ବକ୍ସିଂରୁ ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ମେରୀକମ୍ । କହିଲେ, ପ୍ରକାଶିତ ଖବରରେ ନାହିଁ ସତ୍ୟତା

କନକ ବ୍ୟୁରୋ : ଅବସର ନେଇନାହାନ୍ତି କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରୀକମ୍ । ଏନେଇ ନିଜେ ମେରୀକମ୍ ସ୍ପଷ୍ଟ କରିଛନ୍ତି । ଅବସର ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି । ଖବରରେ କୌଣସି ସତ୍ୟତା ନାହିଁ । ଯେବେ ଅବସର ନେବେ ଗଣମାଧ୍ୟମ ସାମ୍ନାକୁ ଆସି ସେ ନିଜେ ଘୋଷଣା କରିବେ ବୋଲି କହିଛନ୍ତି । ଖେଳରେ ଏବେ ବି ସଫଳତା ପାଇବାର ଇଚ୍ଛା ରହିଛି, ହେଲେ ଅଲିମ୍ପିକ୍ସର ବୟସ ସୀମା ଆଗକୁ ଯିବାକୁContinue reading “ବକ୍ସିଂରୁ ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ମେରୀକମ୍ । କହିଲେ, ପ୍ରକାଶିତ ଖବରରେ ନାହିଁ ସତ୍ୟତା”

ରାଜନୈତିକ ପ୍ରତିପକ୍ଷ ଦଳକୁ ଘେରିବାର ନୂଆ ଉପାୟ । ବିଜେଡି- ବିଜେପି ବାହାଘର କାର୍ଡ ଛାପି ବାଣ୍ଟିଛି କଂଗ୍ରେସ ।

କନକ ବ୍ୟୁରୋ : କଂଗ୍ରେସ କରିବ ବାହାଘର । ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି । ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ସାହାନାଇ ବାଜିବ ।Continue reading “ରାଜନୈତିକ ପ୍ରତିପକ୍ଷ ଦଳକୁ ଘେରିବାର ନୂଆ ଉପାୟ । ବିଜେଡି- ବିଜେପି ବାହାଘର କାର୍ଡ ଛାପି ବାଣ୍ଟିଛି କଂଗ୍ରେସ ।”

ରାୟଗଡ଼ାରେ ଟ୍ରାଏଲ ରନ୍ ବେଳେ ଅଘଟଣ । ଟ୍ରେନ ମାଡ଼ିଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଟ୍ରେନର ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି । ରେଳ ଚଳାଚଳକୁ ସୁଗମ କରିବା ପାଇଁ ରାୟଗଡ଼ାରୁ ସିଙ୍ଗପୁର ଷ୍ଟେସନ୍Continue reading “ରାୟଗଡ଼ାରେ ଟ୍ରାଏଲ ରନ୍ ବେଳେ ଅଘଟଣ । ଟ୍ରେନ ମାଡ଼ିଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ”

ଗଞ୍ଜାମ ଖଲ୍ଲିକୋଟରେ ଆତଙ୍କରାଜ । ବାଲୁଙ୍କେଶ୍ୱରପୁର ଗାଁରେ ରାତି ଅଧରେ ବୁଲିଲା ଖଣ୍ଡା

କନକ ବ୍ୟୁରୋ : ଗାଁରେ ବୁଲିଲା ଖଣ୍ଡା । ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଯୁବକ । ଗଂଜାମ ଖଲ୍ଲିକୋଟ୍ ଥାନା ବାଲୁଙ୍କେଶ୍ୱରପୁର ଗାଁରେ ୫ରୁ ୬ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ସାହି ଭିତରେ ଖଣ୍ଡା ବୁଲାଇଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଯୁବକମାନେ ଖଣ୍ଡା ବୁଲାଇ ଆତଙ୍କରାଜ ଚଳାଇଥିଲେ । ଏହା ସହ ଘର ଉପରକୁ ପଥରମାଡ଼ ମଧ୍ୟ କରିଥିଲେ । କିଛି ଦିନContinue reading “ଗଞ୍ଜାମ ଖଲ୍ଲିକୋଟରେ ଆତଙ୍କରାଜ । ବାଲୁଙ୍କେଶ୍ୱରପୁର ଗାଁରେ ରାତି ଅଧରେ ବୁଲିଲା ଖଣ୍ଡା”

ଘାସ ତିଆରି ପୋଷାକ ପିନ୍ଧୁଛନ୍ତି ମାଓବାଦୀ । ଯବାନଙ୍କ ଉପରେ ଆକ୍ରମଣ ପାଇଁ ବଦଳାଇଲେ ଚାଲ୍ । ମୁଣ୍ଡରୁ ପାଦ ଯାଏଁ ଘୋଡ଼ାଇ ରଖୁଛି ପୋଷାକ

