେ

କନକ ବ୍ୟୁରୋ : ଅତୀତରେ ହଜି ଯାଇଥିବା ସେଇ ସ୍ମୃତି, ସେମିତି ଅଭୁଲା ଓ ଅକ୍ଷତ ହୋଇରହିଛି । ହୋଇପାରେ, ସେ ସାଧବ ନାହାଁନ୍ତି, ସେଭଳି ନୌବାଣିଜ୍ୟ ପରମ୍ପରା ନାହିଁ । କିନ୍ତୁ ଆମ ପୂର୍ବ ପୁରୁଷଙ୍କ ଦାନକୁ ଆମେ ଆଜି ବି ସାଇତି ରଖିଛୁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯେତେବେଳେ ଜାହାଜରେ ବସି ଜଳଯାତ୍ରା କରୁଥିଲେ, ସେତେବେଳେ ଅତୀତର ସେଇ ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଯାଇଥିଲା । ସାଧବ ପୁଅଙ୍କ ସାଧନାକୁContinue reading “ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବୋଇତରେ ବସିଲେ, ନୌବାଣିଜ୍ୟ ଇତିହାସକୁ ମନେ ପକାଇଲେ”

ଡିସେମ୍ବରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

କନକ ବ୍ୟୁରୋ : ସୋମବାର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ, ସୋମବାର ସକାଳ ସାଢେ ୮ଟା ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ନିକଟବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟ୍ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରContinue reading “ଡିସେମ୍ବରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି”

ବିଜେଡିରେ ଭି.କେ.ପାଣ୍ଡିଆନ୍ । ନବୀନ ନିବାସରେ ମିଶ୍ରଣ ପର୍ବ

କନକ ବ୍ୟୁରୋ : ନବୀନ ନିବାସରୁ ଆସିଥିବା ଚିତ୍ର, ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପକାଇଛି । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭି.କେ.ପାଣ୍ଡିଆନ । ଏବଂ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଦଳରେ ସାମିଲ ହେବା ପରେ ଓଡିଶାବାସୀଙ୍କ ପାଇଁContinue reading “ବିଜେଡିରେ ଭି.କେ.ପାଣ୍ଡିଆନ୍ । ନବୀନ ନିବାସରେ ମିଶ୍ରଣ ପର୍ବ”

କାହିଁକି ଲରେନ୍ସ ବିଷ୍ଣୋଇ ହେଲା ସଲମାନ ଖାନର ମୂଖ୍ୟ ଶତ୍ରୁ  ? କଣ ରହିଛି କାରଣ ?

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହିଛି ଯେ ପ୍ରକୃତରେ ସଲମାନ ଖାନଙ୍କ ସହ ତାଙ୍କର ଏକ ପ୍ରକାର ବ୍ୟକ୍ତିଗତ ଶତ୍ରୁତା ନାହିଁ । କିନ୍ତୁ ସେ ତାଙ୍କୁ ହତ୍ୟା କରିବେ । ହଁ, ଯଦି ସେ କ୍ଷମା ମାଗନ୍ତି ଏବଂ ତାଙ୍କ ସମାଜ ତାଙ୍କୁ ଗ୍ରହଣ କରେ ତେବେ ସେ ତାଙ୍କୁ ଛାଡିଦେବେ ।  ପ୍ରଶ୍ନ ହେଉଛି, ସଲମାନ ଖାନ ଏମିତି କଣ  ଭୁଲ କରିଛନ୍ତି ଯେ ଜୀବନ ନେବାଯାଏ କଥା ଯାଇଛି ? “ତା’ର ଅହଂକାରକୁ ଏବେContinue reading “କାହିଁକି ଲରେନ୍ସ ବିଷ୍ଣୋଇ ହେଲା ସଲମାନ ଖାନର ମୂଖ୍ୟ ଶତ୍ରୁ  ? କଣ ରହିଛି କାରଣ ?”

ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଦୁଃଖ ବୁଝୁନି ବୀମା କମ୍ପାନୀ । କ୍ରପ କଟିଂ ଆଳରେ ଚାଷୀ ମାରଣ ନୀତି କରାଯାଉଥିବା ଅଭିଯୋଗ

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଚାଷୀର ପିଛା ଛାଡୁନି ସମସ୍ୟା । କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଗଜା ମରୁଡିର ଶିକାର ହେଉଛି ଚାଷୀ । ବିଭିନ୍ନ ପ୍ରତିକୁଳ ପାଗ, ରୋଗ ପୋକ ଆଦିରୁ ନିଜ ଫସଲକୁ ବଂଚାଇ ଦୁଇ ପଇସା ଲାଭ ଆଶାରେ ବସିଛି ଚାଷୀ । ହେଲେ ଏବେ ବୀମା କମ୍ପାନୀ ପାଇଁ ଚାଷୀ ନିରାଶ ହୋଇପଡିଛି । ଅମଳ ଫସଲ ବିକି ବେଶ ଦୁଇପଇସା ପାଇବା ପାଇଁContinue reading “ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଦୁଃଖ ବୁଝୁନି ବୀମା କମ୍ପାନୀ । କ୍ରପ କଟିଂ ଆଳରେ ଚାଷୀ ମାରଣ ନୀତି କରାଯାଉଥିବା ଅଭିଯୋଗ”

