‘ହାତ’ ମୁଠାକୁ ଟାଣ କଲେ ବଳଭଦ୍ର ମାଝୀ ! କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଶକ୍ତ ହେଉଛି ହାତ । ନିର୍ବାଚନ ଆଗରୁ ରାଜ୍ୟ କଂଗ୍ରେସରେ ସାମିଲ ହେଉଛନ୍ତି ବରିଷ୍ଠ ନେତା । କଳାହାଣ୍ଡି କଂଗ୍ରେସର ଭାରତ ଯୋଡ ଆନ୍ଦୋଳନ ନ୍ୟାୟ ଯାତ୍ରା ସମାବେଶରେ ହାତ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ସମର୍ଥକଙ୍କ ସହ ବିଶାଳ ରାଲିରେ ଆସିି ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଚାରି ଚାରି ଥର ବିଧାୟକ ବଳଭଦ୍ର କଂଗ୍ରେସରେContinue reading “‘ହାତ’ ମୁଠାକୁ ଟାଣ କଲେ ବଳଭଦ୍ର ମାଝୀ ! କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ”

ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋର କହିବା ପରେ ରାହୁଲଙ୍କ ନାଁରେ ମାମଲା ରୁଜୁ

କନକ ବ୍ୟୁରୋ : ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସମୟରେ ହିଂସାକୁ ଉସୁକାଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୋଲି ଅଭିଯୋଗ ଆଣିଛି ବିଜେପି । ଆସାମ ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏଠାରେ ଅଶାନ୍ତି ସୃଷ୍ଟି କରୁଥିବା କହିଛି ଦଳ । ନ୍ୟାୟ ଯାତ୍ରା ସମୟରେ ହିସାଂ ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନଙ୍କ ନାଁରେ ଆସାମ ପୋଲିସ ପକ୍ଷରୁ ମାମଲା ରୁଜୁContinue reading “ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋର କହିବା ପରେ ରାହୁଲଙ୍କ ନାଁରେ ମାମଲା ରୁଜୁ”

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୩୦ ତାରିଖ ଯାଏଁ ହୋଇପାରିବନି ନିଯୁକ୍ତି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । କୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂକୁଶ ଲଗାଇଛନ୍ତି । ଆସନ୍ତା ୩୦ ତାରିଖରେ ଏହି ମାମଲାରେ ପରବର୍ତୀ ଶୁଣାଣି କରିବେ ହାଇକୋର୍ଟ । ସେ ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦିଆଯିବ ନାହିଁ । କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ଡକ୍ୟୁମେଂଟ ଯାଂଚ ପ୍ରକ୍ରିୟା ଜାରି ରହିବ । ସେପଟେ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦୋଷ ଠେଲାଠେଲି ହୋଇଛନ୍ତିContinue reading “କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୩୦ ତାରିଖ ଯାଏଁ ହୋଇପାରିବନି ନିଯୁକ୍ତି”

ମୁକ୍ତ ପରିବେଶରେ ପାଠ ପଢିବେ ଛାତ୍ର: ଉଦଘାଟିତ ହେଲା ଓଡିଆ ଅସ୍ମିତାର ସୌଧ

କନକ ବ୍ୟୁରୋ: ଓଡିଆ ଅସ୍ମିତା ପାଇଁ ଲୋକାର୍ପିତ ହୋଇଛି ନୂତନ ସୌଧ । ଆଉ ଏହି ମୁହୁର୍ତର ମୁକସାଖୀ ହୋଇଛି ସତ୍ୟବାଦୀ । ପଂଚସଖା କ୍ରୀଡ଼ାଙ୍ଗନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୯ ଏକର ଜାଗାରେ ପ୍ରତିଷ୍ଠା ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ । ୪ ବର୍ଷରେ ନିର୍ମାଣ କାମ ସରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ପାଇଁ ଏହାContinue reading “ମୁକ୍ତ ପରିବେଶରେ ପାଠ ପଢିବେ ଛାତ୍ର: ଉଦଘାଟିତ ହେଲା ଓଡିଆ ଅସ୍ମିତାର ସୌଧ”