କନକ ବ୍ୟୁରୋ : ଏଣିକି ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଠାବ କରିବା ଯବାନ ଓ ପୋଲିସକୁ କଷ୍ଟକର ହେବ । କାରଣ ମାଓବାଦୀମାନେ ତାଙ୍କ ପୋଷାକ ବଦଳାଇଥିବା ଜଣାପଡିଛି । ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ପୂର୍ବରୁ ଧରା ପଡି ଯାଉଛନ୍ତି ମାଓବାଦୀ । ଆଉ ଏହାକୁ ଲକ୍ଷ୍ୟ କରି ନୂଆ ପୋଷାକ ପିନ୍ଧିବାକୁ ଚାଲ କରିଛନ୍ତି । ଏହି ପୋଷାକଟି ଲମ୍ବାଘାସରେ ତିଆରି ହୋଇଛି । ଜଙ୍ଗଲ ଭିତରେ ବଢୁଥିବା ଏହି ଲମ୍ବା ଘାସକୁ ପୋଷାକContinue reading “ଘାସ ତିଆରି ପୋଷାକ ପିନ୍ଧୁଛନ୍ତି ମାଓବାଦୀ । ଯବାନଙ୍କ ଉପରେ ଆକ୍ରମଣ ପାଇଁ ବଦଳାଇଲେ ଚାଲ୍ । ମୁଣ୍ଡରୁ ପାଦ ଯାଏଁ ଘୋଡ଼ାଇ ରଖୁଛି ପୋଷାକ”

ଶନିବାର ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ଶନିବାର ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ । ଏଥିପାଇଁ ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ଶନିବାର ଥିବାରୁ ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି । ତେଣୁ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରଦାନ କରିବେ ବୋଲି କହିଛନ୍ତିContinue reading “ଶନିବାର ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ”

ଆଜିଠୁ ହାଇଦ୍ରାବାଦରେ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା । କୋହଲି, ରାହାଣେ ଓ ପୂଜାରାଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ

କନକ ବ୍ୟୁରୋ : ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଥର ପାଇଁ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିନା ଭାରତୀୟ ଦଳ ଖେଳିବାକୁ ଯାଉଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକଲମଙ୍କ ପ୍ରଶିକ୍ଷଣରେ ପୂର୍ବଅପେକ୍ଷା ଇଂଲଣ୍ଡ ଦଳ ମଜବୁତ ହୋଇଛି ବୋଲି କୁହାଯାଉଛି । ବିଶେଷକରି ଦଳରେContinue reading “ଆଜିଠୁ ହାଇଦ୍ରାବାଦରେ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା । କୋହଲି, ରାହାଣେ ଓ ପୂଜାରାଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ”

କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ନେଇଛନ୍ତି ଅବସର

କନକ ବ୍ୟୁରୋ : କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ବକ୍ସିଂରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୪୧ ବର୍ଷୀୟ ମେରି କମ୍ କହିଛନ୍ତି ଯେ ବୟସ ସୀମା କାରଣରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । କିନ୍ତୁ ଏବେ ବି ତାଙ୍କ ପାଖରେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ମନୋବଳ ରହିଛି ବୋଲି ସେ କହିଛନ୍ତି । ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜିContinue reading “କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରିକମ୍ ନେଲେ ଅବସର । ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ନେଇଛନ୍ତି ଅବସର”

୮୦ ଡଲାର ତଳେ ଅଶୋଧିତ ତୈଳ ଦର । କେବେ ଖାଉଟିଙ୍କ ପକେଟ ଉପରେ କମିବ ବୋଝ?

କନକ ବ୍ୟୁରୋ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କ୍ରମାଗତ ଭାବେ କମି ଚାଲିଛି । ଏବେ ବ୍ୟାରେଲ ପିଛା ୮୦ ଡଲାର ତଳେ ରହିଛି । ଏବେ ଦେଶର ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଉପରେ ଲିଟର ପିଛା ୧୧ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ଲାଭ କରୁଛନ୍ତି । ହେଲେ କେବେ ଖାଉଟିଙ୍କ ପକେଟ ଉପରେ ବୋଝ କମିବ ତାକୁ ଅପେକ୍ଷା କରିଛନ୍ତି ଦେଶବାସୀ । ଆଗକୁ ନିର୍ବାଚନContinue reading “୮୦ ଡଲାର ତଳେ ଅଶୋଧିତ ତୈଳ ଦର । କେବେ ଖାଉଟିଙ୍କ ପକେଟ ଉପରେ କମିବ ବୋଝ?”

ରୁଷ ପରିବହନ ବିମାନକୁ କ୍ଷେପଣାସ୍ତ୍ର ମାଡ । ଦୁର୍ଘଟଣା ପଛରେ ୟୁକ୍ରେନ ସେନା ବୋଲି ଦାବି କଲା ଋଷ

କନକ ବ୍ୟୁରୋ : କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଋଷର ପରିବହନ ବିମାନ । କ୍ଷେପଣାସ୍ତ୍ର ମାଡ କରି କିଏ ଖସାଇଲା ବିମାନ ଏହାକୁ ନେଇ ବଢିଛି ବିତର୍କ । ୟୁକ୍ରେନ ସୀମାରେ ଘଟିଥିବା ଏହି ଦୁର୍ଘଟଣା ପଛରେ ୟୁକ୍ରେନ ସେନା ରହିଛି ବୋଲି ଋଷ ଦାବି କରୁଛି । ଅନ୍ୟପଟେ ଆରୋପକୁ ପ୍ରତ୍ୟାଖ୍ୟାନ କରି ଓଲଟା ଋଷ ଉପରେ ଦୋଷ ଲଦିଛି କ୍ରେମଲିନ । ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଏଥିରେContinue reading “ରୁଷ ପରିବହନ ବିମାନକୁ କ୍ଷେପଣାସ୍ତ୍ର ମାଡ । ଦୁର୍ଘଟଣା ପଛରେ ୟୁକ୍ରେନ ସେନା ବୋଲି ଦାବି କଲା ଋଷ”

Design a site like this with WordPress.com
Get started