ବୁଢି ମାଆ ଓ ସ୍ତ୍ରୀକୁ କଥା ଦେଇ ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ । ଘରକୁ ଆସିବା ଆଗରୁ କର୍ମକ୍ଷେତ୍ରରେ ଚାଲିଗଲା ଜୀବନ

କନକ ବ୍ୟୁରୋ : ପିଲାଛୁଆଙ୍କ ଭୋକ ମେଂଟାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ମଣିଷଟା ଯେତେବେଳେ ଶବ ହୋଇ ଫେରେ ସେତେବେଳେ ସବୁ ସ୍ୱପ୍ନ ଭାଙ୍ଗି ଯାଏ । ଅଭାବ-ଅନଟନକୁ ନେଇ ବଂଚୁଥିବା ପରିବାରଟି ଜିଇଁ ଥାଉ ଥାଉ ସତେ ଯେମିତି ମରି ଯାଏ । ପୁଅର ଫଟୋକୁ ଧରି ବୁଢି ମାଆ ବସିଛି । ଭାବୁଛି ପୁନେରୁ ତା’ ପୁଅ ଆସିବ, ପରିଣତ ବୟସରେ ତା’ କଥା ବୁଝିବ । ହେଲେ ଆଉ କେବେ ବିContinue reading “ବୁଢି ମାଆ ଓ ସ୍ତ୍ରୀକୁ କଥା ଦେଇ ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ । ଘରକୁ ଆସିବା ଆଗରୁ କର୍ମକ୍ଷେତ୍ରରେ ଚାଲିଗଲା ଜୀବନ”

ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ସାଇତା ସାମଗ୍ରୀ

କନକ ବ୍ୟୁରୋ : ଝିଅ ବାହାଘର ପାଇଁ ସାଇତି ରଖିଥିବା ଜିନିଷ ଜଳି ପାଉଁଶ ହୋଇଯାଇଛି । ପଡିଛି ପୋଡା ଶାଢ଼ୀ, ଅଧା ଜଳି ଯାଇଥିବା ଆଟାଚ୍ । ଅନ୍ୟାନ୍ୟ ଘର କରଣା ସାମଗ୍ରୀ ବି ନିଆଁରେ ଜଳି ଛାରଖାର ହୋଇଯାଇଛି । ଘରେ ଥିବା ସାର୍ଟିଫିକେଟ, ଆଧାରକାର୍ଡ, ସୁନା ଗହଣା ଟଙ୍କା ସବୁ କିଛି । ଏଥିସହ ପୋଡି ଯାଇଛି ଝିଅ ବାହାଘର ପାଇଁ ସାଇତି ରଖିଥିବା ସ୍ୱପ୍ନ । ଏ ହେଉଛି, ବାଲେଶ୍ୱର ଜିଲ୍ଲାContinue reading “ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ସାଇତା ସାମଗ୍ରୀ”

କୋକସରାରେ ଅଭାବୀ ପରିବାରକୁ ମିଳୁନି ସରକାରୀ କୋଠା ଘର । ବର୍ଷାରେ ଝାଟି ମାଟିର କୁଡିଆ ଭାଙ୍ଗିଯିବା ପର ପିଣ୍ଡାରେ ରହୁଛନ୍ତି ସବିତା ଓ ଦୁଇ ପିଲା

କନକ ବ୍ୟୁରୋ : ସ୍ୱାମୀ ପେଟପାଟଣା ପାଇଁ ଦାଦନ ଖଟିବାକୁ ଗାଁରେ ପରିବାର ଛାଡି ରାଜ୍ୟ ବାହାରକୁ ଯାଇଛନ୍ତି । ଏପଟେ ମୁଣ୍ଡ ଗୁଂଜିବା ପାଇଁ ଆଶ୍ରୟ ଖୋଜୁଛନ୍ତି ସ୍ତ୍ରୀ । ବର୍ଷାରେ ଝାଟି ମାଟିର କୁଡିଆଟି ଭାଙ୍ଗି ଯିବା ପରେ ଦୁଇ ପିଲାଙ୍କୁ ଧରି ପର ଘରେ ଆଶ୍ରୟ ନେଇଛନ୍ତି କୋକସରା ବ୍ଲକ ମହିମା ପଂଚାୟତ ଭୁର୍ଷାଗୁଡା ଗାଁର ସବିତା ଧାଙ୍ଗଡା ମାଝୀ । ସ୍ୱାମୀ ଦାଦନ ଖଟି ଦୁଇ ପଇସା ପଠାଇଲେ ଖାଉଥିବା ଏହିContinue reading “କୋକସରାରେ ଅଭାବୀ ପରିବାରକୁ ମିଳୁନି ସରକାରୀ କୋଠା ଘର । ବର୍ଷାରେ ଝାଟି ମାଟିର କୁଡିଆ ଭାଙ୍ଗିଯିବା ପର ପିଣ୍ଡାରେ ରହୁଛନ୍ତି ସବିତା ଓ ଦୁଇ ପିଲା”

Design a site like this with WordPress.com
Get started