ଯାତ୍ରା ପାଇଁ ଯାଉଥିଲେ, ହେଲେ ପାଲଟିଲା ଶେଷଯାତ୍ରା: ବାଙ୍ଗିରୀପୋଷି ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା

କନକ ବ୍ୟୁରୋ: ଯାତ୍ରା ସାରି ଫେରୁଥିଲେ, ଜୀବନ ଯାତ୍ରା ସରିଗଲା । ବାଙ୍ଗିରିପୋଷି ନିକଟ ଦ୍ୱାରଶୁଣି ଘାଟିରେ ଲୁଚି ରହିଥିଲା ମୃତ୍ୟୁର ଦୁର୍ଘଟଣା । ବ୍ରେକ ଫେଲ୍ ହେବାରୁ ଭାରସ୍ୟାମ ହରାଇ ଘାଟି ତଳକୁ ଖସିଗଲା ଯାତ୍ରା ପାର୍ଟି ଟ୍ରକ । ଦେଖୁ ଦେଖୁ ଚାଲିଗଲା ୬ ଜଣ ଶ୍ରମିକଙ୍କ ଜୀବନ । ଆହତ ହେଲେ ୯ ଜଣ । ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟା ରହିଛିContinue reading “ଯାତ୍ରା ପାଇଁ ଯାଉଥିଲେ, ହେଲେ ପାଲଟିଲା ଶେଷଯାତ୍ରା: ବାଙ୍ଗିରୀପୋଷି ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା”

ଅସ୍ଥାୟୀ ଟେଂଟରୁ ଭବ୍ୟ ଆସନରେ ବିରାଜିଲେ ରାମଲାଲାଙ୍କ ପୁରୁଣା ମୂର୍ତ୍ତି । ବାଳକ ରାମଙ୍କ ସମ୍ମୁଖରେ ବିରାଜିଲେ ପୁରୁଣା ମୂର୍ତ୍ତି, ଉଠିଥିଲା ପ୍ରଶ୍ନ

କନକ ବ୍ୟୁରୋ : ଦୀର୍ଘବର୍ଷ ପରେ ଅସ୍ଥାୟୀ ଟେଂଟରୁ ଯାଇ ନବନିର୍ମିତ ଭବ୍ୟ ରାମମନ୍ଦିର ଗର୍ଭଗୃହରେ ବିରାଜିଛନ୍ତି ରାମଲାଲାଙ୍କ ପୁରୁଣା ମୂର୍ତି । ବାଳକରାମଙ୍କ ମୂର୍ତି ସମ୍ମୁଖରେ ପୁରୁଣା ମୂର୍ତିକୁ ରଖାଯାଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଯେବେଠୁ ପୁରୁଣା ମୂର୍ତି ବଦଳରେ ଯେବେଠୁ ନୂଆ ମୂର୍ତି ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା ପାଇବା ନେଇ ଖବର ଆସିଥିଲା ସେବେଠୁ ଏହାକୁ କିଛି ପକ୍ଷ ବିରୋଧ କରିଥିଲେ । କେବଳ ସେତିକି ନୁହେଁ ପ୍ରଶ୍ନContinue reading “ଅସ୍ଥାୟୀ ଟେଂଟରୁ ଭବ୍ୟ ଆସନରେ ବିରାଜିଲେ ରାମଲାଲାଙ୍କ ପୁରୁଣା ମୂର୍ତ୍ତି । ବାଳକ ରାମଙ୍କ ସମ୍ମୁଖରେ ବିରାଜିଲେ ପୁରୁଣା ମୂର୍ତ୍ତି, ଉଠିଥିଲା ପ୍ରଶ୍ନ”

ଦ୍ୱିତୀୟ ଦିନରେ ମଧ୍ୟ ରାମ ଦରବାରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ସକାଳ ୭ରୁ ରାତି ୧୧ ଯାଏଁ ମିଳିବ ବାଳକ ରାମଙ୍କ ଦର୍ଶନ

କନକ ବ୍ୟୁରୋ : ଭିଡ଼କୁ ଭୟ ନାହିଁ । ଥଣ୍ଡାକୁ ଖାତିର ନାହିଁ । ମୁହଁରେ ଜୟ ଶ୍ରୀରାମ । ହାତରେ ପ୍ରଭୁଙ୍କ ପାଇଁ ପତାକା । ଗତ ଦୁଇ ଦିନ ହେବ ରାମନଗରୀ ଅଯୋଧ୍ୟା ଦୃଶ୍ୟ କିଛି ଏଭଳି ରହିଛି । ଦୂରଦୂରାନ୍ତରୁ ଛୁଟୁଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ । ବଡି ଭୋରୁ ନିତ୍ୟକ୍ରମ ସାରି ମନ୍ଦିର ପରିସରରେ ଜମାଇଛନ୍ତି ଭିଡ । ଲାଇନରେ ଛିଡା ହୋଇ ରାମଲାଲାଙ୍କ ଦର୍ଶନ ଟିକେ ପାଇବା ପାଇଁContinue reading “ଦ୍ୱିତୀୟ ଦିନରେ ମଧ୍ୟ ରାମ ଦରବାରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ସକାଳ ୭ରୁ ରାତି ୧୧ ଯାଏଁ ମିଳିବ ବାଳକ ରାମଙ୍କ ଦର୍ଶନ”

ପଶ୍ଚିମବଙ୍ଗରେ ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି । ସେପଟେ ପଂଜାବର ସମସ୍ତ ୧୩ ଆସନରେ ଏକୁଟିଆ ଲଢିବାକୁ ଘୋଷଣା କଲା ଆମ ଆଦମୀ ପାର୍ଟି

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଂଟକୁ ଶକ୍ତ ଝଟକା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ । ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଂଟର ଭାଗ୍ୟ ଓ ଭବିଷ୍ୟତ ଉପରକୁ ସଂକଟ ମାଡି ଆସିଛି । ମମତା କହିଛନ୍ତି ସେ ଯାହା ବି ପ୍ରସ୍ତାବ ଦେଇଥିଲେ, ତାକୁ ଖାରଜ କରିଦିଆଯାଇଛି ।Continue reading “ପଶ୍ଚିମବଙ୍ଗରେ ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି । ସେପଟେ ପଂଜାବର ସମସ୍ତ ୧୩ ଆସନରେ ଏକୁଟିଆ ଲଢିବାକୁ ଘୋଷଣା କଲା ଆମ ଆଦମୀ ପାର୍ଟି”

ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡା ହେଲେ ପୋଲିସ କମିସନର, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । The post ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ । ସଞ୍ଜୀବContinue reading “ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡା ହେଲେ ପୋଲିସ କମିସନର, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ”

ସ୍ଥାୟୀ ଜୀବିକା ପାଇଁ କଫି ଚାଷ ଯୋଜନା । ଉପକୃତ ହେବେ କୋରାପୁଟ ସମେତ ୬ ଜିଲ୍ଲାର ଚାଷୀ

କନକ ବ୍ୟୁରୋ : ବଢିବ କଫି ଚାଷ । କଫି ଚାଷ ନେଇ ବଡ଼ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଏବେ ଲକ୍ଷେ ଏକରରେ ହେବ ଚାଷ । ଏପରିକି ଦଶ ବର୍ଷରେ ଦଶ ଗୁଣ ବଢିବ ଏହି ଚାଷ । ରାଜ୍ୟରେ ଦଶହଜାର ଏକର ଜମିରେ କଫି ଚାଷ କରାଯାଉଛି । ସ୍ଥାୟୀ ଜୀବିକା ପାଇଁ ରାଜ୍ୟ ସରକାର କଫି ଚାଷ ଯୋଜନା ଆରମ୍ଭ କରିଛନ୍ତି । ଆଉ ଏହି ଯୋଜନା ଓଡ଼ିଶାର ୬ ଟିContinue reading “ସ୍ଥାୟୀ ଜୀବିକା ପାଇଁ କଫି ଚାଷ ଯୋଜନା । ଉପକୃତ ହେବେ କୋରାପୁଟ ସମେତ ୬ ଜିଲ୍ଲାର ଚାଷୀ”

Design a site like this with WordPress.com
Get started